ଯଦି ଯୁଦ୍ଧ ହୁଏ,ତେବେ ଭାରତ ପଡିବ ଭାରି,ଜାଣନ୍ତୁ ଦୁଇ ଦେଶର ସାମରିକ ଶକ୍ତି ବାବଦରେ..

1 min read

ନୂଆଦିଲ୍ଲୀ:ପୂର୍ବ ଲଦାଖର ଗଲବାନ ଘାଟିରେ ଗତ ୧୫ ଜୁନ୍ ରାତିରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଗୋଟିଏ ବି ଗୁଳି ଫୁଟିନଥିଲା କିନ୍ତୁ ଅନେକ ହତାହତ ହୋଇଥିଲେ । ଭାରତର ୨୦ ଜଣ ସୈନିକ ସହିଦ ହୋଇଥିବା ବେଳେ ଚୀନ ପଟୁ ୪୫ରୁ ଅଧିକ ପ୍ରାଣ ହରାଇଥିବା କୁହାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ବୁଧବାର ଦିନ ଚୀନକୁ ଚେତାବନୀ ଦେଇ କହିଛନ୍ତି ଯେ, କେହି ଭ୍ରମରେ ରୁହନ୍ତୁ ନାହିଁ । ଯବାନଙ୍କ ବଳିଦାନ ବେକାର ଯିବ ନାହିଁ । ଏମିତି ପରିସ୍ଥିତିରେ ଦୁଇ ଦେଶ ଯୁଦ୍ଧଭୂମିରେ ମୁହାଁମୁହିଁ ହୋଇ ପାରନ୍ତି ବୋଲି କୁହାଯାଉଛି । ଏମିତିରେ ପ୍ରଶ୍ନ ଉଠେ ଯୁଦ୍ଧ ହେଲେ କିଏ ଅନ୍ୟ ଉପରେ ଭାରି ପଡିବ ?

ଚୀନ୍ ଉପରେ ଭାରତ ଭାରି !

ଆମେରିକୀୟ ନ୍ୟୁଜ୍ ଚ୍ୟାନେଲ ସିଏନଏନ ଅନୁସାରେ ଯୁଦ୍ଧ ହେଲେ ଭାରତର ପଲ୍ଲା ଭାରି ରହିବ । ରିପୋର୍ଟରେ ଦାବି କରାଯାଇଛି ଯେ, ୧୯୬୨ର ପରିସ୍ଥିତି ୨୦୨୦ରେ ସମ୍ପୂର୍ଣ୍ଣ ଭାବେ ଅଲଗା । ଏବେ ଭାରତର ଶକ୍ତି ଆଗ ଅପେକ୍ଷା ଯଥେଷ୍ଟ ଅଧିକ । ଆସନ୍ତୁ ଦୁଇ ଦେଶର ସାମରିକ ଶକ୍ତିକୁ ବୁଝିବାର ଚେଷ୍ଟା କରିବା ।

ପରମାଣୁ ଶକ୍ତି

କେହି ମଧ୍ୟ ଚାହିଁବେ ନାହିଁ ଯେ,ଦୁଇ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧ କେହି ମଧ୍ୟ ଚାହିଁବେ ନାହିଁ । କିନ୍ତୁ ଦୁଇ ଦେଶଙ୍କ ପାଖରେ ପରମାଣୁ ଅସ୍ତ୍ର ରହିଛି । ଚୀନ ୧୯୬୪ ମସିହାରେ ପରମାଣୁ ଶକ୍ତି ପାଲଟିଥିଲା । ଏହାର ଦଶ ବର୍ଷ ପରେ ଭାରତ ୧୯୭୬ ମସିହାରେ ପରମାଣୁ ଶକ୍ତି ହୋଇଥିଲା । ଚଳିତ ସପ୍ତାହରେ ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତ ଗତ ବର୍ଷ ତା’ର ପରମାଣୁ ଅସ୍ତ୍ର ଭଣ୍ଡାରରେ ଆଉ ୧୦ ୱାରହେଡ୍ ଯୋଡିଛି ।  ଚୀନ୍ ପାଖରେ ମୋଟ ୩୨୦ ପରମାଣୁ ବୋମା ରହିଥିବା ବେଳେ ଭାରତ ପାଖରେ ଅଛି ୧୫୦

ବାୟୁସେନା

ଚୀନ୍ ଓ ଭାରତ ମଧ୍ୟରେ ବିମାନ ଘାଟିର ତୁଳନା କଲେ ଭାରତ ଆଗରେ ଅଛି । ଚୀନ୍ ସୀମାରେ ଭାରତର ଅନେକ ଏୟାରବେସ୍ ରହିଛି । କିନ୍ତୁ ଚୀନର ସୀମାରେ କେବଳ ୮ ଏୟାର ବେସ୍ ରହିଛି । ଏହାମଧ୍ୟରୁ ଅଧିକାଂଶ ବେସାମରିକ ବିମାନଘାଟି । ତେଣୁ ଚୀନକୁ ସେଠାରୁ ଆକ୍ରମଣ କରିବାରେ ଅସୁବିଧା ହୋଇପାରେ । ଚୀନ୍ ପାଖରେ ଆକାଶରୁ ଭୂପୃଷ୍ଠକୁ ଆକ୍ରମଣ କରୁଥିବା ଯୁଦ୍ଧ ବିମାନର ଅଭାବ ରହିଛି । ଚୀନର ତିବ୍ବତ ଓ ଜିଙ୍ଗୟାଙ୍ଗ୍ ଏୟାରବେସ୍ ଅଧିକ ଉଚ୍ଚତାର ରହିଥିବାରୁ ଚୀନ୍ ଏୟାରକ୍ରାଫ୍ଟ ଅଧିକ ଓଜନର ହତିଆର ଓ ଗୋଳାବାରୁଦ ନେଇ ଉଡିବା ସମ୍ଭବ ନୁହେଁ । ଭାରତର ମିରାଜ-୨୦୦୦ ଓ ସୁଖୋଇ-୩୦ ଜେଟ୍ ସବୁ ପାଗରେ ଉଡିପାରିବେ କିନ୍ତୁ ଚୀନର ଜେ-୧୦ ପାଖରେ ସେଭଳି କ୍ଷମତା ନାହିଁ  ।

ଯୁଦ୍ଧଭୂମିରେ ସ୍ଥଳସେନାର ଶକ୍ତି

ଭାରତର ସ୍ଥଳସେନା ଅତ୍ୟନ୍ତ ଶକ୍ତିଶାଳୀ । ଭାରତୀୟ ସେନା ପାଖରେ କାଶ୍ମୀର ଭଳି ଭୟଙ୍କର ସ୍ଥାନରେ କାମ କରିବାର ଅନୁଭବ ରହିଛି । କିନ୍ତୁ ଚୀନ୍ ସେନା ଗଲା ୫୦ ବର୍ଷ ଭିତରେ ସେମିତି କିଛି ବଡ ଯୁଦ୍ଧ ଲଢିନି । ତିବ୍ବତ ଓ ଏଲଏସିରେ ଭାରତର ୨ ଲକ୍ଷ ୨୫ ହଜାର ସୈନିକ ମୁତ୍ତୟନ ଅଛନ୍ତି । ଅନ୍ୟପକ୍ଷରେ ଚୀନ୍ ୨ ଲକ୍ଷରୁ ୨ ଲକ୍ଷ ୩୦ ହଜାର ସୈନିକ ମୁତ୍ତୟନ କରିଥିବା କୁହାଯାଉଛି । ଭାରତ ଯେତେବେଳେ ଚାହିଁବ ନିଜ ସୈନିକଙ୍କ ସଂଖ୍ୟା ବଢାଇ ପାରିବ । କିନ୍ତୁ ଚୀନ ପକ୍ଷରେ ଏହା ସହଜ ନୁହେଁ । କାରଣ ଭାରତ ତିବ୍ବତରେ ଥିବା ରେଳ ଲାଇନ ଉପରେ ଆକ୍ରମଣ କରିପାରେ ।

Leave a Reply