ପ୍ରବାସୀ ଶ୍ରମିକଙ୍କ ପାଇଁ ମୋଦି ସରକାରଙ୍କ ବଡ଼ ଯୋଜନା, ୨୦ ମାର୍ଚ୍ଚରୁ ଆରମ୍ଭ ହେବ ଗରିବ କଲ୍ୟାଣ ରୋଜଗାର ସ୍କିମ୍

1 min read
  • ପ୍ରଧାନମନ୍ତ୍ରୀ ପ୍ରବାସୀଙ୍କ ପାଇଁ ଆଣିଲେ ନୁଆ ପ୍ଲାନ
  • ୨୦ଜୁନରୁ କାର୍ଯ୍ୟକାରୀ ହେବ ଗରିବ କଲ୍ୟାଣ ରୋଜଗାର ଯୋଜନା

ନୂଆଦିଲ୍ଲୀ:  ପ୍ରବାସୀଙ୍କ ପାଇଁ ଆସିଲା ନୂଆ ଯୋଜନା । କରୋନା ସଂକଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଶ୍ରମିକଙ୍କ ନିମନ୍ତେ ଏକ ନୂଆ  ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି  । ଯାହାଦ୍ୱାରା ଦେଶର ଲକ୍ଷ ଲକ୍ଷ ପ୍ରବାସୀ ଉପକୃତ ହେବେ । ଏହି ଯୋଜନାର ନାଁ ହେଉଛି ଗରିବ କଲ୍ୟାଣ ରୋଜଗାର ଯୋଜନା  । ଏହାର ମୂଳ ଲକ୍ଷ୍ୟ ହେଉଛି ଲକଡାଉନ ସମୟରେ ନିଜ ରାଜ୍ୟ ଏବଂ ଗ୍ରାମକୁ ଫେରିଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର କ୍ଷମ କରାଇବା ସହ ଦକ୍ଷତା ବିକାଶ ଓ ଥଇଥାନର ସୁବିଧା ଯୋଗାଇବା ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗରିବ ଶ୍ରମିକ ଓ କୃଷକଙ୍କ ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି  । ଏହି ପଦକ୍ଷେପ ଲୋକମାନଙ୍କର ରୋଜଗାରକୁ ବଜାୟ ରଖିବା ସହ ଆତ୍ମନିର୍ଭରଶୀଳ ଭାରତ ଗଠନ କରିବାରେ ମଧ୍ୟ ସାହାଯ୍ୟ କରିବ ।  ଗରିବ କଲ୍ୟାଣ ରୋଜଗାର ଯୋଜନା ଅଭିଯାନ ୧୨୫ ଦିନ ଧରି ଚାଲିବ । ଏହା ଅଧିନରେ ପ୍ରବାସୀଙ୍କ ପାଇଁ ୨୫ ପ୍ରକାରର କାର୍ଯ୍ୟ ଅନ୍ତର୍ଭୁକ୍ତ କରାଯାଇଛି  । ଏଥିରେ ୫୦ ହଜାର କୋଟି ଖର୍ଚ୍ଚ ହେବାର ଆକଳନ କରାଯାଇଛି । ଜୁନ ୨୦ ତାରିଖ ସକାଳ ୧୧ଟାରେ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିବେ ।

ବିହାରର ଖାଗରିଆ ଜିଲ୍ଲାର ତେଲିଗର ଗ୍ରାମରୁ ଏହି  ଯୋଜନା ଆରମ୍ଭ ହେବାର ସୂଚନା ରହିଛି  । ଏହି ଯୋଜନାକୁ ବିହାର ଉତ୍ତରପ୍ରଦେଶ ସମେତ ୬ଟି ରାଜ୍ୟର ୧୧୬ଟି ଜିଲ୍ଲାକୁ ସଂଯୁକ୍ତ କରାଯାଇଛି  । ଏଥିରେ ବିହାରର ସର୍ବାଧିକ ୩୨ଟି ଜିଲ୍ଲା ରହିଛି । ସୂଚନା ଅନୁସାରେ ପୂର୍ବରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ  ପ୍ରାୟ ୪୨କୋଟି ଗରିବଙ୍କ ପାଇଁ  ୫୩ ହଜାର ୨୪୮ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ମାର୍ଚ୍ଚ ୨୦କୁ ୧.୭୦ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜର ଘୋଷଣା କରିଥିଲେ । ଏହି ପ୍ୟାକେଜ ଅନ୍ତର୍ଗତ ଗରିବଙ୍କୁ ମାଗଣାରେ ଖାଦ୍ୟ, ମହିଳା, ବୃଦ୍ଧ ଏବଂ ଅନ୍ୟମାନଙ୍କୁ ନଗଦ ସାହାଯ୍ୟ କରିବା ସାମିଲ ରହିଛି ।

Leave a Reply