spot_img
Home Blog Page 7000

ବାଲେଶ୍ୱରକୁ ଘାରୁଛି ଫେରନ୍ତାଙ୍କ ଚିନ୍ତା, ବଢ଼ୁଛି ସଂକ୍ରମଣ

ବାଲେଶ୍ୱର: ବାଲେଶ୍ୱର ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି କଲିକତା ଫେରନ୍ତା । ଜିଲ୍ଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ରହିଛି । ଏବେବି ଜିଲ୍ଲାରେ ଶହ ଶହ ପଶ୍ଚିମବଙ୍ଗ ଫେରନ୍ତା ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୪୪୯ ଜଣଙ୍କୁ ଚିହ୍ନଟ କରି ପଞ୍ଜିକୃତ କରାଯାଇଛି ।  ସେପଟେ ଲକଡାଉନ ସରିଲେ ପଶ୍ଚିମବଙ୍ଗରୁ ଘରକୁ ଫେରିବା ପାଇଁ ୩ ହଜାରରୁ ଅଧିକ ଲୋକ ଅନଲାଇନ ଓ ଫୋନ ଯୋଗେ ନାଁ ପଞ୍ଜିକୃତ କରିଛନ୍ତି । ଯାହାଫଳରେ ବାଲେଶ୍ୱରର ସ୍ଥିତି ସାଙ୍ଘାତି ହୋଇପାରେ ବୋଲି ଆସଙ୍କା ରହିଛି ।

ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୨୮କୁ ବୃଦ୍ଧି

ଯଦି ସେମାନେ କୌଣସି ପ୍ରକାରର ସଚେତନ ନହୁଅନ୍ତି ତେବେ ରାଜ୍ୟରେ କରୋନାଙ୍କ ସଂଖ୍ୟା ବଢ଼ିପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗୋଟିଏ ଟିମ୍‌ ବାଲେଶ୍ୱରରେ ପହଞ୍ଚି କଣ୍ଟେନମେଣ୍ଟ ଜୋନରୁ ସଂଗ୍ରହ କରାଯାଉଥିବା ତଥ୍ୟ ଓ ଚିକିତ୍ସା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଏଯାଏଁ ୩୦୧୪ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଛି । ତେବେ ଗତକାଲି ଚିହ୍ନଟ ହୋଇଥିବା ୭ ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି । ସୁସ୍ଥ ହୋଇଛନ୍ତି ୩୯ ଜଣ ଆକ୍ରାନ୍ତ । ତେବେ ରାଜ୍ୟରେ ମୋଟ୍‌ ୮୮ ଟି ମାମଲା ସକ୍ରିୟ ରହିଛି ।

ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୨୮କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଫେରନ୍ତାଙ୍କ ଚିନ୍ତାରେ ଘାଣ୍ଟି ହେଉଛି ଓଡ଼ିଶା । ପଶ୍ଚିମ ବଙ୍ଗରୁ ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଯାହାଫଳରେ ଯାଜପୁରରୁ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା । ଏମାନଙ୍କର ସ୍ୱାବ ଟେଷ୍ଟ ପାଇଁ ଯାଇଥିଲା । ରିପୋର୍ଟ ଆସିବା ପରେ ଏମାନେ ପଜିଟିଭ ଥିବା ଜଣା ପଡ଼ିଥିଲା ।

ଯାହାଫଳରେ ଯାଜପୁରରେ କରୋନା ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିବାର ସମ୍ଭାବନା ରହିଛି । କାରଣ ରାଜ୍ୟକୁ ପଶ୍ଚିମ ବଙ୍ଗ ଲିଙ୍କ୍‌ ରହୁଛି ।  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ୍ୱେବସାଇଟ୍‌ରେ ଏନେଇ ସୂଚନା ଦିଆଯାଇଛି । ଏଥିସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮କୁ ବୃଦ୍ଧି ପାଇଛି।

ବିଶ୍ୱରେ ଜାରି ରହିଛି କରୋନା କହର…ଭୂତାଣୁ ନେଲାଣି ୨ ଲକ୍ଷ ୨୫ ହଜାର ଜୀବନ, ୩୧ ଲକ୍ଷରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ବିଶ୍ୱରେ ଭୟାନକ୍ ହେଉଛି କରୋନା । ସାରା ବିଶ୍ୱରେ ୩୧ ଲକ୍ଷରୁ ଅଧିକ ଲୋକେ କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରାୟ ୨ ଲକ୍ଷ ୨୫ ହଜାର ଲୋକଙ୍କ ଜୀବନ ନେଇଛି କରୋନା । ୯ ଲକ୍ଷ ୮୬ ହଜାରରୁ ଅଧିକ ଲୋକେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାର ପ୍ରଭାବ ଆମେରିକା ଉପରେ ଅଧିକ ରହିଛି । ୫୯ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି କରୋନା । ୧ ଲକ୍ଷ ୪୦ ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । ସେହିଭଳି ସ୍ପେନରେ ୨୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଲକ୍ଷ ୩୬ ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । ଇଟାଲୀରେ ୨୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୨ ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । ଫ୍ରାନ୍ସରେ ମଧ୍ୟ କରୋନା କହର ଜାରି ରହିଛି ।

ଭାରତରେ ୨୪ ଘଣ୍ଟା ମଧ୍ୟରେ ୭୩ ଜଣଙ୍କ ଜୀବନ ନେଇଛି କରୋନା… ୩୩ ହଜାରରୁ ଅଧିକ ସଂକ୍ରମିତ

ଏଠାରେ ୨୩ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି ମହାମାରୀ । ଏକ ଲକ୍ଷ ୬୫ ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । ଜର୍ମାନୀରେ ପ୍ରାୟ ୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି, ଏକ ଲକ୍ଷ ୬୦ ହଜାର ଲୋକେ ସଂକ୍ରମିତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବ୍ରିଟେନରେ ୨୧ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏକ ଲକ୍ଷ ୬୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଇରାନରେ ସ୍ଥିତି ଭୟାନକ ରହିଛି, ଏଠାରେ ୫ ହଜାର ୮ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୯୩ ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି ।

ସୁରତରୁ ବସ୍‌ରେ ଫେରିଲେ ୨୨୮ ଜଣ ପ୍ରବାସୀ ଓଡ଼ିଆ

ଗଞ୍ଜାମ: ସୁରତରୁ ବାହାରିଥିବା ବସ୍‌ ବିଳମ୍ବିତ ରାତିରେ ଆସି ଓଡ଼ିଶାରେ ପହଞ୍ଚିଛି । ତିନି ଦିନ ବସ୍‌ ଯୋଗେ ଯାତ୍ରା ପରେ ସୁରତରୁ ଗଞ୍ଜାମକୁ ଫେରିଛନ୍ତି ପ୍ରବାସୀ ଓଡ଼ିଆ l ଚାରୋଟି ବସ୍‌ ରେ ୨୧୭ ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି । ପ୍ରଥମ ବସ୍‌ରେ ଆସିଛନ୍ତି ୫୨ ଜଣ ଦ୍ୱିତୀୟ ବସରେ ଆସିଛନ୍ତି ୫୬ ଜଣ ତୃତୀୟ ବସରେ ଆସିଛନ୍ତି ୫୬ ଏବଂ ଚତୁର୍ଥ ବସରେ ୫୩ ଜଣ ଆସିଛନ୍ତି । ସମସ୍ତ ୨୧୭ ଜଣ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ତିଆରି ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରେ ରହିଛନ୍ତି ।

୨୧୭ ଜଣଙ୍କ ମଧ୍ୟରେ ୭ ମହିଳା ଓ ୬ ଶିଶୁ ଅଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ସେରଗଡ଼ରୁ ୭ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସେଠାରେ ଚିକିତ୍ସା ପରେ ସେମାନଙ୍କୁ ସେରଗଡ଼ ଅଣାଯିବ ।

ସେମାନଙ୍କୁ ଜିଲ୍ଲା ପ୍ରଶାସନ ର କଡ଼ା ସୁରକ୍ଷା ମଧ୍ୟରେ ବିଳମ୍ବିତ ରାତିରେ କ୍ୱାରେଣ୍ଟାଇନ ରୁମକୁ ପଠାଯାଇଥିଲା ।  ବିଳମ୍ବିତ ରାତିରେ ସ୍ଥାନୀୟ ବିଡ଼ିଓ,  ତହସିଲଦାର,ପୋଲିସ ବିଭାଗ ଓ ଡାକ୍ତରୀ ଟିମ ଉପସ୍ଥିତ ଥିବା ଦେଖିବାକୁ ମିଳିଛି l କ୍ୱାରେଣ୍ଟାଇନ କକ୍ଷ ରେ ସମସ୍ତ ସୁବିଧା ରଖାଯାଇଥିବା ବେଳେ ଡାକ୍ତରୀ ଟିମ , ୪ଟି ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ର ଗୋଟିଏ ଟିମ ଉପସ୍ଥିତ ରହିଛନ୍ତି ।

ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ରାଜ୍ୟ ସରକାର ଙ୍କ ଗାଇଡ଼ ଲାଇନ ଅନୁଯାୟି ପ୍ରଥମେ ୧୪ ଦିନ କ୍ୱାରେଣ୍ଟାଇନ ରେ ରହିବେ । ସେମାନଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଖାଇବା ପିଇବା ଓ ଚିକିତ୍ସା ବ୍ୟବସ୍ତା କରିଛନ୍ତି । ସେପଟେ ଆଉ ୪ଟି ବସରେ ଦ୍ୱିତୀୟ ପର୍ଯ୍ୟାୟରେ ୨୨୦ଜଣ ପ୍ରବାସୀ ଓଡିଆ ରାଜ୍ୟକୁ ଫେରୁଛନ୍ତି । ବସ ଛାଡ଼ିବା ପୂର୍ବରୁ ସାନିଟାଇଜ୍‌ କରାଯାଇଛି । ୩ଟି ବସ ପାଣ୍ଡେସରା ରୁଜୁ ଓ ଗୋଟିଏ ସୁରତରୁ ୬୦ କିଲୋମିଟର ଦୂରରୁ ବାହାରିଛି । ପ୍ରବାସୀ ଓଡିଆ ସମାଜ ଟ୍ରଷ୍ଟ ନେତୃତ୍ୱରେ ୪ଟି ବସ ବାହାରିଛି।

ଭାରତରେ ୨୪ ଘଣ୍ଟା ମଧ୍ୟରେ ୭୩ ଜଣଙ୍କ ଜୀବନ ନେଇଛି କରୋନା… ୩୩ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଭୟାନକ୍‌ ହେଉଛି କରୋନା ଭୂତାଣୁ । ଏପର୍ଯ୍ୟନ୍ତ ଭାରତରେ ୧ ହଜାର ରୁ ଅଧିକ ଲୋକଙ୍କ ମୁଣ୍ଡ ନେଇସାରିଲାଣି ଏହି ଭୂତାଣୁ । ଗତ ୨୪ ଘଣ୍ଟା ମଧ୍ୟରେ ୭୩ ଜଣଙ୍କ ଜୀବନ ନେଇଛି ଭୂତାଣୁ । ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ରିପୋର୍ଟ ଅନୁଯାୟୀ, ଦେଶରେ ୩୨ ହଜାର ୮ଶହ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରାୟ ୮ ହଜାର ୩୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ  ମହାରାଷ୍ଟ୍ରରେ ମାତ୍ରାଧିକ ଭାବେ ବଢିଚାଲିଛି କରୋନା ମତ୍ୟୁ ସଂଖ୍ୟା । ଏଠାରେ ୪ଶହରୁ ଅଧିକ ଲୋକଙ୍କ ଜୀବନ ନେଲାଣି କରୋନା । ସେହିଭଳି ଗୁଜରାଟରେ ୧୯୭ ପାର କରିଛି ମୃତ୍ୟୁ ସଂଖ୍ୟା ।

ଏଠାରେ ୪ ହଜାରରୁ ଅଧିକ  ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଛନ୍ତି । ମଧ୍ୟପ୍ରଦେଶରେ ୨ ହଜାର ୫ ଶହରୁ ଅଧିକ ଜଣ କେରାନାରେ ଆକନ୍ତ ହୋଇଥିବା ବେଳେ ୧୩୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ରାଜସ୍ଥାନରେ ଅକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ପାର କରିଥିବା ବେଳେ ୫୨ ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ୩ ହଜାରରୁ ଅଧିକ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାମିଲନାଡୁରେ ୨ହଜାରରୁ ଅଧିକ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ ପ୍ରଥମରାଜ୍ୟ ଭାବେ ତୃତୀୟ ପର୍ଯ୍ୟାୟ ଲକଡାଉନ ଅବଧି ବୃଦ୍ଧି କରିଛି ପଞ୍ଜାବ । ପଞ୍ଜାବ ସରକାର ରାଜ୍ୟରେ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆହୁରି ୨ ସପ୍ତାହ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି ।

ବିଶ୍ୱରେ ଭୟାନକ୍‌ ହେଉଛି କରୋନା…ଭୂତାଣୁ ନେଲାଣି ୨ ଲକ୍ଷ ୨୫ ହଜାର ଜୀବନ…୩୧ ଲକ୍ଷରୁ ଅଧିକ ଆକ୍ରାନ୍ତ…ସେପଟେ ଭାରତରେ ମୃତ୍ୟୁ ସଂଖ୍ୟା ୧ ହଜାର ପାର…୩୩ ହଜାରରୁ ଅଧିକ ସଂକ୍ରମିତ….

ବିଶ୍ୱରେ ଭୟାନକ୍‌ ହେଉଛି କରୋନା…ଭୂତାଣୁ ନେଲାଣି ୨ ଲକ୍ଷ ୨୫ ହଜାର ଜୀବନ…୩୧ ଲକ୍ଷରୁ ଅଧିକ ଆକ୍ରାନ୍ତ…ସେପଟେ ଭାରତରେ ମୃତ୍ୟୁ ସଂଖ୍ୟା ୧ ହଜାର ପାର…୩୩ ହଜାରରୁ ଅଧିକ ସଂକ୍ରମିତ….

ମାଙ୍କଡ଼ଙ୍କ ଉପରେ ସଫଳ ହେଲା କରୋନା ଭାକସିନ୍ ପରୀକ୍ଷଣ: ମଣିଷଙ୍କ ଉପରେ ଟ୍ରାଏଲ ପାଇଁ ବ୍ରିଟେନ୍ ଦେବ ମୋଟା ଅଙ୍କ

ବିଟ୍ରେନ୍ : ବିଶ୍ୱର ବୈଜ୍ଞାନିକ ଏବଂ ଅନୁସନ୍ଧାନକାରୀମାନେ କରୋନାଭାଇରସ୍ ବିରୁଦ୍ଧରେ ଲଢ଼ିବା ପାଇଁ ଟିକା ପ୍ରସ୍ତୁତ କରିବାରେ ଜଡିତ ଅଛନ୍ତି । ତେବେ ଅନେକ ଦେଶ ଟିକା ପ୍ରସ୍ତୁତ କରି ଦେବା ପାଇଁ ଦାବି କରିଛନ୍ତି । ତଥାପି, ବଜାରକୁ ଆସିବା ପୂର୍ବରୁ ଏହି ଟିକାକୁ ଅନେକ ପରୀକ୍ଷା ଦେଇ ଗତି କରିବାକୁ ପଡିବ । ତାପରେ ଏହା ଲୋକଙ୍କ ପାଇଁ ଉପଲବ୍ଧ କରାଯିବ । ଏହି ପରିପ୍ରେକ୍ଷୀରେ ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟି ଖୁବ ଦ୍ରୁତ ଗତିରେ କାର୍ଯ୍ୟ କରୁଛି । ଗତ ସପ୍ତାହରେ ବିଶ୍ୱବିଦ୍ୟାଳୟର ଜେନେର୍ ଇନଷ୍ଟିଚ୍ୟୁଟ୍ କରୋନା ଭ୍ୟାକ୍ସିନ୍ ର ମାନବ ପରୀକ୍ଷା ଆରମ୍ଭ କରିଛି ।

ମେ ମାସ ଶେଷ ସୁଦ୍ଧା ୬,୦୦୦ ରୁ ଅଧିକ ଲୋକଙ୍କ ଉପରେ ଏହି ଟିକା ପରୀକ୍ଷା କରିବାକୁ ଅନୁଷ୍ଠାନ ଚାହୁଁଛି । ଏଥିପାଇଁ ବ୍ରିଟିଶ ସରକାର ଏହି ଅନୁଷ୍ଠାନକୁ ୨୦୦ ମିଲିୟନ୍ (୧୮୦ କୋଟି ଟଙ୍କା) ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି। ଏହି ସମୟରେ, ଅନୁଷ୍ଠାନର ରେସୁସ୍ ମାକାକ୍ ପ୍ରଜାତିର ମାଙ୍କଡ଼ ଉପରେ ଏକ ଟିକା ପରୀକ୍ଷା ଫଳାଫଳ ମଧ୍ୟ ଆସିଛି । ଭ୍ୟାକ୍ସିନ୍ ‘ChAdOx1 nCoV-19’ ମାଙ୍କଡମାନଙ୍କୁ କରୋନା ଜୀବାଣୁ ସହ ଲଢ଼େଇ କରିବାରେ ପ୍ରଭାବଶାଳୀ ବୋଲି ଦର୍ଶାଯାଇଛି ।

କରୋନାଭାଇରସ୍ ଭ୍ୟାକ୍ସିନ୍ କରିବାକୁ ଦାବି କରୁଥିବା ଅଧିକାଂଶ ଦେଶ ଛୋଟ ଛୋଟ ପରୀକ୍ଷଣ କରୁଛନ୍ତି। ଅନ୍ୟପଟେ ଅକ୍ସଫୋର୍ଡ ୟୁନିଭରସିଟି ମେ’ ମାସ ଶେଷ ସୁଦ୍ଧା ହଜାର ହଜାର ମାନବଙ୍କ ଉପରେ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଛି । ଦି ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ବ୍ରିଟେନ ଟିକା ପ୍ରସ୍ତୁତ କରିବା ଦୌଡ଼ରେ ଆଗରେ ରହିଛି । ସେହିଭଳି ରିପୋର୍ଟରେ କୁହାଯାଇଛି ଯେ ଅକ୍ସଫୋର୍ଡ ନିର୍ମିତ ଟିକା ରେସୁସ୍ ମାକାକ୍ ପ୍ରଜାତିର ମାଙ୍କଡମାନଙ୍କ ଉପରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି ।

ସୂଚନା ଅନୁସାରେ, ଅକ୍ସଫୋର୍ଡ ୟୁନିଭରସିଟି ମାର୍ଚ୍ଚ ମାସରେ ମୋଣ୍ଟାନାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥର ରକି ମାଉଣ୍ଟେନ୍ ଲ୍ୟାବ୍ ରେ ୬ଟି ମାଙ୍କଡ ଉପରେ ଏହାର ଟିକା ପରୀକ୍ଷା କରିଥିଲା। ଏହା ପରେ ମାଙ୍କଡ଼ମାନଙ୍କୁ କରୋନା ଭାଇରସ ସଂସ୍ପର୍ଶରେ ଅଣାଯାଇଥିଲା । ଅର୍ଥାତ୍ ସେମାନଙ୍କୁ ବହୁ ପରିମାଣରେ କରୋନା ଜୀବାଣୁ ଦିଆଯାଇଥିଲା । ଅନ୍ୟ କେତେକ ମାଙ୍କଡ଼ ମଧ୍ୟ କରୋନା ଜୀବାଣୁ ସଂସ୍ପର୍ଶରେ ଆସିଥିଲେ । ଅନୁସନ୍ଧାନରୁ ଜଣାପଡିଛି ଯେ ଟିକା ଦିଆଯାଉଥିବା ମାଙ୍କଡ଼ମାନେ ପ୍ରାୟ ଚାରି ସପ୍ତାହ ପରେ ମଧ୍ୟ ସୁସ୍ଥ ଥିଲେ ।

ମେ’ ୩ ପରେ: ହଟିବନି ଲକ୍‌ଡାଉନ୍ ହେଲେ କୋହଳ ହୋଇପାରେ କଟକଣା!

ନୂଆଦିଲ୍ଲୀ: ମେ’ ୪ ପରେ ଆହୁରି କୋହଳ ହୋଇପାରେ ଲକଡାଉନ କଟକଣା । ଏନେଇ କେନ୍ଦ୍ରସରକାରଙ୍କ ଗୃହମନ୍ତ୍ରାଳୟ ଇସାରା ଦେଇଛି । ତେବେ ଲକଡାଉନ ପରେ କେନ୍ଦ୍ର ଜାରି କରିବାକୁ ଯାଉଛି ନୂଆ ଗାଇଡଲାଇନ୍‌ । ନୂଆ ଗାଇଡଲାଇନରେ ଗ୍ରୀନ୍‌ ଜୋନ ଓ ୟେଲୋ ଜୋନ୍‌ରେ ଥିବା ଜିଲ୍ଲା ଗୁଡିକରେ କୋହଳସୀମାର ପରିସର ବୃଦ୍ଧି ହୋଇପାରେ । ତେବେ ରେଡ୍‌ ଓ ଅରେଞ୍ଜ ଜୋନ୍‌ରେ ପୂର୍ବବତ ଜାରି ରହିପାରେ କଟକଣା । ଏନେଇ ନୂଆ ଗାଇଡଲାଇନ ଆସିଲେ ସବୁ ସ୍ପଷ୍ଟ ହେବ ବୋଲି ଟୁଇଟ୍‌ କରି ସୂଚନା ଦେଇଛନ୍ତି ଗୃହ ମନ୍ତ୍ର।ଳୟ ମୁଖପାତ୍ର ।

 

 

 

ସଫଳ ହେଉନି ଉଦ୍ଦେଶ୍ୟ: ଫସିରହିଥିବା ଲୋକଙ୍କ ସମ୍ପର୍କରେ ଜନ ପ୍ରତିନିଧି ଦେଉନାହାନ୍ତି ତଥ୍ୟ

ଭୁବନେଶ୍ୱର: ଲକ୍‌ଡାଉନ୍‌ ସମୟରେ ବାହାର ରାଜ୍ୟରେ ଫସିଥିବା ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିଧାନସଭାରେ ଖୋଲିଥିବା ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠର ଉଦ୍ଦେଶ୍ୟ ସଫଳ ହେଉନାହିଁ । ଲୋକସଭା ବାଚସ୍ପତିଙ୍କ ପରାମର୍ଶକ୍ରମେ ଏହି ପ୍ରକୋଷ୍ଠ ଖୋଲିଛି । ବାହାର ରାଜ୍ୟରେ ଫସିଥିବା ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ସଂପର୍କରେ ନିର୍ବାଚିତ ପ୍ରତିନିଧି ଏହି ପ୍ରକୋଷ୍ଠକୁ ତଥ୍ୟ ଦେବା କଥା । କିନ୍ତୁ ଏଥିପ୍ରତି ଲୋକ ପ୍ରତିନିଧିମାନଙ୍କର ସେତେଟା ଆଗ୍ରହ ଦେଖିବାକୁ ମିଳୁନାହିଁ ।

ଓଡ଼ିଶାର ୧୪୭ ବିଧାୟକଙ୍କ ମଧ୍ୟରୁ ହାତ ଗଣତି ବିଧାୟକ ବିଧାନସଭାରେ ଖୋଲିଥିବା ସ୍ୱତନ୍ତ୍ର କୋଭିଡ୍‌ – ୧୯ ପ୍ରକୋଷ୍ଠକୁ ବାହାର ରାଜ୍ୟରେ ଫସିଥିବା ନିଜ ଅଞ୍ଚଳର ଲୋକଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ୬୩୮ ଜଣଙ୍କ ତଥ୍ୟ ଦେଇଛନ୍ତି । ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୨୦୯୯, ପ୍ରମିଳା ମଲ୍ଲିକ ୨୧୦, ରୋହିତ ପୂଜାରୀ ୩୭, ପ୍ରଶାନ୍ତ ବେହେରା ୬୬ ଓ ଅନ୍ୟ ଦେଇଥିବା ତଥ୍ୟକୁ ମିଶାଇ ମୋଟ୍‌ ୩୦୨୨ଲୋକଙ୍କ ତଥ୍ୟ ମିଳିଛି ।

ସେହିପରି ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ସଂପର୍କରେ ଓଡ଼ିଶା ସରକାର ସଠିକ୍‌ ତଥ୍ୟ ଦେଉ ନାହାନ୍ତି ବୋଲି ଅଭିଯୋଗ କରୁଥିବା ବିରୋଧୀ ବିଧାୟକ ମଧ୍ୟ ବାହାରେ ଫସିଥିବା ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳିଛି । ଏନେଇ ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ କଣ କହୁଛନ୍ତି, ଶୁଣନ୍ତୁ ।

ବର୍ତ୍ତମାନ ସୁଦ୍ଧା ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ସଂପର୍କରେ ବିଧାନସଭାର ସ୍ୱତନ୍ତ୍ର କୋଭିଡ୍‌-୧୯ ଅଭିଯୋଗ ପ୍ରକୋଷ୍ଠକୁ ନିର୍ବାଚିତ ପ୍ରତିନିଧିମାନେ ଯେତିକି ତଥ୍ୟ ଦେଇଛନ୍ତି, ରାଜ୍ୟ ଗୃହ ବିଭାଗ ତାହା ଲୋକସଭା ଓ ସଂପୃକ୍ତ ରାଜ୍ୟ ସରକାରଙ୍କ ପାଖକୁ ପଠାଇ ସମାଧାନ କରିବାକୁ ଚେଷ୍ଟା କରୁଛି । ଆହୁରି ତଥ୍ୟ ଆସିଲେ ତାହା ପଠାଇ ସମସ୍ୟାର ସମାଧାନ କରାଯିବ ।

ସାଧାରଣ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଲା ବିଏମ୍‌ସି, ଦୂର ହେଲା ସନ୍ଦେହ…

ଭୁବନେଶ୍ୱର: ଲକ୍‌ଡାଉନ୍‌ ସମୟରେ ରାଜଧାନୀରେ କିଛି ଅତ୍ୟାବଶ୍ୟକ ଦୋକାନ ଖୋଲିବାକୁ ବିଏମ୍‌ସି ଅନୁମତି ଦେଇଛି । ତେବେ ଏହି ଅନୁମତି ପରେ ଲୋକଙ୍କର ଅନେକ ସନ୍ଦେହ ରହିଥିଲା । କେଉଁ ଦୋକାନ ଖୋଲିବ ଆଉ କେଉଁ ଦୋକାନ ଖୋଲିବ ନାହିଁ ? ତେଣୁ ସୋସିଆଲ ମିଡିଆ ଯୋଗେ ଲୋକମାନେ ନିଜର ସନ୍ଦେହ ଦୂର କରିବାକୁ ବିଏମ୍‌ସିକୁ ଅନେକ ପ୍ରଶ୍ନ କରିଥିଲେ । ତେବେ ଏହି ସବୁ ପ୍ରଶ୍ନର ଉତ୍ତର ରଖିଛି ବିଏମ୍‌ସି । ପ୍ରଶ୍ନ ଉତ୍ତର ଗୁଡ଼ିକ ହେଲା:-

୧.ଆଦେଶ କେଉଁ ତାରିଖରୁ କାର୍ଯ୍ୟକାରୀ ହେବ ?
ଏହି ଆଦେଶଟି ଯେଉଁ ତାରିଖରେ ଇସ୍ୟୁ କରାଯାଇଛି, ଅର୍ଥାତ୍‌ ୨୮ ଏପ୍ରିଲ ୨୦୨୦ ରୁ କାର୍ଯ୍ୟକାରୀ ହେବ ।

୨. ଜିଏସ୍‌ଟି ପଞ୍ଜୀକରଣ ପତ୍ର ପାସ୍ ଭାବେ ବ୍ୟବହୃତ ହୋଇପାରିବ କି ?
ବିଏମସି ଦ୍ୱାରା ଜାରି ହୋଇଥିବା ବୈଧ ଟ୍ରେଡ୍‌ ଲାଇସେନ୍ସ ଏବଂ ଦୋକାନ/ବାଣିଜ୍ୟିକ ପ୍ରତିଷ୍ଠାନ ମାଲିକଙ୍କ ଦ୍ୱାରା ପ୍ରମାଣିତ ବୈଧ ପ୍ରମାଣ ପତ୍ରର ଏକ କପି ପାସ୍ ଭାବରେ ବ୍ୟବହାର କରାଯାଇପାରିବ ।

୩. ମୋବାଇଲ୍ ଦୋକାନ ଖୋଲି ବିକ୍ରି କରିବାକୁ ଅନୁମତି ରହିଛି କି ?
ଯଦି ମୋବାଇଲ୍ ବିକ୍ରୟ ଦୋକାନଟି ଗୋଟିକିଆ ଭାବେ ରହିଥିବ, ତେବେ ଦୋକାନ ଖୋଲି ବିକ୍ରୟ କରିବାକୁ ଅନୁମତି ରହିଛି । କିନ୍ତୁ ଯଦି ଦୋକାନଟି ମାର୍କେଟ ଉପରେ ରହିଥିବ ତେବେ ଖୋଲିବାକୁ ଅନୁମତି ନାହିଁ ।

୪.ପ୍ଲାଏ ଉଡ୍, ପେଣ୍ଟ, ହାର୍ଡଓୟାର୍‌ ଦୋକାନ ଖୋଲିବାକୁ ଅନୁମତି ରହିଛି କି ?
 ହଁ, ଅନୁମତି ରହିଛି । କିନ୍ତୁ ଦୋକାନଟି ଗୋଟିକିଆ ହୋଇଥିବ, ମାର୍କେଟ କମ୍ପ୍ଲେକ୍ସ/ ମଲ୍‌ରେ ଅବସ୍ଥିତ ହୋଇନଥିବ ।

୫.ଦୁଇ ଏବଂ ଚାରି ଚକିଆ ଶୋ’ରୁମ୍ ଖୋଲିବାକୁ ଅନୁମତି ଦିଆଯାଇଛି କି ନାହିଁ ?
ଯଦି ଦୋକାନଟି ଗୋଟିକିଆ ହୋଇଥିବା ଏବଂ ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ । ସାଧାରଣତଃ ଚାରି ଚକିଆ ଶୋ’ରୁମ୍ ଏକକ ବ୍ରାଣ୍ଡ ଅଧୀନରେ ଆସେ ତେଣୁ ତାହା ଖୋଲିବାକୁ ଅନୁମତି ନାହିଁ ।

୬. ପୋଷାକ ଦୋକାନ ଖୋଲିବା ପାଇଁ ଅନୁମତି ରହିଛି କି ?
ଯଦି ଦୋକାନଟି ଗୋଟିକିଆ ହୋଇଥିବ ଏବଂ କୌଣସି ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ ।

୭. ଘରୋଇ କନ୍‌ଷ୍ଟ୍ରକ୍‌ସନ କାମ କରାଯିବା ପାଇଁ ଅନୁମତି ରହିଛି କି ?
ଯେଉଁ ସବୁ କନ୍‌ଷ୍ଟ୍ରକ୍‌ସନ୍‌ ସାଇଟ୍‌ରେ ପୂର୍ବରୁ ଶ୍ରମିକ ମାନେ ଅଛନ୍ତି ସେଠାରେ କାମ କରିବାକୁ ଅନୁମତି ରହିଛି । କିନ୍ତୁ କାମ ପାଇଁ ବାହାରୁ ଶ୍ରମିକଙ୍କୁ ଆଣିବାକୁ ଅନୁମତି ନାହିଁ ।

୮. ଫ୍ଲେକ୍ସ ପ୍ରିଣ୍ଟିଂ ଡିଜିଟାଲ ପ୍ରିଣ୍ଟିଂ ଦୋକନ ଖୋଲିବାକୁ ଅନୁମତି ରହିଛି କି ?
ଯଦି ଦୋକାନଟି ଗୋଟିକିଆ ହୋଇଥିବା ଏବଂ କୌଣସି ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ ।

୯. ମାରବଲ୍‌, ଟାଇଲ୍‌, ଗ୍ରାନାଇଟ୍‌ ଦୋକାନ୍‌ ଖୋଲିବା ପାଇଁ ଅନୁମତି ରହିଛି କି ?
ଯଦି ଦୋକାନଟି ଗୋଟିକିଆ ହୋଇଥିବା ଏବଂ କୌଣସି ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ ।

୧୦. ସାଧାରଣ ଇନ୍‌ସ୍ୟୁରାନ୍ସ କମ୍ପାନୀ ଖୋଲିବାକୁ ଅନୁମତି ରହିଛି କି ?
ହଁ, କିନ୍ତୁ ୨୫ ପ୍ରତିଶତ ଷ୍ଟାଫ୍‌ କାମ କରିବେ ।

୧୧. ସୁନା, ରୂପା ଅଳଙ୍କାର ଦୋକାନ ଖୋଲା ରହିବ କି ?
ଯଦି ଦୋକାନଟି ଗୋଟିକିଆ ହୋଇଥିବା ଏବଂ କୌଣସି ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ ।

୧୨. ସାର୍‌ ମୁଁ ମୋ ଝରକା କବାଟ୍‌ ଗ୍ଲାସ୍‌ ଦୋକାନ୍‌ ଖୋଲିପାରିବି କି ?
ଯଦି ଦୋକାନଟି ଗୋଟିକିଆ ହୋଇଥିବା ଏବଂ କୌଣସି ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ ।

୧୩. ଯେଉଁ ମିଠା ଦୋକାନରେ ଜିନିଷ ବାହାରକୁ କେବଳ ବିକ୍ରି ହୁଏ ସେଗୁଡ଼ିକ ଖୋଲା ଯାଇପାରିବ କି ?
ହଁ, କିନ୍ତୁ କେବଳ ଆଉଟ୍‌ଲେଟ୍‌ ଭାବେ ବିକ୍ରି ପାଇଁ ।

୧୪, ଘରୋଇ ରୋଷେୟା କମବାଲିଙ୍କୁ କାମ କରିବାକୁ ଅନୁମତି ରହିଛି କି ?
ହଁ, କିନ୍ତୁ ସଠିକ୍ ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥା ସହିତ, ସାମାଜିକ ଦୂରତା, ମାସ୍କ / ଗ୍ଲୋଭସ୍ ଇତ୍ୟାଦି ବ୍ୟବହାର କରିବା ସେମାନଙ୍କ ପାଇଁ ବାଧ୍ୟତାମୂଳକ । ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ପ୍ରତିଦିନ ନଜର ରଖାଯିବ । ଫ୍ଲୁ ପରି ଲକ୍ଷଣ ଦେଖାଗଲେ ସେମାନଙ୍କୁ ଘରେ ରହିବାକୁ ଏବଂ ଡାକ୍ତରଙ୍କୁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯିବ ।

୧୫. ସାନିଟାରୀ ଦୋକାନ ଖୋଲାଯାଇପାରିବ କି?
ଯଦି ଦୋକାନଟି ଗୋଟିକିଆ ହୋଇଥିବା ଏବଂ କୌଣସି ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ ।

୧୬. ଲିଫ୍ଟ ଏବଂ ଏସ୍କାଲେଟର ରକ୍ଷଣାବେକ୍ଷଣର ଅନୁମତି ରହିଛି କି ?
ଯେହେତୁ ୯୦% ରୁ ଅଧିକ ଫିଲ୍ଡ କର୍ମଚାରୀ, ଯେଉଁମାନେ ସାଧାରଣତଃ ଏକାଧିକ ସାଇଟ୍‌ରେ କାମ କରନ୍ତି । ସେମାନଙ୍କୁ ଅନୁମତି ରହିଛି କିନ୍ତୁ ସାମାଜିକ ଦୂରତା ନିୟମ, ପରିମଳ ଓ ସ୍ୱଚ୍ଛତା ରଖିବାକୁ ସେମାନେ ବାଧ୍ୟ ।

୧୭. କମ୍ପ୍ୟୁଟର, ଲାପଟପ୍ ଶୋ’ରୁମ୍ ଖୋଲାଯାଇପାରିବ କି?
ଯଦି ଦୋକାନଟି ଗୋଟିକିଆ ହୋଇଥିବା ଏବଂ କୌଣସି ମାର୍କେଟ କମ୍ପ୍ଲେକ୍ସ ବା ମଲରେ ନଥାଏ ତେବେ ଏହାକୁ ଖୋଲାଯାଇପାରିବ ।

୧୮.ମଦ ଦୋକାନ ବିଷୟରେ କିଛି ଉଲ୍ଲେଖ ନାହିଁ ? ଏନେଇ କିଛି ସ୍ପଷ୍ଟୀକରଣ ରହିଛି କି ?
ସରକାରୀ ନିର୍ଦ୍ଦେଶ ଅନୁଯାୟୀ ମଦ ବିକ୍ରୟ ସମ୍ପୂର୍ଣ୍ଣ ନିଷେଧ ।