ବ୍ରାଜିଲ ଏବଂ ଆମେରିକାରେ ୧ କୋଟି ସଂକ୍ରମିତ, ୨୪ ଘଣ୍ଟାରେ ନୂଆ ୯୬ ହଜାର କରୋନା ମାମଲା

ନୂଆଦିଲ୍ଲୀ: କରୋନା ରାକ୍ଷସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଗୋଟିଏ ପରେ ଗୋଟିଏ ଦେଶକୁ କବଳିତ କରିବାରେ ଲାଗିଛି ମହାମାରୀ କରୋନା। କରୋନା ଦ୍ୱାରା ବିଶ୍ୱରେ ଦୁଇଟି ଦେଶ  ଆମେରିକା ଏବଂ ବ୍ରାଜିଲ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି   । ଏଠାରେ ସମୁଦାୟ ସଂକ୍ରମିତ ସଂଖ୍ୟା ଏକ କୋଟି ଅତିକ୍ରମ କରିବାକୁ ଯାଉଛି । ବିଶ୍ୱର ୪୦ ପ୍ରତିଶତ କରୋନା ମାମଲା ଆମେରିକା ଏବଂ ବ୍ରାଜିଲରେ ରହିଛି । କେବଳ ଏତିକି ନୁହେଁ, ଏହି ଦୁଇ ଦେଶରେ କରୋନା କାରଣରୁ ୩୬ ପ୍ରତିଶତ ରୋଗୀଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୪୭,୯୨୧ ଏବଂ ବ୍ରାଜିଲରେ ୪୮, ୧୧୨ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୧,୦୭୭ ଏବଂ ୮୬୮ ଜଣଙ୍କର ମୃତ୍ୟୁ ହୋଇଛି । ଯଦି ଦେଖିବା ଭାତରେ କିଛି ଦିନ ହେବ କରୋନା ସଂଖ୍ୟା ବୃଦ୍ଧି ପାଉଛି ।

କରୋନା ସଂକ୍ରମଣ ଉପରେ ନଜର ରଖୁଥିବା ଏକ ୱେବସାଇଟ୍ ଅନୁଯାୟୀ, ଅଗଷ୍ଟ ୨୯ ସକାଳ ସୁଦ୍ଧା ଆମେରିକାରେ କରୋନା ରୋଗୀଙ୍କ ସଂଖ୍ୟା ୬୦ ଲକ୍ଷ ୯୪ ହଜାରକୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧ ଲକ୍ଷ ୮୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଏଥି ସହିତ ବ୍ରାଜିଲରେ ସମୁଦାୟ ସଂକ୍ରମିତ ସଂଖ୍ୟା ୩୮ ଲକ୍ଷ ୧୨ ହଜାରକୁ ବୃଦ୍ଧି ପାଇଛି । ଯେଉଁଥିରୁ ଏକ ଲକ୍ଷ ୧୯ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଉଭୟ ଦେଶରେ ମୃତ୍ୟୁ ହାର ଯଥାକ୍ରମେ ୩.୦୪ ପ୍ରତିଶତ ଏବଂ ୩.୧୪ ପ୍ରତିଶତକୁ ଖସି ଆସିଛି ।

ବର୍ତ୍ତମାନ ସୁଦ୍ଧା ଆମେରିକାରେ ୩୩.୭୧ ଲକ୍ଷ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଯାହା ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ ୫୫ ପ୍ରତିଶତ ଅଟେ । ଏଥି ସହିତ ବ୍ରାଜିଲରେ ସୁସ୍ଥତା ହାର ୭୮ ପ୍ରତିଶତ, ଅର୍ଥାତ୍ ୨୯.୭୬ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇ ଆରୋଗ୍ୟ ଲାଭ କରିଛନ୍ତି । ୭.୧୬ ଲକ୍ଷ, ଅର୍ଥାତ୍ ୧୯ ପ୍ରତିଶତ ସକ୍ରିୟ ମାମଲା ରହିଛି ।

Leave a Reply