ଭାରତ-ଚୀନ ମୁହାଁମୁହିଁ ଘଟଣା: ଭାରତର ୨୦ ଯବାନ ଶହୀଦ, ଚୀନର ୪୩ ନିହତ

1 min read

ଲଦାଖ: ଭାରତ ଚୀନ୍ ମଧ୍ୟରେ ଥିବା ବାସ୍ତବିକ୍ ନିୟନ୍ତ୍ରଣ ରେଖା( ଏଲ୍‌ଏସି)ରେ ଚୀନ ସହ ହୋଇଥିବା ମୁହାଁମୁହିଁ ପରିସ୍ଥିତିରେ ଭାରତର ୨୦ ସୈନିକଙ୍କ ଶହୀଦ ହୋଇଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ଜଣେ ଅଫିସର ଏବଂ ୨ ଜଣେ ସେନା କର୍ମଚରୀ ଶହୀଦ ହୋଇଥିବା ସୂଚନା ମିଳିଥିଲା । କିନ୍ତୁ ସଦ୍ୟପ୍ରାପ୍ତ ସୂଚନା ମୁତାବକ ୨୦ ଜଣ ସୈନିକ ଶହୀଦ ହୋଇଛନ୍ତି । ଏନେଇ ଖବର ସରବରାହ ସଂସ୍ଥା ଏଏନ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି । ୧୫ ଓ ୧୬ ତାରିଖରେ ୨ ସେନା ମୁହାଁମୁହିଁ ହୋଇଥିଲେ । ଏଥିରେ ଭାରତୀୟ ସେନାର ପାଖାପାଖି ୧୭ ସୈନିକ ଗୁରୁତର ଆହତ ହୋଇଥିଲେ । ପରେ ସେମାନେ ଶହୀଦ ହୋଇଛନ୍ତି । ସେଠାକାର ତାପମାତ୍ରା ଶୂନ ଡିଗ୍ରୀ ରହିଥିବା ବେଳେ ପାଣିପାଗ ଆଦୈ ଅନୁକୂଳ ନଥିବା ଯୋଗୁଁ ଏଭଳି ହୋଇଥିବା ସୂଚନା ।

ତେବେ ଗଲବାନରେ ଯେଉଁ ସ୍ଥାନରେ ଉଭୟ ସେନା ମଧ୍ୟରେ ଉତ୍ତଜେନା ପ୍ରକାଶ ପାଇଥିଲା ସେଠାରେ ଏବେ ସେନା ମୁହାଁମୁହିଁ ନାହାନ୍ତି ।  ଅପରପକ୍ଷରେ ଦେଶର ସଂପ୍ରଭୁତା, ଏବଂ କ୍ଷେତ୍ରୟ ଏକତା ପାଇଁ ଭାରତୀୟ ସେନା ସଂକଳ୍ପ ବଦ୍ଧ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।

ଅପରପକ୍ଷରେ ଚୀନର ମଧ୍ୟ ୪୩ ଯବାନ ଶହୀଦ ହୋଇଥିବା ଖବର ସରବରାହ ସଂସ୍ଥା ଏଏନ୍‌ଆଇ ପକ୍ଷରୁ ପ୍ରକାଶ । ବହୁ ସୈନିକ ଆହତ ମଧ୍ୟ ହୋଇଛନ୍ତି । ସୋମବାର ରାତିରେ ୨ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ଏହି ଘଟଣା ସେତେବେଳେ ଘଟିଲା ଯେତେବେଳେ ଗଲବାନ ଘାଟିରେ ଭାରତ-ଚୀନ ସେନା ମଧ୍ୟରେ କଥାବାର୍ତ୍ତା ଚାଲିଥିଲା

ତେବେ ଭାରତ ସର୍ବଦା ଏଲ୍‌ଏସିର ସମ୍ମାନ କରୁଛି । ଏବଂ ଚୀନ ମଧ୍ୟ ସେଇଆ କରିବ ବୋଲି ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସୋମବାର ବର୍ଡରରେ ଯାହା ହୋଇଛି ସେଥିରୁ ବଞ୍ଚିହୁଅନ୍ତା । ଏଭଳି ଘଟଣା ଦ୍ୱାରା ଉଭୟ ପକ୍ଷର କ୍ଷତି ହୋଇଛି ବୋଲି ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ବାସଭବନରେ ଚାଲିଥିବା ସିସିଏସ୍ ବୈଠକ ଶେଷ । ଏହି ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହ, ରକ୍ଷା ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ । ଏହା ବୈଠକ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ବୈଠକ ହୋଇଥିଲା ।

Leave a Reply