ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ… ସୋପିଆନ୍‌ରେ ୩ ଆତଙ୍କବାଦୀ ନିହତ

1 min read
3 Terrorists killed in an encounter in jammu kashmir's sophian

ସୋପିଆନ୍: ଜମ୍ମୁକଶ୍ମୀର ସୋପିଆନ୍ ରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି। ସୋପିଆନ୍ ଜିଲ୍ଲା ସୁଗୋ ହେନ୍ଧାମା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପୁଲୱାମା ଭଳି ଗାଡ଼ିରେ ରଖାଯାଇଥିଲା IED

ଚଳିତ ସପ୍ତାହରେ ଏହି ଏନକାଉଣ୍ଟରକୁ ମିଶାଇ ସୋପିଆନ୍ ରେ ତୃତୀୟ ଥର ପାଇଁ ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି। ପୂର୍ବରୁ ରବିବାର ୫ ଓ ସୋମବାର ୪ ଆତଙ୍କୀଙ୍କ ମୃତ୍ୟୁ ହୋଇଥିଲା। ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ ଏହି ଅପରେସନ ଆରମ୍ଭ ହୋଇଥିଲା ।

ସୂଚନା ଅନୁସାରେ ଆର୍ମୀ ଓ ସିଆରପିଏଫର ୪୪ ଆର.ଆର ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏବେବି ସୁଗୋ ଅଞ୍ଚଳରେ ଆର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏହା ପୂର୍ବରୁ ସୋପିଆନରେ ହୋଇଥିବା ୨ ଏନକାଉଣ୍ଟରରେ ମୋଟ ୯ ଜଣ ଆତଙ୍କବାଦୀ ନିହତ ହୋଇସାରିଛନ୍ତି ।

Leave a Reply