ସୀମା ବିବାଦ: ଚୀନ ଓ ପାକିସ୍ତାନ ପରେ ସାମିଲ ହେଲା ନେପାଳ

ଭୁବନେଶ୍ୱର, ବ୍ୟୁରୋ: ନେପାଳ, ନକ୍‌ସା ଓ ରାଜନୀତି । ପାକିସ୍ତାନ ଓ ଚୀନ ସହ ସୀମା ବିବାଦ ଲାଗି ରହିଥିବା ବେଳେ ଏଥିରେ ଯୋଡ଼ି ହୋଇଯାଇଛି ଆଉ ଏକ ଅଧ୍ୟାୟ । ଆଉ ଏହି ନୂଆ ବିବାଦର ସୂତ୍ରଧର ହେଉଛି ନେପାଳ । ଭାରତର କେତେକ ଅଞ୍ଚଳକୁ ନେପାଳ ତା’ ନିଜ ନକ୍ସାରେ ସାମିଲ କରିଛି । ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ । ଲିପୁଲେଖ, କଳାପାଣି ଆଉ ଲିମ୍ପିଅଧୁରା ଅଞ୍ଚଳକୁ ନେପାଳ ନିଜ ନକ୍ସ।ରେ ସାମିଲ କରିଛି ।

ନୂଆ ନକ୍ସ। ବାହାର କରି ନିଆଁରେ ଘିଅ ଢାଲିଲା ନେପାଳ । ନୂଆ ନକ୍ସ। ହିସାବରେ ଭାରତ ସୀମାରେ ଥିବା ଲିମ୍ପିଅଧୁରା, ଲିପୁଲେଖ ଏବଂ କାଲାପାଣିକୁ ନେଇ ନେପାଳ ନିଜ ମ୍ୟାପରେ ସ୍ଥାନ ଦେଇଛି । ଯାହା ପୂର୍ବ ମ୍ୟାପରେ ନଥିଲା । ତାହା ଭାରତର ଉତ୍ତରାଖଣ୍ଡ ରାଜ୍ୟର ସୀମା ଭିତରେ ରହିଥିଲା । ନେପାଳର ଏଭଳି ନକ୍ସ। ରାଜନୀତି ପରେ ଭାରତ ସହ ସମ୍ପର୍କ ମଳିନ ପଡ଼ିଯାଇଛି । ନେପାଳର କହିବା କଥା ଦୀର୍ଘ ବର୍ଷ ଧରି ଏହି ତିନୋଟି ସ୍ଥାନ ନେପାଳ ସହ ଜଡିତ ରହିଛି । ଇଂରେଜ ଶାସନ ସମୟରେ ୧୮୧୬ରେ ହୋଇଥିବା ସୁଗୌଳି ସନ୍ଧି ଚୁକ୍ତି ଅନୁସାରେ ଏହା ନେପାଳର ସୀମା ଭିତରେ ସ୍ଥାନ ପାଇଥିଲା । ସବୁଠୁ ବଡ଼ କଥା ନେପାଳ ଯେଉଁ ସବୁ ସ୍ଥାନକୁ ନିଜ ଦେଶରେ ସ୍ଥାନ ଦେଇଛି ସେ ସବୁ ଅଂଚଳ ମହାକାଳୀ ନଦୀ ଗତିପଥ ମାଧ୍ୟମରେ ସ୍ଥିର କରାଯାଉଛି । ଏପଟେ ସମୟ ଅନୁସାରେ ନଦୀର ଗତି ମଧ୍ୟ ବଦଳିଛି । ତେବେ ପୁରୁଣା ରେକର୍ଡକୁ ନେଇ ସୀମା ନିର୍ଧ।ରଣ କରିବା କେତେ ଦୂର ଠିକ୍‌ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ କଣ ପାଇଁ ଏହି ବିବାଦ ଏବେ ପୁଣି ଥରେ ମୁଣ୍ଡ ଟେକିଛି । ଯଦିଓ ଲିପୁଲେଖ, କଳପାଣି  ଲିମ୍ପିଆଧୁରାର ଅବସ୍ଥିତିକୁ ନେଇ ପୂର୍ବରୁ ମଧ୍ୟ ବିବାଦ ଲାଗି ରହିଛି । ଏହାକୁ ନେଇ ଭାରତ ଏବଂ ନେପାଳ ମଧ୍ୟ ବୈଦେଶିକ ସଚିବ ସ୍ତରରେ ଆଲୋଚନା ମଧ୍ୟ ଜାରି ରହିଛି । ବିବାଦିତ କଳାପାଣି ଅଞ୍ଚଳ ଉତ୍ତରାଖଣ୍ଡ ରାଜ୍ୟର ପିଥୋରାଗଡ଼ ଅଞ୍ଚଳରେ ରହିଛି । ତେବେ ସଦ୍ୟ ଜାରି ନେପାଳ ନକ୍ସ।ରେ ଏହାକୁ ଧରଚୁଲ୍ଲା ଜିଲ୍ଲାରେ ରହିଛି ବୋଲି ଦର୍ଶାଯାଇଛି । ଏସବୁ ପଛରେ ଚୀନର ହାତ ରହିଛି ଏହା ଏବେ ସ୍ପଷ୍ଟ ହୋଇଛି । ବର୍ତ୍ତମାନ ନେପାଳରେ ନେପାଳ କମ୍ୟୁନିଷ୍ଟ ପାର୍ଟି ଶାସନ କ୍ଷମତାରେ ରହିଛି ଏବଂ କେ.ପି.ଶର୍ମା ଓଲି ସେଠାରେ ପ୍ରଧାନମନ୍ତ୍ରୀ ଅଛନ୍ତି । ଭାରତ ବିରୋଧୀ ମନୋଭାବ ଯୋଗୁଁ ମଧ୍ୟ ସେ ବେଶ ଜଣାଶୁଣା । ସେଥିପାଇଁ ନେପାଳ ପ୍ରତି କୌଣସି ସଂକଟ ଆସିଲେ ସେ ତୁରନ୍ତ ଚୀନର ସାହାଯ୍ୟ ନେଇଛନ୍ତି । ଗୋଟିଏ ପାର୍ଶ୍ୱରେ ଚୀନ ସହ ସୀମାବଣ୍ଟନ କରୁଥିବା ନେପାଳକୁ ବିଭିନ୍ନ ଉପାୟରେ ବ୍ୟବହାର କରିବାକୁ ମଧ୍ୟ ଚୀନ ଚେଷ୍ଟା ଚଳାଇଛି । ନେପାଳର ବାହାନାରେ ଚୀନ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି । ନେପାଳକୁ ବିଭିନ୍ନ ଆର୍ଥିକ ସହଯୋଗ ଯୋଗାଇ ଦେବା ଆଳରେ ଚୀନ ଚଳାଇଛି ଭୟଙ୍କର ଚାଲ୍‌ ।  ବିଭିନ୍ନ ଆଳରେ ନେପାଳକୁ ଆର୍ଥିକ ସହଯୋଗ ଦେଇ ଚୀନ ତାକୁ ଋଣଗ୍ରସ୍ତ କରବାକୁ ଚାହୁଁଛି । ଏହାପରେ ନେପାଳରେ ଚୀନ ତାର ସାମରିକ କ୍ୟାମ୍ପ ତିଆରି କରି ଭାରତ ବିରୋଧରେ କ୍ଷେତ୍ର ପ୍ରସ୍ତୁତ କରିବ

Leave a Reply