ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଦୁଃଖୀ ନାବାଳକଙ୍କ ଆତ୍ମହତ୍ୟା

ବଲିଉଡ ଜଗତର ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏବେ ଅବସାଦରେ ତାଙ୍କ ଫ୍ୟାନ୍‌ ଏବଂ ପରିବାର । ସୁଶାନ୍ତଙ୍କ ମୃତ୍ୟୁର ଖବର ପାଇ ତାଙ୍କ ଭାଉଜଙ୍କର ଆଜି ମୃତ୍ୟୁ ହୋଇଛି । ଖାଲି ସେତିକି ନୁହେଁ ଆଜି ତାଙ୍କର ଜଣେ ନାବାଳକ ଫ୍ୟାନ୍‌ ଆତ୍ମହତ୍ୟା କରିଛନ୍ତି । ୧୦ମ ଶ୍ରେଣିର ଛାତ୍ର ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନାଲନ୍ଦାର ଚଣ୍ଡି ପୋଲିସ ଷ୍ଟେସନ ଅଞ୍ଚଳରେ ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣି ତାଙ୍କ ପୁଅ ଅତ୍ୟନ୍ତ ଦୁଃଖିତ ହୋଇପଡ଼ିଥିଲେ । କିନ୍ତୁ ତାଙ୍କର ପୁଅ ଏଭଳି କିଛି ପଦକ୍ଷେପ ନେବେ ବୋଲି ପରିବାର ଲୋକେ ଆଶା କରିନଥିଲେ । ଖବର ପାଇବା ମାତ୍ରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଏହା ସହ ମାମଲାର ତଦନ୍ତ ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, ନାବାଳକ ଜଣକ ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନଥିଲେ । ତାଙ୍କର ମୃତ୍ୟୁ ପରେ ସେ ବହୁତ ଦୁଖିତ ହୋଇପଡ଼ିଥିଲେ । ଯାହାପରେ ସେ ନିଜ ନିର୍ମାଣଧିନ ଘରର ଛାତ ଉପରେ ଥିବା ଏକ ରୁମରେ ଦଉଡି ଦେଇ   ମଙ୍ଗଳବାର ସକାଳେ  ଆତ୍ମହତ୍ୟା କରିଥିଲେ । ବହୁ ସମୟ ଧରି ନାବାଳକ ଜଣକ ଘରକୁ ନ ଆସିବାରୁ ଘର ଲୋକ କବାଟ ଭାଙ୍ଗିଥିଲେ । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ।

ଘଟଣାର ସୂଚନା ପାଇବା ପରେ ଚାନ୍ଦି ପୋଲିସ ଷ୍ଟେସନ ଘଟଣାସ୍ଥଳରେ ପହଞ୍ଚି ନାବାଳକର ମୃତଦେହକୁ ନେଇ ସଦର ଡାକ୍ତରଖାନାକୁ ପୋଷ୍ଟ ମର୍ଟମ ପାଇଁ ପଠାଇଥିଲା । ଥାନା ଅଧିକାରୀ ରିତୁ ରାଜ କୁମାର କହିଛନ୍ତି ଯେ ଘଟଣାର ପ୍ରଥମିକ ତଦନ୍ତ ଆରମ୍ଭ ହୋଇଛି । ସେ କହିଛନ୍ତି ଯେ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ କାରଣରୁ ଅବସାଦକୁ ଯାଇ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

Leave a Reply