ଶ୍ରମିକ ଟ୍ରେନ୍‌ ପରେ ପିସିଆର୍‌ ଭ୍ୟାନ୍‌ରେ ପ୍ରସବ…!

1 min read
Today afternoon a pregnant lady delivered in Police vehicle

ଭୁବନେଶ୍ୱର: ପିସିଆର୍‌ ଭ୍ୟାନ୍‌ରେ ପ୍ରସବ । ପିସିଆର୍‌ ଭ୍ୟାନ୍‌ରେ ଜଣେ ମହିଳାଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳେ ସେ ରାସ୍ତାରେ ପ୍ରସବ କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଝାରସୁଗୁଡ଼ା ଜିଲ୍ଲାରୁ ।

ଲକ୍‌ଡାଉନ୍‌ ଯୋଗୁଁ ସାରା ଦେଶରେ ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଅନୁମତି ପରେ ପ୍ରବାସୀଙ୍କ ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଥିଲା । ଏହି ଟ୍ରେନ୍‌ରେ ପ୍ରବାସୀମାନେ ନିଜ ଭିଟାମାଟିକୁ ଫରୁଛନ୍ତି । ଏମିତି ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ରେ ଜଣେ ମହିଳା ଫେରୁଥିବା ବେଳେ ହଠାତ୍‌ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ଫଳରେ ରେଳ ବିଭାଗ ପକ୍ଷରୁ ଟ୍ରେନ୍‌କୁ ଅଟକିଲା ପରେ ଉକ୍ତ ମହିଳାଙ୍କୁ ପିସିଆର୍‌ ଭ୍ୟାନ୍‌ ଯୋଗେ ମେଡିକାଲକୁ ନିଆଯାଇଥିଲା । ତେବେ ମେଡିକାଲ ନିଆଯାଉଥିବା ବେଳେ ରାସ୍ତାରେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ବୃଦ୍ଧି ପାଇଥିଲା ଏବଂ ସେ ସେହି ପିସିଆର୍‌ ଭ୍ୟାନ୍‌ରେ ହିଁ ପ୍ରସବ କରିଥିଲେ ।

ଏହି ଘଟଣା ରବିବାର ଅପରାହ୍ନରେ ଘଟିଛି । ଆଇଆସି ସାବିତ୍ରୀ ବଳ ଏହି ଡେଲିଭରୀ ଘଟଣା ଉପରେ ନଜର ରଖିଛନ୍ତି ଏବଂ ତଦାରଖ କରୁଛନ୍ତି । ତେବେ ମା’ ଓ ନବଜାତ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏନେଇ ଡିଜିପି ଓଡ଼ିଶା ସୂଚନା ଦେଇଛନ୍ତି ।

Leave a Reply