ଖୁବ ଶୀଘ୍ର ବିବାହ କରିବାକୁ ଯାଉଥିଲେ ସୁଶାନ୍ତ-ରିୟା, ଦୁହେଁ ମିଶି ଖୋଜୁଥିଲେ ନୂଆ ଘର

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅନେକ ପ୍ରଶ୍ନ ଉଠିଛି । ମୃତ୍ୟୁପରେ ପ୍ରଫେସନାଲ ଲାଇଫ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନର ରହସ୍ୟ ଖୋଲିବାରେ ଲାଗିଛି । ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିଷୟରେ ମଧ୍ୟ ଗୋଟିଏ ବଡ଼ ସତ୍ୟ ପ୍ରକାଶ ପାଇଛି । ଉଭୟଙ୍କ ରିୟଲ ଇଷ୍ଟେଟ୍ ବ୍ରୋକର ସନ୍ନି ସିଂ କହିଛନ୍ତି ଯେ ଉଭୟ ବିବାହ କରିବାକୁ ଯାଉଥିଲେ । ଯାହାପାଇଁ ଦୁହେଁ ଏକାଠି ବାନ୍ଦ୍ରାଠାରେ ଏକ ଘର ଖୋଜୁଥିଲେ ।

ସୁଶାନ୍ତ ରହୁଥିବା ଘର ବିଷୟରେ ମଧ୍ୟ କହିଛନ୍ତି ଯେ ଦୁହେଁ ଏହି ଘରେ ଏକାଠି ରହୁଥିଲେ । ଭଡା ନେଇ ସୁଶାନ୍ତ ସିଂଙ୍କର କୌଣସି ଅଭିଯୋଗ ନଥିଲା । କିନ୍ତୁ ଦୁହେଁ ଅନ୍ୟତ୍ର ଯିବାକୁ ଚାହୁଁଥିଲେ ।

କାରଣ ସେମାନଙ୍କର ଲେଟ ନାଇଟ ପାର୍ଟି ଯୋଗୁ ସୋସାଇଟି ଆଡୁ ଅଭିଯୋଗ ଆସିବାକୁ ଲାଗିଥିଲା । ଏହା ପୂର୍ବରୁ ମଧ୍ୟ ସେମାନେ ଯେଉଁଠାରେ ରହୁଥିଲେ ସେଠାରେ ମଧ୍ୟ ଲେଟନାଇଟ ପାର୍ଟିକୁ ନେଇ ତାଙ୍କୁ ଘର ଛାଡିବାକୁ କୁହାଯାଇଥିଲା ।

ସପଟେ ଏହା ମଧ୍ୟ କୁହାଯାଇଛି ଯେ ଉଭୟ ଏକାଠି ରହୁଥିଲେ । କିନ୍ତୁ କିଛି ସମୟ ପରେ ଦୁହେଁ ଅଲଗା ରହିବାକୁ ଲାଗିଲେ। ଏକାଠି ରହିବା କାରଣରୁ ଦୁହିଁଙ୍କ ମଧ୍ୟରେ ତିକ୍ତତା ବଢ଼ିଯାଇଥିଲା । ରିୟାଙ୍କ ପାରିବାରିକ ମାମଲାରେ ହସ୍ତକ୍ଷେପକୁ ସୁଶାନ୍ତଙ୍କ ପରିବାର ପସନ୍ଦ କରୁନଥିଲା ବୋଲି ଶୁଣିବାକୁ ମିଳୁଛି । ଏପରିକି ରିୟା ଓ ସୁଶାନ୍ତଙ୍କ ମଧ୍ୟରେ ପ୍ରାୟତଃ ବିଭିନ୍ନ ପ୍ରସଙ୍ଗକୁ ନେଇ ଝଗଡା ହେଉଥିଲା ବୋଲି ସୁଶାନ୍ତଙ୍କ ମ୍ୟାନେଜର ପୋଲିସକୁ କହିଛନ୍ତି ।

Leave a Reply