ଲଦାଖ ବିଜେପି ସାଂସଦ ଜାମୟାଙ୍ଗ ସେରିଂଙ୍କ ରାହୁଲ ଗାନ୍ଧୀଙ୍କୁ ଉତ୍ତର, ‘ହଁ,ଚୀନ ଆମ ଜମି ଅଧିକାର କରିଛି’

ଲେହ:  ଚୀନ ଭାରତର ଭୂମି ଉପରେ କବଜା କରିଛି କି ? ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ପଚାରିଥିଲେ  । ରାହୁଲଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ଲଦାଖର ବିଜେପି ସାଂସଦ ଜାମୟାଙ୍କ ସେରିଂ । ସେରିଂ ଟ୍ୱିଟ୍ କରିଛନ୍ତି  ଯେ, ହଁ ଚୀନ୍ ଆମ ଅଂଚଳ ଉପରେ କବଜା କରିଛି । ଏହା ପରେ ସେ କଂଗ୍ରେସ ଶାସନ ଅମଳରେ ଲଦାଖର କେଉଁ କେଉଁ ଅଂଚଳ ଉପରେ ଚୀନ୍ କବଜା କରିଥିଲା ତା’ର ତାଲିକା ଦେଇଛନ୍ତି । ତାଙ୍କ ତାଲିକା ଅନୁସାରେ ଆକସାଇ ଚୀନରୁ ପେଙ୍ଗନକ ଓ ଚବଜୀ ଘାଟି କଂଗ୍ରେସ ଅମଳରେ ଭାରତ ହାତରୁ ଚୀନ ପାଖକୁ ଯାଇଥିଲା ।

ବିଜେପି ସାଂସଦଙ୍କ ଜବାବ

ସେରିଂ ନିଜ ଟ୍ୱିଟରେ ଦୁଇଟି ଚିତ୍ର ପୋଷ୍ଟ କରିଛନ୍ତି । ଗୋଟିକରେ ତାଙ୍କ ଉତ୍ତର ଥିଲା ଓ ଅନ୍ୟଟିରେ ଦେମଚୋକ ଘାଟିର ଚିତ୍ର । ତାଙ୍କ ଦାବି ହେଉଛି କଂଗ୍ରେସ ଶାସନ କାଳରେ ଏହି ଅଂଚଳ ଉପରେ ଚୀନ କବଜା କରିଥିଲା ।

୧.୧୯୬୨ରେ କଂଗ୍ରେସ ଶାସନ ବେଳେ ଅକସାଇ ଚୀନ୍(୩୭ ହଜାର ୨୪୪ କିମି)

୨. କଂଗ୍ରେସ ନେତୃତ୍ୱାଧିନ ୟୁପିଏ ଶାସନ କାଳରେ ଚୁମୁର ଅଂଚଳର ତିୟା ପୈଙ୍ଗନକ ଓ ଚାବଜୀ ଘାଟି(୨୫୦ ମିଟର)

୩. ୨୦୦୮ରେ ଚୀନ ସେନା ଦେମଜୋକର ଜୋରାବର ଦୁର୍ଗକୁ ଧ୍ୱଂସ କରିଥିଲା ଓ ୨୦୧୨ରେ ପିଏଲଏ ସେଠାର ନୀରିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିଥିଲା

୪. ୟୁପିଏ ଶାସନ ଅମଳରେ ଟୁଙ୍ଗଟି ଓ ଦେମଚୋକ ମଧ୍ୟରେ ଥିବା ଟୁମ ଚେଲେକୁ ଭାରତ ହରାଇଥିଲା ।

ସେରିଂଙ୍କ ଟ୍ୱିଟର କିଛି ସମୟ ପରେ ରାହୁଲ ଗାନ୍ଧୀ ଦ୍ୱିତୀୟ ଟ୍ୱିଟ୍ କରିଥିଲେ । ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଥିଲେ । ସେ ଲେଖିଥିଲେ ଯେ, ‘ ଚୀନ ସୈନିକ ଅନୁପ୍ରବେଷ କଲେ ଓ ଲଦାଖରେ ଆମ ଭୂମି ଉପରେ କବଜା କଲେ । ଏସବୁ ଭିତରେ ଆମ ପ୍ରଧାନମନ୍ତ୍ରୀ ଚୁପ ଅଛନ୍ତି ଓ ଦୃଶ୍ୟପଟରୁ ସମ୍ପୂର୍ଣ୍ଣ ଭାବେ ଗାଏବ । ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ଅନେକ ନେତା ଏବେ ଚୀନ ଅନୁପ୍ରବେଶକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ।

 

 

Leave a Reply