ଫାର୍ମରେ ନିଆଁ ଲାଗି ଜଳିଗଲେ ୫୦ ହଜାରରୁ ଅଧିକ କୁକୁଡ଼ା,ନିଆଁ ଲଗାଇଲା କିଏ ?

ପାରାଦୀପ: ପାରାଦୀପ ଏରସମା ବ୍ଲକ ନୂଆଗାଁ ରାମଚଣ୍ଡୀପଡ଼ାରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ଜଳିଗେଲେ ୫୦ ହଜାରରୁ ଊର୍ଦ୍ଧ୍ୱ କୁକୁଡା । ଗତକାଲି ବିଳମ୍ବିତ ରାତ୍ରିରେ ପବିତ୍ର ସ୍ୱାଇଁଙ୍କ  କୁକୁଡା ଫାର୍ମରେ ନିଆଁ ଲାଗିଯାଇଥିଲା । ଫଳରେ ଛାଳଛପର ପୋଡ଼ିଯିବା ସହ କୁକୁଡ଼ା ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ବିପନ୍ନ ପରିବାର ଏନେଇ ଜଗତସିଂହପୁର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତ ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବି ରାତିରେ କୁକୁଡ଼ା ଫାର୍ମରେ ନିଆଁ ଲାଗିଥିଲେ । ପବିତ୍ର ତାଙ୍କ ଫାର୍ମରେ ୫୦ ହଜାରରୁ ଅଧିକ କୁକୁଡ଼ା ଚିଆଁ ଛାଡ଼ିଲେ । ଆଉ ମାତ୍ର ୧୫ ଦିନ ପରେ ସେମାନେ ସେ କୁକୁଡ଼ା ବିକ୍ରି କରିଥାନ୍ତେ । ତେବେ କେହି ଜଣେ ଆକ୍ରୋଶମୂଳକ ଭାବେ ଏହା କରିଥିବା ଅଭିଯୋଗ ହୋଇଛି । କାରଣ ବର୍ଷାରେ ଫାର୍ମର ଚାଳ ଓଦା ଥିଲା । ତଥାପି ଅଗ୍ନିକାଣ୍ଡ ଏତେ ମାତ୍ରାରେ ଥିଲାଯେ ସବୁ କୁକୁଡ଼ା ପୁରା ପାଉଁଶ ହୋଇଯାଇଥିଲେ । କେହି ଜଣେ ପେଟ୍ରୋଲ ଢ଼ାଳି ଏଭଳି କରିଥିବା ଅଭିଯୋଗ କରିଛନ୍ତି । ତେବେ ଗାଁରେ ସୁଧ କାରବାରକୁ ନେଇ ଏଭଳି ହୋଇଥାଏ ପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି । କାରଣ ପବିତ୍ର ଗାଁର କିଛି ଲୋକଙ୍କ ଠାରୁ ସୁଧରେ ଟଙ୍କା ଉଧାର ଆଣିଥିଲେ । ସେପଟେ ନିଆଁ ଲାଗିବାର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

Leave a Reply