spot_img
Home Blog Page 6969

ଦବଙ୍ଗ କନେଷ୍ଟବଳ ସୁନୀତା ଯାଦବଙ୍କ ବିରୋଧରେ ୩ ମକଦ୍ଦମା, ସୋସିଆଲ୍ ମିଡିଆରେ ବିରୋଧ

ଅହମଦାବାଦ: ଦବଙ୍ଗ କନେଷ୍ଟବଳଙ୍କ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା ଥମୁନି । ଲକଡାଉନ୍ ନିୟମ ଭାଙ୍ଗୁଥିବା ମନ୍ତ୍ରୀଙ୍କ ପୁଅକୁ ରାସ୍ତାରେ ଛିଡ଼ା କରି ଭିଡିଓ ଭାଇରାଲ ପରେ ଚିନ୍ତାରେ ସୁନୀତି । ତାଙ୍କ ବିରୋଧରେ ତିନି ତିନୋଟି ତଦନ୍ତ ଆରମ୍ଭ ହୋଇଛି । ଗୋଟିଏ ପଟେ ସାମଜିକ ଗଣମାଧ୍ୟମରେ ଦବଙ୍ଗ ଗର୍ଲ ସୁନୀତାଙ୍କୁ ସମର୍ଥନ ମିଳୁଥିବା ବେଳେ ଚାକିରିରୁ ତାଙ୍କ ଇସ୍ତଫାକୁ ନେଇ ସ୍ଥିତି ସ୍ପଷ୍ଟ ହେଉନି । ସୁନୀତା ଇସ୍ତଫା ଦେଇଥିବା କହୁଥିବା ବେଳେ ପୋଲିସ ପଚରାଉଚରା ଜାରି ରହିଥିବା କହୁଛି ।

କଣ ୩ ଅଭିଯୋଗ ?

ସୁନୀତାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, ସେ ସଡ଼କ ଲୋକଙ୍କୁ ଉଠବସ୍ କରାଇଥିଲେ । ଏହାକୁ ନେଇ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ଦ୍ୱିତୀୟ ଅଭିଯୋଗ ହୋଇଛି ସୁନୀତା ଯାଦବ ଜୁଲାଇ ୯ରେ ଡ୍ୟୁଟି ଛାଡ଼ି କୁଆଡ଼େ ପଳାଇଥିଲେ । ଏହା ଛଡ଼ା ମନ୍ତ୍ରୀଙ୍କ ପୁଅକୁ ସେ ଗାଳି କରିଥିବା ଅଭିଯୋଗର ତଦନ୍ତ ଜାରି ରହିଛି । ଏମିତି ତିନି ତିନୋଟି ମାମଲାର ତଦନ୍ତ ସୁନୀତାଙ୍କ ବିରୋଧରେ ଚାଲିଛି ।+

ମନ୍ତ୍ରୀଙ୍କ ପୁଅକୁ ରାସ୍ତାରେ ଅଟକାଇ ଚର୍ଚ୍ଚାକୁ ଆସୁଥିବା ସୁନୀତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ଏହାକୁ ଲୋକ ଜୋରଦାର ବିରୋଧ କରିଛନ୍ତି । ସୋସିଆଲ୍ ମିଡିଆରେ ସୁନୀତାଙ୍କୁ ସମର୍ଥନ କରି ଲୋକ ପୋଷ୍ଟ କରୁଥିବା ବେଳେ କାର୍ଯ୍ୟାନୁଷ୍ଠାନକୁ ନା ପସନ୍ଦ କରିଛନ୍ତି । ମନ୍ତ୍ରୀଙ୍କ ଚାପରେ ପୋଲିସ ପ୍ରଶାସନ ଆଇନର ଅପବ୍ୟବହାର କରୁଥିବା ଲୋକ ମତ ରଖିଛନ୍ତି ।

ଡ୍ୟୁଟିରେ ଥିବାବେଳେ ସୁନୀତା ଗୁଜରାଟ ସରକାରରେ ରାଜ୍ୟ ମନ୍ତ୍ରୀ ଥିବା କୁମାର କନାନିଙ୍କ ପୁଅଙ୍କ କାରକୁ ଅଟକାଇଥିଲେ । ଲକଡାଉନ୍ ଓ ରାତ୍ରି କର୍ଫ୍ୟୁ ଲାଗିଥିବା ବେଳେ ଆଇନ୍ ଉଲ୍ଲଂଘନ କରି ମନ୍ତ୍ରୀଙ୍କ ପୁଅ ସାଙ୍ଗମାନଙ୍କ ସହ ଗାଡ଼ିରେ ବୁଲୁଥିଲେ । ଏହାପରେ ଗିରଫ କରାଯିବା ସହ ପରେ ଜାମିନରେ ମୁକୁଳିଥିଲେ । ଏସବୁର ଭିଡିଓ ଭାଇରାଲ କରିଥିଲେ ସୁନୀତା ଯାଦବ ।

ରାଜସ୍ଥାନ ରାଜନୀତି: ଦୁଇ ବିଧାୟକଙ୍କୁ ନିଲମ୍ବିତ କଲା କଂଗ୍ରେସ

ଜୟପୁର: ରାଜସ୍ଥାନରେ ଉଠିଥିବା ରାଜନୈତିକ ଝଡ଼ ଶାନ୍ତ ହେବାର ନାଁ ନେଉ ନାହିଁ । ଅଡିଓ ରେକର୍ଡ ସାର୍ବଜନିକ ହେବା ପରେ ଏବେ କଂଗ୍ରେସ ବିଜେପି ଉପରେ ଆକ୍ରମଣ କରିଛି । ଦଳର ବରିଷ୍ଠ ନେତା ରଣଦୀପ ସୁରଜବାଲା ଶୁକ୍ରବାର ଦିନ କହିଛନ୍ତି ଯେ, ୨୦ରୁ ୩୫କୋଟି ଟଙ୍କା  ଦେଇ ବିଧାୟକଙ୍କୁ କିଣିବା ପାଇଁ ଚେଷ୍ଟା କରାଯାଉଛି । ଭିଡିଓ କନଫରେନ୍ସ ଜରିଆରେ ମିଡ଼ିଆକୁ ସମ୍ବୋଧିତ କରି ସୁରଜେବାଲା କହିଛନ୍ତି ଯେ, କରୋନା ଭାଇରସ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷରୁ ଅଧିକ ହୋଇଯାଇଛି ଏବଂ ଚୀନ ମଧ୍ୟ ଆମ ଜମି ଉପରେ ତା କବଜାରେ କରିଛି । ଏହା ପରେ ସରକାର ରାଜନୀତିରେ ମାତିଛନ୍ତି । ଅନ୍ୟପଟେ ଆଜି ସଞ୍ଜୟ ଜୈନ ପୋଲିସ  ହେପାଜତକୁ ଯାଇଛନ୍ତି ।

ସେ କହିଛନ୍ତି ଯେ, ଏଥର ବିଜେପି ଭୁଲ ରାଜ୍ୟକୁ ବାଛିଛି । ଏହି ଅବସରରେ ସୁରଜେବାଲାଙ୍କ ସହ ଗୋବିନ୍ଦ ସିଂ ଏବଂ ଚେତନ ସାମିଲ ଥିଲେ । ସୁରଜେବାଲା କହିଛନ୍ତି ଯେ, ଭମ୍ବରଲାଲ ଶର୍ମା ଏବଂ ବିଶ୍ୱେନ୍ଦ୍ର ସିଂହଙ୍କୁ କଂଗ୍ରେସ ପାର୍ଟିରୁ ନିଲମ୍ବିତ କରିଦିଆଯାଇଛି । ଅନ୍ୟପଟେ ରାଜସ୍ଥାନ ସରକାରର ମୁଖ୍ୟ ସଚେତକ ମହେଶ ଜୋଶୀ କହିଛନ୍ତି ଯେ, ଗଜେନ୍ଦ୍ର ସିଂହ , ବିଶ୍ୱେନ୍ଦ୍ର ସିଂହ ଏବଂ ଭମ୍ବର ଲାଲ ଶର୍ମାଙ୍କ ବିରୋଧରେ ସେ ଏସଓଜିରେ ବିଧାୟକ କିଣିବାର ଅଭିଯୋଗ କରିଛନ୍ତି ।

ଗଜେନ୍ଦ୍ର ଶିଖାବତଙ୍କୁ ଗିରଫର ଦାବି

ରଣଦୀପ ସୁରଜେବାଲା କହିଛନ୍ତି ଯେ, ରାଜସ୍ଥାନରେ ମାସେ ହେବ ବିଧାୟକ କିଣାବିକାର ଚର୍ଚ୍ଚା ଚାଲିଛି । ଏହି ଘଟଣାରେ ଏସଓଜି ଏକ ମାମଲା ପଞ୍ଜିକୃତ କରି ତଦନ୍ତ କରୁଛି ।  ସେ ଅଭିଯୋଗ କରିଛନ୍ତି ଯେ, ବିଧାୟକଙ୍କର ଘୋଡ଼ା ବେପାର ଘଟଣାରେ ବିଜେପିର ଭୂମିକା ପ୍ରଶ୍ନ ଘେରକୁ ଆସିଛି । ଏହାସହ ସେ ଏହି ପୂରା ଘଟଣାରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ଶିଖାୱତଙ୍କ ବିରୋଧରେ ସଓଜି ଯାଞ୍ଚ ଏବଂ ତାଙ୍କୁ ଗିରଫଦାରୀ ଦାବି କରିଛନ୍ତି । କଂଗ୍ରେସର ବରିଷ୍ଠ ନେତା କହିଛନ୍ତି ଯେ, କଳା ଧନ କାହାକୁ ଦିଆଯାଇଛି, ତାହାର ମଧ୍ୟ ତଦନ୍ତ ହେଉ ।

କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସର ଏତଲା,ଦିଲ୍ଲୀ ଅଭିମୁଖେ SOG

ନୂଆଦିଲ୍ଲୀ: ରାଜସ୍ତାନ ରାଜନୀତିରେ ଚାଲିଥିବା ହଟଚମଟ ଭିତରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ପୋଲିସରେ ଏତଲା ଦିଆଯାଇଛି । ଶେଖାୱତଙ୍କ ଏକ ଅଡିଓ କ୍ଲିପ୍ ସାମ୍ନାକୁ ଆସିବା ପରେ ତାଙ୍କ ବିରୋଧରେ ଏତଲା ଦାଏର ହୋଇଛି । ଅନ୍ୟପକ୍ଷରେ ଶେଖାୱତ କହିଛନ୍ତି ଯେ, ଅଡିଓରେ ମୋ ଭଏସ ନାହିଁ । ସେ କହିଛନ୍ତି ଯେ, ଅଡିଓରେ ମୋ ସ୍ୱର ନାହିଁ  । ମୁଁ ଯେ କୌଣସି ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି । ଏହମଧ୍ୟରେ ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେଶନ ଗ୍ରୁପ୍ ଶେଖାୱତଙ୍କୁ ପଚରା ଉଚରା ପାଇଁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି ।

କେନ୍ଦ୍ରମନ୍ତ୍ରୀ ନାଗେନ୍ଦ୍ର ସିଂହ ଶେଖାୱତଙ୍କ କହିବା କଥା ହେଉଛି, ଅଡିଓଟି ମିଛ । ମୁଁ ମାରୁଆଡ଼ି ଭାଷା କହେ ଯେବେ କି ଅଡ଼ିଓ ରେକର୍ଡରେ ଝୁନଝୁନ ଭାଷା ରହିଛି । ଯେଉଁ ଗଜେନ୍ଦ୍ରଙ୍କ କଥା କୁହାଯାଇଛି, ତାହାର କୌଣସି ପଦବୀ ବିଷୟରେ କୁହାଯାଇ ନାହିଁ । କୌଣସି ଅଞ୍ଚଳର କଥା ମଧ୍ୟ କୁହାଯାଇ ନାହିଁ । ଅଡ଼ିଓ ଜୋଡ଼ି ଭାଙ୍ଗି  ପ୍ରସ୍ତୁତ କରାଯାଇଛି । କେନ୍ଦୀୟ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମୁଁ କେତେକ ସଞ୍ଜୟ ଜୈନକୁ ଜାଣିଛି ତେଣୁ ମୋତେ କୁହାଯାଉ କି ସେ କେଉଁ ସଞ୍ଜୟ ଜୈନ ଏବଂ ସେ ମୋର କେଉଁ ନମ୍ବରରେ କଥା ହୋଇଛନ୍ତି । ଏହାମଧ୍ୟରେ ଏସଓଜିଙ୍କ ତରଫରୁ କୁହାଯାଇଛି ଯେ,  ମହେଶ ଜୋଶୀ  ଏହି ଅଭିଯୋଗ କରିଛନ୍ତି ।

ଏସୋଜି କହିଛି ଯେ, ଏଥିରେ କଂଗ୍ରେସରୁ ନିଲମ୍ବିତ ବିଧାୟକ ଭମ୍ବରଲାଲ ଶର୍ମା, କେନ୍ଦ୍ରିୟ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶିକାବତ୍ ଏବଂ ଦଲାଲ ସଞ୍ଜୟ ଜୈନ୍ ନିଜ ନିଜ ଭିତରେ ବିଧାୟକ କିଣା-ବିକା ବିଷୟରେ କହୁଛନ୍ତି । ଏହି ଅଡିଓର ଯାଞ୍ଚ କରି ତଦନ୍ତ କରାଯାଉ । ସଞ୍ଜୟ ଜୈନଙ୍କୁ ଗତକାଲି ଦିନଜାକ ଜେରା କରାଯାଇଥିଲା । ଆଜି ପୁଣି ତାଙ୍କୁ ଜେରା ପାଇଁ ଡକାଯାଇଛି ।

ପୂରା ଘଟଣା କଣ ଥିଲା

କଂଗ୍ରେସ ନେତା ରଣଦୀପ୍ ସୁରଜେବାଲା କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ବିରୋଧର ବିଧାୟକଙ୍କ ଘୋଡାବେପାର ଅଭିଯୋଗ ଆଣିଥିଲେ ।  ସୁରଜେବାଲା ୨ଟି ଅଡିଓ ବିଷୟରେ କହିଛନ୍ତି । ଯେଉଁଥିରେ କେନ୍ଦ୍ରୀୟମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ବିଦ୍ରୋହୀ କଂଗ୍ରେସ ବିଧାୟକ ଭମ୍ବର ଲାଲ ଶର୍ମାଙ୍କ ମଧ୍ୟରେ ବିଧାୟକ କିଣାବିକା ପାଇଁ ମୁଲଚାଲ ହୋଇଥିଲା ।

ରଣଦୀପ ସୁରେଜବାଲା କହିଛନ୍ତି ଯେ, ଆଜି ବିଜେପି ରାଜସ୍ଥାନର ସରକାର ହଟାଇବାକୁ ଚେଷ୍ଟା କରୁଛି । ଏହାର କିଛି ଅଡ଼ିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ରାଜସ୍ଥାନର କଂଗ୍ରେସ ବିଧାୟକଙ୍କୁ କିଣିବାର ଚେଷ୍ଟା କରାଯାଉଛି । କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶଖାବତ୍ ଏହି ପୂରା ଯୋଜନାରେ ସାମିଲ ଅଛନ୍ତି । ତାଙ୍କ ଉପରେ ତୁରନ୍ତ ଆକ୍ସନ ନିଆଯିବା ଆବଶ୍ୟକ ଏବଂ ତାଙ୍କୁ ଗିରଫ କରାଯିବା ଉଚିତ୍ ।

କଂଗ୍ରେସ ୨ଜଣ ବିଦ୍ରୋହୀ ବିଧାୟକ ନିଲମ୍ବିତ

ଅଡିଓ କ୍ଲିପ୍ ସାମ୍ନାକୁ ଆସିବା ପରେ କଂଗ୍ରେସ ବାଗି ବିଧାୟକ ଭମ୍ବର ଲାଲ ଶର୍ମା ଏବଂ ବିରେନ୍ଦ୍ର ସିଂହଙ୍କୁ ନିଲମ୍ବିତ କରିଛନ୍ତି । ଏହାସହ ଦୁଇ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ବେଙ୍ଗାଳୁରୁରେ ସିଲିଣ୍ଡର ବିସ୍ଫୋରଣ, ୩ ଓଡ଼ିଆ ମୃତ

ବାଲିଗୁଡ଼ା: ଦାଦନ ଖଟିବାକୁ ଯାଇଥିଲେ, ସେଇଠି ଜୀବନ ଚାଲିଗଲା । ଦୁନିଆ ମହାମାରୀ ସହ ଯୁଝୁଥିବା ବେଳେ ବେଙ୍ଗାଳୁରୁରୁ ଆସିଛି ବଡ଼ ଖବର । ପେଟ ଚାଖଣ୍ଡକ ପାଇଁ ବାହାର ରାଜ୍ୟକୁ ଯାଇଥିବା ୩ ଜଣ ଦାଦନଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ୨ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ବେଡରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ରୋଷେଇ ଗ୍ୟାସ ବିସ୍ଫୋରଣରୁ ଦାଦନ ଖଟିବାକୁ ଯାଇଥିବା କନ୍ଧମାଳ ଜିଲ୍ଲାର ୩ ଜଣଙ୍କ ମୃତ୍ୟୁ ହୋଇଛି ।

ମୃତକ ହେଉଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗାହାକିଆ ଗାଁର ମମତା ପ୍ରଧାନ, କୋଟଗଡ଼ ବ୍ଲକ ଶ୍ରାମ୍ୱି ଗାଁର ଉଦାମ ପ୍ରଧାନ ଓ ଗାହାକିଆ ଗାଁର ବରଣୀ ପ୍ରଧାନ । ଅନ୍ୟ ୨ ଗୁରୁତର ଆହତ ହେଉଛନ୍ତି  ଅଞ୍ଜଳି ପ୍ରଧାନ ଓ ବିଷମକଟକ ଅଞ୍ଚଳର ରାଣୀ ଟିକ୍ରି । ଉଭୟ ଭିକ୍ଟୋରିଆ ମେମୋରିଆଲ ହସ୍ପିଟାରେ ଚିକିତ୍ସାଧୀନ ଅଛନ୍ତି ।

୫ ଜଣ ଯାକ କାମ କରିବାକୁ ବେଙ୍ଗାଳୁରୁ ଯାଇଥିଲେ । ଏମାନେ ଏକାଠି ଗୋଟିଏ ଘରେ ରହୁଥିଲେ । ହଠାତ୍ ରନ୍ଧନ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା ଏଥିରେ ୫ ଜଣ ଯାକ ପୋଡ଼ି ହୋଇଯାଇଥିଲେ । ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଚିକିତ୍ସା ଚାଲିଛି । ମୃତାହତ ଶ୍ରମିକ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ପରିବାର ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି ।

(ବାଲିଗୁଡ଼ାରୁ ବିପ୍ରଚରଣ ସାହୁ)

ପର୍ସରେ ରଖନ୍ତୁ ଏହି ୫ ପଦାର୍ଥ, ରହିବ ଲକ୍ଷ୍ମୀଙ୍କ କୃପା

ମାଆ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି କାମ-

ସମୟକୁ ଦେଖିଲେ ଅର୍ଥ ହେଉଛି ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ  । ଟଙ୍କା ସହିତ ଆମେ ସମସ୍ତ ସୁଖସୁବିଧା କିଣି ପାରିବା ଏବଂ ଜୀବନର ମୌଳିକ ଆବଶ୍ୟକତା ଟଙ୍କା ଦ୍ୱାରା ପୂରଣ ହୁଏ | ମାତା ଲକ୍ଷ୍ମୀ  ଧନର ଦେବୀ ଅଟନ୍ତି ଏବଂ ଯଦି ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଖୁସି ହେବେ ତେବେ ଆପଣଙ୍କ ଜୀବନରେ କେବେବି ଅର୍ଥର ଅଭାବ ରହିବ ନାହିଁ । ଆଜି ଆମେ ଆପଣଙ୍କୁ କହୁଛୁ ଯେ ମା ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ମହିଳା ଏବଂ ପୁରୁଷ ମାନେ ନିଜ ପର୍ସରେ ଏହି ୫ଟି ଜିନିଷକୁ ରଖିବା ଜରୁରୀ ।

୧.ନାଲି କାଗଜ

ନାଲି ରଙ୍ଗ ମାଆ ଲକ୍ଷ୍ମୀଙ୍କର ପ୍ରିୟ ରଙ୍ଗ । ନାଲି ରଙ୍ଗର ଏକ କାଗଜ ନିଅନ୍ତୁ ଏବଂ ସେହି କାଗଜରେ ନିଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଇଚ୍ଛା ଲେଖନ୍ତୁ । ଏହି କାଗଜକୁ ରେଶମ ସୂତାରେ ବାନ୍ଧି ନିଜ ପର୍ସରେ ରଖନ୍ତୁ । ଏହା କରିବା ଦ୍ୱାରା ମାଆ ଲକ୍ଷ୍ମୀ ଖୁସି ହେବେ ଏବଂ ଆପଣଙ୍କୁ କେବେବି ଛାଡି ଯିବେ ନାହିଁ ।

୨.ଚାଉଳ

ଚାଉଳକୁ ଅକ୍ଷତ ମଧ୍ୟ କୁହାଯାଏ । ଅକ୍ଷତର ଅର୍ଥ ହେଉଛି କେବେବି କ୍ଷୟ ହେଉନଥିବା ବା କେବେବି ସରୁନଥିବା । ଚାଉଳକୁ କେବେବି ସରୁନଥିବା ଶସ୍ୟ ରୁପରେ ଦେଖାଯାଏ । ଅଳ୍ପ ଚାଉଳକୁ ନିଜ ପର୍ସରେ ରଖିବା ଦ୍ୱାରା ଆପଣଙ୍କ ପର୍ସ କେବେବି ଖାଲି ରହିବ ନାହିଁ ।

୩. ମାଆ ଲକ୍ଷ୍ମୀଙ୍କ ଫଟୋ

ବାସ୍ତୁ ଅନୁସାରେ ମାଆ ଲକ୍ଷ୍ମୀଙ୍କ ଫଟୋ ଖୁବ ଶୁଭ ମାନନ୍ତି । ସେଥିପାଇଁ ଆମେ ସମସ୍ତେ ଲକ୍ଷ୍ମୀର ବସିବା ଫଟୋ ସର୍ବଦା ପର୍ସରେ ରଖିବା ଉଚିତ । ଏମିତି କରିବା ଦ୍ୱାରା ଆପଣଙ୍କୁ ଟଙ୍କାର ଅଭାବ ଅନୁଭବ ହେବନାହିଁ  ଏବଂ ମାଆ ଲକ୍ଷ୍ମୀ ଆପଣଙ୍କ ସହିତ ସର୍ବଦା ରହିବେ ।

୪. ସୁନା ବା ରୁପାର ମୁଦ୍ରା

ସୁନା ଏବଂ ରୁପା ମାଆ ଲକ୍ଷ୍ମୀଙ୍କ ଖୁବ ପ୍ରିୟ ଅଟେ । ସୁନା ଏବଂ ରୁପାକୁ ଶୁଭଲାଭର ପ୍ରତୀକ ମାନନ୍ତି । ରୁପାର ମୁଦ୍ରା ପର୍ସରେ ରଖିବା ଦ୍ୱାରା କେବଳ ଯେ ମାଆ ଲକ୍ଷ୍ମୀ ପ୍ରସନ୍ନ ହେବେ ତାହା ନୁହେଁ, ଏହାଦ୍ୱାରା ଭଗବାନ ଗଣେଷ ମଧ୍ୟ ପ୍ରସନ୍ନ ହୁଅନ୍ତି । ଆପଣଙ୍କୁ କେବେ ଟଙ୍କାର ଅଭାବ ତ ରହିବ ନାହିଁ, ଏହାସହ ଭଗବାନ ଶ୍ରୀ ଗଣେଷ କୌଣସି ଶୁଭକାର୍ଯ୍ୟରେ ବାଧାବିଘ୍ନ ମଧ୍ୟ ଆସିଲେ ତାହା ଦୂର ହୋଇଯାଏ ।

୫. ଲୁହାର ଛୋଟ ଛୁରୀ

ପର୍ସରେ ଛୋଟ ଛୁରୀ ରଖିବା ଦ୍ୱାରା ଆପଣଙ୍କ ଟଙ୍କା ଉପରେ କାହାର ନଜର ଲାଗେ ନାହିଁ । ଏଥିପାଇଁ ପର୍ସରେ ସର୍ବଦା ଲୁହାର ଛୋଟ ଛୁରୀ ରଖନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କ ଧନ ଉପରେ କାହାର ନଜର ଲାଗିବ ନାହିଁ  ଏବଂ ମାଆ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିବ ।

ମୋଟା ପୋଲିସଙ୍କୁ ୩ ମାସର ମହଲତ

ଭୁବନେଶ୍ୱର: ପୋଲିସକୁ ଫିଟ୍ ରଖିବାକୁ କମିଶନରେଟ୍ ପୋଲିସର ଏସଓପି । ନିଜ କର୍ମଚାରୀଙ୍କୁ ସୁସ୍ଥ ଓ ଫିଟ ରହିବାକୁ କମିଶନରେଟ ପୋଲିସ ଜାରି କଲା ନିର୍ଦ୍ଦେଶନାମା । କରୋନା ରକ୍ତଚାପ, ମଧୁମେହ ଆକ୍ରାନ୍ତଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଏଭଳି ସ୍ଥଳେ ପୋଲିସକୁ ଫିଟ୍ ରଖିବାକୁ ସମସ୍ତ କର୍ମଚାରୀଙ୍କ ଉଚ୍ଚତା ଓ ଓଜନ ମାପ କରାଯିବ । ଏହାପରେ ସେମାନଙ୍କୁ ଲିଖିତ ଆକାରରେ ବର୍ତ୍ତମାନର ବଡି ମାସ ଇଣ୍ଡେକ୍ସ-ବିଏମଆଇ ବା ବୟସ ଓ ଉଚ୍ଚତା ଅନୁସାରେ ଆନୁପାତିକ ଓଜନ କେତେ ହେବା କଥା ଜଣାଇଦିଆଯିବ । ସାଧାରଣରେ ୧୯ରୁ୨୫ ଯାଏଁ ବିଏମଆଇକୁ ସ୍ୱାଭାବିକ ଧରାଯାଏ । ୩୦ ବିଏମଆଇକୁ ମେଦବହୁଳତା ଭାବେ ବିବେଚନା କରାଯାଏ ।

ଏଭଳି ଓଜନ ଓ ହିସାବ କଲା ପରେ ସମସ୍ତେ ଜାଣିପାରିବେ, ସେମାନଙ୍କ ଓଜନ କେତେ ରହିବା କଥା । ଏହି ପ୍ରକ୍ରିୟା ଜୁଲାଇ ୩୦ ତାରିଖ ମଧ୍ୟରେ ଶେଷ କରାଯିବ । ଏ ସଂକ୍ରାନ୍ତୀୟ ତଥ୍ୟ ପୋଲିସ ଡାକ୍ତରଖାନାରେ ରଖାଯିବ । ପୁଣି ତିନି ମାସ ପରେ ଅର୍ଥାତ ନଭେମ୍ବର ମାସରେ ସମସ୍ତଙ୍କ ଓଜନ ନିଆଯିବ । ତିନି ମାସ ପରେ ବିଶେଷ କରି ଯେଉଁମାନଙ୍କ ବିଏମଆଇ ୩୦ ଉପରେ ରହିବ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ସକାଳୁ ବ୍ୟାୟମ କରିବାକୁ ଆସିବାକୁ ପଡ଼ିବ । ନଚେତ୍ ୬ ସପ୍ତାହର ରିଫ୍ରେଶର କୋର୍ସରେ ଯୋଗ ଦେବାକୁ ପଡିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି  । ଏହାକୁ କଡାକଡି ପାଳନ କରିବାକୁ ପୋଲିସ କମିଶନର ପରାମର୍ଶ ଦେଇଛନ୍ତି ।

ତିନିମାସ ପରେ ଦେଖାଯିବ ସମାନେ ଓଜନ କମାଇବାକୁ ଚେଷ୍ଟା କରିଛନ୍ତି କି ନାହିଁ । ଯେଉଁମାନେ ଏହି ଆଦେଶକୁ ଗୁରୁତ୍ୱର ସହ ନେବେନାହିଁ ସେମାନଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦରମା ବୃଦ୍ଧି ବନ୍ଦ କରିବା ସହ ଦରକାର ପଡ଼ିଲେ ସ୍ୱାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇପାରେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । କରୋନା ପାଇଁ ଜୀବନ ଯାତ୍ରା ବ୍ୟାହତ ହୋଇଛି । ଏପରି ସ୍ଥିତି କେତେ ଦିନ ଲାଗି ରହିବ ତାହା କହିହେବ ନାହିଁ । ତେଣୁ, ଜୀବନଶୈଳୀରେ ପରିବର୍ତ୍ତନ ଆଣି ଫିଟ୍ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛି କମିଶନରେଟ ପୋଲିସ ।

ଆଗକୁ ଚୀନକୁ ଲାଗିବ ୪ହଜାର କୋଟିର ଝଟକା ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ: ଚୀନ ସୀମାରେ ବଢୁଥିବା ଉତ୍ତେଜନା ଦେଶରେ ମଧ୍ୟ ପ୍ରତିଫଳିତ ହେଉଛି । ସୀମାରେ ସେନା ଏବଂ କୂଟନୈତିକ ସ୍ଥରରେ ସରକାର ମୋର୍ଚ୍ଚା ସମ୍ଭାଳିଛନ୍ତି । ସେହିଭଳି ଦେଶରେ ଲଗାତାର ଭାବେ ଚାଇନା ପ୍ରଡକ୍ଟକୁ ବନ୍ଦ କରିବାର ନାରା ଦିଆଯାଉଛି । ଚୀନ ବିରୋଧରେ ଏହି ନାରାର ଫଳାଫଳ ବିଭିନ୍ନ ପର୍ବପର୍ବାଣୀରେ ମଧ୍ୟ ଦେଖିବାକୁ ମିଳିବ । ଭାରତୀୟ ବେପାରୀମାନେ ପର୍ବପର୍ବାଣୀ ସମୟରେ ଚିନକୁ ସଠିକ୍ ଜବାବ୍ ଦେବାକୁ ସବୁ ପ୍ରକାର ପ୍ରସ୍ତୁତି କରିସାରିଛନ୍ତି ।

ରାକ୍ଷୀପୂର୍ଣ୍ଣିମାରେ ଏଥର ଦେଶର ଭାଇମାନଙ୍କ ହାତରେ ଚୀନର ନୁହେଁ ବରଂ ଭଉଣୀ ତରଫରୁ ଦେଶୀ ରାକ୍ଷୀ ବନ୍ଧାଯିବ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ,ଦେଶର ୭କୋଟି ବେପାରିମାନେ ଚୀନ ରାକ୍ଷୀ ନ ବିକିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସ୍ଥାନରେ ଦେଶରେ ତିଆରି କରାଯାଉଥିବା ରାକ୍ଷୀକୁ ବିକ୍ରି କରାଯିବ । ସୂଚନା ଅନୁସାରେ ଚୀନକୁ ଦିଆଯାଇଥିବା ପାଖାପାଖି ହଜାରେ କୋଟିର ରାକ୍ଷୀ ଅର୍ଡରକୁ କ୍ୟାନ୍ସଲ କରିଦିଆ ଯାଇଛି । ବେପାରିମାନଙ୍କ ଏଭଳି ନିଷ୍ପତ୍ତିରେ ଚୀନକୁ ତ ଝଟକା ଲାଗିବ ଏହାସହ ଦେଶରେ ମଧ୍ୟ ରୋଜଗାର ତିଆରିର ଏକ କୌଶଳ ମିଳିବ ।

ଦେଶର କ୍ଷୁଦ୍ର ବେପାରୀମାନଙ୍କ ସଂଗଠନ କନଫେଡରେସନ ଅଫ୍ ଅଲ ଇଣ୍ଡିଆ ଟ୍ରେଡର୍ସ ଚୀନ ବିରୋଧରେ ଅଭିଯାନ ଚଳାଉଛନ୍ତି । ଏହି ଅଭିଯାନ ଅନୁଯାୟୀ ଚୀନରୁ ରାକ୍ଷୀ ନ କିଣିବାକୁ ନିଷ୍ପତ୍ତି ନିଆଯାଇଛି । କୁହାଯାଉଛି ଯେ, ଏହି ନିଷ୍ପତ୍ତିରେ ଚୀନକୁ ପ୍ରାୟ ୪ହଜାର କୋଟିର କ୍ଷତି ହେବ ।

ଏହି ଅଭିଜାନର ଜଣେ ପ୍ରବକ୍ତା କହିଛନ୍ତି  ଯେ, ଏହି ରକ୍ଷୀପୂର୍ଣ୍ଣିମାରେ ସ୍ୱଦେଶୀ ରାକ୍ଷୀକୁ ପ୍ରୋତ୍ସାହନ ଦେବାକୁ ଚେଷ୍ଟା କରାଯାଉଛି । ଏଥିରେ ଦେଶରେ ହଜାର ହଜାର ଲୋକଙ୍କୁ ରୋଜଗାରର ଅବସର ମିଳିବ ଏବଂ ଆତ୍ମନିର୍ଭର ଭାରତର ଆହ୍ୱାନକୁ ବଳ ମିଳିବ । ଏହାସହ ସେ କହିଛନ୍ତି ଯେ, ସଂଗଠନରେ ସାମିଲ ଥିବା ପ୍ରାୟ ୭କୋଟି ବେପାରି ଏହି ନିଷ୍ପତ୍ତିରେ ତାଙ୍କର ସହମତି ଦେଇଛନ୍ତି ।

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ: କହିଲେ ସୁଧୁରି ଯାଅ ନହେଲେ…

ରାଞ୍ଚି: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଦୁଇଟି ଇ-ମେଲ ଯୋଗେ ହତ୍ୟା ଧମକ ମିଳିଛି । ସିଆଇଡି ମାମଲାର ଅନୁସନ୍ଧାନ ଆରମ୍ଭ କରିଛି । ଅନ୍ୟପଟେ ପୁରା ମାମଲାକୁ ନେଇ କୌଣସି ଅଧିକାରୀ ପାଟି ଖୋଲିବାକୁ ନାରାଜ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି । ସୂଚନା ରହିଛି ଯେ, ହେମନ୍ତ ସୋରେନଙ୍କୁ ଇ-ମେଲ୍ ଯୋଗେ ହତ୍ୟା ଧମକ ମିଳିଛି ।

ସୁଧୁରି ଯାଅ, ନହେଲେ…

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଥିବା  ଇ-ମେଲରେ ଲେଖାଯାଇଛି, ସୁଧୁରି ଯାଅ, ନହେଲେ ତମକୁ ହତ୍ୟା କରିଦିଆଯିବ । ମାମଲା କେତେ ଗମ୍ଭୀର ଅଟେ ତାହା ଏହି ଇ-ମେଲରୁ ବାରି ହୋଇପଡ଼ୁଛି । ଧମକ ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀମାନେ ସଜାଗ ହୋଇପଡ଼ିଛନ୍ତି । ଅନ୍ୟପଟେ ମାମଲାରେ ଆଇପି ଆଡ୍ରେସ ସାହାଯ୍ୟରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରାଯାଉଛି ।

ଜେଏମଏମ( JMM)ର କଡ଼ା ପ୍ରତିକ୍ରିୟା

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନକୁ ଧମକ ଦିଆଯିବାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛି ଜେଏମଏମ୍  । ପାର୍ଟିର କେନ୍ଦ୍ରିୟ ପ୍ରବକ୍ତା ମନୋଜ ପାଣ୍ଡେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ନେଇ ଏଭଳି କରାଯାଇଛି । ରାଜ୍ୟ ସରକାର ପୁରା ମାମଲାର ଯାଞ୍ଚ କରାଇବ । ରାଜ୍ୟନୈତିକ ପ୍ରତିଦ୍ୱନ୍ଦିତାକୁ ନେଇ ମନୋଜ ପାଣ୍ଡେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ଏପରି ଯେ ସମସ୍ତ ରାଜନୈତିକ ଦଳର ଲୋକମାନେ ତାଙ୍କ ସହ ଅତି ନିକଟତର ଅଟନ୍ତି । ତେଣୁ ସେ କୌଣସି ରାଜନୈତିକ ବିପଦକୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ଏହା ପଛରେ ଯାହାର ହାତ ଥିବ, ସରକାର ତା ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ପଛାଇବେ ନାହିଁ ।

ଏହା ନକଲି ଇ-ମେଲ ମଧ୍ୟ ହୋଇପାରେ-

ତେବେ ଏହା ମଧ୍ୟ ଭୟ କରାଯାଉଛି ଯେ ଏହା ନକଲି ଇ-ମେଲ  ହୋଇଥାଏପାରେ । ବର୍ତ୍ତମାନ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି ମାମଲା ଗୋପନୀୟ ଭାବେ ଅନୁସନ୍ଧାନ କରାଯାଉଛି। ଜଣାଇ ରଖୁଛୁ ଯେ, ନିକଟରେ ରାଞ୍ଚିରେ ନକ୍ସଲମାନଙ୍କ ଦବଦବା ମଧ୍ୟ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ, ଏହି ଧମକ ସହ ନକ୍ସଲ ସଂପର୍କ ଅଛି କି ନାହିଁ ତାହା ଅନୁସନ୍ଧାନ କରାଯାଉଛି । ତେବେ, ପ୍ରତ୍ୟେକ ସମ୍ଭାବ୍ୟ ସ୍ଥାନରେ ସିଆଇଡି ଟିମ୍ ସମଗ୍ର ମାମଲାର ଅନୁସନ୍ଧାନ କରୁଛି।

ମନା କଲେ ବସ୍ ମାଲିକ, ଜୁଲାଇ ୩୧ ପରେ ପରବର୍ତ୍ତୀ ପଦକ୍ଷେପ ନେଇ ବିଚାର

ଭୁବନେଶ୍ୱର: ବନ୍ଦ ରହିବ ଘରୋଇ ବସ୍ ଚଳାଚଳ । ଆଜି ଠାରୁ ୪ ଜିଲ୍ଲା ସହ ଗୋଟିଏ ସହରରେ ଲକଡାଉନ୍ କଟକଣା ଲାଗୁ ହେଥିବା ବେଳେ ଯାତ୍ରୀ ପରିବହନ ଉପରେ କଟକଣା ରହିଛି । କଟକଣା ଲାଗିଥିବାରୁ ଗାଡ଼ି ଚଳାଇ ହେବନି ବୋଲି ଗାଡ଼ିମାଲିକ କହିଛନ୍ତି । ରାଜ୍ୟରେ ଜୁଲାଇ ୩୧ ତାରିଖ ଯାଏଁ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି ସଂଘ ସୂଚନା ଦେଇଛି ।

କରୋନା ଯୋଗୁଁ ଏବେ ରାଜ୍ୟରେ ୧୦ ପ୍ରତିଶତ ଘରୋଇ ବସ୍ ଚଳାଚଳ କରୁଛି । ଅଳ୍ପ ବସ୍ ଚାଲୁଥିଲେ ମଧ୍ୟ ଯାତ୍ରୀ ହେଉନଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ଗାଡ଼ିମାଲିକ ମନା ବସ୍ ଚଳାଇବାକୁ ମନା କରିବା ପରେ ବସ୍ ଚଳାଚଳ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି । ଜୁଲାଇ ୩୧ ପରେ ପରବର୍ତ୍ତୀ ପଦକ୍ଷେପ ନେଇ ବିଚାର ହେବ ବୋଲି ଘରୋଇ ବସ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ଡେଇଁଥିବା ବେଳେ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାରେ ସ୍ଥିତିି ଉଦବେଗଜନକ ରହିଛି । ଏହି ୪ ଜିଲ୍ଲା ସହ ସରକାର ରାଉରକେଲା ପୌରାଞ୍ଚଳରେ ଆଜିଠୁ ୧୪ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଜୁଲାଇ ୩୧ ଯାଏଁ ଲକଡାଉନ୍ ଜାରି ରହିବ । ଲକଡାଉନରେ ଏସବୁ ଜିଲ୍ଲାକୁ ଯିବଆସିବା ଉପରେ କଟକଣା ରହିଥିବାରୁ ବସ୍ ଚଳାଇବା ସମ୍ଭବ ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ସଂକ୍ରମଣକୁ ଚେକ୍ ଦେବାକୁ ୪ ଜିଲ୍ଲା ସମେତ ରାଉରକେଲା ସହରରେ ତାଲାବନ୍ଦ

ଚୀନର ପ୍ରତ୍ୟେକ ଚାଲର ଜବାବ ଦେବାକୁ ପ୍ରସ୍ତୁତ ଭାରତ

ଲଦାଖ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲେହର ଷ୍ଟକନାରେ ପହଞ୍ଚିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀଙ୍କ ସାମ୍ନାରେ ପାରା କମାଣ୍ଡୋ ଯୁଦ୍ଧାଭ୍ୟାସ କରିଥିଲେ । ପୈଙ୍ଗାଙ୍ଗ୍ ହ୍ରଦ ନିକଟରେ ପାରା କମାଣ୍ଡୋ ଯୁଦ୍ଧାଭ୍ୟାସ କରିଥିଲେ । ପୈଙ୍ଗାଙ୍ଗ୍ ହ୍ରଦ ସେହି ଅଞ୍ଚଳ, ଯେଉଁଠାରେ ଭାରତ ଓ ଚୀନର ସୈନ୍ୟମାନେ ସାମ୍ନାସାମ୍ନି ହୋଇଥିଲେ । ଆଜି ଭାରତ ପୈଙ୍ଗାଙ୍ଗ୍ ହ୍ରଦ ପାଖରେ ନିଜ ଶକ୍ତିର ପ୍ରଦର୍ଶନ କରୁଛନ୍ତି ।

ପୂର୍ବ ଲଦାଖରେ ଯେତେବେଳେ ଭାରତ ଏବଂ ଚୀନ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା, ସେତେବେଳେ ଆଗ୍ରା ଏବଂ ଅନ୍ୟ ସ୍ଥାନରୁ ପାରା କମାଣ୍ଡମାନଙ୍କୁ ଲଦାଖକୁ ପଠାଯାଇଥିଲା । ଯୁଦ୍ଧର ପରିସ୍ଥିତିକୁ ଦେଖି ପାରା କମାଣ୍ଡମାନଙ୍କର ମୂତୟନ କରାଯାଇଥିଲା । ପାରା କମାଣ୍ଡମାନଙ୍କୁ, ଉଚ୍ଚା ପାହଡ ଥିବା ଅଞ୍ଚଳ ଯେମିତିକି ଗଲବାନ ଘାଟି , ପୈଙ୍ଗାଙ୍ଗ୍ ହ୍ରଦ ଏବଂ ଦୌଲତ ବେଗ ଓଲଡ଼ିରେ ଯୁଦ୍ଧ ଲଢିବାକୁ ମୂତୟନ କରାଯାଇଥିଲା ।

ସବୁ ସ୍ଥାନରେ ମୁତୟନ ଅଛନ୍ତି ଭାରତ ସୈନ୍ୟ

ଭାରତ ଏବଂ ଚୀନ ମଧ୍ୟରେ ଉତ୍ତେଜନା କମ କରିବାର ଚେଷ୍ଟା ଜାରି ରହିଛି । ଏହାଭିତରେ ଚୀନ ସେନା ଭାରତର କିଛି ଅଞ୍ଚଳରୁ ପଛକୁ ମଧ୍ୟ ହଟିଛନ୍ତି । କିନ୍ତୁ ଭାରତ ସବୁ ସ୍ଥାନରେ ସୈନ୍ୟ ମୁତୟନ କରିଛି ।  ଅପରେସନକୁ  ସଫଳ କରିବାକୁ ପାରା କମାଣ୍ଡୋମାନଙ୍କୁ ମୁତୟନ କରାଯାଇଛି । ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ପାରା କମାଣ୍ଡରମାନେ କିଭଳି ଭାବେ ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛନ୍ତି  ତାହା ଏହି ଅଭ୍ୟାସ ମାଧ୍ୟମରେ ଦେଖା ଯାଇଥିଲା ।

ବାୟୁ ସେନାର ସମରଭ୍ୟାସ

କୁହାଯାଉଛି ଯେ, ୧୩ହଜାର ୮୦୦ପୁଟର ଉଚ୍ଚତାରୁ ପାରା କମାଣ୍ଡରମାନେ ଆଜି ଅପରେସନଙ୍କୁ ସଫଳ ପାଇଁ ଚେଷ୍ଟା କରୁଛନ୍ତି । ବାୟୁସେନାର କେତେକ ହେଲିକପ୍ଟର ପୈଙ୍ଗାଙ୍ଗ୍ ହ୍ରଦ ପାଖରେ ତଦାରଖ କରୁଛି । ସ୍ଥଳ ସେନା ଏବଂ ବାୟୁ ସେନାଙ୍କ ମଧ୍ୟରେ ଭଲ ତାଳମେଳ ପାଇଁ ମଧ୍ୟ ଏହି ଅପରେନସନ ଖୁବ ଗୁରୁତ୍ତ୍ୱପୂର୍ଣ୍ଣ । ଏହି ଅଭ୍ୟାସ ଦ୍ୱାରା ଭାରତ ସ୍ପଷ୍ଟ କରିଛି ଯେ, ସେ ଚୀନର ପ୍ରତ୍ୟେକ ଚାଲର ଜବାବ ଦେବ  ।

ପ୍ରଧାନମନ୍ତ୍ରୀଙ୍କ ପରେ ରାଜନାଥଙ୍କ ପାଳି

ସୀମାରେ ଉତ୍ତେଜନା କମାଇବାକୁ ସାମରିକ ସ୍ତରରେ କଥାବାର୍ତ୍ତା ଜାରି ରହିଛି । ଅନ୍ୟପକ୍ଷରେ ଦେଶର ବରିଷ୍ଠ ନେତାମାନେ ଲଦାଖ ଗସ୍ତରେ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଏହି ଗସ୍ତ ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବୋଲ କୁହାଯାଉଛି । ଲେହଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍‌କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭାରତ ଉପରେ ଖରାପ ଦୃଷ୍ଟି ଚୀନକ ପାଇଁ ମହଙ୍ଗା ହେବାକୁ ଯାଉଛି।

ପଛକୁ ହଟୁଛି ଚୀନ ସେନା

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଏକ ଏମିତି ସମୟରେ ହୋଇଛି, ଯେତେବେଳେ ସୀମାରେ ଉତ୍ତେଜନାକୁ ନେଇ ଦୁଇ ଦେଶ ମଧ୍ୟରେ ସାମରିକ ସ୍ତରୀୟ ଆଲୋଚନା ଚାଲିଛି । ଅନେକ ସ୍ଥାନରେ ଚୀନ୍ ଫେରିବାକୁ ରାଜି ହୋଇଛି । ଏବଂ ୬ଜୁଲାଇରୁ ନିଜ ସୈନିକଙ୍କୁ ହଟାଇବା ପ୍ରକ୍ରିୟା ଆରମ୍ଭ କରିଦେଇଛି ଏବଂ ବର୍ତ୍ତମାନ ସୈନିକମାନେ ଅଧିକାଂଶ ସ୍ଥାନରୁ ପଛକୁ ହଟିଛନ୍ତି ।