ଗତ ୧୪ ଦିନ ଧରି ଆସାମର ତୈଳକୂପରେ ଅଗ୍ନିକାଣ୍ଡ… ୬ ଗୁରୁତର

1 min read
fire breaks out at oil well leaking in Assam's tinsukia for past 14 days

ତିନସୁକିୟା: ଆସାମରେ ଏକ ସରକାରୀ ଗ୍ୟାସ୍‌ କମ୍ପାନୀର ତେଲ କୂଅରେ ନିଆଁ ଲାଗିଛି । ଏହି ଘଟଣା ତିନସୁକିୟା ଜିଲ୍ଲାର ବାଗ୍‌ଜାନର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଗତ ୧୪ ଦିନ ହେଲା ନିଆଁ ଲାଗିଥିବା ବେଳେ ଏହାର ଆଖପାଖ ଗାଁକୁ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି । ନିଆଁ ବ୍ୟାପିବା କାରଣରୁ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ନିଆଁକୁ ଆୟତ୍ତ କରିବାକୁ NDRFର ଗୋଟିଏ ଟିମ୍‌ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି ।

ଦୁଇ ସପ୍ତାହ ପୂର୍ବରୁ ଗ୍ୟାସ୍‌ ଲିକ୍‌ ହୋଇଥିବା ନେଇ ଅଭିଯୋଗ ପରେ ଏଦିଗରେ କାମ ଚାଲିଥିଲା । ତେବେ ବର୍ତ୍ତମାନ କୂଅରେ ନିଆଁଲାଗି ଆଖପାଖ ଗାଁକୁ ବ୍ୟାପୁଛି । ଆସାମ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ପ୍ରୟାସ କରାଯାଉଛି। ଅଗ୍ନିକାଣ୍ଡର ଭୟାବହତା ଦେଖି ନିଆଁକୁ ଆୟତ କରିବାକୁ ବହୁ ସମୟ ଲାଗିବ ବୋଲି କୁହାଯାଉଛି । ସେପଟେ ଅଗ୍ନିକାଣ୍ଡ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହିତ ଆସାମ ମୁଖ୍ୟମନ୍ତ୍ରୀ ଆଲୋଚନା କରି ସହଯୋଗ ପାଇଁ କହିଛନ୍ତି ।

 

Leave a Reply