ରାଜ୍ୟରେ ୧୭ ଜିଲ୍ଲାରୁ ଆଉ ୧୧୦ କରୋନା ପଜିଟିଭ୍‌ ଚିହ୍ନଟ… ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩ ୨୫୦କୁ ବୃଦ୍ଧି

more 110 tested positive for corona today in odisha

ଭୁବନେଶ୍ୱର: ଆଜି ପୁଣି ରାଜ୍ୟରେ ୧୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡ଼ିଛି । ଏଥିସହ ରାଜ୍ୟରେ କରୋନା ପଜିଟିଭ କେସ୍ ୩୨୫୦ରେ ପହଁଚିଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଦେଶରେ ବିପଦଜନକ ହେଉଛି କରୋନା ସ୍ଥିତି… ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ

ତେବେ ୧୧୦ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ ଜଗତସିଂହପୁରରୁ ୩୩ ଜଣ, ରାୟଗଡାରୁ ୪ ଜଣ, କଟକରୁ ୨୦ ଜଣ, ଝାରସୁଗୁଡାରୁ ଜଣେ, ଖୋର୍ଦ୍ଧାରୁ ୧୪ ଜଣେ, ନୟାଗଡରୁ ୪ ଜଣ, ବରଗଡରୁ ୨ ଜଣ, ଭଦ୍ରକରୁ ଜଣେ, କଳାହାଣ୍ଡିରୁ ୪ ଜଣ , ଗଜପତିରୁ ୧୧ ଜଣ, ପୁରୀରୁ ୭ ଜଣ, ବଲାଙ୍ଗିରରୁ ଜଣେ, କେନ୍ଦ୍ରାପଡାରୁ ଜଣେ, ମୟୁରଭଞ୍ଜରୁ ୪ ଜଣ, କୋରାପୁଟରୁ ଜଣେ, କେନ୍ଦୁଝରରୁ ଜଣେ, ଓ ବୌଦ୍ଧରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୧୦୬ ଆକ୍ଟିଭ୍ କେସ୍ ରହିଥିବାବେଳେ ୨୧୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।

Leave a Reply