ଆଜି ଜନ୍ମମାଟିରୁ ଦୁଇ ବୀର ଯବାନଙ୍କୁ ଦିଆଯିବ ଶେଷ ଶ୍ରଦ୍ଧାଞ୍ଜଳି

କାନ୍ଦୁଛି ମା, ଝୁରୁଛି ଗାଁ । ଜନ୍ମମାଟିରୁ ୨ ବୀର ଯବାନଙ୍କୁ ଦିଆଯାଉଛି ଶେଷ ଶ୍ରଦ୍ଧାଞ୍ଜଳି। ସୀମାରେ ସହିଦଙ୍କ ସାହାସ ଓ ଶୌର୍ଯ୍ୟକୁ ସାରା ଦେଶ ସଲାମ କରୁଛି। ମାତ୍ତୃଭୂମି ପାଇଁ ବଳିଦାନକୁ ମନେରଖିବ ଭାରତ । ୨ ବୀର ସହିଦ ଯବାନଙ୍କ ହେବ ଶେଷକୃତ୍ୟ। ରାଇରଙ୍ଗପୁର ବିଜାତଳା ବ୍ଲକ ବଡ଼ଚମ୍ପାଓଦାରେ ହେବ ନନ୍ଦୁରାମ ସୋରେନ୍‌ଙ୍କ ଅନ୍ତିମ ସଂସ୍କାର। ସହିଦଙ୍କ ଶେଷ ଦର୍ଶନ କରିଛନ୍ତି ସାଂସଦ ବିଶେଶ୍ୱର ଟୁଡ଼ୁ ଓ ଅନ୍ୟ ବିଧାୟକ। ଏସପି, କଲେକ୍ଟର, ବିହାର ରେଜିମେଣ୍ଟର କର୍ମଚାରୀ ଉପସ୍ଥିତ ଅଛନ୍ତି ।

ଫେବ୍ରୁଆରିରେ ନନ୍ଦୁରାମ ଶେଷଥର ପାଇଁ ଗାଁକୁ ଆସିଥିଲେ । ଛୁଟି ସରିବା ପରେ ଏପ୍ରିଲରେ ଫେରିଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ କରାଯିବ। ସେହିପରି କନ୍ଧମାଳ ରାଇକିଆ ମହୋତ୍ସବ ପଡ଼ିଆରେ ପହଞ୍ଚିଛି ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର। ସାଂସଦ ଅଚ୍ୟୁତ ସାମନ୍ତ, ମନ୍ତ୍ରୀ ଅରୁଣ ସାହୁ ଓ ବିଧାୟକ ତାଙ୍କର ଶେଷ ଦର୍ଶନ କରିଛନ୍ତି।

ସହିଦ ଚନ୍ଦ୍ରକାନ୍ତ ଙ୍କୁ ସାରା ଗାଁ ଝୁରୁଥିବା ବେଳେ, କୋହସମ୍ଭାଳି ପାରୁନାହାନ୍ତି ବାପା କରୁଣାକର ପ୍ରଧାନ ଓ ମା’ ବିଳାସିନୀ । ଡିସେମ୍ବରରେ ଶେଷ ଥର ପାଇଁ ଛୁଟିରେ ଆସିଥିଲେ  ପୁଅ ଚନ୍ଦ୍ରକାନ୍ତ । ଫେବ୍ରୁଆରୀ ୧୩ରେ ଫେରିଥିଲେ ଲଦାଖ ।

 

ଆଜି ଜନ୍ମମାଟିକୁ ଫେରିବ ୨ ଓଡ଼ିଆ ସହିଦଙ୍କ ପାର୍ଥିବ ଶରୀର

Leave a Reply