ଦିନ ତମାମ୍‌ ଲାଗି ରହିଲା ସସ୍‌ପେନ୍ସ: ନା ହେଲା ହୋମ୍‌ ଡେଲିଭରି ନା ଖୋଲିଲା କାଉଣ୍ଟର

1 min read

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଅନ୍‌ଲାଇନ୍‌ରେ ମଦ ବିକ୍ରି ବ୍ୟବସ୍ଥା କରାଯାଇଥିଲେ ବି ତାହା ସମ୍ଭବ ହୋଇପାରିନାହିଁ । ଅନ୍‌ଲାଇନ୍‌ ସହିତ ଅଫ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ଅନୁମତି ଦେବାକୁ ବ୍ୟବସାୟୀ ସଂଘ ଦାବି କରିଛି । ସେପଟେ ଓଡ଼ିଶାରେ ନୂଆକରି ଅନ୍‌ଲାଇନ୍‌ରେ ମଦ ବିକ୍ରି ବ୍ୟବସ୍ଥା କରାଯାଇଥିବାରୁ ସମସ୍ୟା ଦେଖା ଦେଇଥିବା ଅବକାରୀ ଅଧିକାରୀ କହିଛନ୍ତି ।

ମଦ ପାଇଁ ଧୋକା ଦେଲା ଅନ୍‌ଲାଇନ୍‌ ସେବା । ନା ହେଲା ଅନ୍‌ଲାଇନ୍‌ ବୁକିଂ ନା ହୋମ୍‌ ଡେଲିଭରି ନା ଖୋଲିଲା କାଉଣ୍ଟର । ଦିନ ତମାମ ଲାଗି ରହିଲା ସସ୍‌ପେନ୍ସ । ସ୍ୱିଗି ଓ ଜମାଟୋ ଆପ୍‌କୁ ଅନେଇ ବସିଥିଲେ ଲୋକ । ଭୁବନେଶ୍ୱର ଓ କଟକ ସମେତ ଅଧିକାଂଶ ସ୍ଥାନରେ ଏଭଳି ଅବସ୍ଥା ଦେଖିବାକୁ ମିଳିଥିଲା ।

ମଦ କିଣିବାକୁ ଲୋକ ଦୋକାନ ଆଗରେ ଚକ୍କର କାଟିଥିଲେ । ଡେଲିଭରି ବୟଙ୍କ ମୋବାଇଲକୁ ଶହଶହ ଅର୍ଡର ଆସିଥିଲେ ବି ସବୁ ବାତିଲ ହୋଇଥିଲା ।  ତେବେ ଅନ୍‌ଲାଇନ୍‌ ମଦ ବିକ୍ରିରେ ସମସ୍ୟା ରହିଲା କେଉଁଠି ? ସିଷ୍ଟମ୍‌ ଫେଲ୍‌ ନା ମଦ ବ୍ୟବସାୟୀ ସହଯୋଗ କରୁନାହାନ୍ତି ? ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ ବିକ୍ରି ପାଇଁ ଅନୁମତି ଦେବାକୁ ମଦ ବ୍ୟବସାୟୀ ସଂଘ ଦାବି କରିଛି ।

କେବଳ ଅନଲାଇନ୍‌ ବିକ୍ରି କଲେ ମାସିକ କୋଟା ପୂରଣ ହେବ ନାହିଁ ବୋଲି ସଂଘ ସମ୍ପାଦକ କହିଛନ୍ତି । ସେପଟେ ପ୍ରଥମଥର ପାଇଁ ଅନଲାଇନ ସିଷ୍ଟମ ହୋଇଥିବାରୁ ସମସ୍ୟା ହେଉଥିବା ଅବକାରୀ ବିଭାଗ କହିଛି ।

ମଦ ଉପରେ ୫୦ ପ୍ରତିଶତ କୋଭିଡ୍‌ ଫି ଲାଗୁ ସହ ଟ୍ରାନ୍‌ସପୋର୍ଟ ଫି ଲାଗୁ କରାଯାଇଛି । ନିୟମ ଅନୁସାରେ ଅଫ୍‌ସପ୍‌ ଓ ଲାଇସେନ୍ସପ୍ରାପ୍ତ ବାରଗୁଡ଼ିକରୁ ଅନ୍‌ଲାଇନ ବୁକିଂ କରିହେବ । ଦୋକାନ ଆଗରେ ମୋବାଇଲ ନମ୍ବର ଓ ମେଲ ଆଇଡି ଡିସ୍‌ପ୍ଳେ୍‌ କରାଯିବ । ଗ୍ରାହକ OSBC.CO.IN ୱେବସାଇଟରେ ମଦ ବୁକିଂ କରିପାରିବେ । ସାମାଜିକ ଦୂରତା ରଖି ହୋମ ଡେଲିଭରି କରାଯିବ ।

Leave a Reply