spot_img
Home Blog Page 6970

ଭାରତ-ଚୀନ ମୁହାଁମୁହିଁ ଘଟଣା: ଭାରତର ୨୦ ଯବାନ ଶହୀଦ, ଚୀନର ୪୩ ନିହତ

ଲଦାଖ: ଭାରତ ଚୀନ୍ ମଧ୍ୟରେ ଥିବା ବାସ୍ତବିକ୍ ନିୟନ୍ତ୍ରଣ ରେଖା( ଏଲ୍‌ଏସି)ରେ ଚୀନ ସହ ହୋଇଥିବା ମୁହାଁମୁହିଁ ପରିସ୍ଥିତିରେ ଭାରତର ୨୦ ସୈନିକଙ୍କ ଶହୀଦ ହୋଇଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ଜଣେ ଅଫିସର ଏବଂ ୨ ଜଣେ ସେନା କର୍ମଚରୀ ଶହୀଦ ହୋଇଥିବା ସୂଚନା ମିଳିଥିଲା । କିନ୍ତୁ ସଦ୍ୟପ୍ରାପ୍ତ ସୂଚନା ମୁତାବକ ୨୦ ଜଣ ସୈନିକ ଶହୀଦ ହୋଇଛନ୍ତି । ଏନେଇ ଖବର ସରବରାହ ସଂସ୍ଥା ଏଏନ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି । ୧୫ ଓ ୧୬ ତାରିଖରେ ୨ ସେନା ମୁହାଁମୁହିଁ ହୋଇଥିଲେ । ଏଥିରେ ଭାରତୀୟ ସେନାର ପାଖାପାଖି ୧୭ ସୈନିକ ଗୁରୁତର ଆହତ ହୋଇଥିଲେ । ପରେ ସେମାନେ ଶହୀଦ ହୋଇଛନ୍ତି । ସେଠାକାର ତାପମାତ୍ରା ଶୂନ ଡିଗ୍ରୀ ରହିଥିବା ବେଳେ ପାଣିପାଗ ଆଦୈ ଅନୁକୂଳ ନଥିବା ଯୋଗୁଁ ଏଭଳି ହୋଇଥିବା ସୂଚନା ।

ତେବେ ଗଲବାନରେ ଯେଉଁ ସ୍ଥାନରେ ଉଭୟ ସେନା ମଧ୍ୟରେ ଉତ୍ତଜେନା ପ୍ରକାଶ ପାଇଥିଲା ସେଠାରେ ଏବେ ସେନା ମୁହାଁମୁହିଁ ନାହାନ୍ତି ।  ଅପରପକ୍ଷରେ ଦେଶର ସଂପ୍ରଭୁତା, ଏବଂ କ୍ଷେତ୍ରୟ ଏକତା ପାଇଁ ଭାରତୀୟ ସେନା ସଂକଳ୍ପ ବଦ୍ଧ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।

ଅପରପକ୍ଷରେ ଚୀନର ମଧ୍ୟ ୪୩ ଯବାନ ଶହୀଦ ହୋଇଥିବା ଖବର ସରବରାହ ସଂସ୍ଥା ଏଏନ୍‌ଆଇ ପକ୍ଷରୁ ପ୍ରକାଶ । ବହୁ ସୈନିକ ଆହତ ମଧ୍ୟ ହୋଇଛନ୍ତି । ସୋମବାର ରାତିରେ ୨ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ଏହି ଘଟଣା ସେତେବେଳେ ଘଟିଲା ଯେତେବେଳେ ଗଲବାନ ଘାଟିରେ ଭାରତ-ଚୀନ ସେନା ମଧ୍ୟରେ କଥାବାର୍ତ୍ତା ଚାଲିଥିଲା

ତେବେ ଭାରତ ସର୍ବଦା ଏଲ୍‌ଏସିର ସମ୍ମାନ କରୁଛି । ଏବଂ ଚୀନ ମଧ୍ୟ ସେଇଆ କରିବ ବୋଲି ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସୋମବାର ବର୍ଡରରେ ଯାହା ହୋଇଛି ସେଥିରୁ ବଞ୍ଚିହୁଅନ୍ତା । ଏଭଳି ଘଟଣା ଦ୍ୱାରା ଉଭୟ ପକ୍ଷର କ୍ଷତି ହୋଇଛି ବୋଲି ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ବାସଭବନରେ ଚାଲିଥିବା ସିସିଏସ୍ ବୈଠକ ଶେଷ । ଏହି ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହ, ରକ୍ଷା ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ । ଏହା ବୈଠକ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ବୈଠକ ହୋଇଥିଲା ।

ସୀମାରେ ଫୁଟିନି ଗୁଳି: ଲୁହା ତାର ଭିଡ଼ା ଲାଠିରେ କରିଛନ୍ତି ଆକ୍ରମଣ

ଲଦାଖ: ଭାରତ ଚୀନ ମଧ୍ୟରେ ଲଦାଖ ବର୍ଡର ଗଲବାନ ଘାଟି ପାଖରେ ସ୍ଥିତି ଗମ୍ଭୀର ହୋଇଛି । ସୋମବାର ରାତିରେ ଏଠାରେ ଭାରତ ଏବଂ ଚୀନ ସୈନିକ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଭାରତର ଜଣେ ଅଫିସର ୨ଜଣ ଯବାନ ଶହୀଦ ହୋଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ ଚୀନ ସେନା ଲୁହା କଣ୍ଟା ଲାଗିଥିବା ବାଡ଼ିରେ ଯବାନଙ୍କ ଉପରେ ଆକ୍ରମଣ କରିଛି ।

ବର୍ଡର କମାଣ୍ଡରଙ୍କ ବୈଠକରେ ଚୂଡ଼ାନ୍ତ ହୋଇଥିଲା ଯେ, ପିପି୧୪-୧୫-୧୭ ଉପରେ ଚୀନ ଏଲ୍ଏସିର ଆରପାରିକୁ ଯିବେ । । କିନ୍ତୁ ଚୀନ ସୈନିକ ଏହି ଘଟଣାକୁ ଅସ୍ୱୀକାର କରିଛି । ଭାରତ ପକ୍ଷରୁ ବାରମ୍ୱାର ଚୀନକୁ ବୁଝାଯାଇଛି । କିନ୍ତୁ ଇତିମଧ୍ୟରେ ଚୀନ ଭାରତ ଉପରକୁ ଆକ୍ରମଣ କରିଛି ।

ସୂଚନା ଅନୁଯାୟୀ, ଚୀନ ସୈନିକ ଭାରତୀୟ ସୈନିକ ଉପରେ ପଥର ଫୋପାଡ଼ିବାଛନ୍ତି । ସେମାନଙ୍କ ପାଖରେ ଲୁହା ଛଡ଼ ମଧ୍ୟ ରହିଥିଲା । ଯେଉଁ ଅଫିସର ଏହି ମାମଲାର ଲିଡ୍ କରୁଥିଲେ ସେ ଗୁରୁତରଭାବେ ଆହତ ହୋଇଛନ୍ତି  । ଭାରତର ୧୦-୧୨ ଯବାନ ମଧ୍ୟ ଗମ୍ଭୀର ଭାବେ ଆହତ ହୋଇଛନ୍ତି । କିନ୍ତୁ ଏଯାବତ୍‌ ବିଧିବଦ୍ଧ ଭାବେ ସେନା ପକ୍ଷରୁ ଘୋଷଣା ହୋଇନାହିଁ ।

ତେବେ ଏହାରି ମଧ୍ୟରେ ଭାରତ ଉପରେ ଓଲଟି ଆରୋପ ଲଗାଇଛି ଚୀନ । ସେଠାକାର ବିଦେଶମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତ ପକ୍ଷରୁ ଧସେଇ ପଶିବାକୁ ଉଦ୍ୟମ କରାଯାଇଥିଲ । ଏହି ପୂରା ମାମଲାରେ ଭାରତୀୟ ସେନା ପକ୍ଷରୁ ଜାରି ସୂଚନା ମୁତାବକ ଗଲବାନ ଘାଟିରେ ସୋମବାର ରାତିରେ ଡି ଏକ୍ସଲେସନ୍ ପ୍ରକ୍ରିୟା ସମୟରେ ଭାରତ-ଚୀନ ସେନିକ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଏହା ଦ୍ୱାରା ଭାରତୀୟ ସେନାର ଜଣେ ଅଧିକାରୀ ଓ ୨ ଜଣ ଯବାନ ଶହୀଦ ହୋଇଛନ୍ତି ।

ରବିନା ଖୋଲିଲେ ବଲିଉଡର କଳା ସତ: କହିଲେ ଇଣ୍ଡଷ୍ଟ୍ରିରେ ଘୋର ରାଜନୀତି,ମୋତେ ବି ଫିଲ୍ମରୁ ବାହାର କରିବା ପାଇଁ ହୋଇଥିଲା ଚେଷ୍ଟା

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ବଲିଉଡ୍ ଦୁଇ ଗୋଷ୍ଟିରେ ବିଭକ୍ତ ହୋଇଛି । କିଛି ନିରବତା ଅବଲମ୍ବନ କରୁଥିବା ବେଳେ କଙ୍ଗନା,ଅଭିନବଙ୍କ ଭଳି ବ୍ୟକ୍ତି ବଲିଉଡରେ ମୁଭି ମାଫିଆରାଜ୍ ଉପରୁ ପରଦା ହାଟାଉଛନ୍ତି । ଏହାରି ଭିତରେ ରବିନା ଟଣ୍ଡନ୍ ଟ୍ୱିଟ୍ କରି ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ।

ରବିନା ଲଗାତର ଟ୍ୱିଟ୍ କରି ବଲିଉଡର ସେଇ ସତକୁ ସାମ୍ନାକୁ ଆଣିଛନ୍ତି ଯାହା କଳା । ପ୍ରଥମ ଟ୍ୱିଟରେ ରବିନା ଲେଖିଛନ୍ତି, ଏମିତି ଅନେକ ଥର ହୁଏଯେ , ଅଚାନକ ଆପଣଙ୍କୁ ଫିଲ୍ମରୁ ବାହାର କରିଦିଆଯିବ ଓ ହିରୋର କୌଣସି ଗର୍ଲଫ୍ରେଣ୍ଡ୍ ଆପଣଙ୍କ ସ୍ଥାନ ନେବ । କିଛି ବ୍ୟକ୍ତି ତ’ ଆପଣଙ୍କ ବିଷୟରେ ଫେକ୍ ନ୍ୟୁଜ୍ ପ୍ରଚାର କରନ୍ତି,ଯେମିତି ଆପଣଙ୍କ ଇମେଜ୍ ଖରାପ ହେବ ଓ ଆପଣଙ୍କ କ୍ୟାରିୟର ନଷ୍ଟ ହୋଇଯିବ । ସେଇଥିପାଇଁ କିଛି ବ୍ୟକ୍ତି ଇଣ୍ଡଷ୍ଟ୍ରିରେ ଷ୍ଟ୍ରଗଲ କରନ୍ତି । କିଛି ପ୍ରତ୍ୟାବର୍ତ୍ତନ କରନ୍ତି କିଛି ହାରିଯାନ୍ତି’’

ନିଜ ଦ୍ୱିତୀୟ ଟ୍ୱିଟରେ ରବିନା ଲେଖିଛନ୍ତି ଯେ, ‘‘ଯେତେବେଳେ ଆପଣ ଏମାନଙ୍କ ବିରୋଧରେ କିଛି ମଧ୍ୟ କୁହନ୍ତି ସେତେବେଳେ ସେମାନେ ଆପଣଙ୍କୁ ମିଥ୍ୟାବାଦୀ ବୋଲି କୁହନ୍ତି । କିଛି ତ’ ଆପଣଙ୍କୁ ପାଗଳ ବୋଲି କୁହନ୍ତି । ଏହି ଇଣ୍ଡଷ୍ଟ୍ରି ମୋତେ ବହୁତ କିଛି ଦେଇଛି । ଯେଉଁଥିପାଇଁ ମୁଁ କୃତଜ୍ଞ କିନ୍ତୁ ଏହାହିଁ ବଲିଉଡର ସତ୍ୟ.’’

ଅନ୍ୟଏକ ଟ୍ୱିଟରେ ରବିନା କହିଛନ୍ତି ଯେ, ‘‘ ଏଭଳି କାହା ସହିତ ମଧ୍ୟ ଘଟିପାରେ,ତେଣିକି ସେ ଇଣ୍ଡଷ୍ଟ୍ରିରେ ଜନ୍ମ ହୋଇଥିବା ଇନସାଇଡର ହୁଅନ୍ତୁ କିମ୍ବା କୌଣସି ନୂଆ ଚେହେରା-ଆଉଟସାଇଡର । ଏଠାରେ ଦବାଇବା ପାଇଁ ଅନେକ ଅଛନ୍ତି । ମୋତେ ମଧ୍ୟ ଚାପି ଦେବା ପାଇଁ ଉଦ୍ୟମ ହୋଇଥିଲା କିନ୍ତୁ ମୁଁ ଜୋରଦାର ଫାଇଟ୍ କରିଥିଲି । ଖରାପ ରାଜନୀତି ସବୁ ସ୍ଥାନରେ ଅଛି’’

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡରେ  ଚାଲିଥିବା ଗୋଷ୍ଠୀବାଦକୁ ନେଇ ଅନେକ କିଛି ସାମ୍ନାକୁ ଆସୁଛି । କିଛି ବଡ  ଷ୍ଟାର ଓ ବଡ ପ୍ରଡକ୍ସନ ହାଉସଙ୍କ ରାଜନୀତି ପାଇଁ ସୁଶାନ୍ତଙ୍କୁ ଜୀବନ ହାରିବାକୁ ପଡିଲା ବୋଲି କୁହାଯାଉଛି । ଯେଉଁମାନଙ୍କ ମଧ୍ୟରେ ସଲମାନ ଖାନ୍,ଏକତା କାପୁର,କରଣ ଜୋହର,ଭୁଷଣ କପୁର,ସାଜିଦ୍ ନାଡିୱାଲା ଓ ଆଦିତ୍ୟ ଚୋପ୍ରାଙ୍କ ନାମ ଆସୁଛି । ଏମାନେ ସୁଶାନ୍ତଙ୍କୁ ବ୍ୟାନ୍ କରିଥିଲେ ବୋଲି କୁହାଯାଉଛି ।

ନଦୀରୁ ଭାଉଜ-ଦିଅରଙ୍କ ମୃତଦେହ ଉଦ୍ଧାର

ଜୟପୁର: କୋରାପୁଟ ଜିଲ୍ଲା  ବୈପାରିଗୁଡା ଥାନା ଅନ୍ତର୍ଗତ କୁନ୍ଦୁରା ଅଞ୍ଚଳର  କଳାପଡାରେ  ଏକ ଦୁଃଖଦ  ଘଟଣା ଦେଖିବାକୁ ମିଳିଛି l  ସୋମବାର ରାତିରେ କଳାପଡାର ଗୋଟିଏ ପରିବାରର ୨ ଜଣ ନଦୀରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି l ସୋମବାର ଅପରାହ୍ନରେ  ଉକ୍ତ ଗ୍ରାମର ଚଇତୁ ପରଜା ଓ ତାଙ୍କ ଭାଉଜ ଜଲବା ପରଜା  ନିଜ ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ  କଳାପଡାର ଠାରୁ  ଡେଙ୍ଗାକୁସୁମ ଗୁଡାକୁ ଯାଉଥିଲେ l ହେଲେ  କନିଆଯୋଡି ନଦୀ ପlର ହୋଇ ଯାଉଥିବା ବେଳେ  ନଦୀରେ ଗୋଡ଼ ଖସି ଯିବାଫଳରେ ୨ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l

ନିକଟସ୍ଥ  ଗ୍ରାମବାସୀ  ସଙ୍ଗେ ସଙ୍ଗେ ବୈପାରିଗୁଡା ଅଗ୍ନିଶମ ବିଭାଗକୁ ଖବର ଦେବା  ପରେ ବୈପାରିଗୁଡା  ଅଗ୍ନିଶମ ବିଭାଗ ଅଧିକାରୀ ସୁଶାନ୍ତ ମହାନ୍ତି  ନିଜ ଟିମ ସହ ଘଟଣା ସ୍ଥଳରେ ପହଁଚିଥିଲେ l  ଭାଉଜ ଓ ଦିଅରଙ୍କ ମୁତ୍ୟଦେହ ଉଦ୍ଧାର କରିଥିଲେ  l ଏନେଇ ବୈପାରିଗୁଡା ଥାନାରେ ଏକ ମାମଲାରୁଜୁ ହୋଇଥିବା ବେଳେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l

୧୯୬୭ର ସେଇ ଯୁଦ୍ଧ ଯେଉଁଥିରେ ଚୀନ୍ ସୈନିକ ପିଠି ଦେଖାଇ ମୈଦାନ୍ ଛାଡିଥିଲେ,ସେବେଠାରୁ ଗୁଳି ମାରିବା କଥା ଭୁଲି ଯାଇଛି ଚୀନ୍

୧୯୬୨ରେ ଚୀନ ହାତରେ ପରାଜୟ କଥା ସମସ୍ତେ ଜାଣନ୍ତି । ତେଣୁ ଯେତେବେଳେ ବି ଯୁଦ୍ଧ କଥା ଉଠେ ସେତେବେଳେ ଡ୍ରାଗନ୍ ଭାରତଠାରୁ କେତେ ଶକ୍ତିଶାଳୀ ସେକଥାକୁ ନେଇ ଆଲୋଚନା ଚାଲେ । ଚୀନର ସେନା ବିଶାଳ,ତା’ପାଖରେ ଅତ୍ୟାଧୁନିକ ଅସ୍ତ୍ର ଅଛି ଇତ୍ୟାଦି ଇତ୍ୟାଦି କୁହାଯାଏ । କିନ୍ତୁ ଇତିହାସର ଏମିତି ଗୋଟିଏ ଯୁଦ୍ଧକୁ ଭାରତର ଅଧିକାଂଶ ନାଗରିକ ଭୁଲି ଯାଇଛନ୍ତି ଯାହାକୁ ଚୀନ ଭୁଲିନି କିନ୍ତୁ ଭୁଲିବାକୁ ଚାହେଁ । ସେହି ଯୁଦ୍ଧ ୧୯୬୭ ମସିହାରେ ଲଢା ଯାଇଥିଲା । ଯେଉଁଥିରେ ଚୀନ ସେନା ପରାସ୍ତ ହୋଇ ମୈଦାନ ଛାଡିଥିଲା । ୧୯୬୭ ମସିହାରେ ଚୀନକୁ ଭାରତୀୟ ସେନା ଯେଉଁ ଶିକ୍ଷା ଦେଇଥିଲା ତାହାକୁ ଚୀନ୍ ଏପର୍ଯ୍ୟନ୍ତ ମଧ୍ୟ ଭୁଲି ନାହିଁ । ଯେଉଁଥିପାଇଁ ଚୀନ୍ ଭାରତ ବିରୋଧରେ ସିଧସଳଖ ସାମରିକ କାର୍ଯ୍ୟାନୁଷ୍ଠାନରୁ ନିଜକୁ ଏବେ ମଧ୍ୟ ରୋକେ ।

ନାଥୁଲା ଘାଟିରେ ଲଢା ଯାଇଥିବା ସେହି ଯୁଦ୍ଧ ରଣନୈତିକ ଦୃଷ୍ଟିରୁ ବେଶ ଗୁରୁତ୍ୱ ରଖେ । ୧୪ ହଜାର ୨୦୦ ଫୁଟ ଉଚ୍ଚତାରେ ଥିବା ନାଥୁ ଲା ’ ଘାଟି ତିବ୍ବତ-ସିକିମ ସୀମାରେ ଅବସ୍ଥିତ । (ସେତେବେଳେ ସିକିମ୍ ସ୍ୱାଧିନ ରାଷ୍ଟ୍ର ଥିଲା) ଏହି ଘାଟି ଦେଇ ପୁରୁଣା ବ୍ୟବସାୟୀକ ମାର୍ଗ ଯାଏ । ଚୀନ ଏବେ ମଧ୍ୟ ସିକିମକୁ ଭାରତର ଅଂଶ ଭାବେ ଗ୍ରହଣ କରେନାହିଁ । ୧୯୬୫ ଭାରତ ପାକ୍ ଯୁଦ୍ଧ କାଳରେ ଚୀନ ଭାରତକୁ ନାଥୁ ଲା’ ଓ ଜେଲେପ ଲା’ ଘାଟିକୁ ଖାଲି କରିବାକୁ କହିଥିଲା । ଭାରତୀୟ ସେନା ଜେଲେପ ଘାଟିରୁ ହଟିଥିଲା କିନ୍ତୁ ନାଥୁ ଲା ଉପରେ ନିଜ ଆଧିପତ୍ୟ ବଜାୟ ରଖିଥିଲା । ଏବେ ମଧ୍ୟ ଜେଲେପ ଲା’ ଚୀନ୍ କବଜାରେ ଅଛି ।

ନାଥୁ ଲା’କୁ ନେଇ ଦୁଇ ଦେଶ ମୁହାଁମୁହିଁ ହୋଇଥିଲେ । ୧୯୬୭ ମସିହାରେ ନାଥୁ ଲା’ ୨ ଗ୍ରେନେଡିୟର୍ସ ଦାୟିତ୍ୱରେ ଥିଲା । ଏହି ବାଟାଲିୟନର କମାଣ୍ଡିଂ ଅଫିସର ଥିଲେ ଲେ.କର୍ଣ୍ଣଲ (ପରେ ବ୍ରିଗେଡିୟର) ରାୟ ସିଂହ ।

 ଚୀନର ଜଣେ ସୈନିକ ଜାଣିଥିଲେ ଇଂଲିଶ

 

ପେଟ୍ରୋଲିଂ କାଳରେ ଉଭୟ ପକ୍ଷ ମଧ୍ୟରେ ଗାଳିଗୁଲଜ ହେଉଥିଲା । ଗାଳିଗୁଲଜରୁ କଥା ମାରପିଟ୍ ପର୍ଯ୍ୟନ୍ତ ଯାଇଥିଲା । ଚୀନ୍ ସେନାର ଜଣେ ବ୍ୟକ୍ତି ହିଁ ଭଙ୍ଗା ଇଂଲିସ କହି ପାରୁଥିଲେ । କେବଳ ସେହି ବ୍ୟକ୍ତିର କଥାକୁ ଭାରତୀୟ ସୈନିକ ବୁଝି ପାରୁଥିଲେ ।

୬  ସେପ୍ଟେମ୍ବର ୧୯୬୭ ରେ ଭାରତୀୟ ସେନା ଉତ୍ତେଜନା ହ୍ରାସ କରିବାକୁ ନାଥୁ ଲା’ଠାରୁ ସେବୁ ଲା’ ପର୍ଯ୍ୟନ୍ତ ତାରବାଡ ଲଗାଇବା କାମ ଆରମ୍ଭ କରିଥିଲା । ଯେତେବେଳେ ତାର ବାଡ ଦିଆଯିବା ଆରମ୍ଭ ହେଲା ସେତେବେଳେ ଇଂଲିଶ ଜାଣିଥିବା ଚାଇନିଜ୍ ପଲିଟିକାଲ କମିଶାର ରାୟ ସିଂହଙ୍କୁ କାମ ତୁରନ୍ତ ବନ୍ଦ କରିବାକୁ କହିଥିଲା । ଯାହାକୁ ନେଇ ଦୁଇ ପକ୍ଷ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା । ଭାରତୀୟ ଯବାନ ଚୀନ ଅଧିକାରୀଙ୍କୁ ଧକ୍କା ମାରିଥିଲେ । ଚୀନ ସୈନିକ ନିଜ ବଙ୍କରକୁ ଫେରିଯାଇଥିଲେ । ଭାରତୀୟ ସୈନିକ ତାରବାଡ ଲଗାଇବା କାମ ଜାରି ରଖିଥିଲେ ।

କିଛି ମିନିଟ୍ ମଧ୍ୟରେ ଚୀନ୍ ସୀମା ଭିତରୁ ହ୍ୱିସିଲ ଶବ୍ଦ ଶୁଭିଥିଲା । ହଠାତ ଚୀନ ସୈନିକ ମିଡିୟମ ମେସିନଗନରୁ ଗୁଳି ମାଡ ଆରମ୍ଭ କରିଥିଲେ । ଭାରତୀୟ ସୈନିକ ଏଭଳି ଆକ୍ରମଣର ଆଶଙ୍କା କରିନଥିଲେ । ନିଜେ ରାୟ ସିଂହ ଆହତ ହୋଇଥିଲେ । ମୁକାବିଲା କରୁଥିବା ଦୁଇ ଜଣ ଭାରତୀୟ ଅଧିକାରୀ ଚୀନ ଗୁଳିରେ ସହିଦ ହୋଇଥିଲେ ।

ପ୍ରଥମ ୧୦ ମିନିଟ୍ ଚୀନ୍ ଭାରି,ତା’ପରେ ଗେମ୍ ବଦଳିଲା

ପ୍ରଥମ ୧୦ ମିନିଟ୍ ଆକ୍ରମଣରେ  ୭୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ । କିନ୍ତୁ ଭାରତୀୟ ସେନାର ପ୍ରତି ଆକ୍ରମଣ ଚୀନ ସେନାକୁ ପଛଘୁଂଚା ଦେଇଥିଲା । ଭାରତ ଭୀଷଣ ଆର୍ଟିଲାରି ମାଡ କରିଥିଲା । ଅନେକ ଚୀନ୍ ବଙ୍କର ଧ୍ୱଂସ ହୋଇଯାଇଥିଲା । ଏହି ଆକ୍ରମଣରେ ୪୦୦ ଚୀନ ସୈନିକ ପ୍ରାଣ ହରାଇଥିଲେ ବୋଲି ପରେ ଚୀନ୍ ସ୍ୱୀକାର କରିଥିଲା । ତିନି ଦିନ ଧରି ଭାରତ ଆର୍ଟିଲାରି ଫାୟାରିଂ ଜାରି ରଖିଥିଲା । ଶେଷରେ ଚୀନ୍ ବାୟୁ ଆକ୍ରମଣର ଧମକ ଦେଇଥିଲା । କିନ୍ତୁ ଭାରତର ରଣନୈତିକ ଉଦ୍ଧେଷ୍ୟ ପୁରା ହୋଇଥିବାରୁ ଭାରତର ଆର୍ଟିଲାରି ଫାୟାରିଂ ବନ୍ଦ କରିଥିଲା ।

ସେହି ବର୍ଷ ଅକ୍ଟୋବର ମାସରେ ମଧ୍ୟ ଚୀନ୍ ସେନା ଚାଓ ଲା’ ଅଂଚଳରେ ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲା । କିନ୍ତୁ ସେଠାରେ ମୁତ୍ତୟନ ଥିବା ଗୋର୍ଖା ରେଜିମେଣ୍ଟର ପ୍ରତିଆକ୍ରମଣ ଏତେ ଜୋରଦାର ଥିଲା ଯେ,ସେବେଠାରୁ ଚୀନ୍ ଭାରତୀୟ ପୋଜିସନ୍ ଉପରେ ଆକ୍ରମଣ ପାଇଁ କେବେ ମଧ୍ୟ ଚେଷ୍ଟା କରିନାହିଁ । ଅଧିକରୁ ଅଧିକ ଦୁଇ ପକ୍ଷର ସେନା ପରସ୍ପରକୁ ଗାଳିଗୁଲଜ କରନ୍ତି କିନ୍ତୁ ଚୀନ୍ ପଟୁ ଗୋଟିଏ ମଧ୍ୟ ଗୁଳି ଚାଲେନି ।

 

ଦୋକାନ ଖୋଲିବାକୁ ଅନୁମତି ମାଗିଲେ ମାର୍କେଟ ବିଲ୍ଡିଂ ବ୍ୟବସାୟୀ

ଭୁବନେଶ୍ୱର: ସର୍ତ୍ତମୂଳକ ଭାବେ ଦୋକାନ ଖୋଲିବାକୁ ଅନୁମତି ମାଗିଲେ ଦୋକାନୀ । କ୍ୟାପିଟାଲ ମାର୍କେଟ ଆସୋସିଏସନ୍‌, ୟୁନିଟ-୨ ମାର୍କେଟ ବିଲ୍ଡିଂର ପାଖାପାଖି ୧୬୦ ଭେଣ୍ଡର ଦୋକାନ ଖୋଲିବାକୁ ଅନୁମତି ମାଗିଛନ୍ତି । କରୋନା ନେଇ ବିଏମ୍‌ସି ପକ୍ଷରୁ ଜାରି ଏସ୍‌ଓପି କରାଯିବ ଲିଖିତ ଅଣ୍ଡରଟେକିଂ ସହ ଅନୁମତି ମାଗିଛନ୍ତି । ଏଥିସହିତ ସେମାନେ ନିଜ ପକ୍ଷରୁ ମାର୍କେଟି ବିଲ୍ଡିଂ ପରିସରରେ ଜନଗହଳି କମାଇବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ରାଜି ହୋଇଛନ୍ତି ।

ତେବେ ସେମାନଙ୍କ ଅନୁରୋଧକୁ ବିଏମ୍‌ସି କମିଶନରଙ୍କ ପକ୍ଷରୁ ବିଚାର କରାଯାଉଥିବା ବେଳେ ପର୍ଯ୍ୟାୟକ୍ରମେ ସେମାନଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇପାରେ । ସୂଚନା ଯୋଗ୍ୟ ଯେ, ରଜ ସଂକ୍ରାନ୍ତିକୁ ଆଖି ଆଗରେ ରଖି କର୍ଫ୍ୟୁ କଟକଣା କୋହଳ କରାଯିବା ସହ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଉନଥିବାରୁ ବିଏମ୍‌ସି ପକ୍ଷରୁ ମାର୍କେଟ ବିଲ୍ଡିଂକୁ ସିଲ୍‌ କରାଯାଇଥିଲା ।

ଖୋଲୁ ଖୋଲୁ ଗହଳି, ସିଲ୍‌ କରିଦେଲା ବିଏମ୍‌ସି…

ଖୁବ ଶୀଘ୍ର ବିବାହ କରିବାକୁ ଯାଉଥିଲେ ସୁଶାନ୍ତ-ରିୟା, ଦୁହେଁ ମିଶି ଖୋଜୁଥିଲେ ନୂଆ ଘର

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅନେକ ପ୍ରଶ୍ନ ଉଠିଛି । ମୃତ୍ୟୁପରେ ପ୍ରଫେସନାଲ ଲାଇଫ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନର ରହସ୍ୟ ଖୋଲିବାରେ ଲାଗିଛି । ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିଷୟରେ ମଧ୍ୟ ଗୋଟିଏ ବଡ଼ ସତ୍ୟ ପ୍ରକାଶ ପାଇଛି । ଉଭୟଙ୍କ ରିୟଲ ଇଷ୍ଟେଟ୍ ବ୍ରୋକର ସନ୍ନି ସିଂ କହିଛନ୍ତି ଯେ ଉଭୟ ବିବାହ କରିବାକୁ ଯାଉଥିଲେ । ଯାହାପାଇଁ ଦୁହେଁ ଏକାଠି ବାନ୍ଦ୍ରାଠାରେ ଏକ ଘର ଖୋଜୁଥିଲେ ।

ସୁଶାନ୍ତ ରହୁଥିବା ଘର ବିଷୟରେ ମଧ୍ୟ କହିଛନ୍ତି ଯେ ଦୁହେଁ ଏହି ଘରେ ଏକାଠି ରହୁଥିଲେ । ଭଡା ନେଇ ସୁଶାନ୍ତ ସିଂଙ୍କର କୌଣସି ଅଭିଯୋଗ ନଥିଲା । କିନ୍ତୁ ଦୁହେଁ ଅନ୍ୟତ୍ର ଯିବାକୁ ଚାହୁଁଥିଲେ ।

କାରଣ ସେମାନଙ୍କର ଲେଟ ନାଇଟ ପାର୍ଟି ଯୋଗୁ ସୋସାଇଟି ଆଡୁ ଅଭିଯୋଗ ଆସିବାକୁ ଲାଗିଥିଲା । ଏହା ପୂର୍ବରୁ ମଧ୍ୟ ସେମାନେ ଯେଉଁଠାରେ ରହୁଥିଲେ ସେଠାରେ ମଧ୍ୟ ଲେଟନାଇଟ ପାର୍ଟିକୁ ନେଇ ତାଙ୍କୁ ଘର ଛାଡିବାକୁ କୁହାଯାଇଥିଲା ।

ସପଟେ ଏହା ମଧ୍ୟ କୁହାଯାଇଛି ଯେ ଉଭୟ ଏକାଠି ରହୁଥିଲେ । କିନ୍ତୁ କିଛି ସମୟ ପରେ ଦୁହେଁ ଅଲଗା ରହିବାକୁ ଲାଗିଲେ। ଏକାଠି ରହିବା କାରଣରୁ ଦୁହିଁଙ୍କ ମଧ୍ୟରେ ତିକ୍ତତା ବଢ଼ିଯାଇଥିଲା । ରିୟାଙ୍କ ପାରିବାରିକ ମାମଲାରେ ହସ୍ତକ୍ଷେପକୁ ସୁଶାନ୍ତଙ୍କ ପରିବାର ପସନ୍ଦ କରୁନଥିଲା ବୋଲି ଶୁଣିବାକୁ ମିଳୁଛି । ଏପରିକି ରିୟା ଓ ସୁଶାନ୍ତଙ୍କ ମଧ୍ୟରେ ପ୍ରାୟତଃ ବିଭିନ୍ନ ପ୍ରସଙ୍ଗକୁ ନେଇ ଝଗଡା ହେଉଥିଲା ବୋଲି ସୁଶାନ୍ତଙ୍କ ମ୍ୟାନେଜର ପୋଲିସକୁ କହିଛନ୍ତି ।

ମଧ୍ୟପ୍ରଦେଶକୁ ଫେରିଯାଇପାରେ ‘ସୁନ୍ଦରୀ’: ଫେଲ୍‌ ମାରିବ ବ୍ୟାଘ୍ର ପ୍ରକଳ୍ପ

ଅନୁଗୁଳ: ବାଘଶୂନ୍ୟ ହୋଇଯାଇପାରେ ସାତକୋଶିଆ ଫେଲ୍ମାରିବ ବ୍ୟାଘ୍ର ପ୍ରକଳ୍ପ ପୂର୍ବରୁ ମଧ୍ୟପ୍ରଦେଶରୁ ଅଣାଯାଇଥିବା ମହାବଳମୃହାବୀର ମୃତ୍ୟୁ ହୋଇଥିବା ବେଳେ ସେହି ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀସୁନ୍ଦରୀଫେରିଯିବାର ସମ୍ଭାବନା ରହିଛି ସେପଟେ ଜଙ୍ଗଲରେ ଥିବା ଏକମାତ୍ର ଜଙ୍ଗଲୀ ବାଘୁଣୀ ଏବେ ଅସୁସ୍ଥ ତେଣୁ ସାତକୋଶିଆ ବାଘଶୂନ୍ୟ ହୋଇଯିବାର ଆଶଙ୍କା ରହିଛି

ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ଜଙ୍ଗଲୀ ବୁଢୀ ବାଘୁଣୀ ଅସୁସ୍ଥ ମଧ୍ୟପ୍ରଦେଶରକାହ୍ନାଅଭୟାରଣ୍ୟରୁ ଅଣାଯାଇଥିବା ପୁରୁଷ ମହାବଳମହାବୀରମୃତ୍ୟୁ ହୋଇସାରିଛି ଏନ୍କ୍ଲୋଜରରେ ଅଛି ମଧ୍ୟପ୍ରଦେଶବାନ୍ଧବଗଡ଼ରୁ ଅଣାଯାଇଥିବା ବାଘୁଣୀସୁନ୍ଦରୀ ତା ଉପଯ଼ୁକ୍ତ ଯତ୍ନ ନିଆଯାଉ ନଥିବାରୁ ତାକୁ ଫେରାଇ ନେବାକୁ ଯୋଜନା ହେଉଛି ଏବେ ଜଙ୍ଗଲୀ ବାଘୁଣୀ ଅସୁସ୍ଥ ତେଣୁ ଚିନ୍ତା ବଢିଛି

ଅସୁସ୍ଥ ବାଘୁଣୀସୁନ୍ଦରୀ ଚିକିତ୍ସା ଉଦ୍ୟମ ଆରମ୍ଭ ହୋଇଛି ଅଭୟାରଣ୍ୟର କୋର୍ଏରିଆରେ ଅସୁସ୍ଥସୁନ୍ଦରୀ ଗତିବିଧି ଉପରେ ନଜର ରଖିବେ ହାତୀ ମହେନ୍ଦ୍ର ଯଶୋଦା ତାକୁ ଟ୍ରାଙ୍କୁଲାଇଜ କରି କିମ୍ବା ଜନ୍ତାରେ ଧରିବା ପରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା ଆରମ୍ଭ କରିବେ ତେବେସୁନ୍ଦରୀବାଘୁଣୀକୁ ଫେରାଯିବ କି ନାହାଁ ତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବନ ସଂରକ୍ଷକ କହିଛନ୍ତି

ଭାରତ-ଚୀନ୍ ସୀମାନ୍ତରେ ଉତ୍ତେଜନା ଭିତରେ ବି କ’ଣ ପାଇଁ ଫୁଟେନା ଗୁଳି ? ଜାଣନ୍ତୁ..

ଭାରତ ଓ ଚୀନ୍ ମଧ୍ୟରେ ଥିବା ବାସ୍ତବିକ୍ ନିୟନ୍ତ୍ରଣ ରେଖା ସର୍ବମାନ୍ୟ ନୁହେଁ । ଦୁଇ ପକ୍ଷ ଏପର୍ଯ୍ୟନ୍ତ କାହାର ସୀମା କେଉଁଠି ଆରମ୍ଭ ହେଉଛି କେଉଁଠି ସରୁଛି,ତାକୁ ନେଇ ସହମତ ନୁହନ୍ତି । ୧୯୬୨ ଯୁଦ୍ଧ ପରଠାରୁ ଦୁଇ ଦେଶଙ୍କ ମଧ୍ୟରେ ଉତ୍ତେଜନାମୁଳକ ସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ କେବେ ମଧ୍ୟ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ହୋଇନାହିଁ । ସୋମବାର ସଂଘର୍ଷରେ ମଧ୍ୟ ଗୁଳି ମାଡ ହୋଇନଥିଲା । ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିଲା । ତେବେ ଏଇଠି ପ୍ରଶ୍ନ ହୁଏ ଯେ, ଭାରତ-ପାକିସ୍ତାନ ସୀମାରେ ଗୁଳିବିନିମୟ ନିତିଦିନିଆ ଘଟଣା ହୋଇଥିବା ବେଳେ ଚୀନ-ଭାରତ ଏଲଏସିରେ କାହିଁକି ଏମିତି ହୁଏନା? ଉତ୍ତର ହେଉଛି ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତି । ୧୯୯୩ ମସିହାରେ ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ନରସିଂହ ରାଓ ଚୀନ୍ ଗସ୍ତରେ ଯାଇଥିବା ବେଳେ ଉଭୟ ଦେଶ ଯେଉଁ ଚୁକ୍ତିରେ ସ୍ୱାକ୍ଷର କରିଥିଲେ ,ତାହାର ଭୂମିକା କ’ଣ ?

ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏସିର ଦୈର୍ଘ୍ୟ ୩ ହଜାର ୪୮୮ ବୋଲି ଭାରତ କୁହେ । କିନ୍ତୁ ଚୀନ୍ ଏହାକୁ ୨୦୦୦ କିଲୋମିଟର ବୋଲି କୁହେ । ୧୯୯୧ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲି ପେଙ୍ଗ୍ ଭାରତ ଗସ୍ତରେ ଆସିଥିଲେ । ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ପିଭି ନରସିଂହ ରାଓ । ଲି ଓ ରାଓଙ୍କ ମଧ୍ୟରେ ସେତେବେଳେ ଏଲଏସିରେ ଶାନ୍ତି ଓ ସ୍ଥିରତା ପାଇଁ ଆଲୋଚନା ହୋଇଥିଲା ।

ଏହାପରେ ପ୍ରଧାନମନ୍ତ୍ରୀ ନରସିଂହା ରାଓ ୧୯୯୩ରେ ଚୀନ ଗସ୍ତରେ ଯାଇଥିଲେ । ଏହି ସମୟରେ ଦୁଇ ଦେଶ ଏଲଏସିରେ ଶାନ୍ତି ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲେ । ଚୁକ୍ତି ଅନୁସାରେ ୯ ବିଷୟ ଉପରେ ଉଭୟ ପକ୍ଷ ସହମତ ହୋଇଥିଲେ । ଏହା ମଧ୍ୟରୁ ୮ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ଉଭୟ ରାଷ୍ଟ୍ର ମାନିଥିଲେ ।

ଏହି ଚୁକ୍ତିର ମୁଖ୍ୟ ପ୍ରସଙ୍ଗ ଥିଲା ଯେ, ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହେବ । ଦୁଇ ପକ୍ଷ ପରସ୍ପର ବିରୋଧରେ ବଳପ୍ରୟୋଗ କରିବେ ନାହିଁ କି କରିବାର ଧମକ ଦେବେ ନାହିଁ । ଦୁଇ ଦେଶର ସେନାର ଗତିବିଧି ବାସ୍ତବିକ ନିୟନ୍ତ୍ରଣ ରେଖାଠାରୁ ଆଗକୁ ବଢିବ ନାହିଁ । ଯଦି ଗୋଟିଏ ପକ୍ଷର ସୈନିକ ବାସ୍ତବିକ ନିୟନ୍ତ୍ରଣ ରେଖା ଅତିକ୍ରମ କରିବେ ତେବେ ଅନ୍ୟପକ୍ଷରେ ସୈନିକ ତାଙ୍କୁ ସଂକେତ ଦେଇ ସେଠାରୁ ଚାଲିଯିବାକୁ କହିବେ ।

ଦୁଇ ଦେଶଙ୍କ ମଧ୍ୟରେ ମୈତ୍ରୀପୂର୍ଣ୍ଣ ସମ୍ବନ୍ଧ ପାଇଁ ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ ସବୁ ପକ୍ଷ କମ ସୈନିକ ମୁତ୍ତୟନ କରିବେ । ନିୟନ୍ତ୍ରଣ ରେଖାରେ ସୈନିକଙ୍କ ସଂଖ୍ୟା,ସଂଖ୍ୟା ବଢାଇବା ବିଷୟକୁ ନେଇ ଦୁଇ ଦେଶ ପରସ୍ପର ମଧ୍ୟରେ ଆଲୋଚନା କରିବେ ।

କୌଣସି ପକ୍ଷ ଯଦି ଏଲଏସି ଯୁଦ୍ଧ ଅଭ୍ୟାଷ କରିବ ତେବେ ସେହି ଦେଶ ଅନ୍ୟଦେଶକୁ ଏହାର ସୂଚନା ଦେବ । ଦୁଇ ଦେଶ ମଧ୍ୟରେ ବିଶ୍ୱାସର ବାତାବରଣ ସୃଷ୍ଟି କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଥିଲା ।

ଏଲଏସିରେ ଯେମିତି ଉଭୟ ପକ୍ଷ ବାୟୁସୀମାକୁ ସମ୍ମାନ ଦିଅନ୍ତି ସେଥିପାଇଁ ମଧ୍ୟ ଚୁକ୍ତିରେ ନୀତି ନିର୍ଧାରିତ କରାଯାଇଥିଲା । ଦୁଇ ଦେଶର ବାୟୁସେନା ଏଲଏସି ଅତିକ୍ରମ କରିବେ ନାହିଁ ବୋଲି ଚୁକ୍ତିରେ ଉଲ୍ଲେଖ ଅଛି । ବାସ୍ତବିକ ନିୟନ୍ତ୍ରଣ ରେଖରେ ସ୍ଥିତ କ୍ଷେତ୍ରରେ ବାୟୁସେନା ଅଭ୍ୟାଶ ଉପରେ ସମ୍ଭାବିତ ପ୍ରତିବନ୍ଧକ ଲାଗୁ ଉପରେ ମଧ୍ୟ ଉଭୟ ଦେଶ ବିଚାର କରିବେ ।

୧୯୯୩ ଚୁକ୍ତି ଅନୁସାରେ ସୀମା ସମ୍ପର୍କିତ ମାମଲା ଉପରେ ଦୁଇ ଦେଶ ତରଫରୁ ଗୋଟିଏ ଜଏଣ୍ଟ୍ ୱାର୍କିଂ ଗ୍ରୁପ୍ ବନାଯିବ । ଯେଉଁଥିରେ କୂଟନୀତିଜ୍ଞ ଓ ସେନା ବିଶେଷଜ୍ଞ ରହିବେ । ଉଭୟ ପକ୍ଷ ପରସ୍ପର ସହ ପରାମର୍ଶ କରି ଏହି ଗ୍ରୁପ୍ ଗଠନ କରିବେ ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଦୁଃଖୀ ନାବାଳକଙ୍କ ଆତ୍ମହତ୍ୟା

ବଲିଉଡ ଜଗତର ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏବେ ଅବସାଦରେ ତାଙ୍କ ଫ୍ୟାନ୍‌ ଏବଂ ପରିବାର । ସୁଶାନ୍ତଙ୍କ ମୃତ୍ୟୁର ଖବର ପାଇ ତାଙ୍କ ଭାଉଜଙ୍କର ଆଜି ମୃତ୍ୟୁ ହୋଇଛି । ଖାଲି ସେତିକି ନୁହେଁ ଆଜି ତାଙ୍କର ଜଣେ ନାବାଳକ ଫ୍ୟାନ୍‌ ଆତ୍ମହତ୍ୟା କରିଛନ୍ତି । ୧୦ମ ଶ୍ରେଣିର ଛାତ୍ର ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନାଲନ୍ଦାର ଚଣ୍ଡି ପୋଲିସ ଷ୍ଟେସନ ଅଞ୍ଚଳରେ ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣି ତାଙ୍କ ପୁଅ ଅତ୍ୟନ୍ତ ଦୁଃଖିତ ହୋଇପଡ଼ିଥିଲେ । କିନ୍ତୁ ତାଙ୍କର ପୁଅ ଏଭଳି କିଛି ପଦକ୍ଷେପ ନେବେ ବୋଲି ପରିବାର ଲୋକେ ଆଶା କରିନଥିଲେ । ଖବର ପାଇବା ମାତ୍ରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଏହା ସହ ମାମଲାର ତଦନ୍ତ ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, ନାବାଳକ ଜଣକ ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନଥିଲେ । ତାଙ୍କର ମୃତ୍ୟୁ ପରେ ସେ ବହୁତ ଦୁଖିତ ହୋଇପଡ଼ିଥିଲେ । ଯାହାପରେ ସେ ନିଜ ନିର୍ମାଣଧିନ ଘରର ଛାତ ଉପରେ ଥିବା ଏକ ରୁମରେ ଦଉଡି ଦେଇ   ମଙ୍ଗଳବାର ସକାଳେ  ଆତ୍ମହତ୍ୟା କରିଥିଲେ । ବହୁ ସମୟ ଧରି ନାବାଳକ ଜଣକ ଘରକୁ ନ ଆସିବାରୁ ଘର ଲୋକ କବାଟ ଭାଙ୍ଗିଥିଲେ । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ।

ଘଟଣାର ସୂଚନା ପାଇବା ପରେ ଚାନ୍ଦି ପୋଲିସ ଷ୍ଟେସନ ଘଟଣାସ୍ଥଳରେ ପହଞ୍ଚି ନାବାଳକର ମୃତଦେହକୁ ନେଇ ସଦର ଡାକ୍ତରଖାନାକୁ ପୋଷ୍ଟ ମର୍ଟମ ପାଇଁ ପଠାଇଥିଲା । ଥାନା ଅଧିକାରୀ ରିତୁ ରାଜ କୁମାର କହିଛନ୍ତି ଯେ ଘଟଣାର ପ୍ରଥମିକ ତଦନ୍ତ ଆରମ୍ଭ ହୋଇଛି । ସେ କହିଛନ୍ତି ଯେ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ କାରଣରୁ ଅବସାଦକୁ ଯାଇ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ।