ସୁଶାନ୍ତଙ୍କ ଆତ୍ମହତ୍ୟା ନେଇ ମହେଶ ଭଟ୍ଟଙ୍କୁ କରାଗଲା ଦାୟୀ, କାହିଁକି ଜାଣନ୍ତୁ

1 min read
mahesh bhatt responsible for sushant's death ?

ମୁମ୍ବାଇ: ବଲିଉଡର ଦକ୍ଷ କଳାକାର ସୁଶାନ୍ତ ସିଂହ ରାଜପୁତ ଦୁନିଆ ଛାଡି ଚାଲିଗଲେ ସତ ହେଲେ ପଛରେ ଛାଡିଗଲେ ଅନେକ ପ୍ରଶ୍ନ । କିଏ କହୁଛି “ସୁଶାନ୍ତ ତୁମେ ଏମିତି କାହିଁକି କଲ” ତ କିଏ କହୁଛି “ସୁଶାନ୍ତ ତୁମେ ଏମିତି କରିବାର କାରଣ ମୁଁ ବୁଝିପାରୁଛି” । ତାଙ୍କ ଆତ୍ମହତ୍ୟା ଏବେ ବି ଏକ ରହସ୍ୟ ହୋଇ ରହିଛି । ସୁଶାନ୍ତଙ୍କର ଏହି ନିଷ୍ପତ୍ତି ଅନେକଙ୍କୁ ସ୍ତବ୍ଧ କରିଦେଇଛି । ହେଲେ ଏବେ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ଏକ ଖବର ବେଶ ଚର୍ଚ୍ଚାରେ ରହିଛି । ଅନେକ ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ମହେଶ ଭଟ୍ଟଙ୍କୁ ଦାୟୀ କରୁଛନ୍ତି । ସେ ସବୁକିଛି ଜାଣି ଚୁପ୍ ଥିଲେ ବୋଲି କୁହାଯାଉଛି ।

ଗର୍ଲଫ୍ରେଣ୍ଡ ରିଆଙ୍କୁ ମହେଶ ଭଟ୍ଟ ସୁଶାନ୍ତଙ୍କଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ । କେବଳ ସେତିକି ନୁହେଁ ଅଭିନେତାଙ୍କୁ ମହେଶ ମାନସିକ ଭାବେ ଅସ୍ଥିର(Mentally Unstable )ବୋଲି କହିଥିଲେ । ସୋସିଆଲ ମିଡିଆ ୟୁଜର୍ସ ମହେଶଙ୍କୁ ନେଇ ଏହି ଅଭିଯୋଗ କରୁଛନ୍ତି । ଅଭିନେତାଙ୍କ ମୃତ୍ୟୁ ପରେ ମୁକେଶ ଭଟ୍ଟଙ୍କ ବୟାନ ସାମ୍ନାକୁ ଆସିଛି । ତାଙ୍କ କହିବା ଅନୁସାରେ ସେ ଅନୁଭବ କରିଥିଲେ ଯେ, ସୁଶାନ୍ତ କୌଣସି ସମସ୍ୟାର ଶିକାର ହୋଇଥିଲେ । ଅପରପକ୍ଷରେ ନିର୍ଦ୍ଦେଶକ ଶେଖର କପୁର ଟୁଇଟ୍ କରି ରାଜପୁତଙ୍କ ଆତ୍ମହତ୍ୟା ନେଇ ଆଚମ୍ବିତ କଲା ଭଳି ବୟାନ ଦେଇଛନ୍ତି। କେବଳ ସେତିକି ନୁହେଁ ସେ ଲେଖିଛନ୍ତି ଯେ, ତାଙ୍କ ମୃତ୍ୟୁ ପଛର କାରଣ କଣ ସେ ଜାଣିଛନ୍ତି । ଅବଶ୍ୟ ସେ କାହା ନାଁ ନେଇନଥିଲେ ।

ରିୟାଙ୍କୁ ମହେଶ ଭଟ୍ଟ କହିଥିଲେ ଯେ, ସୁଶାନ୍ତଙ୍କ ଅବସ୍ଥା ପରୱିନ ବାବି ଭଳି ହୋଇଯାଇଛି । ସୁଶାନ୍ତଙ୍କ ଅସ୍ଥିରତାର ପ୍ରଭାବ ତୁମ ଉପରେ ପଡିବ,ତେଣୁ ତୁମେ ତାଙ୍କ ଜୀବନରୁ ବାହାରି ଯାଅ ବୋଲି ରିଆଙ୍କୁ ମହେଶ କହିଥିବା ଏବେ ଶୁଣିବାକୁ ମିଳୁଛି । ମହେଶ କହିଥିଲେ ଯେ, ଏବେ ସୁଶାନ୍ତଙ୍କୁ କେବଳ ଔଷଧ ବଞ୍ଚେଇ ପାରିବ । ରିଆ ସୁଶାନ୍ତଙ୍କ ସହ ରହୁଥିବା ବେଳେ ତାଙ୍କୁ ଠିକ ସମୟରେ ଔଷଧ ଖାଇବାକୁ କହୁଥିଲେ । ହେଲେ ସୁଶାନ୍ତ ଔଷଧ ଖାଇବା ପାଇଁ ମନା କରିଦେଇଥିଲେ । ଅଭିନେତା ସମ୍ପୂର୍ଣ୍ଣ ଭାବେ ଅବସାଦର ଶିକାର ହୋଇସାରିଥିଲେ ।

ପାଖାପାଖି ବର୍ଷେ ହବ ସେ ନିଜକୁ ବାହାର ଦୁନିଆରୁ ଅଲଗା ରଖିଥିଲେ । ସେତେବେଳେ କେବଳ ରିଆ ସୁଶାନ୍ତଙ୍କ ସହ ସମୟ ବିତାଉଥିଲେ । ଖବର ଅନୁଯାୟୀ ସୁଶାନ୍ତଙ୍କୁ ଅଜବ ଅଜବ ଚିତ୍କାର ଶୁଣାଯାଉଥିଲା । ସେ ଅନୁଭବ କରୁଥିଲେ ଯେମିତି ତାଙ୍କୁ କିଏ ମାରିବାକୁ ଚେଷ୍ଟା କରୁଛି । ସୁଶାନ୍ତ ଥରେ ତାଙ୍କ ଫ୍ଲାଟରେ ରିଆଙ୍କ ସହ ବସି ଫିଲ୍ମ ଦେଖୁଥିଲେ । ହଠାତ୍ ସେ କହିଥିଲେ ଯେ, “ଅନୁରାଗ କଶ୍ୟପଙ୍କ ଫିଲ୍ମ କୁ ନା କହିଛି, ସେ ମତେ ମାରିଦେବେ” । ରିପୋର୍ଟ ଅନୁସାରେ ସୁଶାନ୍ତଙ୍କର ଏଭଳି କଥା ଶୁଣି ରିଆ ଡରିଯାଇଥିଲେ । ପରେ ଅଭିନେତ୍ରୀ ଏହି କଥା ମହେଶ ଭଟ୍ଟଙ୍କ ସହ ସେୟାର କରିଥିଲେ । ସେଥିପାଇଁ ରିଆଙ୍କୁ ସୁଶାନ୍ତଙ୍କଠାରୁ ଅଲଗା ହେବାକୁ ପରାମର୍ଶ ଦେଇଥିଲେ ମହେଶ ଭଟ୍ଟ ।

ଏହା ପରେ ରିଆ ସୁଶାନ୍ତଙ୍କଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ସେତେବେଳେ ସୁଶାନ୍ତଙ୍କ ଭଉଣୀମାନେ ରିଆଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ରିଆ ସେତେବେଳେ କିଛି ବୁଝିବା ପରିସ୍ଥିତିରେ ନଥିଲେ । ସେଥିପାଇଁ ଦର୍ଶକ ଏବେ ମହେଶ ଭଟ୍ଟ ଓ ମୁକେଶ ଭଟ୍ଟଙ୍କୁ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟି କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି ଯେ, ଯଦି ଉଭୟ ମହେଶ ଓ ମୁକେଶଙ୍କୁ ସୁଶାନ୍ତଙ୍କ ମାନସିକ ଅବସ୍ଥା ବିଷୟରେ ଜଣା ପଡିଥିଲା ତାହେଲେ ସେ ତାଙ୍କୁ ବଞ୍ଚାଇବା ପାଇଁ କୌଣସି ଚେଷ୍ଟା କଣ ପାଇଁ କରିନଥିଲେ । ତେବେ ପ୍ରକୃତ ଘଟଣା ବିଷୟରେ ଖୁବ ଶୀଘ୍ର ଜଣା ପଡିବ ବୋଲି ଆଶା କରାଯାଉଛି ।

 

Leave a Reply