ଆଉ ମାସେ ପରେ ଥିଏଟରରେ ଫିଲ୍ମର ମଜା ନେଇପାରିବେ ଦର୍ଶକ, ଜୁଲାଇରେ ଖୋଲିପାରେ ସିନେମା ହଲ !

Film theatres to open soon

ମୁମ୍ବାଇ: କରୋନାଭାଇରସ ବିପଦକୁ ଦୃଷ୍ଟିରେ ରଖି ସିନେମା ହଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଲକ୍‌ଡାଉନ୍‌ ଘୋଷଣା କରାଯିବା ପରଠାରୁ ଆଜି ପର୍ଯ୍ୟନ୍ତ କୌଣସି ଫିଲ୍ମର ସୁଟିଂ ହୋଇପାରୁନାହିଁ କି ଫିଲ୍ମ ରିଲିଜ୍‌ କରାଯାଇପାରୁନାହିଁ । ଏଥିରେ ଫିଲ୍ମ ନିର୍ମାତା ଓ ଫିଲ୍ମ ଷ୍ଟାର ପ୍ରଭାବିତ ହେବାସହ ସିନେମା ହଲ ମାଲିକ ମଧ୍ୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ସେମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଛି । ଧୀରେ ଧୀରେ ସବୁକିଛିକୁ ଅନଲକ୍ କରାଯାଉଛି, କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିର ନମ୍ବର ଏଯାଏଁ ଆସି ନାହିଁ । ହେଲେ ରିପୋର୍ଟ ଅନୁସାରେ ଖୁବ୍ ଶୀଘ୍ର ଫିଲ୍ମ ଇଣ୍ଡଷ୍ଟ୍ରିର କାମ ଆରମ୍ଭ ହେବାକୁ ଯାଉଛି ।  ଆଗାମୀ ଦିନରେ ଶୁଟିଂ ଆରମ୍ଭ ହେବାର ମଧ୍ୟ ସମ୍ଭାବନା ରହିଛି। ଫିଲ୍ମ ଇଣ୍ଡଷ୍ଟ୍ରି ପକ୍ଷରୁ କୁହାଯାଇଛି ଯେ ସେମାନେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନିର୍ଦ୍ଦେଶାବଳୀକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବେ।

ଅପରପକ୍ଷରେ, ସିନେମାହଲ୍ ଖୋଲିବାର ସଙ୍କେତ ଦିଆଯାଇଛି । ସୂଚନା ଅନୁଯାୟୀ, ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନମାନେ କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଏକ ଭର୍ଚୁଆଲ ବୈଠକ କରିଥିଲେ  । ସେଠାରେ ଜୁଲାଇ ମାସରୁ ଫିଲ୍ମ ହଲ୍ ଖୋଲାଯାଇପାରିବ ବୋଲି ନିଶ୍ଚିତ କରାଯାଇଛି । ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଅନୁସାରେ, ସେମାନେ ଦର୍ଶକଙ୍କ ସୁରକ୍ଷା ଉପରେ କଡା ନଜର ରଖିବେ। ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନିର୍ଦ୍ଦେଶାବଳୀ ମଧ୍ୟ ସମ୍ପୂର୍ଣ୍ଣ ରୂପେ ପାଳନ କରାଯିବ। ସିନେମା ଘର ଶୀଘ୍ର ଖୋଲିବା ମଧ୍ୟ ଆବଶ୍ୟକ କାରଣ ପ୍ରତିଦିନ କୋଟି କୋଟି ଟଙ୍କାର କ୍ଷତି ହେଉଛି ।

Leave a Reply