spot_img
Home Blog Page 6970

୪ ମାସରେ ସର୍ବାଧିକ, ଖୋର୍ଦ୍ଧା ଜିଲ୍ଲାରୁ ଆଜି ୧୫୦ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ମାର୍ଚ୍ଚ ୧୬ରୁ ଜୁଲାଇ ୧୭ । ୪ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାର୍ଚ୍ଚ ୧୬ରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ରାଜଧାନୀରୁ ଚିହ୍ନଟ ହୋଇଥିଲେ । ଯିଏ କି ବିଦେଶ ଫେରନ୍ତା ଥିଲେ । ଜୁଲାଇ ୧୭ ପ୍ରାୟ ୪ ମାସ ଭିତରେ ସଂକ୍ରମଣ ବୃଦ୍ଧି ପାଇ ଜିଲ୍ଲାରେ ୧୭୪୪ରେ ପହଞ୍ଚିଛି । ଆଜି ଜିଲ୍ଲାରେ ସର୍ବାଧିକ ୧୫୦ ପଜିଟିଭ୍ ମାମଲା ଆସିଛି ।

ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏବେ ୭୧୩ଟି ସକ୍ରିୟ ମାମଲା ରହିଛି । ସଂକ୍ରମିତଙ୍କ ଚିକିତ୍ସା କୋଭିଡ୍ ହସ୍ପିଟାଲରେ ଚାଲିଛି । ସେହିଭଳି ବିଏମସିର ସୂଚନା ମୁତାବକ ୧୬ ତାରିଖ ସୁଦ୍ଧା ରାଜଧାନୀରୁ ୯୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୦୪ଟି ମାମଲା ଆକ୍ଟିଭ୍ ରହିଛି । ରାଜଧାନୀରେ ୧୧ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ବେଳେ ଜିଲ୍ଲାରେ ଏହି ସଂଖ୍ୟା ହେଉଛି ୧୩ ।

ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଆଜିଠାରୁ ଖୋର୍ଦ୍ଧା ସହିତ ଗଞ୍ଜାମ, କଟକ ଓ ଯାଜପୁର ଜିଲ୍ଲାରେ ଲକଡାଉନ୍ ଲାଗୁ ହେଉଛି । ଆଜି ରାତି ୯ଟାରୁ ଜୁଲାଇ ୩୧ ଯାଏଁ ୪ ଜିଲ୍ଲା ସହ ରାଉରକେଲା ପୌରାଞ୍ଚଳ ଲକଡାଉନ୍ ଭିତରେ ରହିବ । ସକାଳ ୬ଟାରୁ ଦିନ ୧ଟା ଯାଏ ପରିବା, କ୍ଷୀର ଦୋକାନ ଖୋଲା ରହିବ । ସାପ୍ତାହିକ ସଟଡାଉନ୍ ମଧ୍ୟ ଜାରି ରହିବ ।

ଖୁସି ଖବର, ରାଜ୍ୟର ଏହି ଜିଲ୍ଲାରେ ଏବେ ନାହାଁନ୍ତି କରୋନା ରୋଗୀ

କରୋନା ମୃତ୍ୟୁସଂଖ୍ୟା ୮୩କୁ ବୃଦ୍ଧି, ଗଞ୍ଜାମରୁ ଆଉ ୨ ମୃତ

ଭୁବନେଶ୍ୱର: ସଂକ୍ରମଣ ସହ ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ମୃତ୍ୟୁସଂଖ୍ୟା । ଆଜି ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୮୩ରେ ପହଞ୍ଚିଛି । ଗଞ୍ଜାମର ୨ କରୋନା ଆକ୍ରାନ୍ତ ଆଖି ବୁଜିଥିବା ବେଳେ ଗଜପତି ଓ ଅନୁଗୁଳର ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଅନୁଗୁଳ ଜିଲ୍ଲାର ୬୬ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ମସ୍ତିଷ୍କ ଟ୍ୟୁମରରେ ଆକ୍ରାନ୍ତ ଥିଲେ । ସେହିଭଳି ଗଜପତି ଜିଲ୍ଲାର ୫୬ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ମଧୁମେହ ସହ ହୃଦରୋଗରେ ପୀଡ଼ିତ ଥିଲେ ବୋଲି ଜଣାପଡ଼ିଛି ।

ଗଞ୍ଜାମର ମୃତ୍ୟୁ ବରଣ କରିଥିବା ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କ ବୟସ ୫୭ ଓ ଅନ୍ୟ ଜଣେ ୬୦ ବର୍ଷ । ଉଭୟ ଆକ୍ରାନ୍ତ ପୁରୁଷ । ୫୭ ବର୍ଷୀୟ ବ୍ୟକ୍ତି ମଧୁମେହରେ ପୀଡ଼ିତ ଥିବାବେଳେ ୬୦ ବର୍ଷୀୟ ବ୍ୟକ୍ତି କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଆଜି ୨ ନୂଆ ମୃତ୍ୟୁ ସହ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୫୦ରେ ପହଞ୍ଚିଛି । ଯେତେବେଳେ କି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୯୮ ଛୁଇଁଛି ।

ସଂକ୍ରମଣ ରୋକିବାକୁ ସରକାର କଡ଼ା ପଦକ୍ଷେପ ନେଉଛନ୍ତି । ଆଜିଠାରୁ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ପୌରାଞ୍ଚଳରେ ଲକଡାଉନ୍ ଲାଗୁ ହେଉଛି । ଆଜି ରାତି ୯ଟାରୁ ଲକଡାଉନ୍ ଜୁଲାଇ ୩୧ ତାରିଖ ଯାଏଁ ବଳବତ୍ତର ରହିବ । ଏହି ସମୟରେ ଟେଷ୍ଟିଂକୁ ତ୍ୱରାନ୍ୱିତ କରାଯିବ ।

ଖୁସି ଖବର, ରାଜ୍ୟର ଏହି ଜିଲ୍ଲାରେ ଏବେ ନାହାଁନ୍ତି କରୋନା ରୋଗୀ

କ୍ୟାନସର ରୋଗୀଙ୍କୁ ଆରାମ ଦେବ ଭାଙ୍ଗରୁ ପ୍ରସ୍ତୁତ ଔଷଧ…

ନିଶା ଦ୍ରବ୍ୟ ଭାବେ ଭାଙ୍ଗ ସବୁ ବେଳେ ବଦନାମ । କିନ୍ତୁ ଆପଣ ଜାଣନ୍ତି କି ଏହି ନିଶା ପଦାର୍ଥ ଭାବେ ପରିଚିନ ଭାଙ୍ଗରୁ ଏବେ କ୍ୟାନ୍ସର ରୋଗୀଙ୍କ କଷ୍ଟ ଦୂର ହେବ ବୋଲି ।ଶ କ୍ୟାନ୍ସର ରୋଗୀଙ୍କ ଦୁଃଖ ଦୂର କରିବାରେ ଅପବ୍ୟବହାରୀ ଭାଙ୍ଗ । ଏହା କ୍ୟାନ୍ସର ରୋଗୀଙ୍କ  ପାଇଁ ହେବ ଖୁବ୍ ପ୍ରଭାବଶାଳୀ । କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (CSIR) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟିଗ୍ରେଟିଭ୍ ମେଡିସିନ୍ (IIIM) ଭାଙ୍ଗ ଗଛରୁ ଔଷଧ ପ୍ରସ୍ତୁତ କରି ପରୀକ୍ଷା କରୁଛନ୍ତି । ଏହାକୁ ନେଇ ମୁମ୍ବାଇ କେନ୍ଦ୍ରରେ କ୍ଲିନିକାଲ ପରୀକ୍ଷା ଏବଂ ଜାମ୍ମୁ ସେଣ୍ଟରରେ ଟ୍ରାଏଲ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଭାଙ୍ଗରୁ ପ୍ରସ୍ତୁତ ଔଷଧ ଅତ୍ୟଧିକ ପ୍ରଭାବଶାଳୀ ଏବଂ ଏହା କ୍ୟାନ୍ସର ରୋଗୀଙ୍କ ଯନ୍ତ୍ରଣାରୁ ମୁକ୍ତି ଦେଇ ପାରିବ ।

ଆଇଆଇଏମ୍ ଜାମ୍ମୁ ପଶୁମାନଙ୍କ ଉପରେ ଏକ ପ୍ରି-କ୍ଲିନିକାଲ୍ ପରୀକ୍ଷା କରିଛି । ଔଷଧ ଉପରେ ଗବେଷଣା କରୁଥିବା ଡାକ୍ତର କହିଛନ୍ତି ଯେ, ଗବେଷଣା ଶେଷ ହେବାକୁ ଯାଉଛି । ପଶୁମାନଙ୍କ ଉପରେ ସଫଳ ପରୀକ୍ଷଣ ପରେ, ଏହା ବର୍ତ୍ତମାନ ମାନବଙ୍କ ଉପରେ ବ୍ୟବହୃତ ହେଉଛି । ଏହି ଔଷଧ ଇଞ୍ଜେକ୍ସନ, ଟାବଲେଟ୍ ଏବଂ ତେଲ ଆକାରରେ ଦିଆଯିବ ।

କର୍କଟ ରୋଗୀମାନଙ୍କୁ ଔଷଧ ଦ୍ୱାରା ଆରାମ ମିଳୁଛି । IIIMର ସୂତ୍ରରୁ ଜଣାପଡିଛି ଯେ ଭାଙ୍ଗ ଗଛ ପରବର୍ତ୍ତୀ ଅଂଶ ନିଶା ଭାବେ ବ୍ୟବହୃତ ହେଉଥିବା ବେଳେ ସେହି ଗଛର ଅନ୍ୟ ଅଂଶ ରୋଗର ଔଷଧ ପ୍ରସ୍ତୁତ କରିବାରେ ସହାୟକ ହେଉଛି । ଏହାକୁ ଔଷଧ ରୂପେ ବ୍ୟବହାର କରିବା ଦ୍ୱାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନଥାଏ । ତେବେ ଏହି ଔଷଧ ଉତ୍ପାଦନ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ମଧ୍ୟ ନିଆଯାଇଛି ।

ତେବେ ମୁମ୍ବାଇରେ କ୍ଲିନିକାଲ ପରୀକ୍ଷା ଚାଲିଥିବା । ଏବଂ ଏହା ମଣିଷ ଉପରେ ହୋଇଥିବା ପରୀକ୍ଷଣ ଭଲ ଫଳାଫଳ ଦେଇଛି । ବର୍ତ୍ତମାନ ଏହି ଔଷଧ କ୍ଲିନିକାଲ ପରୀକ୍ଷା ପରେ ବଜାରକୁ ଅଣାଯିବ । ତେବେ ଏଥିପାଇଁ ୫ରୁ ୬ମାସର ସମୟ ଲାଗିବ ।

୨୪ ଜିଲ୍ଲାରୁ ୭୧୮ ପଜିଟିଭ୍ ଚିହ୍ନଟ, ସୁବର୍ଣ୍ଣପୁରକୁ ଫେରିଲା କରୋନା

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୭୯ଟି ମାମଲା କ୍ୱାରେଣ୍ଟାଇନ୍ ହୋଇଥିବା ବେଳେ ୨୩୯ଟି ହେଉଛି ସ୍ଥାନୀୟ ସଂକ୍ରମଣ । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ଟପିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦିନକ ପାଇଁ କରୋନା ମୁକ୍ତ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୯, ବାଲେଶ୍ୱରରୁ ୯, ବରଗଡ଼ରୁ ୪, ଭଦ୍ରକରୁ ୧୦, କଟକରୁ ୩୨, ଢେଙ୍କାନାଳ ୬, ଗଜପତି ୨୧, ଜଗତସିଂହପୁର ୧୬, ଝାରସୁଗୁଡ଼ା ୨୪, କନ୍ଧମାଳ ୭, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୨୮, ଖୋର୍ଦ୍ଧା ୧୫୦, କୋରାପୁଟ ୨୭, ମାଲକାନଗିରି ୫୪, ମୟୂରଭଞ୍ଜ ୨୨, ନବରଙ୍ଗପୁର ୧, ନୟାଗଡ଼ ୧୩, ପୁରୀ ୯, ରାୟଗଡ଼ା ୧୯, ସମ୍ବଲପୁର ୭, ସୋନପୁର ୫, ସୁନ୍ଦରଗଡ଼ରୁ ୧୦ ଜଣ ସଂକ୍ରମତି ଚିହ୍ନଟ ହୋଇଛନ୍ତି ।

୭୧୮ ନୂତନ ମାମଲା ସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୦ ହଜାର ୧୧୦ରେ ପହଞ୍ଚିଛି । ଏବେ ୫ ହଜାର ୧୨୪ଟି ମାମଲା ସକ୍ରିୟ ରହିଥିବା ବେଳେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ ହଜାର ୮୭୭ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଏଯାବତ୍ ୩ ଲକ୍ଷ ୬୯ ହଜାର ୭୩୮ ନମୁନା ପରୀକ୍ଷା କରାଯାଇଛି ।

ଖୁସି ଖବର, ରାଜ୍ୟର ଏହି ଜିଲ୍ଲାରେ ଏବେ ନାହାଁନ୍ତି କରୋନା ରୋଗୀ

ବଲିଉଡ଼ରୁ ଭୋଜପୁରୀ ସୁପରଷ୍ଟାର, କେମିତି ଥିଲା ରବି କିଶନଙ୍କ କ୍ୟାରୀୟର..?

ମୁମ୍ବାଇ: ଭୋଜପୁରୀ ଏବଂ ବଲିଉଡ଼ର ସିନେମାର ବରିଷ୍ଠ ଅଭିନେତା ରବି କିଶନ ତାଙ୍କ ଅଭିନୟର ଛାପ ଛାଡ଼ିଛନ୍ତି । ବହୁତ କମ ଲୋକ ହିଁ ଜାଣିଛନ୍ତି ଯେ, ରବି କିଶନଙ୍କୁ ଭୋଜପୁରୀ ସୁପରଷ୍ଟାରର ଟ୍ୟାଗ୍ ବଲିଉଡ଼ର ମହାନାୟକ ଅମିତାଭ୍ ବଚ୍ଚନ ହିଁ ଦେଇଥିଲେ । ଆଜି ହେଉଛି ଏହି ଭୋଜପୁରୀ କଳାକାରଙ୍କ ଜନ୍ମଦିନ । ସେ ତାଙ୍କର ୫୧ଜନ୍ମଦିନ ପାଳନ କରିଛନ୍ତି ।  ଆସନ୍ତୁ ତାଙ୍କ ଜନ୍ମଦିନ ଅବସରରେ ଜାଣିବା ତାଙ୍କ କ୍ୟାରୀୟର କିଛି ସଂଘର୍ଷ ପୂର୍ଣ୍ଣ ମୂହୁର୍ତ୍ତ ବିଷୟରେ ।

ରବି କିଶନ ତାଙ୍କ କ୍ୟାରୀୟରର ଆରମ୍ଭ ୧୯୯୨ ମସିହାର ଫିଲ୍ମ ପିତାମ୍ବରରୁ ହିଁ କରିଥିଲେ । ବହୁତ ଲୋକେ ଭାବୁଥିବେ ଯେ, ରବି କିଶନ ଭୋଜପୂରୀ ସିନେମାରୁ ବଲିଉଡକୁ ଆସିଥିଲେ କିନ୍ତୁ ଏହାର ସତ୍ୟତା ସମ୍ପୂର୍ଣ୍ଣ ଓଲଟା । ରବି ତାଙ୍କ କ୍ୟାରିୟର ଆରମ୍ଭ ହିନ୍ଦି ଫିଲ୍ମରୁ ହିଁ କରିଥିଲେ । ୧୯୯୨ରୁ ୨୦୦୨ପର୍ଯ୍ୟନ୍ତ ସେ ବଲିଉଡ଼ରେ ଅଭିନୟ କରିଥିଲେ । ଏହାପରେ ସେ ପ୍ରଥମ ଥର ପାଇଁ ଭୋଜପୂରୀ ସିନେମାରେ କାମ କଲେ ।

ରବି କିଶନ ତାଙ୍କ ଜୀବନରେ ବହୁ ସଂଘର୍ଷ କରିଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ଆରମ୍ଭରୁ ବିଭିନ୍ନ ଫିଲ୍ମରେ ମାଗଣାରେ କାମ କରିଛନ୍ତି । କେବଳ ସେତିକି ନୁହେଁ ସେ କହିଛନ୍ତି ଯେ ସେ ବହୁଥର ପ୍ରତ୍ୟାଖ୍ୟାନର ଶୀକାର ହୋଇଛନ୍ତି । ଏବଂ ବହୁଥର ସେ କାମ ପାଇଁ ଘଣ୍ଟା ଘଣ୍ଟା ଧରି ଅଫିସ୍ ବାହାରେ ଠିଆ ହୋଇଛନ୍ତି । ସେ କହିଛନ୍ତି ଯେ, ମୁଁ ଆରମ୍ଭରୁ ପ୍ରାୟ ୧୨-୧୪ ଫିଲ୍ମରେ କାମ କରିଛି କିନ୍ତୁ ଏଥିପାଇଁ କୌଣସି ପାରିଶ୍ରମିକ ନେଇ ନାହିଁ । ରବି କହିଥିଲେ ଯେ, ସେତେବେଳେ ଆମ ପାଖରେ ୨ଟି ଅପସନ୍ ଥିଲା ଯଦି କାମ କରୁଛ ତ ପାରିଶ୍ରମିକ ନାହିଁ ଆଉ ଜଦି ପାରିଶ୍ରମିକ ଚାହୁଁଛ ତ କାମ ମିଳିବ ନାହିଁ ।

କିପରି ଜଣେ ସୁପରଷ୍ଟାର ଟ୍ୟାଗ୍ ପାଇଥିଲେ ରବି କିଶନ

ରବି କହିଛନ୍ତି ଯେ ଯଦି ମୁଁ  ଯେହେତୁ କାମ କରିବାକୁ ଚାହୁଁଥିଲି ସେଥିପାଇଁ ମୁଁ ଟଙ୍କା ଆଡକୁ ଆକର୍ଷିତ ନଥିଲି । ରବି କିଶନ ମଧ୍ୟ ଏହି ସାକ୍ଷାତକାରରେ କହିଥିଲେ ଯେ ସେ ତାଙ୍କ କ୍ୟାରିୟରରେ କଠିନ ପରିଶ୍ରମ କରିଛନ୍ତି । ଭୋଜପୁରୀ ସୁପରଷ୍ଟାରର ଟ୍ୟାଗ୍ ତାଙ୍କୁ ଅମିତାଭ ବଚ୍ଚନ ଦେଇଥିଲେ । ରବି କିଶନ ୨୦୦୬ ଚଳଚ୍ଚିତ୍ର ଗଙ୍ଗା ପରେ ଭୋଜପୁରୀ ସିନେମାରେ ସମ୍ପୂର୍ଣ୍ଣ କାମ କରିବା ଆରମ୍ଭ କରିଥିଲେ ।

ଖୁସି ଖବର, ରାଜ୍ୟର ଏହି ଜିଲ୍ଲାରେ ଏବେ ନାହାଁନ୍ତି କରୋନା ରୋଗୀ

ଭୁବନେଶ୍ୱର: କରୋନା ଭୟରେ ସାରା ରାଜ୍ୟ । ବଢ଼ିବାରେ ଲାଗିଛି ସଂକ୍ରମଣ । ସଂକ୍ରମଣ ଭୟ ଭିତରେ ସୁସ୍ଥତା ଆଣିଛି ଖୁସି ଖବର । ରାଜ୍ୟର ଗୋଟିଏ ଜିଲ୍ଲା ଏବେ କରୋନା ମୁକ୍ତ । ଅର୍ଥାତ୍ ଉକ୍ତ ଜିଲ୍ଲାରେ ଏବେ ଜଣେ ବି କରୋନା ଆକ୍ରାନ୍ତ ନାହାଁନ୍ତି । ଏହି ଜିଲ୍ଲାଟି ହେଉଛି ପଶ୍ଚିମ ଓଡ଼ିଶାର ସୁବର୍ଣ୍ଣପୁର । ଗତକାଲି ଜିଲ୍ଲାରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ଏବେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶୂନ୍ ରହିଛି ।

ସୁବର୍ଣ୍ଣପୁର ଜିଲ୍ଲାରେ ଜୁଲାଇ ୧୬ ତାରିଖ ସୁଦ୍ଧା ୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ଥିବା ଗ୍ରାଫରୁ ଜଣାପଡ଼ୁଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ସୁବର୍ଣ୍ଣପୁର ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି । ଜୁଲାଇ ୮ ତାରିଖରେ ଶେଷଥର ପାଇଁ ଜିଲ୍ଲାରେ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ସୁବର୍ଣ୍ଣପୁରର ଷ୍ଟ୍ରାଟେଜି

ରାଜ୍ୟରେ ସଂକ୍ରମଣ ପିକ୍ ପଏଣ୍ଟରେ ଥିବାବେଳେ ସୁବର୍ଣ୍ଣପୁର ଅନ୍ୟ ଜିଲ୍ଲା ପାଇଁ ଉଦାହରଣ ପାଲଟିଛି । ଜିଲ୍ଲା ପ୍ରଶାସନ ୨ଟି ପଦକ୍ଷେପ ଦ୍ୱାରା ସଂକ୍ରମଣକୁ ପ୍ରତିହତ କରିଥିବା କୁହାଯାଉଛି । ପ୍ରଥମତଃ ଜିଲ୍ଲାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ଲାଗୁ କରାଯାଇଛି । ଦ୍ୱିତୀୟରେ ଅନ୍ୟ ଜିଲ୍ଲା ଭଳି ସୁବର୍ଣ୍ଣପୁର ଜିଲ୍ଲାରେ ଶନି ଓ ରବିବାର ସାପ୍ତାହିକ ସଟଡାଉନ୍ କରାଯାଉଛି । ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ଲୋକଙ୍କ ପାଇଁ କ୍ୱାରେଣ୍ଟାଇନକୁ ବାଧ୍ୟତାମୂଳକ କରାଯାଇଛି ।

ଅନ୍ୟପଟେ ଖୋର୍ଦ୍ଧା, ଗଞ୍ଜାମ, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ପୌରାଞ୍ଚଳରେ ସଂକ୍ରମଣ ରୋକିବାକୁ ଆଜିଠାରୁ ୧୪ ଦିନିଆ ଲକଡାଉନ୍ ଆରମ୍ଭ ହେଉଛି । ଆଜି ରାତି ୯ଟାରୁ ଲକଡାଉନ୍ ଆରମ୍ଭ ହେବ । ଲକଡାଉନ୍ ସମୟରେ ପରିବା, କ୍ଷୀର ଭଳି ଦୋକାନ ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ଖୋଲି ରହିବ ।

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ବଢୁଛି ସୁସ୍ଥ ହାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଦେଶରେ ପ୍ରତିଦିନ ହଜାର ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ପାର୍ କରିଛି । ଏଥି ସହିତ ଦେଶରେ କରୋନାକୁ ଦମନ କରିବାରେ ଦେଶ କିଛିମାତ୍ରାରେ ସଫଳ ହୋଇଛି । ବର୍ତ୍ତମାନ ଦେଶରେ ପ୍ରତିଦିନ ୩୦ ହଜାରରୁ ଅଧିକ ନୂଆ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେଉଛନ୍ତି । ଦେଶରେ ୧୦ ଲକ୍ଷରୁ ଅଧିକ ରୋଗୀ କରୋନା ସଂସ୍ପର୍ଶରେ ଆସିଛନ୍ତି । ଏଥି ସହିତ ଦେଶରେ କରୋନାରୁ ମାତ୍ ଦେଇଛନ୍ତି ୬୩.୨୫ ପ୍ରତିଶତରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଜୁଲାଇ ୧୬ ସୁଦ୍ଧା ୧୦,୦୩,୮୩୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ କରୋନା ଯୋଗୁଁ ୨୫,୬୦୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ସମୟରେ ୬,୩୫,୭୫୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ତେବେ ବର୍ତ୍ତମାନ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମାଧ୍ୟମରେ କରୋନା ରୋଗୀଙ୍କ ସରକାରୀ ତଥ୍ୟ ପରଦିନ ସକାଳେ ପ୍ରକାଶ ପାଇବ ।

ଏଥି ସହ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ଦେଶରେ କରୋନାରୁ ୬୩.୨୫ପ୍ରତିଶତ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଦେଶରେ କୋଭିଡ -୧୯ ସଂକ୍ରମଣର ଅଧିକାଂଶ ମାମଲା ସାମାନ୍ୟ ଲକ୍ଷଣ ଥିବା ରହିଛି । କେବଳ ୦.୩୨% ରୋଗୀ ଭେଣ୍ଟିଲେଟରରେ ଅଛନ୍ତି ଏବଂ ୩% ରୁ କମ୍ ରୋଗୀ ଅମ୍ଳଜାନ ଆବଶ୍ୟକ କରୁଛନ୍ତି  ।

ମହାରାଷ୍ଟ୍ରରେ ସବୁଠାରୁ ଅଧିକ ପ୍ରଭାବିତ

ଦେଶରେ କରୋନା ଯୋଗୁଁ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୨,୮୪,୨୮୧ ସଂକ୍ରମିତ ଚିହ୍ନଟ ହୋଇଚନ୍ତି । ଏଥି ସହିତ କରୋନା କାରଣରୁ ୧୧,୧୯୪ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରର ମୁମ୍ବାଇ କରୋନାରେ ଅଧିକ ପ୍ରଭାଭିତ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମୁମ୍ବାଇରେ ୯୭,୯୫୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ମୁମ୍ବାଇରେ କରୋନା କାରଣରୁ ୫,୫୨୩ ଜଣଙ୍କର ମୃତ୍ୟୁ ହୋଇଛି ।

ସଂକ୍ରମଣକୁ ଚେକ୍ ଦେବାକୁ ୪ ଜିଲ୍ଲା ସମେତ ରାଉରକେଲା ସହରରେ ତାଲାବନ୍ଦ

ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଲକଡାଉନ୍ । କରୋନା ସଂକ୍ରମଣ ରୋକିବାକୁ ରାଜ୍ୟର ୪ ଜିଲ୍ଲା ଓ ଗୋଟିଏ ପୌରାଞ୍ଚଳରେ ଆଜିଠୁ ଲକଡାଉନ୍ କଟକଣା ଜାରି କରାଯାଉଛି । ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ମହାନଗର ନିଗମରେ ତାଲାବନ୍ଦ ଘୋଷଣା କରାଯାଇଛି । ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ୪ ଜିଲ୍ଲାରୁ ଜୁଲାଇ ୧୬ ତାରିଖ ସୁଦ୍ଧା ୮ ହଜାର ୫୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୪ ଜିଲ୍ଲାରେ ୨ ହଜାର ୮୪୫ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଏଥିସହ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ୭୫୦ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ରାଉରକେଲା ପୌରାଞ୍ଚଳର ।

୪ ଜିଲ୍ଲା ଓ ରାଉରକେଲା ପୌରାଞ୍ଚଳରେ ବଢ଼ୁଥିବା ସଂକ୍ରମଣକୁ ରୋକିବାକୁ ଆଜି ରାତି ୯ଟାରୁ ଲକଡାଉନ୍ ଲାଗୁ ହେଉଛି । ଲକଡାଉନ୍ କଟକଣା ଜୁଲାଇ ୩୧ ଯାଏଁ ବଳବତ୍ତର ରହିବ । ଏହି ସମୟରେ ଲୋକ ସ୍ଥାନୀୟ ଅଞ୍ଚଳରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିପାରିବେ । ଦୂରକୁ ଯାଇ କିଣିବା ମନା । ପନିପରିବା, କ୍ଷୀର ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ମିଳିବ । କୌଣସି କାମ ନଥିଲେ ଏହି ୪ ଜିଲ୍ଲାକୁ କେହି ନଆସିବାକୁ କୁହାଯାଇଛି । ଏହି ସମୟରେ ପ୍ରଶାସନ ଟେଷ୍ଟିଂକୁ ତ୍ୱରାନ୍ୱିତ କରିବ । ଆଜି ରାତି ୯ଟାରୁ ଏହି କଟକଣା ଲାଗୁ ହେବ ।

କୋଭିଡ୍ କାର୍ଯ୍ୟରେ ନିୟୋଜିତ କର୍ମଚାରୀ, ମେଡିକାଲ ଷ୍ଟାଫ୍, ଗଣମାଧ୍ୟମ ଉପରେ କଟକଣା ରହିବ ନାହିଁ । ଏହି ସମୟରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ଆରବିଆଇ ଅନୁମୋଦିତ ଆର୍ଥିକ ସଂସ୍ଥା ଓ ଏଟିଏମ୍ କାର୍ଯ୍ୟକ୍ଷମ ରହିବ । ମେଡିକାଲ ଓ ଔଷଧ ଦୋକାନ ମଧ୍ୟ ଖୋଲା ରହିବ । ଲକଡାଉନ୍ ସହ ପୂର୍ବଭଳି ସାପ୍ତାହିକ ସଟଡାଉନ୍ ମଧ୍ୟ ଜାରି ରହିବ । ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଭାବେ ଦୋକାନ ବଜାର ବନ୍ଦ ରହିବ । କୃଷି, ଶିଳ୍ପ ଓ ନିର୍ମାଣ କାମ ଜାରି ରହିବ । ସ୍ୱିଗି ଓ ଜମାଟୋ ଭଳି ଖାଦ୍ୟ ଯୋଗାଣକାରୀ ସଂସ୍ଥା କାର୍ଯ୍ୟ କରିପାରିବେ ।

ପଞ୍ଚମ ଶ୍ରେଶୀ EVS ପୁସ୍ତକରେ ଭ୍ରମାତ୍ମକ ତଥ୍ୟ: କଳାହାଣ୍ଡିକୁ ଅନାହାରର ଭୂଖଣ୍ଡ ରୂପ ବର୍ଣ୍ଣନା

କଳାହାଣ୍ଡି: NCERT ଦ୍ୱାରା ପ୍ରସ୍ତୁତ ପଞ୍ଚମ ଶ୍ରେଣୀ EVS ପୁସ୍ତକରେ କଳାହାଣ୍ଡି ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରକାଶ ପାଇଛି । ଏଥିରେ ସମୃଦ୍ଧ କଳାହାଣ୍ଡିକୁ ଦରିଦ୍ର ଓ ଅନାହାରର ଭୂଖଣ୍ଡ ରୂପେ ବର୍ଣ୍ଣନା କରାଯାଇଛି । କଳାହାଣ୍ଡି ଜିଲ୍ଲାର ଅଧିବାସୀମାନେ ଖାଇବାକୁ ନପାଇ ପତ୍ର ଓ କନ୍ଦା ଖାଉଛନ୍ତି ବୋଲି ଦର୍ଶାଯାଇଛି । ଯାହାକୁ ନେଇ ଜିଲ୍ଲାରେ ତୀବ୍ର ପ୍ରତକ୍ରିୟା ପ୍ରକାଶ ପାଇଛି । ବର୍ତ୍ତମାନ ସ୍ଥିତିରେ କଳାହାଣ୍ଡି ରାଜ୍ୟର ଦ୍ୱିତୀୟ ଧାନ ଉତ୍ପାଦନକାରୀ ଓ ଶ୍ରେଷ୍ଠ କପା ଉତ୍ପାଦନକାରୀ ଜିଲ୍ଲା ।

ନନ୍ଦିଘୋଷ ଟିଭି ପ୍ରଭାବ, ଭୂଗୋଳ ବହିରେ ଥିବା ତ୍ରୁଟି ସଂଶୋଧନ ହେବ

ପ୍ରତିବର୍ଷ ଜିଲ୍ଲାରୁ ଏକହଜାର କୋଟି ଟଙ୍କାର ଧାନ ବିକ୍ରି ହେବା ସହ ୬୦ ଲକ୍ଷଙ୍କ ମୁହଁରେ ଆହାର ଯୋଗାଉଛି । ଚଳିତ ରବି ଋତୁରେ ଜିଲ୍ଲାରୁ ୨୯ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗୃହିତ ହୋଇଛି । ଏହା ସତ୍ତ୍ୱେ NCERT ପକ୍ଷରୁ ପ୍ରସ୍ତୁତ ପାଠ୍ୟ ପୁସ୍ତକରେ କଳାହାଣ୍ଡି ଜିଲ୍ଲାକୁ ଦରିଦ୍ର ଓ ଅନାହାର ଅଞ୍ଚଳ ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ବୁଦ୍ଧିଜୀବୀ କହିଛନ୍ତି । ତୁରନ୍ତ କେନ୍ଦ୍ର ମାନବ ସମ୍ବଳ ବିଭାଗ NCERT ଏହାକୁ ପ୍ରତ୍ୟାହାର କରିବା ସହ ପୁସ୍ତକ ବିକ୍ରି ନିଷେଧ କରିବାକୁ ଦାବି ହୋଇଛି ।

 

ସଂକଟ ସମୟରେ ସଉକ: ସୁନାର ମାସ୍କ ପିନ୍ଧି ଚର୍ଚ୍ଚାରେ କଟକର ଗୋଲ୍ଡମ୍ୟାନ୍

କଟକ: ସଙ୍କଟ ସମୟରେ ସଉକ  । କରୋନା ସମୟରେ ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଥିବାବେଳେ ସିଲଭର ସିଟିର ଗୋଲ୍ଡମ୍ୟାନଙ୍କ ପାଇଁ ଏହା ସଉକିରେ ପରିଣତ ହୋଇଛି  । ଆପଣ ଜାଣିଥିବେ, ମାସ୍କ ଟ୍ରେଣ୍ଡରେ ସାମିଲ ହୋଇ ସାରିଛି ସୁନା ମାସ୍କ  । ବମ୍ବେର ଜଣେ ବ୍ୟକ୍ତି ସୁନା ମାସ୍କ ପିନ୍ଧି ଚର୍ଚ୍ଚାର ପରିଧିକୁ ଆସି ସାରିଥିବାବେଳେ ଓଡ଼ିଶାକୁ ବି ସୁନା ମାସ୍କ ଆସିସାରିଛି  । କରୋନା ସଙ୍କଟ ସମୟରେ ସୁନା ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି କଟକ କେଶରପୁର ଅଞ୍ଚଳର ବ୍ୟବସାୟୀ ଆଲୋକ ମହାନ୍ତି  । ଏନ୍-95 ମାସ୍କ ଉପରେ ୧୦୦ ଗ୍ରାମ ସୁନାର ତାରକସି କାମ ହୋଇଛି  । ଏହି ମାସ୍କ ତିଆରି ପାଇଁ ୨୦ରୁ ୨୨ ଦିନ ଲାଗିଥିବାବେଳେ ଖର୍ଚ୍ଚ ହୋଇଛି ପାଖାପାଖି ସାଢେ ୩ ଲକ୍ଷ ଟଙ୍କା  । ସୁନାର ଅଳଙ୍କାର ପିନ୍ଧିବାରେ ସେ ବଲିଉଡ ଗାୟକ ବାପି ଲହରୀଙ୍କଠାରୁ ପ୍ରଭାବିତ ହୋଇଛନ୍ତି  । ସେଥିପାଇଁ ଗୋଲଡ଼ ମ୍ୟାନ ଭାବେ ସେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା  ।