ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪ ଲକ୍ଷ ପାର, ୨୪ ଘଣ୍ଟାରେ ୭୬ ହଜାରରୁ ଅଧିକ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ କରୋନା ମାମଲା ବର୍ତ୍ତମାନ ୩୪ ଲକ୍ଷ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ଯୋଗୁଁ ୬୨,୫୫୦ ଜଣଙ୍କର ମୃତ୍ୟୁ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଦେଶରେ ଏବେ ପର୍ଯ୍ୟନ୍ତ ୨୬,୪୮,୯୯୯ କରୋନା ରୋଗୀ କରୋନା ସହ ଯୁଦ୍ଧ କରି ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୭୬,୪୭୨ ଟି ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସପଟେ ଏପର୍ଯ୍ୟନ୍ତ ୧,୦୨୧ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । କରୋନା ସଂକ୍ରମଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ଆମେରିକା ଏବଂ ବ୍ରାଜିଲ ପରେ ଭାରତ ହେଉଛି ବିଶ୍ୱର ସବୁଠାରୁ ଅଧିକ ପ୍ରଭାବିତ ଦେଶ ।

Leave a Reply