ଦୋକାନ ଖୋଲିବାକୁ ଅନୁମତି ମାଗିଲେ ମାର୍କେଟ ବିଲ୍ଡିଂ ବ୍ୟବସାୟୀ

1 min read

ଭୁବନେଶ୍ୱର: ସର୍ତ୍ତମୂଳକ ଭାବେ ଦୋକାନ ଖୋଲିବାକୁ ଅନୁମତି ମାଗିଲେ ଦୋକାନୀ । କ୍ୟାପିଟାଲ ମାର୍କେଟ ଆସୋସିଏସନ୍‌, ୟୁନିଟ-୨ ମାର୍କେଟ ବିଲ୍ଡିଂର ପାଖାପାଖି ୧୬୦ ଭେଣ୍ଡର ଦୋକାନ ଖୋଲିବାକୁ ଅନୁମତି ମାଗିଛନ୍ତି । କରୋନା ନେଇ ବିଏମ୍‌ସି ପକ୍ଷରୁ ଜାରି ଏସ୍‌ଓପି କରାଯିବ ଲିଖିତ ଅଣ୍ଡରଟେକିଂ ସହ ଅନୁମତି ମାଗିଛନ୍ତି । ଏଥିସହିତ ସେମାନେ ନିଜ ପକ୍ଷରୁ ମାର୍କେଟି ବିଲ୍ଡିଂ ପରିସରରେ ଜନଗହଳି କମାଇବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ରାଜି ହୋଇଛନ୍ତି ।

ତେବେ ସେମାନଙ୍କ ଅନୁରୋଧକୁ ବିଏମ୍‌ସି କମିଶନରଙ୍କ ପକ୍ଷରୁ ବିଚାର କରାଯାଉଥିବା ବେଳେ ପର୍ଯ୍ୟାୟକ୍ରମେ ସେମାନଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇପାରେ । ସୂଚନା ଯୋଗ୍ୟ ଯେ, ରଜ ସଂକ୍ରାନ୍ତିକୁ ଆଖି ଆଗରେ ରଖି କର୍ଫ୍ୟୁ କଟକଣା କୋହଳ କରାଯିବା ସହ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଉନଥିବାରୁ ବିଏମ୍‌ସି ପକ୍ଷରୁ ମାର୍କେଟ ବିଲ୍ଡିଂକୁ ସିଲ୍‌ କରାଯାଇଥିଲା ।

ଖୋଲୁ ଖୋଲୁ ଗହଳି, ସିଲ୍‌ କରିଦେଲା ବିଏମ୍‌ସି…

Leave a Reply