ଖୋର୍ଦ୍ଧା ଜିଲ୍ଲାରେ JEE ଓ NEET ପରୀକ୍ଷାର୍ଥୀଙ୍କର ହେବ ଥର୍ମାଲ ସ୍କାନିଂ

1 min read

ଭୁବନେଶ୍ୱର (ପ୍ରିୟ ପ୍ରିତମ ମହାନ୍ତି):  JEE ଓ NEET ଦେବାକୁ ଆସୁଥିବା ପରୀକ୍ଷାର୍ଥୀଙ୍କ ହେବ ଥର୍ମାଲ ସ୍କାନିଂ । ପରୀକ୍ଷା ପାଇଁ ବସ୍‌ରେ ଚଢ଼ିବା ସମୟରେ ଥରେ ଓ ପହଞ୍ଚିବା ପରେ ଆଉ ଥରେ ହେବ ଥର୍ମାଲ ସ୍କାନିଂ ।  JEE ଓ NEET ପରୀକ୍ଷାର ପରିଚାଳନା କେମିତି ହେବ, ସେ ନେଇ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବୈଠକରେ ଏହି ନିଷ୍ପତି ନିଆଯାଇଛି ।  ବୈଠକରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସମେତ ନୋଡାଲ ସେଣ୍ଟର ହୋଇଥିବା ସରକାରୀ ITIର Principal ଜିତା ମିତ୍ର ଶତପଥି ଉପସ୍ଥିତ ଥିଲେ ।  ଯେପରି ଯାତାୟତରେ ଆସୁବିଧା ନ ହୁଏ, ତା ଧ୍ୟାନ ଦିଆଯିବ। ବସ ବ୍ୟବସ୍ଥା ପାଇଁ ସବୁ ଜିଲ୍ଲାପାଳଙ୍କ ଭିତରେ ଆଲୋଚନା ହେବ। ପରୀକ୍ଷା ସେଣ୍ଟରରେ ଯଦି ହଷ୍ଟେଲ ସୁବିଧା ଅଛି, ଛାତ୍ରଛାତ୍ରୀ ଓ ସେମାନଙ୍କ ସହ ଆସିଥିବା ଅଭିଭାବକ ରହିବେ। ନ ହେଲେ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ତେବେ ସବୁଠାରୁ ବଡ଼ ସେଣ୍ଟର ଗୁଡ଼ିକରେ ହି ଅଧିକ ପରୀକ୍ଷାର୍ଥୀ ରହିବେ। ପର୍ଯ୍ୟାୟକ୍ରମେ ପରୀକ୍ଷା ହେଉଥିବାରୁ ଅସୁବିଧା ହେବନାହିଁ। ଗାଡ଼ି ଯେପରି ନ ଅଟକା ଯାଏ, ସେ ନେଇ RTO ମାନଙ୍କୁ ବିଶେଷ ନିର୍ଦ୍ଦେଶ ଦିଆଯାଇଛି। ନୋଡାଲ ସେଣ୍ଟର ଅଧିକାରୀଙ୍କ ବ୍ୟକ୍ତିଗତ ନମ୍ବରରେ ଛାତ୍ରଛାତ୍ରୀ ଫୋନ କରି ଦ୍ୱନ୍ଦ୍ୱ ଦୂର କରିପାରିବେ ବୋଲି ବୈଠକ ପରେ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟା ଯେ, ଜେଇଇ ମେନ୍ ଓ ନିଟ ପରୀକ୍ଷାର୍ଥୀ ମାଗଣାରେ  ପରୀକ୍ଷା କେନ୍ଦ୍ରକୁ  ଯିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି ।  ଯେଉଁ ପରୀକ୍ଷାର୍ଥୀ ମାନେ ଯାତାୟତ ଓ ରହିବା ସମସ୍ୟା ଥିବ ସେମାନେ ଏହି ସୁବିଧା ପାଇପାରିବେ । ଏକ ସାମ୍ବାଦିକ ସମ୍ମିଳନୀରେ  ଗତକାଲି ଏହି ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।   ପ୍ରତି ଜିଲ୍ଲାର ଗୋଟିଏ ଲେଖାଏଁ ଆଇଟିଆଇ କଲେଜକୁ ସରକାର ନୋଡାଲ ସେଣ୍ଟର୍ କରିଛନ୍ତି । ଏହି ନୋଡାଲ ସେଣ୍ଟରକୁ ଫୋନ୍ କରି ପରୀକ୍ଷାର୍ଥୀ ମାନେ ପ୍ରଥମେ ପଞ୍ଜିକରଣ କରିବେ । ସେହି ନୋଡାଲ ସେଣ୍ଟରରୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହେବାକୁ ଥିବା ୭ ସହରର ୨୬ ଟି ସେଣ୍ଟର୍ କୁ ନିଆଯିବ । ସେଠାରେ ସେମାନେ ପରୀକ୍ଷା ଦେବା ସହ ଯେଉଁ ମାନଙ୍କର ରହିବା ସୁବିଧା ନଥିବ ସେମାନଙ୍କୁ ଆଇଟିଆଇ, ପଲିଟେକନିକ୍ ଓ ଘରୋଇ ଇଞ୍ଜିନିୟରିଂ କଲେଜର ହଷ୍ଟେଲରେ ରଖିବା ବ୍ୟବସ୍ଥା କରାଯିବ ।

ଯାତାୟତ ଓ ରହିବା ଲାଗି କୌଣସି ଦେୟ ଦେବାକୁ ପଡ଼ିବନି ପରୀକ୍ଷାର୍ଥୀ ଏବଂ ତାଙ୍କ ସାଙ୍ଗରେ ଯାଉଥିବା ସମ୍ପର୍କୀୟଙ୍କୁ । ରାଜ୍ୟର ପ୍ରାୟ ୩୭ ହଜାର ଛାତ୍ର ଛାତ୍ରୀ ଜେଇଇ ମେନ୍ ଓ ନିଟ୍‌ ପରୀକ୍ଷା ଦେଉଛନ୍ତି । ଏହି ସୁବିଧା ପାଇବା ଲାଗି ୩୧ ଅଗଷ୍ଟ ସୁଦ୍ଧା ପରୀକ୍ଷାର୍ଥୀ ନିଜ ତଥ୍ୟ ଦେଇ ପଞ୍ଜିକରଣ କରିପାରିବେ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

Leave a Reply