spot_img
Home Blog Page 6958

ହାତୀ ଆକ୍ରମଣରେ ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ଜଣଙ୍କର ମୃତ୍ୟୁ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜୁଜୁମରା ରେଞ୍ଜ ବରଙ୍ଗାମାଲ ଗାଁରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣେ ମୃତ୍ୟୁ ହୋଇଛି । ମୃତକ ହେଲେ ଅଷାଢୁ ଭୁଏ । ସେ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରନ୍ତି। ଗଲା ରାତିରେ କୁଲଶର ଗାଁରେ କାମ ସାରି ଘରକୁ ଫେରିବା ବେଳେ ବାଟରେ ହାତୀ ଆକ୍ରମଣ କରିଥିଲା। ହାତୀ ଶୁଣ୍ଢରେ କଚାଡି ଅଷାଢୁଙ୍କୁ ମାରିଦେଇଛି । ବିଗତ କିଛିଦିନ ହେବ ଲଗାତର ସମ୍ବଲପୁରରେ ହାତୀ ଓ ଭାଲୁ ଉତ୍ପାତ ଦେଖିବାକୁ ମିଳୁଛି । ୩ ଦିନ ତଳେ ଭାଲୁ ଆକ୍ରମଣରେ ରେଢାଖୋଲରେ ୩ଜଣଙ୍କ ପ୍ରାଣହାନୀ ଘଟିଥିଲା ।

ସେହିପରି ଅନୁଗୁଳ ବନ୍ତଳା ବାରଗୌଣିଆରେ ମଧ୍ୟ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବାରଗୌଣିଆର ସୁଗାମ ପ୍ରଧାନ । ସୁଦାମ ସକାଳୁ ଗାଁ ପାଖ ଜଙ୍ଗଲକୁ ଡାଳ ସଂଗ୍ରହ ପାଇଁ ଯାଇଥିଲେ। ସେଠାରେ ଦନ୍ତା ହାବୁଡ଼ରେ ପଡ଼ିଥିଲେ ।

ପରେ ରାସ୍ତାରେ ଯାଉଥିବା ମୁଢ଼ି ବ୍ୟବସାୟୀଙ୍କୁ ହାତୀ ଗୋଡାଇଥିଲା। ହେଲେ ବ୍ୟବସାୟୀ ଶ୍ରୀନିବାସ ମହାଲିକ ବାଇକରେ ଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଗତକାଲି କରତପଟା ଜଙ୍ଗଲ ନିକଟରେ ମଧ୍ୟ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା ।

ରାଉରକେଲା ସୋନାଖାନ ଷ୍ଟେସନ ମାଷ୍ଟରଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲା ସୋନାଖାନ ଷ୍ଟେସନ ମାଷ୍ଟରଙ୍କ ମୃତ୍ୟୁ । ଟ୍ରେନ୍‌ ଦୁର୍ଘଟଣାରେ ଇମତିଆଜ୍‌ ଆଲାମଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଷ୍ଟେସନରୁ ଗୋଟେ କିଲୋମିଟର ଦୂର ରାଜଗାଙ୍ଗପୁର ରେଲୱେ ପୋଲିସ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ ଶୌଚ ପାଇଁ ଯାଇଥିବା ବେଳେ ଟ୍ରେନ୍‌ ଧକ୍କା ଦେଇଥିଲା । ରାଜଗାଙ୍ଗପୁର ରେଲୱେ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।

ଦୋହାରୁ ଭୁବନେଶ୍ୱର ଫେରିଛନ୍ତି ୧୫୫ ଜଣ ପ୍ରବାସୀ

ଭୁବନେଶ୍ୱର: ଲକ୍‌ଡାଉନ୍‌ରେ ଦୀର୍ଘ ମାସ ଧରି ଫସି ରହିଥିବା ପ୍ରବାସୀ ଓଡ଼ିଆ ଆଜି ଓଡ଼ିଶା ଫେରିଛନ୍ତି । ଦୋହାରୁ ୧୫୫ ଜଣ ପ୍ରବାସୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଦୋହାସ୍ଥିତ ଭାରତୀୟ ଦୂତାବାସ ଓ ଓଡ଼ିଆ ସୋସାଇଟି ଉତ୍କଳିକାର ସହଯୋଗରେ ବନ୍ଦେ ଭାରତ ମିଶନ୍‌ ଅଭିଯାନରେ ସ୍ୱଦେଶ ଫେରିଛନ୍ତି ପ୍ରବାସୀ ।

ଭୁବନେଶ୍ୱରେ ପହଞ୍ଚିବା ପରେ ଯାତ୍ରୀମାନେ ନିଜ ନିଜ ଘରକୁ ଫେରିଛନ୍ତି । ଦୋହାରୁ ଫେରିଥିବା ପ୍ରବାସୀ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାପୂର୍ବରୁ ଦୁବାଇରୁ ବିଭିନ୍ନ ପର୍ଯ୍ୟାୟରେ ଶହଶହ ପ୍ରବାସୀ ଘରକୁ ଓଡ଼ିଶା ଫେରିଛନ୍ତି। ସେମାନଙ୍କୁ ବିମାନ ବନ୍ଦରରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ନିଜ ଅଚଂଳକୁ ପଠାଯାଇଛି । ଏହାପରେ ସେମାନେ କୋଭିଡ୍‌ ନିୟମ ଅନୁସାରେ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି ।

ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣୁଛନ୍ତି ଓଡ଼ିଆ ପାଇଲଟ: ଆକାଶରେ ଗୁଞ୍ଜରିତ ହେଲା ଜୟ ଜଗନ୍ନାଥ

ଭାରତରେ ଚିନ୍ତା ବଢ଼ାଉଛି କରୋନା ମହାମାରୀ, ଦିନକରେ ୩୩୭ ଜଣ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ ଚିନ୍ତା ବଢାଉଛି କରୋନା ମହାମାରୀ । ଦେଶରେ ୧୨ ହଜାର ଅତିକ୍ରମ କରିଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ଗୋଟିଏ ଦିନରେ ଦେଶରେ  ୩୩୭ ଜଣ ରୋଗୀ ପ୍ରାଣ ହରାଇଛନ୍ତି । ଫଳରେ ମୃତ୍ୟୁ ସଂଖ୍ୟା ୧୨ ହଜାର ୨୩୭ରେ ପହଞ୍ଚିଛି । ତେବେ ଗତ ୨୪ ଘଣ୍ଟାରେ ସର୍ବାଧିକ ୧୨ ହଜାର ୮୮୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦେଶରେ ଏବେ ଆକ୍ରାନ୍ତଙ୍କୁ ସଂଖ୍ୟା ୩ ଲକ୍ଷ ୬୬ ହଜାର 9୯୪୬ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ଏକଲକ୍ଷ ୯୪ ହଜାର ୩୨୫  ଜଣ ସୁସ୍ଥ ହୋଇଥିବାବେଳେ ଏବେବି ଏକ ଲକ୍ଷ ୬୦ ହଜାର ୩୮୪ ଜଣଙ୍କ ବିଭିନ୍ନ କୋଭିଡ ହସପିଟାଲରେ ଚାଲିଛି ଚିକିତ୍ସା । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ର।ଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ସାରା ବିଶ୍ୱରେ ମଧ୍ୟ ଆତଙ୍କ ଖେଳାଇ ଚାଲିଛି କିଲର ଭାଇରସ୍‌ କରୋନା ।  ଗୁରୁବାର ଗୋଟିଏ ଦିନରେ ଏକଲକ୍ଷ ୩୯ ହଜାର ହଜାର ୪୭୯  ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୫୩ ହଜାରରୁ ଅଧିକ ଜଣଙ୍କ ଜୀବନ ନେଇ ସାରିଲାଣି ଏହି ମହାମାରୀ । ତେବେ ୪୪ ଲକ୍ଷ ୮୮ ହଜାରରୁ ଉର୍ଦ୍ଧ୍ୱ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୮୫ ଲକ୍ଷ ୧୪ ହଜାର ୯୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୭ ଲକ୍ଷ ୭୫ ହଜାର ୮୬ ଜଣ ଆକ୍ଟିଭ ଅଛନ୍ତି । ଆମେରିକାରେ ୨୨ ଲକ୍ଷ ୫ ହଜାର ୫୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବ୍ରାଜିଲରେ ୯ ଲକ୍ଷ ୬୦ ହଜାର ୩୦୯, ଋଷିଆରେ ୫ ଲକ୍ଷ ୫୩ ହଜାର ୩୦୧ ଜଣ ଚିହ୍ନଟ ହୋଇଛନ୍ତି ।

ଆଜି ଜନ୍ମମାଟିରୁ ଦୁଇ ବୀର ଯବାନଙ୍କୁ ଦିଆଯିବ ଶେଷ ଶ୍ରଦ୍ଧାଞ୍ଜଳି

କାନ୍ଦୁଛି ମା, ଝୁରୁଛି ଗାଁ । ଜନ୍ମମାଟିରୁ ୨ ବୀର ଯବାନଙ୍କୁ ଦିଆଯାଉଛି ଶେଷ ଶ୍ରଦ୍ଧାଞ୍ଜଳି। ସୀମାରେ ସହିଦଙ୍କ ସାହାସ ଓ ଶୌର୍ଯ୍ୟକୁ ସାରା ଦେଶ ସଲାମ କରୁଛି। ମାତ୍ତୃଭୂମି ପାଇଁ ବଳିଦାନକୁ ମନେରଖିବ ଭାରତ । ୨ ବୀର ସହିଦ ଯବାନଙ୍କ ହେବ ଶେଷକୃତ୍ୟ। ରାଇରଙ୍ଗପୁର ବିଜାତଳା ବ୍ଲକ ବଡ଼ଚମ୍ପାଓଦାରେ ହେବ ନନ୍ଦୁରାମ ସୋରେନ୍‌ଙ୍କ ଅନ୍ତିମ ସଂସ୍କାର। ସହିଦଙ୍କ ଶେଷ ଦର୍ଶନ କରିଛନ୍ତି ସାଂସଦ ବିଶେଶ୍ୱର ଟୁଡ଼ୁ ଓ ଅନ୍ୟ ବିଧାୟକ। ଏସପି, କଲେକ୍ଟର, ବିହାର ରେଜିମେଣ୍ଟର କର୍ମଚାରୀ ଉପସ୍ଥିତ ଅଛନ୍ତି ।

ଫେବ୍ରୁଆରିରେ ନନ୍ଦୁରାମ ଶେଷଥର ପାଇଁ ଗାଁକୁ ଆସିଥିଲେ । ଛୁଟି ସରିବା ପରେ ଏପ୍ରିଲରେ ଫେରିଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ କରାଯିବ। ସେହିପରି କନ୍ଧମାଳ ରାଇକିଆ ମହୋତ୍ସବ ପଡ଼ିଆରେ ପହଞ୍ଚିଛି ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର। ସାଂସଦ ଅଚ୍ୟୁତ ସାମନ୍ତ, ମନ୍ତ୍ରୀ ଅରୁଣ ସାହୁ ଓ ବିଧାୟକ ତାଙ୍କର ଶେଷ ଦର୍ଶନ କରିଛନ୍ତି।

ସହିଦ ଚନ୍ଦ୍ରକାନ୍ତ ଙ୍କୁ ସାରା ଗାଁ ଝୁରୁଥିବା ବେଳେ, କୋହସମ୍ଭାଳି ପାରୁନାହାନ୍ତି ବାପା କରୁଣାକର ପ୍ରଧାନ ଓ ମା’ ବିଳାସିନୀ । ଡିସେମ୍ବରରେ ଶେଷ ଥର ପାଇଁ ଛୁଟିରେ ଆସିଥିଲେ  ପୁଅ ଚନ୍ଦ୍ରକାନ୍ତ । ଫେବ୍ରୁଆରୀ ୧୩ରେ ଫେରିଥିଲେ ଲଦାଖ ।

 

ଆଜି ଜନ୍ମମାଟିକୁ ଫେରିବ ୨ ଓଡ଼ିଆ ସହିଦଙ୍କ ପାର୍ଥିବ ଶରୀର

ଅଯଥା କଥାକୁ ନେଇ ଜୀବନସାଥିଙ୍କୁ ଭୁଲ‌ ବୁଝିବେ, ଆତ୍ମବିଶ୍ୱାସର ସହ ଆଗକୁ ବଢନ୍ତୁ ସଫଳ ରହିବେ

ଜ୍ୟୋତିବିଦ୍‌ ଡ. ଶ୍ୟାମସୁନ୍ଦର ବାଘ
ଯୋଗାଯୋଗ- ୯୯୩୮୭୧୮୩୫

ଆଜିର ପଞ୍ଚାଙ୍ଗ
ମେ ୧୯, ୨୦୨୦ ମସିହା, ମିଥୁନ ୫ ଦିନ,
୧୯୪୨ ଶକାଦ୍ଦ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌
ଆଷାଢ ମାସ, କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, ଶୁକ୍ରବାର
କୃତ୍ତିକା ନକ୍ଷତ୍ର ଦିନ ୧୦ଟା ୩୩ପରେ ରୋହିଣୀ ନକ୍ଷତ୍ର
ବୃଷ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି
ଯୋଗିନୀ ଦକ୍ଷିଣ ଦିଗରେ ଦିନ ୧୧ଟା ପଯ୍ୟନ୍ତ ରହିବେ
ଏହା ପରେ ପଶ୍ଚିମ ଦିଗରେ ରହୁଥିବାରୁ
ଦକ୍ଷିଣ ଓ ପଶ୍ଚିମ ଦିଗକୁ ଯାତ୍ରା ନିଷେଧ
ଘାତଚନ୍ଦ୍ର-ବିଛା ରାଶି ପୁରୁଷଙ୍କର
ଘାତବାର-ବିଛା,ଧନୁ,ମୀନ ରାଶିର
ଶୁଭ ସମୟ-ଦିନ ୧୨ଟା ୧୫ ମିନିଟ ପରେଦିନ ୩ଟା ୪୫ ମିନିଟ୍‌ ମଧ୍ୟରେ
ଅଶୁଭ ସମୟ- ଦିନ ୧୦ଟା ୩୦ ମିନିଟ୍‌ ଠାରୁ ଦିନ ୧୨ଟା ପଯ୍ୟନ୍ତ

ମେଷରାଶି
ଅଶ୍ୱିନୀ- ଗୁପ୍ତଶତ୍ରୁଙ୍କ ପରାକ୍ରମ ଯୋଗୁ ଅଶାନ୍ତି ଭୋଗ କରିବେ
ଦ୍ୱିଜା- ପରୋପକାର କାର୍ଯ୍ୟ ଯୋଗୁଁ ପ୍ରଶଂସା ପାଇବେ, ବନ୍ଧୁଙ୍କର ସହଯୋଗ ମିଳିବ
କୃତ୍ତିକା- ନିଜ ଚେଷ୍ଟାରେ ସଫଳ ରହିବେ, ଜୀବନ ସାଥିଙ୍କର ପ୍ରେରଣା ମିଳିବ
ଶ୍ରୀହନୁମାନଙ୍କୁ ପୂଜା କରନ୍ତୁ

ବୃଷରାଶି
କୃତ୍ତିକା -ତରବରିଆ ଭାବେ କୈାଣସି ନିଷ୍ପତ୍ତି ନିଅନ୍ତୁ ନାହିଁ
ରୋହିଣୀ- ପ୍ରିୟ କଥା କହି ସମସ୍ୟାର ସମାଧାନ କରିନେବେ
ମୃଗଶିରା- ଦୁଃସାହାସିକ ପଦକ୍ଷେପ ନେଇ ସଫଳ ରହିବେ
କଳା, ନୀଳ ରଙ୍ଗଠାରୁ ଦୁରରେ ରୁହନ୍ତୁ

ମିଥୁନରାଶି
ମୃଗଶିରା-,ସହକର୍ମୀଙ୍କ ସହାନୁଭୁତି ଯୋଗୁ କାମ ଗୁଡିକ ସଫଳ ରହିବ
ଆଦ୍ରା- ବିବାଦୀୟ ଘଟଣାରେ ନିରବତା ରହିବା ହିଁ ଭଲ
ପୁନର୍ବସୁ-,ସାଂଗଠନିକ କାର୍ଯ୍ୟରେ ଅଗ୍ରଗତି କରିବେ
ଓଁ ନମଃ ଶିବାୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ

କର୍କଟରାଶି
ପୁନର୍ବସୁ- ସାଂଗଠନିକ ନେତୃତ୍ୱ ନେଇ ପ୍ରଶଂସିତ ହେବେ
ପୁଷ୍ୟ।- ବିବାଦୀୟ ପରିସ୍ଥିତି ଦେଖାଦେଇପାରେ, ଚିନ୍ତା ବଢିବ
ଅଶ୍ଳେଷା- କାର୍ଯ୍ୟ ସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ
ଗରିବ, ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ

ସିଂହରାଶି
ମଘା- ଆବଶ୍ୟକତା ପୂରଣ କ୍ଷେତ୍ରରେ ଅର୍ଥ ପ୍ରତିବନ୍ଧକ ରହିବ
ପୂର୍ବା ଫାଲଗୁନି- ଭାଙ୍ଗିଯାଇଥିବା ସଂପର୍କ ପୁଣିଥରେ ଯୋଡି ହୋଇପାରେ
ଉତ୍ତରାଫାଲଗୁନି-ମନୋବଳ ବୃଦ୍ଧି ଯୋଗୁ ଦିନଟି ଭଲରେ କଟିବ
ମୟୂରଚନ୍ଦ୍ରିକା ନିଜ ପାଖରେ ରଖନ୍ତୁ

କନ୍ୟାରାଶି
ଉତ୍ତରଫାଲଗୁନି – ପରିବାରରେ ଅଶାନ୍ତି ଦୁର ପାଇଁ ବନ୍ଧୁଙ୍କ ସହଯୋଗ ମିଳିବ
ହସ୍ତା- ଆତ୍ମବିଶ୍ୱାସର ସହ ଆଗକୁ ବଢନ୍ତୁ, ସଫଳ ରହିବେ
ଚିତ୍ରା- ଦିନଟି ଭଲରେ କଟିବ, ସବୁ କାମରେ ସଫଳତା
ନିଜ ମା’ କିମ୍ବା ସ୍ତ୍ରୀଙ୍କୁ ମିଠା ଖାଇବାକୁ ଦିଅନ୍ତୁ

ତୁଳାରାଶି
ଚିତ୍ରା – ପୂର୍ବସ୍ଥିତିରେ ପରବିର୍ତ୍ତନ ଯୋଗୁ କାର୍ଯ୍ୟ ରେ ସିଦ୍ଧିପ୍ରାପ୍ତ ହେବ
ସ୍ୱାତୀ- ଅର୍ଥ ସଞ୍ଚୟ ବୃଦ୍ଧିରେ ବିଫଳ ହେବେ, ଖର୍ଚ୍ଚ ବଢିବ
ବିଶାଖା- ଭାଙ୍ଗିଯାଇଥିବା ସଂପର୍କ ଯୋଡିବା ପାଇଁ ଚେଷ୍ଟା କରିବେ
ବୁଲା ଷଣ୍ଡକୁ ଶାଗ ଖାଇବାକୁ ଦିଅନ୍ତୁ

ବିଛାରାଶି

ବିଶାଖା – ମିଥ୍ୟ। ଖବରରେ ଭୟଭୀତ ହୁଅନ୍ତୁ ନାହିଁ, ଧୈର୍ଯ୍ୟ ଧରନ୍ତୁ
ଅନୁରାଧା- ପରିବାରରେ ମନାନ୍ତର ଦେଖାଦେବ, ଅଶାନ୍ତିରେ ରହିବେ
ଜ୍ୟୋଷ୍ଠା- କାର୍ଯ୍ୟ କ୍ଷେତ୍ରରେ ଲାଗିରହୁଥିବା ସମସ୍ୟାର ସମାଧାନ ହେବ
ବୁଲା କୁକୁରକୁ ଖାଇବାକୁ ଦିଅନ୍ତୁ

ଧନୁରାଶି
ମୂଳା- ଦାମ୍ପତ୍ୟ ଜୀବନରେ ଭୁଲ୍‌ବୁଝାମଣା ଯୋଗୁ ସଂପର୍କରେ ତିକ୍ତତା ଦେଖାଦେବ
ପୂର୍ବାଷାଢା- କାର୍ଯ୍ୟକ୍ଷେତ୍ରରେ ଲାଗି ରହୁଥିବା ସମସ୍ୟାର ସମାଧାନ ହେବ
ଉତ୍ତରାଷାଢା- ଅର୍ଥ ଚିନ୍ତାରୁ ମୁକ୍ତି ପାଇବେ, ଅନେକ ଦିନର ଆଶା ପୂରଣ ହେବ
ହନୁମାନ ଚାଳିଶା ୫ ଥର ପାଠ କରନ୍ତୁ

ମକରରାଶି
ଉତ୍ତରାଷାଢା- ଅଯଥା କଥାକୁ ନେଇ ଜୀବନସାଥିଙ୍କର କଥାକୁ ଭୁଲ୍‌ ବୁଝିବେ
ଶ୍ରବଣା- ପରିବାରକୁ ନେଇ ରହୁଥିବା ଚିନ୍ତା ଦୁର ହେବ
ଧନିଷ୍ଠା- ସନ୍ତାନମାନଙ୍କର ସଫଳତାକୁ ନେଇ ଖୁସି ରହିବେ
ଗାୟତ୍ରୀ ମନ୍ତ୍ର ୨୭ ଥର ପାଠ କରନ୍ତୁ

କୁମ୍ଭରାଶି
ଧନିଷ୍ଠା- କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ,ସମ୍ମାନୀୟ ବ୍ୟକ୍ତିଙ୍କର ସହଯୋଗ ପାଇବେ
ଶତଭିଷା-ଅନ୍ୟମନସ୍କ ହୋଇ କୈାଣସି କାମ କରନ୍ତୁ ନାହିଁ, ଅନୁତପ୍ତ କରିପାରନ୍ତି
ପୂର୍ବଭାଦ୍ରପଦ- ପୁରା ଦିନ ଆପଣଙ୍କ ସପକ୍ଷରେ ଯିବ,ସବୁ କାମ ପୂରଣ ହୋଇଯିବ
ଲାଲ ବସ୍ତ୍ର ପିନ୍ଧନ୍ତୁ ନାହିଁ, ଶରୀର ପ୍ରତି ବିପଦ ରହିଛି

ମୀନରାଶି
ପୂର୍ବଭାଦ୍ରପଦ- ବହୁ ପ୍ରତିକ୍ଷୀତ ଖବର ପାଇ ଶାନ୍ତି ଅନୁଭବ କରିବେ
ଉତ୍ତରଭାଦ୍ରପଦ-ଦାମ୍ପତ୍ୟ ଜୀବନରେ ସହନଶୀଳତା ରଖନ୍ତୁ
ରେବତୀ-ନିଜର ପ୍ରିୟ କଥା ଯ଼ୋଗୁ ଅନେକ କାମୃ ସଫଳ ହେବ
ବିଷ୍ଣୁ ସହସ୍ରନାମକୁ ଶ୍ରବଣ କରନ୍ତୁ,ସମସ୍ୟା ଦୁର ହେବ

 

ରାହୁଲ ଗାନ୍ଧୀଙ୍କୁ ବିଦେଶମନ୍ତ୍ରୀଙ୍କ ଜବାବ: ‘ଅସ୍ତ୍ର ନେଇ ଯାଇଥିଲେ ଭାରତୀୟ ସୈନିକ’

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ବୈଦେଶୀକ ମନ୍ତ୍ରୀ ଏସ୍ ଜୟଶଙ୍କର । ସେ କହିଛନ୍ତି, ଭାରତୀୟ ସେନାର ଯବାନମାନେ ଅସ୍ତ୍ର ନେଇ ସୀମାରେ ଡ୍ୟୁଟି କରନ୍ତି । ଏବଂ ୧୫ ଜୁନରେ ମଧ୍ୟରେ ସୈନିକ ଅସ୍ତ୍ର ନେଇ ଯାଇଥିଲେ । ବିନା ଅସ୍ତ୍ରରେ ଯବାନମାନଙ୍କୁ ସୀମାକୁ ଯିବା ନେଇ କିଏ ଅନୁମତି ଦେଇଥିଲା ବୋଲି ରାହୁଲ ଗାନ୍ଧୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଜୟଶଙ୍କର ।

ସେ ଟ୍ୱିଟ୍ ଯୋଗେ ପଚରାଯାଇଥିବା ପ୍ରଶ୍ନର ରିଟ୍ୱିଟ୍ କରି ଉତ୍ତର ଦେଇଛନ୍ତି । ଏବଂ କହିଛନ୍ତି ଆସନ୍ତୁ ଆମେ ଫେକ୍ଟକୁ ସ୍ପଷ୍ଟ କରିବା । ସୀମାରେ ନିୟୋଜିତ ସମସ୍ତ ସୈନିକ ସବୁବେଳେ ଅସ୍ତ୍ର ନେଇ ଯାଆନ୍ତି । ବିଶେଷ କରି ପୋଷ୍ଟରୁ ବାହାରିବା ସମୟରେ । ୧୫ ଜୁନ୍‌ରେ ଗଲଓ୍ୱାନ ଘାଟିରେ ମଧ୍ୟ ସୈନିକ ଏଭଳି କରିଥିଲେ । ଆବଶ୍ୟ ଲମ୍ୱା ସମୟ ଚାଲିଆସୁଥିବା ପ୍ରଥା (୧୯୯୬-୨୦୦୫ ବୁଝାମଣା) ଅନୁଯାୟୀ ଅସ୍ତ୍ରର ବ୍ୟବହାର କରନ୍ତିନାହିଁ ।

ସୂଚନା ଯୋଗ୍ୟ ଯେ, ୧୫ ଜୁନ୍‌ ରାତିରେ ପୂର୍ବ ଲଦାଖର ଗଲଓ୍ୱାନ ଘାଟିରେ ଭାରତ ଏବଂ ଚୀନ ସୈନିକ ହତାହାତି ହୋଇଥିଲେ । ଯେଉଁଥିରେ ୨୦ ଯବାନ ଶହୀଦ ହୋଇଛନ୍ତି ।

୭ ଘଣ୍ଟାର ‘ରକ୍ତାକ୍ତ ସଂଘର୍ଷ’, କମ୍ ସଂଖ୍ୟା ସତ୍ତ୍ୱେ ନିଜ ସ୍ଥାନରୁ ହଟି ନଥିଲେ ଭାରତୀୟ ଯବାନ

ନୂଆଦିଲ୍ଲୀ: ସୋମବାର ରାତିରେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ପ୍ରାୟ ୭ ଘଣ୍ଟା ଧରି ସଂଘର୍ଷ ଚାଲିଥିଲା । ସଂଘର୍ଷ ସନ୍ଧ୍ୟା ପ୍ରାୟ ୭ଟାରୁ ଆରମ୍ଭ ହୋଇଥିଲା । ସେହି ସମୟରେ ସହିଦ କର୍ଣ୍ଣେଲ ସନ୍ତୋଷ ବାବୁ ସାଥୀମାନଙ୍କ ସହ ପେଟ୍ରୋଲ ପଏଣ୍ଟ ୧୪ରେ ପହଞ୍ଚି ଥିଲେ । ଯେଉଁଠାରେ ଚୀନ ସୈନିକ ମହଯୁଦ୍ ଥିଲେ । ପ୍ରୋଟୋକଲ ପ୍ରକାରେ ଭାରତୀୟ ସେନା ନିଜ ସାଥିରେ କୌଣସି ଅସ୍ତ୍ରଶସ୍ତ୍ର ନେଇ ନଥିଲେ । ସୀମାରେ ଦୁଇ ଦେଶର ଯବାନ ପାଖରେ ବନ୍ଧୁକ ରଖିନଥାନ୍ତି । ବନ୍ଧୁକ ରଖିଲେ ମଧ୍ୟ ପିଠିରେ ଥାଏ ଓ ସେଥିରେ ଗୁଳି ନଥାଏ ।

କର୍ଣ୍ଣେଲ ସନ୍ତୋଷ ବାବୁ ଅନ୍ୟ ଯବାନଙ୍କ ପେଟ୍ରୋଲ ପଏଣ୍ଟ ୧୪ରେ ପହଞ୍ଚିଥିଲେ । ଏହିଠାରୁ ହିଁ ଆରମ୍ଭ ହୋଇଥିଲା ଯୁକ୍ତିତର୍କ ଓ ଠେଲାପେଲା । କର୍ଣ୍ଣେଲଙ୍କ ସହିତ ୫୦ ଜଣ ଯବାନ ଥିଲେ । ଚୀନ ସେନାକୁ ପୋଷ୍ଟ ଖାଲି କରିବାକୁ କହିବାରୁ ସେମାନେ ମନା କରିଥିଲେ । ପ୍ରଥମେ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଯାହା ପରେ ଭୟଙ୍କର ରୂପ ନେଇଥିଲା । ଉଭୟ ପକ୍ଷର ଯବାନ ପରସ୍ପରକୁ ଆକ୍ରମଣ କରିଥିଲେ । ଭାରତୀୟ ସୈନିକ ଚୀନ ସେନାର ଟେଣ୍ଟ ଭାଙ୍ଗି ଦେଇଥିଲେ । ଏହାପରେ ସେଠାରେ ହୋଇଥିଲା ବୀରତ୍ୱର ରକ୍ତପାତ । ରକ୍ତାକ୍ତ ସଂଘର୍ଷ ପ୍ରାୟ ୭ ଘଣ୍ଟା ଧରି ଚାଲିଥିଲା ।

ଠେଲାପେଲାରୁ ଢ଼େଲା ମାଡ଼

ଉଭୟ ପକ୍ଷର ସୈନିକ ଠେଲାପେଲା ପରେ ପରସ୍ପରକୁ ପଥର ଫିଙ୍ଗିଥିଲେ । ଏହାପରେ ଚୀନ ସେନା ଭାରତୀୟ ଯବାନଙ୍କ ଉପରେ ଲୁହା ରଡ଼ରେ ଆକ୍ରମଣ କରିଥିଲେ । ଯାହାର କଳ୍ପନ କରିପାରି ନଥିଲେ ଭାରତୀୟ ଯବାନ । ଏଭଳି ଚୀନ ଶ୍ରମିକ ପୂରା ଯୋଜନାର ସହିତ କରିଥିଲେ । ଏଥିରେ ଉଭୟ ପକ୍ଷର କେତକ ଶ୍ରମିକ ନଦୀରେ ଖସି ପଡ଼ିଥିଲେ । ମଙ୍ଗଳବାର ସକାଳୁ ସେମାନଙ୍କ ମୃତଦେହ ମିଳିଥିଲା ।

୫୦ ସୈନିକଙ୍କ ଆଗରେ ୨୫୦ ଯବାନ

ବିବାଦ ଆରମ୍ଭରୁ ସେଠାରେ ଚୀନର ପ୍ରାୟ ୨୫୦ ଜଣ ସୈନିକ ଥିଲେ । ଯେତେବେଳେ କି ଭାରତ ପକ୍ଷରୁ ପ୍ରାୟ ୫୦ ଜଣ ଯବାନ ଥିଲେ । ସଂଖ୍ୟା ବହୁତ୍ କମ ଥାଇ ବି ଭାରତୀୟ ଯବାନଙ୍କ ମନୋବଳ ଦୃଢ଼ ଥିଲା । ସେମାନେ ନିଜ ସୀମାରୁ ଟିକିଏ ବି ପଛକୁ ହଟି ନଥିଲେ । ବରଂ ଡ୍ରାଗନକୁ ପଛକୁ ହଟିବା ପାଇଁ ଅଡ଼ି ବସିଥିଲେ । କିନ୍ତୁ, ସେମାନ ପଛକୁ ହଟିବା ପରିବର୍ତ୍ତେ ଆକ୍ରମଣ କରିଥିଲେ । ପ୍ରଥମ ଆକ୍ରମଣରେ କର୍ଣ୍ଣେଲ ବାବୁଙ୍କ ସହ ଅନ୍ୟ ୨ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ ।

୭ ଘଣ୍ଟାର ସଂଘର୍ଷରେ ୨୦ ସହିଦ

ମୁହାଁମୁହିଁର ଘଣ୍ଟାଏ ଭିତରେ ସେଠାରେ ଭାରତ ପକ୍ଷରୁ ଆଉ ଯବାନ ପହଞ୍ଚିଥିଲେ । ଉଭୟ ପକ୍ଷର ପ୍ରାୟ ୫ ଶହ ଯବାନଙ୍କ ମଧ୍ୟରେ ଉତ୍ତେଜନା ହିଂସାତ୍ମକ ହୋଇଥିଲା । ଯେଉଁଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହେବା ସହ ୧୮ ଜଣ ଗୁରୁତର ଆହତ ହୋଇଥିଲେ । ଯେତେବେଳେ କି ଚୀନର ୪୦ରୁ ୪୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

ବ୍ରହ୍ମପୁରରେ ଇଞ୍ଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା, ମୃତ୍ୟୁ ପୂର୍ବରୁ ଫେସ୍‌ବୁକ୍‌ରେ ଲେଖିଲେ ମନ କଥା

ବ୍ରହ୍ମପୁର: ମୋ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁନ୍ତି, ଏହା ମୋର ନିଜସ୍ୱ ନଷ୍ପତ୍ତି । ନିଜ ଫେସବୁକ୍ ଆକାଉଣ୍ଟରେ କିଛି ଏଭଳି ଲେଖି ସାରି ନିଜ ଜୀବନ ହାରିଛନ୍ତି ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସଷ୍ଟାଣ୍ଡ ନିକଟସ୍ଥ ମନମୋହନ ମାନସନ୍‌ ଆପାର୍ଟମେଣ୍ଟର ହାର୍ଦ୍ଧିକ ପଟ୍ଟନାୟକ । ନିଜ ଜୀବନକୁ ନିଜେ ଶେଷ କରିବା ପୂର୍ବରୁ ସମସ୍ତଙ୍କ ଉଦ୍ଦେଶ୍ୟରେ ଏହାଥିଲା ତାଙ୍କର ଶେଷ ମେସେଜ୍‌ । ୨୪ ବର୍ଷୀୟ ଏହି ଇଞ୍ଜିନିୟରିଂ ଛାତ୍ର ଜଣଙ୍କ ଲକଡାଉନ୍‌ ସମୟରୁ ବେଙ୍ଗାଲୁରୁରୁ ଫେରିଆସି ନିଜ ମାଆ ବାପାଙ୍କ ସହ ରହୁଥିଲେ ।  ହେଲେ ହଠାତ୍ କାହିଁକି ସେ ଜୀବନ ପ୍ରତି ବିତସ୍ପୃତ ହୋଇ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ଅପରପକ୍ଷରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ତନାଘନା ଚଳାଇଛି ପୋଲିସ ।

ଶେଷଥର ପାଇଁ ୪୧ ବର୍ଷ ତଳେ ଯୁଦ୍ଧ ଲଢିଥିଲା ଚୀନ୍,ଯେଉଁଥିରେ ଡ୍ରାଗନ ଭାରତଠାରୁ ୧୦ ଗୁଣ ଛୋଟ ଦେଶଠାରୁ ହାରିଥିଲା !

ଲୁଟ୍ କରି ଖସି ଯାଉଥିଲେ, ଦୁର୍ଘଟଣାର ଶିକାର ହେଲେ

ଭୁବନେଶ୍ୱର: ଲୁଟ୍ କରି ଖସି ପଳାଇବା ବେଳେ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଲୋକଙ୍କ ଅଭିଯୋଗ ଅନୁଯାୟୀ ଦୁହେଁ ଚେନ୍ ଲୁଟ୍ କରି ଖସି ଯାଉଥିଲେ । ଦ୍ରୁତ ଗତିରେ ପଳାଇବା ବେଳେ ଧଉଳି ପାହାଡ଼ ନିକଟରେ ସେମାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଘଟଣାସ୍ଥଳରୁ ମାରଣାସ୍ତ୍ର, ମୋବାଇଲ୍, ମନି ପର୍ସ ପୋଲିସ ଜବତ କରିଛି । ଉଭୟଙ୍କୁ ଗୁରୁତର ଅବସ୍ଥାର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ, ଲୁଟପାଟ୍ ନେଇ ସବିଶେଷ ସୂଚନା ମିଳିପାରିନାହିଁ ।