spot_img
Home Blog Page 6961

ମୟୂରଭଞ୍ଜରେ କାୟା ବିସ୍ତାର କରୁଛି କରୋନା

ମୟୂରଭଞ୍ଜ: ତୁହାକୁ ତୁହା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କିଛି ସମୟ ପୂର୍ବରୁ ୧୪ କରୋନା ପଜିଟିଭ ବାହାରି ଥିବା ବେଳେ ପୁଣି ଏବେ ୩ ପଜିଟିଭ ଚିହ୍ନଟ ହୋଇଛି । ୩ ଜଣ ମୟୂରଭଞ୍ଜରୁ ଚିହ୍ନଟ ହୋଇଛନ୍ତି  । ଏହା ସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୭କୁ ବୃଦ୍ଧି ପାଇଛି ।

ଚିନ୍ତା ବଢ଼ାଉଛି ଗଞ୍ଜାମ, ରାଜ୍ୟରେ ପୁଣି ୧୪ ନୂଆ କରୋନା ପଜିଟିଭ୍‌

ପୂର୍ବରୁ ମୟୂରଭଞ୍ଜରେ ୪ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ୩ ଜଣ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଜିଲ୍ଲାରେ କରୋନା ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଏହା ସର ରାଜ୍ୟରେ ମୋଟ କରୋନା ସଂଖ୍ୟା ୨୮୭ ଥିବା ବେଳେ ସକ୍ରିୟ ୨୨୨ ରିଛନ୍ତି  । ସୁସ୍ଥ ୬୩ ଜଣ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି ।

ପିଓକେ ଖାଲି କରିବାକୁ କହିଥିଲା ଭାରତ, ଏବେ ପାଣିପାଗ ରିପୋର୍ଟ ପ୍ରକାଶ ପରେ ଚିନ୍ତାରେ ପାକିସ୍ତାନ !

ଇସ୍‌ଲାମାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର (ପୋକ)ର ମିରପୁର, ମୁଜାଫର୍‌ବାଦ୍‌ ଏବଂ ଗିଲ୍‌ଗିଟ୍‌ର ପାଣିପାଗ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିଥିଲା ଭାରତ । କିନ୍ତୁ ଏହାକୁ ଅସ୍ୱୀକାର କରିଛି ପାକିସ୍ତାନ । ପକିସ୍ତାନ କହିବାନୁଯାୟୀ ଏହା କୌଣସି ପ୍ରକାର ସରକାରୀ ତଥ୍ୟ ନୂହେଁ ।

ସରକାରୀ ପ୍ରସାରଣକାରୀ ଦୁରଦର୍ଶନ ଏବଂ ଅଲ୍ ଇଣ୍ଡିଆ ରେଡିଓ ଶୁକ୍ରବାର ଠାରୁ ପ୍ରାଇମ୍ ଟାଇମ୍ ନ୍ୟୁଜ୍ ବୁଲେଟିନ୍‌ରେ ପିଓକେ ଅଧିକୃତ ଏହି ଅଞ୍ଚଳର ପାଣିପାଗ ବିଷୟରେ ରିପୋର୍ଟ ଦେବା ଆରମ୍ଭ କରିଛି ।

ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ, ଗତ ବର୍ଷ ଭାରତ ଦ୍ୱାରା ପ୍ରକାଶିତ ରାଜନୈତିକ ମାନଚିତ୍ର ପରି ଏହି ପଦକ୍ଷେପ ମଧ୍ୟ ଆଇନଗତ ଭାବେ ଅର୍ଥହୀନ ।

କିଛି ଦିନ ପୂର୍ବରୁ ଭାରତ ପକ୍ଷରୁ ପାକିସ୍ତାନକୁ ପିଓକେ ଖାଲି କରିବାକୁ କୁହାଯାଇଛି । ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଗିଲଗିଟ-ବାଲ୍‌ଟିସ୍ତାନ ଏବଂ ଲଦାଖ ସମେତ ସମଗ୍ର ଜାମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ପାକିସ୍ତାନ ତୁରନ୍ତ ଏହି ଅଞ୍ଚଳଗୁଡ଼ିକୁ ଏହାର ବେଆଇନ ଦଖଲରୁ ମୁକ୍ତ କରିବା ଉଚିତ୍ ।

ଗିଲ୍‌ଗିଟ୍‌-ବାଲିଟିସ୍ତାନ୍‌ରେ ସାଧାରଣ ନିର୍ବାଚନ କରିବାକୁ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଇସଲାମାବାଦ ନିକଟରେ ଭାରତ ପକ୍ଷରୁ ଏକ ଦୃଢ଼ ଆପତ୍ତି ଉଠାଯାଇଛି । ବୈଦେଶିକ ମନ୍ତ୍ରଣାଳୟର କହିବାନୁଯାୟୀ, ପାକିସ୍ତାନକୁ କୁହାଯାଇଛି ଯେ ଗିଲ୍‌ଗିଟ୍‌-ବାଲିଟିସ୍ତାନ୍‌ ସମେତ ସମଗ୍ର ଜାମ୍ମୁ-କାଶ୍ମୀର ଏବଂ ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ପାକିସ୍ତାନ ତୁରନ୍ତ ଏହି ଅଞ୍ଚଳକୁ ବେଆଇନ ଦଖଲରୁ ମୁକ୍ତ କରିବା ଉଚିତ୍‌ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ସମ୍ପୂର୍ଣ୍ଣ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ଏବଂ ଲଦାଖ ମଧ୍ୟରେ ଗିଲ୍‌ଗିଟ୍‌ -ବାଲିଟିସ୍ତାନ୍‌ରେ ଅନ୍ତର୍ଭୁକ୍ତ । ଏହା ପୁଣି ସମ୍ପୂର୍ଣ୍ଣ ଆଇନଗତ ଏବଂ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ।

ଗାଁ ମୁହାଁ ହାତୀପଲ, ଫସଲ ନଷ୍ଟ କରିବା ସହ ଘର ଭାଙ୍ଗୁଛନ୍ତି

ଅନୁଗୁଳ: ହାତୀ ଭୟରେ ରାତି କଟୁଛି । ବାରମ୍ବାର ଗାଁ ମୁହାଁ ହେଉଛନ୍ତି ହାତୀପଲ । ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି । ଗତ ରାତିରୁ ଅନୁଗୁଳ ଜିଲା ଫୁଲପଡ଼ା ଗାଁ ନିକଟକୁ ଆସିଛନ୍ତି ଏକ ହାତୀପଲ ।

ସକାଳୁ ସକାଳୁ ହାତୀ ଗାଁ ଭିତରକୁ ମାଡ଼ି ଆସିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ହାତୀପଲରେ ୮ ଟି ହାତୀ ରହିଛନ୍ତି । ଢେଙ୍କାନାଳ ଜିଲ୍ଲା ବନାଞ୍ଚଳରୁ ବିଳମ୍ବିତ ରାତିରେ ନଦୀ ପାର ହୋଇ ନୂଆଁସାହିରୁ ଫୁଲପଡା ଆଡ଼କୁ ଆସିଛନ୍ତି ।

ବ୍ୟାପକ ପନିପରିବା ନଷ୍ଟ କରିଥିବା ଏହି ହାତୀପଲ ଏବେ କଇଁଛବାହାଲ ଗାଁ ନିକଟରେ ଥିବା ଜଣାପଡ଼ିଛି । ଖବର ପାଇ ବନ ବିଭଗ ଘଟଣା ସ୍ଥଳରେ ପହଞ୍ଚି ନଜର ରଖିଛି ।

କରୋନା ଆକ୍ରାନ୍ତ ସାଇ ମନ୍ଦିର ଯାଇ ପ୍ରସାଦ ଖାଇଥିଲେ…

ଭୁବନେଶ୍ୱର: ଆସିଲା ୧୮୮ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟି । ମୟୂରଭଞ୍ଜ କପ୍ତିପଦା ପିଙ୍ଗୁର ୩୬ ବର୍ଷୀୟ ଆକ୍ରାନ୍ତ ଜଣକ ସୁରତରୁ ଫେରିଥିଲେ । ୫୫ଜଣ ସହଯାତ୍ରୀଙ୍କ ସହ ବସ ଯୋଗେ ସେ ସୁରତରୁ ଫେରିଥିଲେ ।

ଛତିଶଗଡ଼ ଦେଇ ରାଜ୍ୟକୁ ପ୍ରବେଶ କରିବା ବେଳେ ସୀମାନ୍ତରେ ଥିବା ସାଇ ମନ୍ଦିରରେ ପ୍ରସାଦ ଖାଇଥିଲେ ଆକ୍ରାନ୍ତ । ସେହିପରି ଓଡ଼ିଶା ଫେରିବା ପରେ ପିଙ୍ଗୁ ଠାରେ ଥିବା ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ୪ରୁ ୬ ତାରିଖ ଯାଏ ରହିଥିଲେ ।

୬ ତାରିଖରେ ତାଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିଥିବା ବେଳେ ତାଙ୍କୁ କଟକ ଅଶ୍ୱିନୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଚିନ୍ତା ବଢ଼ାଉଛି ଗଞ୍ଜାମ, ରାଜ୍ୟରେ ପୁଣି ୧୪ ନୂଆ କରୋନା ପଜିଟିଭ୍‌

ଚିନ୍ତା ବଢ଼ାଉଛି ଗଞ୍ଜାମ, ରାଜ୍ୟରେ ପୁଣି ୧୪ ନୂଆ କରୋନା ପଜିଟିଭ୍‌

ଗଞ୍ଜାମ: ରାଜ୍ୟରେ ସାଙ୍ଘାତିକ ରୂପ ନେଉଛି କରୋନା । ପ୍ରତି ଘଣ୍ଟାରେ ବଢ଼ିବାକୁ ଲାଗୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସୁରତରୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କ ଚିନ୍ତାରେ ଏବେ ଘାଣ୍ଟି ହେଉଛି ପୁରା ରାଜ୍ୟ  । ପ୍ରଥମେ ପଶ୍ଚିବ ବଙ୍ଗ ଫେରନ୍ତା ଆଉ ଏବେ ସୁରତ ଫେରନ୍ତା ଚିନ୍ତା ବଢ଼ାଇବାରେ ଲାଗିଛନ୍ତି ।

ଆଜି ସକାଳୁ ପୁଣିଥରେ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୪ କୁ ବୃଦ୍ଧି ପାଇଛି । ୧୪ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ଏକା ଥରକେ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ଏବଂ ସୁନ୍ଦରଗଡ଼ରୁ ଜଣେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଗତ କାଲି ଗଞ୍ଜାମରୁ ଗୋଟିଏ ଦିନରେ ୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେ ସମସ୍ତ ସୁରତ ଫେରନ୍ତା ବୋଲି ଜଣାପଡ଼ିଥିଲା । ତେବେ ଆଜି ଯେଉଁ ୧୨ ଜଣ ଚିହ୍ନଟ ହୋଇଛନ୍ତି ସେ କେଉଁଠାରୁ ଆସିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଏହା ସହ ରାଜ୍ୟରେ ଏବେ କରୋନା ମାମଲା ୨୮୪ ଥିବା ବେଳେ ସକ୍ରିୟ ଅଛନ୍ତି ୨୧୯ । ସୁସ୍ଥଙ୍କ ସଂଖ୍ୟା ୬୩ ଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି ।

୧୦୩ ମହିଳାଙ୍କ ସମେତ ୬୯୮ ପ୍ରବାସୀ ଭାରତୀୟଙ୍କୁ ଧରି ଆସୁଛି INS ଜଳସ୍ୱ…

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଭାରତୀୟ ପ୍ରବାସୀମାନେ ଫସିରହିଛନ୍ତି । ସେମାନଙ୍କୁ ଘରକୁ ଆଣିବା ପାଇଁ ଭାରତ ସରକାରଙ୍କ ବନ୍ଦେ ଭାରତ ମିଶନ ଆରମ୍ଭ ହୋଇଛି । ଲୋକଙ୍କୁ ବାୟୁ ପଥ ସହିତ ଜଳପଥ ମଧ୍ୟରେ ଅଣାଯାଉଛି । ଆଇଏନ୍‌ଏସ୍‌ ଜଲସ୍ୱ ସାହାଯ୍ୟରେ ମାଳଦ୍ୱୀପରୁ ୬୯୮ ଜଣ ଭାରତୀୟଙ୍କୁ ସ୍ୱଦେଶ ଅଣାଯାଉଛି । ୬୯୮ ଜଣଙ୍କ ମଧ୍ୟରୁ ୫୯୫ ପୁରୁଷ ଓ ୧୦୩ ମହିଳା ରହିଛନ୍ତି । ଏହାସହ ସେମାନଙ୍କ ମଧ୍ୟରେ ୧୯ ଜଣ ଗର୍ଭବତୀ ଥିବା ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି । ଏହି ୬୯୮ ଜଣ ଭାରତୀୟ ମାଲ୍‌ଦ୍ୱୀପ୍‌ର ମାଲେ ଅଞ୍ଚଳର । ସେମାନଙ୍କୁ ଉଦ୍ଧାର ପାଇଁ ନୌସେନା ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାରିଛି ।

ଆନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଆଇଏନ୍‌ଏସ୍‌ ଜଲସ୍ୱ ଓ ଆଇଏନ୍‌ଏସ୍‌ ମଗରକୁ ମାଲଦ୍ୱୀପ୍‌ରେ ଫସିଥିବା ୧୮୦୦ ରୁ ୨୦୦୦ ଭାରତୀୟଙ୍କୁ ଫେରାଇ ଆଣିବାକୁ ଦାୟିତ୍ୱ ଦିଆଯାଇଛି । ଏହାରି ମଧ୍ୟରେ ସେ ୪ ଥର ଯାତ୍ରା କରିବ । ଦୁଇ ଥର କୋଚିରୁ ଓ ଦୁଇ ଥର ତୁତିକୋରିନ୍‌ରୁ ଯାତ୍ରା କରିବ ।

ସୂତ୍ରରୁ ଜଣାପଡିଛି ଯେ ମାଲଦ୍ୱୀପରୁ ଭାରତୀୟଙ୍କୁ ଆଣିବା ପାଇଁ ପ୍ରାଥମିକ ସ୍ତରରେ କିଛି ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି । ପ୍ରବାସୀଙ୍କର ପ୍ରଥମେ ଡାକ୍ତରୀ ପରୀକ୍ଷା କରାଯିବ ପରେ ବୟସ୍କ ବ୍ୟକ୍ତିଙ୍କୁ ଗରୁତ୍ୱ ଦିଆଯିବ ଏବଂ ପାରିବାର ସ୍ଥିତିକୁ ଧ୍ୟାନରେ ରଖିବା ସହ ବେରୋଜଗାରୀଙ୍କୁ ଗରୁତ୍ୱ ଦିଆଯିବ । ଏହି ମାନଙ୍କୁ ହିଁ ପ୍ରଥମେ ଭାରତ ଫେରାଇ ଆଣିବା ଦିଗରେ ଗୁରୁତ୍ୱ ଦିଆଯାଉଛି ।

ସେହିଭଳି ବିମାନ ଯୋଗେ ମଧ୍ୟ ଭାରତୀୟଙ୍କୁ ସ୍ୱଦେଶ ଅଣାଯାଉଛି । ସୂଚନା ଅନୁଯାୟୀ, ୧୨ଟି ଦେଶରୁ ଭାରତୀୟଙ୍କୁ ଧରି ବିମାନ ଆସୁଛି । ଅନ୍ୟପଟେ ଆସନ୍ତା ସପ୍ତାହ ସୁଦ୍ଧା ଦେଶର ୧୪ଟି ସହରରେ ୬୪ଟି ବିମାନ, ପ୍ରବାସୀଙ୍କୁ ଧରି ଅବତରଣ କରିବ । ଏହି ବିମାନଗୁଡ଼ିକ ଛୋଟ ସହରରେ ମଧ୍ୟ ଅବତରଣ କରିବ । ଲୋକାଙ୍କର ନିକଟସ୍ଥ ଏୟାରପୋର୍ଟରେ ସେମାନଙ୍କୁ ଓହ୍ଲାଇବାକୁ ଗରୁତ୍ୱ ଦିଆଯାଉଛି ।

ସୂଚନାନୁସାରେ, ଏପର୍ଯ୍ୟନ୍ତ ୪ଟି ସ୍ୱତନ୍ତ୍ର ଫ୍ଲାଇଟ୍‌ ଦେଶରେ ଅବତରଣ କରିସାରିଛି । ଦୁବାଇରେ, ଦୁଇଟି ବିମାନ ଯଥାକ୍ରମେ ୧୮୧ ଓ ୧୮୨ ଯାତ୍ରୀଙ୍କୁ ଧରି ଅବତରଣ କରିସାରିଛି । ସେହିଭଳି ସିଙ୍ଗାପୁରରୁ ୨୩୪ ଯାତ୍ରୀ ଓ ଜାମ୍ମୁ କାଶ୍ମୀରରୁ ୧୬୮ ଛାତ୍ରଙ୍କୁ ନେଇ ବିମାନ ଢ଼ାକାରୁ ବାହାରି ଭାରତରେ ପହଞ୍ଚିଥିଛି ।

କନ୍ୟା-ମକର ରାଶିର ମହିଳାଙ୍କ ପାଇଁ ଆଜି ଘାତଚନ୍ଦ୍ର, ବୃଷ-ସିଂହ-କନ୍ୟା ପାଇଁ ଘାତବାର

୯ ମେ’, ୨୦୨୦ ମସିହା, ମେଷ ୨୭ ଦିନ

୧୯୪୨ ଶକାଦ୍ଦ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଜ୍ୟେଷ୍ଠ ମାସ, କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ଶନିବାର ।

ଜ୍ୟେଷ୍ଠା ନକ୍ଷତ୍ର, ବିଛା ରାଶିରେ ଚନ୍ଦ୍ର ରହିବେ ।

ଦିନ  ୧୦ଟା ୨୭ ମିନିଟ୍‌ ପରେ ଯ଼ୋଗିନୀ ଆଗ୍ନେୟରେ ରହୁଥିବାରୁ ଆଜି ଆଗ୍ନେୟ କୋଣକୁ ଯିବା ନିଷେଧ । ଆଜି ଉତ୍ତରବାୟୁ କୋଣକୁ ମଧ୍ୟ ଯାତ୍ରା ନିଷେଧ ।

ଘାତଚନ୍ଦ୍ର- କନ୍ୟା ଓ ମକର ରାଶିର ମହିଳାଙ୍କ ପାଇଁ । ଘାତବାର- ବୃଷ, ସିଂହ, କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ।

ଶୁଭ ସମୟ- ଦିନ ୧୦ଟା ୨୫ ମିନିଟ୍‌ ଠାରୁ ଦିନ ୧୨ଟା ୧୫ ମିନିଟ୍‌ । ଦିନ ୩ଟା ଠାରୁ ସନ୍ଧ୍ୟା ୫ଟା ୨୦ ମିନିଟ୍‌ ।

ଅଶୁଭ ସମୟ- ସକାଳ ୯ଟା ଠାରୁ ଦିନ ୧୦ଟା ୩୦ ମିନିଟ୍ ।‌

ମେଷରାଶି-

ଅଶ୍ୱିନୀ ନକ୍ଷତ୍ର- ନିଜର ଭୁଲ ପାଇଁ ଶାରିରୀକ କଷ୍ଟ ପାଇବେ ।

ଦ୍ୱିଜା ନକ୍ଷତ୍ର- ଅଟକି ରହିଥିବା କାର୍ଯ୍ୟରେ ସଫଳତା ପାଇବେ ।

କୃତ୍ତିକାନକ୍ଷତ୍ର- ମାନସିକ ସ୍ଥିତିରେ ପରିବର୍ତ୍ତନ ଆସିବ, ସହକର୍ମୀଙ୍କ ସହଯ଼ୋଗ ପାଇବେ । ଓଁ କ୍ଳୀଂ କୃଷ୍ଣାୟ ନମଃ ମନ୍ତ୍ର ପାଠ କରନ୍ତୁ ।

ବୃଷରାଶି-

କୃତ୍ତିକା ନକ୍ଷତ୍ର- ନିଜର କଥା ମାଧ୍ୟମରେ କାର୍ଯ୍ୟରେ ସଫଳତା ପାଇବେ ।

ରୋହିଣୀ ନକ୍ଷତ୍ର – ଘରୋଇ ହିଂସା ଆପଣଙ୍କୁ ଚିନ୍ତାରେ ପକାଇବ ।

ମୃଗଶିରା- କୌଣସି ସାମାଜିକ କାର୍ଯ୍ୟରେ ଯ଼ୋଗଦେଇ ପାରନ୍ତି । ଲାଲ ରଙ୍ଗ ଆଜି ବ୍ୟବହାର କରନ୍ତୁ ନାହିଁ, ବିପଦ ରହିଛି ।

ମିଥୁନ ରାଶି-

ମୃଗଶିରା ନକ୍ଷତ୍ର- ଧାର୍ମିକ ଭାବନା ଯ଼ୋଗୁ ନିଜର ଆତ୍ମ ବିଶ୍ୱାସ ବୃଦ୍ଧି ହେବ ।

ଆଦ୍ରା ନକ୍ଷତ୍ର- ଦିନଟି ଆପଣଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ରହିବ, କାର୍ଯ୍ୟରେ ବାଧା ।

ପୁନର୍ବସୁ ନକ୍ଷତ୍ର- ମନରେ ଉତ୍ସାହ ବଢିବ, କାର୍ଯ୍ୟରେ ସଫଳତା ପାଇବେ । ବୁଲା କୁକୁରକୁ ଖାଦ୍ୟ ଦିଅନ୍ତୁ ।

କର୍କଟ ରାଶି-

ପୁନର୍ବସୁ ନକ୍ଷତ୍ର- ଆର୍ଥିକସ୍ଥିତିରେ ପରିବର୍ତ୍ତନ ଆସିବ, ଜୀବନସାଥୀଙ୍କ ସହ ସଂପର୍କ ମଧୁର ହେବ ।

ପୁଷ୍ୟା ନକ୍ଷତ୍ର – କୌଣସି ବିଷୟକୁ ନ ବୁଝି ଶିଘ୍ର ନିଷ୍ପତ୍ତି ନିଅନ୍ତୁ ନାହିଁ ।

ଅଶ୍ଲେଷା ନକ୍ଷତ୍ର- ସନ୍ତାନଙ୍କ ଇଛାକୁ ପୁରଣ କରିବାରେ ସଫଳ ହେବେ । ଅସହାୟ ବ୍ୟକ୍ତିକୁ ଜଳ ଦାନ କରନ୍ତୁ ।

ସିଂହ ରାଶି-

ମୃଘାନକ୍ଷତ୍ର- ଅଧିକ ଚିନ୍ତା ଓ ଭାବନା କାରଣରୁ ମାନସିକ ଅସ୍ଥିରତା ବଢିବ ।

ପୂର୍ବା ଫାଲଗୁନୀ ନକ୍ଷତ୍ର- ଦାମ୍ପତ୍ୟ ଜୀବନ ସୁଖମୟ ରହିବ, ସନ୍ତାନଙ୍କ ସହିତ ସମୟ କଟିବ ।

ଉତ୍ତରା ଫାଲଗୁନୀ ନକ୍ଷତ୍ର- ଆଜି ସମସ୍ତ ଚିନ୍ତାରୁ ମୁ୍କ୍ତି ପାଇବେ, ମହିଳାଙ୍କ ପାଇଁ ଦିନଟି ଭଲ ରହିବ । ମହାଦେବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ ।

କନ୍ୟା ରାଶି-

ଉତ୍ତରା ଫାଲଗୁନୀ ନକ୍ଷତ୍ର- ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ପାଇଁ କିଛି ଆଶ୍ୱସ୍ତି ସୂଚନା ମିଳିପାରେ ।

ହସ୍ତା ନକ୍ଷତ୍ର- ବ୍ୟବସାୟ ଓ ଚାକିରୀକୁ ନେଇ ଖୁସି ରହିବେ ।

ଚିତ୍ରା ନକ୍ଷତ୍ର- ଅଧିକ ଖର୍ଚ୍ଚ ଯ଼ୋଗୁ ଚିନ୍ତାରେ ରହିବେ ।ରୋଷେଇ ଘରେ କିଛି କର୍ପୂର ଓ ଲବଙ୍ଗ ଜାଳନ୍ତୁ ।

ତୁଳା ରାଶି-

ଚିତ୍ରା ନକ୍ଷତ୍ର- ସମୟ ଭଲ ରହିବ ନାହିଁ, ଜଗିରଖି ଚଳନ୍ତୁ ।

ସ୍ୱାତୀ ନକ୍ଷତ୍ର- ଧାର୍ମିକ ଭାବନା ଆପଣଙ୍କର ଆତ୍ମବିଶ୍ୱାସକୁ ବୃଦ୍ଧି କରିବ ।

ବିଶାଖା ନକ୍ଷତ୍ର- ସନ୍ତାନଙ୍କ ସୁଖ, ପାରିବାରିକ ଶାନ୍ତି ମନରେ ଆନନ୍ଦ ଦେବ । ଗରିବଙ୍କୁ ଅଟା ବା ଚାଉଳ ଦାନ କରନ୍ତୁ ।

ବିଛା ରାଶି-

ବିଶାଖା ନକ୍ଷତ୍ର- ନୂଆ ଯ଼ୋଜନା ପ୍ରସ୍ତୁତ ପାଇଁ ସମୟ ଅନୁକୁଳ ରହିଛି ।

ଅନୁରାଧା ନକ୍ଷତ୍ର- ଆପଣଙ୍କ ମାନସିକସ୍ଥିତିରେ ପରିବର୍ତ୍ତନ ଆସିପାରେ ।

ଜ୍ୟଷ୍ଠା ନକ୍ଷତ୍ର- ମାନସମ୍ମାନ ହାନୀର ଯ଼ୋଗ ରହିଛି, ଜଗିରଖି ଚଳନ୍ତୁ । ଶ୍ରୀହନୁମାନ ଭଗବାନଙ୍କୁ ପ୍ରଣାମୃ କରି କାଯ୍ୟ ଆରମ୍ଭ କରନ୍ତୁ ।

ଧନୁରାଶି-

ମୂଳାନକ୍ଷତ୍ର- ସମୃୟ ଭଲ ରହିଛି, ସହକର୍ମୀଙ୍କ ସହଯ଼ୋଗ ପାଇବେ ।

ପୂର୍ବାଷାଢା ନକ୍ଷତ୍ର-ଘରୋଇ ହିଂସା ଯ଼ୋଗୁ ଅଶାନ୍ତି ଭୋଗ କରିବେ ।

ଉତ୍ତରଷାଢା- ନିଜର ପ୍ରଫେସନରେ ପରିବର୍ତ୍ତନ ହୋଇପାରେ । ସକାଳ ସମୟରେ ଗାୟତ୍ରୀ ମନ୍ତ୍ର ୧୧ ଥର ପାଠ କରନ୍ତୁ ।

ମକର ରାଶି-

ଉତ୍ତରାଷାଢା ନକ୍ଷତ୍ର- ନିଜର ନିସ୍ୱାର୍ଥପର କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ ।

ଶ୍ରବଣା ନକ୍ଷତ୍ର- ଜିନଟି ସଂଘର୍ଷମୟ ରହିବ, ପରିଶ୍ରମର ଫଳ ପାଇବେ ନାହିଁ ।

ଧନିଷ୍ଠା ନକ୍ଷତ୍ର- ଆର୍ଥିକସ୍ଥିତି ପୂର୍ବାପେକ୍ଷା ଭଲ ରହିବ, ଜରୁରୀ କାର୍ଯ୍ୟ ସଂପୂର୍ଣ୍ଣ ହେବ । ମା’ ଦୁର୍ଗାଙ୍କୁ ଲାଲ୍‌ ଫୁଲରେ ପୂଜା କରନ୍ତୁ ।

କୁମ୍ଭ ରାଶି-

ଧନିଷ୍ଠା ନକ୍ଷତ୍ର- ପରୋପକାର କାର୍ଯ୍ୟ କରିବାର ସୁଯ଼ୋଗ ଯ଼ୋଗୁ ମନରେ ଶାନ୍ତି ରହିବ ।

ଶତଭିଷା ନକ୍ଷତ୍ର- ବୟସ୍କ ବ୍ୟକ୍ତିଙ୍କ ପରାମର୍ଶମାନି ଚଳନ୍ତୁ, କାମ ସବୁ ସହଜରେ ହୋଇଯିବ ।

ପୂର୍ବାଭାଦ୍ରପଦ ନକ୍ଷତ୍ର- ପରିବାରର ପୁରା ସହଯ଼ୋଗ ପାଇବେ, ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳ ହେବେ । ଶ୍ରୀଗଣେଶଙ୍କୁ କିଛି ମିଠା ଅର୍ପଣ କରନ୍ତୁ ।

ମୀନ ରାଶି-

ପୂର୍ବାଭାଦ୍ରପଦ ନକ୍ଷତ୍ର- ଧାର୍ମିକ ପରିବେଶରେ ସମୟ କାଟିବେ ।

ଉତ୍ତରାଭାଦ୍ରପଦ ନକ୍ଷତ୍ର- ଦିନଟି ସଂପୂର୍ଣ୍ଣ ଭାବରେ ଶୁଭ ରହିବ ।

ରେବତୀ ନକ୍ଷତ୍ର- ଛୋଟକଥାକୁ ନେଇ ପରିବାର ମଧ୍ୟରେ ମନାନ୍ତର ହୋଇପାରେ, ଗୁରୁଜନଙ୍କ ପରାମର୍ଶ ମାନି ଚଳନ୍ତୁ ।

ଭଗବାନ ଶ୍ରୀବିଷ୍ଣୁଙ୍କୁ ୧୧ଟି ହଳଦୀରଙ୍ଗର ଫୁଲରେ ପୂଜା କରନ୍ତୁ ।

ମାତ୍ର ଗୋଟିଏ କ୍ଳିକ୍‌ରେ ମିଳିବ ମଦ, ଅନ୍‌ଲାଇନ୍‌ କାରବାର ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ଭୁବନେଶ୍ୱର/କଟକ: ଘରେ ପହଞ୍ଚିବ ମଦ । ରାଜ୍ୟ ସରକାର ଚାହିଁଲେ ଅନଲାଇନରେ ମଦ କାରବାର କରାଯାଇପାରିବ । ଲକଡାଉନରେ ମଦ ଦୋକାନ ଆଗରେ ଅସମ୍ଭବ ଭିଡ଼କୁ ଦେଖି ଏହାକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ କରାଯାଇଥିଲା ଜନସ୍ୱାର୍ଥ ମାମଲା ।

ଏହାର ବିଚାର କରି ଅନଲାଇନ ମଦ କାରବାର କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅନ୍ୟପଟେ କଟକରେ ୪୦ କୋଟି ଟଙ୍କାର ମଦ ବୋଝେଇ ଟ୍ରକ ଅଟକି ରହିଥିବା ଗୋଦାମ ଖାଲି ନଥିବାରୁ ମଦ ଅନଲୋଡ ହୋଇପାରୁନି । ଯାହାକୁ ନେଇ ଅସନ୍ତୋଷ ଝାଡିଛନ୍ତି ଡ୍ରାଇଭର ।

ମଦ ଦୋକାନ ବାହାରେ ଜମୁଛି ଭିଡ଼ । ଭିଡ଼କୁ ନିୟନ୍ତ୍ରଣ କରିବା ସହ ସାମାଜିକ ଦୂରତା ମାନିବାକୁ ହେଲେ ଅନଲାଇନରେ ମଦ ବିକ୍ରି କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଣିକି ରାଜ୍ୟ ସରକାର ଅନୁମତି ଦେଲେ ରାଜ୍ୟ ଭିତରେ ମାତ୍ର ଗୋଟିଏ ଫୋନ କଲରେ ଅନଲାନରେ ମିଳିପାରିବ ମଦ । ଲକଡାଉନ ସମୟରେ ମଦ ଦୋକାନ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ଆଇନଜୀବୀ ସାଇ ଦୀପକ । ଏହାକୁ ବିଚାର କରି ହୋମ ଡେଲିଭରିରେ ମଦ ବିକ୍ରି କରିବା ପାଇଁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଅନ୍ୟପଟେ କଟକ ନିର୍ଖଣ୍ଡି ଠାରେ ଅଟକି ରହିଛି ୭୦ଟି ମଦ ବୋଝେଇ ଟ୍ରକ ।  ଦେଢମାସ ହେବ ୪୦ କୋଟି ଟଙ୍କାର ମଦକୁ ଜଗି ରହିଛନ୍ତି ଟ୍ରକ ଡ୍ରାଇଭର ଓ ହେଲପର ।  ସନ୍ଧ୍ୟା ନଇଁଲେ ଅସାମାଜିକ ଲୋକଙ୍କ ଆଡ୍ଡ। ଜମୁଛି । ୨ ଦୁଇ ଦିନ ମଧ୍ୟରେ  ମଦ ଖାଲି ନକଲେ  ଗାଡ ଛାଡି ଚାଲିଯିବାକୁ ଚେତାଇ ଦେଇଛନ୍ତି ଟ୍ରକ ଡ୍ରାଇଭର ।  ରାଜ୍ୟ ପାନୀୟ ନିଗମ କର୍ତ୍ତୃପକ୍ଷଙ୍କ କହିବା କଥା ନିଗମ ଗୋଦାମରେ ମଦ ମହଜୁଦ ରହିଛି ।  ଗୋଦାମ ଖାଲି ହେଲାପରେ ହିଁ ଟ୍ରକରୁ ମଦ ଅନଲୋଡ ହୋଇପାରିବ ।

୧୭ ମଇ ଯାଏଁ ଲକଡାଉନ ବୃଦ୍ଧି ଘୋଷଣା ପରେ ଗୃହ ମୃନ୍ତ୍ର।ଳୟ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥ୍‌ଲେ ।  ଅନେକ ରାଜ୍ୟରେ ମଦ ଦୋକାନ ଖୋଲିଲା । କିନ୍ତୁ ଛତିଶଗଡ, ପଶ୍ଚିମବଙ୍ଗ ଓ ପଞ୍ଜାବ ସରକାର ହୋମ ଡେଲିଭରିରେ ମଦ ବିକ୍ରିକୁ ଅନୁମତି ଦେଇସାରିଛନ୍ତି ।  ଏହାସହ ଦିଲ୍ଲୀରେ ଇ-ଟୋକନର ବ୍ୟବସ୍ଥା ହୋଇଛି ।