ବନ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ରଣନୀତି, ସଚିବଙ୍କୁ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନର ଲଗାଣ ବର୍ଷା ପାଇଁ କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ଅଧା ଓଡ଼ିଶା ଏବେ ପାଣି ଘେରରେ ରହିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ୨୬ଟି ଘାଇ ସୃଷ୍ଟି ହୋଇଛି । ରାଜ୍ୟରେ ୪୮ଟି ରହିଛି ଦୁର୍ବଳ ସ୍ଥାନ । ତେବେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ବରିଷ୍ଠ ୭ ଆଇଏଏସ୍‌ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ୟା ସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି  । ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଓ ଡି.କେ ସିଂଙ୍କୁ କଟକ ଦାୟିତ୍ୱ ଦିଆଯାଇଥିବାବେଳେ ବିଶାଲ ଦେବଙ୍କୁ ବାଲେଶ୍ୱର ଦାଯିତ୍ୱ ଦିଆଯାଇଛି ।

ଏହା ସହିତ ବିପି ସେଠୀଙ୍କୁ ଭଦ୍ରକ, ଭିଭି ଯାଦବଙ୍କୁ ଯାଜପୁର ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଦାୟିତ୍ୱ ଦିଆଯାଇଛି । ସେହିଭଳି କେନ୍ଦ୍ରାଞ୍ଚଳ ଆରଡିସିଙ୍କୁ ପୁରୀ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦଦେଶ ପରେ ସମସ୍ତ ଦାୟିତ୍ୱ ଦିଆଯାଇଥିବା ସଚିବ କାର୍ଯ୍ୟରେ ନିୟୋଜିତ ରହିଛନ୍ତି  । ଏନେଇ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି  ।

Leave a Reply