ହାତୀ ଆକ୍ରମଣରେ ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ଜଣଙ୍କର ମୃତ୍ୟୁ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜୁଜୁମରା ରେଞ୍ଜ ବରଙ୍ଗାମାଲ ଗାଁରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣେ ମୃତ୍ୟୁ ହୋଇଛି । ମୃତକ ହେଲେ ଅଷାଢୁ ଭୁଏ । ସେ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରନ୍ତି। ଗଲା ରାତିରେ କୁଲଶର ଗାଁରେ କାମ ସାରି ଘରକୁ ଫେରିବା ବେଳେ ବାଟରେ ହାତୀ ଆକ୍ରମଣ କରିଥିଲା। ହାତୀ ଶୁଣ୍ଢରେ କଚାଡି ଅଷାଢୁଙ୍କୁ ମାରିଦେଇଛି । ବିଗତ କିଛିଦିନ ହେବ ଲଗାତର ସମ୍ବଲପୁରରେ ହାତୀ ଓ ଭାଲୁ ଉତ୍ପାତ ଦେଖିବାକୁ ମିଳୁଛି । ୩ ଦିନ ତଳେ ଭାଲୁ ଆକ୍ରମଣରେ ରେଢାଖୋଲରେ ୩ଜଣଙ୍କ ପ୍ରାଣହାନୀ ଘଟିଥିଲା ।

ସେହିପରି ଅନୁଗୁଳ ବନ୍ତଳା ବାରଗୌଣିଆରେ ମଧ୍ୟ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବାରଗୌଣିଆର ସୁଗାମ ପ୍ରଧାନ । ସୁଦାମ ସକାଳୁ ଗାଁ ପାଖ ଜଙ୍ଗଲକୁ ଡାଳ ସଂଗ୍ରହ ପାଇଁ ଯାଇଥିଲେ। ସେଠାରେ ଦନ୍ତା ହାବୁଡ଼ରେ ପଡ଼ିଥିଲେ ।

ପରେ ରାସ୍ତାରେ ଯାଉଥିବା ମୁଢ଼ି ବ୍ୟବସାୟୀଙ୍କୁ ହାତୀ ଗୋଡାଇଥିଲା। ହେଲେ ବ୍ୟବସାୟୀ ଶ୍ରୀନିବାସ ମହାଲିକ ବାଇକରେ ଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଗତକାଲି କରତପଟା ଜଙ୍ଗଲ ନିକଟରେ ମଧ୍ୟ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା ।

Leave a Reply