spot_img
Home Blog Page 6955

୯୧୬ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଚାଲିଲା ସ୍ପେଶାଲ ଟ୍ରେନ୍…‌

ଭୁବନେଶ୍ୱର: ଭୁବନେଶ୍ୱରରୁ ଦିଲ୍ଲୀ ଚାଲିଲା ଟ୍ରେନ୍‌ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ୧ ନମ୍ବର ପ୍ଲାଟଫର୍ମରୁ ଟ୍ରେନ୍‌ ବାହାରିଛି । ଏଥିପାଇଁ ୯୦ ମିନିଟ ପୂର୍ବରୁ ଯାତ୍ରୀଙ୍କୁ ଷ୍ଟେସନ୍‌ରେ ପହଞ୍ଚିବାକୁ କୁହାଯାଇଥିଲା । ଯାତ୍ରୀମାନେ ଷ୍ଟେସନ୍‌ରେ ପହଞ୍ଚିବା ପରେ ସେମାନଙ୍କ ମେଡିକାଲ ସ୍କ୍ରିନିଂ କରାଯାଇଥିଲା । ଟ୍ରେନ୍‌ରେ ମୋଟ୍‌ ୯୧୬ଜଣ ଯାତ୍ରୀ ଯାଇଛନ୍ତି । ତେବେ ଭୁବନେଶ୍ୱରରୁ ୫୪୭ଜଣ ଯାତ୍ରୀ ଟ୍ରେନ୍‌ରେ ଉଠିଛନ୍ତି । ଆଜିଠୁ ୧୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ଦିଲ୍ଲୀ ଟ୍ରେନ୍‌ ଚାଲିବ ।

ଭୁବନେଶ୍ୱରରୁ ନୂଆଦିଲ୍ଲୀ ମଧ୍ୟରେ ବାଲେଶ୍ୱର, ହିଜଲି, ଟାଟା, ବୋକାରୋ ଷ୍ଟିଲ ସିଟି, ଗୟା, ଦିନଦୟାଲ ଉପାଧ୍ୟାୟ ଜଙ୍କସନ, କାନପୁର ସେଣ୍ଟ୍ରାଲରେ ଟ୍ରେନ୍‌ ଅଟକିବ । ଯାତ୍ରୀଙ୍କୁ ସେମାନଙ୍କ ଖାଦ୍ୟ ଓ ପାନୀୟ ସାଙ୍ଗରେ ନେଇ ଆସିବାକୁ ପରାମର୍ଶ ଦିଆଯାଇଛି । ଷ୍ଟେସନ୍‌ରେ ଟ୍ରନ୍‌ ପହଞ୍ଚିବା ପରେ ଟ୍ରନ୍‌କୁ ସାନିଟଇଜ କରାଯାଇଥିଲା ।

ତେବେ ଟ୍ରେନ୍‌ ଯାତ୍ରା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଥିବା ବେଳେ ସମସ୍ତ ଯାତ୍ରୀ ମାନେ ମାସ୍କ ପିନ୍ଧି ଆସିଥିଲେ । ଯାତ୍ରୀ ଯେଉଁ ରାଜ୍ୟକୁ ଯିବେ, ସେଠାକାର ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ନିୟମର ଅନୁପାଳନ କରିବେ। ସତର୍କତା ଦୃଷ୍ଟିରୁ ଟ୍ରେନ୍‌ କୋଚରେ କମ୍ବଳ, ଚାଦର କିମ୍ବା ପରଦା ରହିବ ନାହିଁ । ତେଣୁ ଯାତ୍ରୀଙ୍କୁ ଆବଶ୍ୟକମତେ ସାମଗ୍ରୀ ଆଣିବାକୁ ଆଗରୁ କୁହାଯାଇଥିଲା ।…

୧୧ବର୍ଷର ଝିଅକୁ ଛାଡ଼ି ପରିବାର ସମସ୍ତେ କରୋନା ସଂକ୍ରମିତ,ଏମିତି ଘରେ ଏକୁଟିଆ ରହୁଛି ଝିଅ…

ଫରିଦାବାଦ: ହରିୟାଣାରେ କରୋନା କୋପ ଜାରି ରହିଛି । ମଙ୍ଗଳବାର ଦିନ ଜିଲ୍ଲାରେ କରୋନା ସଂକ୍ରମଣର ୧୬ଟି ମାମଲା ସାମ୍ନାକୁ ଆସିଥିଲା । ଏବଂ ସେଥିରେ ଗୋଟିଏ ୧୧ବର୍ଷର ଝିଅକୁ ଛାଡ଼ି ପୂରା ପରିବାର କରୋନା ସଂକ୍ରମଣ ଶିକାର ହୋଇଥିଲା । ଏହାପରେ ଝିଅଟି ପୂରାପୂରି ଏକା ହୋଇଯାଇଥିଲା ।ପରିସ୍ଥିତି ଏମିତି ଥିଲା ଯେ, ତା’ପଖକୁ ଯିବାକୁ ତାଙ୍କର କୌଣସି ସମ୍ପର୍କୀୟ ମଧ୍ୟ ରାଜି ହୋଇ ନଥିଲେ  । ଏଭଳି ପରିସ୍ଥିତିରେ ପଡ଼ୋଶୀ ବଢାଇଥିଲେ ସହାୟତାର ହାତ । ଯଦିଓ ପଡ଼ୋଶି ଘର ଭିତରକୁ ଯାଉ ନାହାଁନ୍ତି କିନ୍ତୁ ଘର ବାହାରେ ରହି ଝିଅର ଖାଇବା ପିଇବାର ଖବର ନେଉଛନ୍ତି ।  ଏହା ସହ ଝିଅଟି କେମିତି ଖୁସିରେ ରହିବ ସେନେଇ ସେମାନେ ଝିଅକୁ ଭିଡ଼ିଓ କଲ ମଧ୍ୟ କରୁଛନ୍ତି ।

ସୂଚନା ଅନୁସାରେ ଏହି ପରିବାରର ୭୬ ବର୍ଷୀୟ ଜଣେ ମହିଳାଙ୍କ କରୋନା କାରଣରୁ ମୃତ୍ୟୁ ହୋଇଥିଲା । ଏହା ପରେ ଯେତେବେଳେ ସ୍ୱାସ୍ଥ୍ୟ ବିଭାଗ ପୂରା ପରିବାରର କରୋନା ଟେଷ୍ଟ କରାଇଲେ ସେ ସମୟରେ ପରିବାର ୪ଜଣ  ସଦସ୍ୟ ଅର୍ଥାତ୍ ମୃତ ମହିଳାଙ୍କ ସ୍ୱାମୀ, ପୁଅ, ବୋହୂ ଓ ନାତୁଣୀ ସମସ୍ତେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ, ପରିବାରର ସବୁ ସଦସ୍ୟ କରୋନା ସଂକ୍ରମିତ ବାହାରିବା ପରେ ବଞ୍ଚିଯାଇଥିଲା ୧୧ବର୍ଷର ଝିଅଟି ।

ସାହାଯ୍ୟ କରୁଛନ୍ତି ପଡୋଶୀ

ପରିବାରରେ ସବୁ ଲୋକ ସଂକ୍ରମିତ ହେବା ପରେ ସେମାନଙ୍କୁ ଆସୋଲେସନରେ ରଖାଗଲା । କିନ୍ତୁ ଘରେ ଏକା ରହିଗଲା ୧୧ବର୍ଷର ଝିଅଟି । ଏବଂ ଝିଅଟିର ଦେଖାଶୁଣା ପାଇଁ ତାଙ୍କର କେହିବି ସମ୍ପର୍କିୟ ରାଜି ହୋଇ ନଥିଲେ । ତେଣୁ ପଡ଼ୋଶି ଯେତେ ସମ୍ଭବ ଝିଅଟିକୁ ସାହାଯ୍ୟ କରୁଛନ୍ତି ।  କେବଳ ସେତିକି ନୁହେଁ ପଡ଼ୋଶୀମାନେ ଝିଅଟି ସହ ଭିଡ଼ିଓ କଲ ମାଧ୍ୟମରେ କଥା ହେବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ପଡୋଶିମାନେ ଘର ବାହାରେ ରହୁଛନ୍ତି, ଯେପରି ଝିଅଟିର କିଛି ଅସୁବିଧା ନ ହୁଏ ।

ଗ୍ରୀନ୍‌ ଜୋନ୍‌ରେ ଚାଲିବ ସରକାରୀ ବସ୍‌, ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଗାଡ଼ି ଚାଲିବ

ଭୁବନେଶ୍ୱର: ଗ୍ରୀନ୍‌ ଜୋନରେ ଚାଲିବ ସରକାରୀ ବସ୍‌ । ସାଧାରଣ ଯାତ୍ରୀଙ୍କ ପାଇଁ ଗ୍ରୀନ୍‌ ଜୋନ୍‌ରେ ଓଏସଆରଟିସି ବସ ଚାଲିବ । ଏଥିରେ ୫୦ ପ୍ରତିଶତ ଯାତ୍ରୀ ଯାଇପାରିବେ ।  ଘରୋଇ ବସ୍‌ ମାଲିକ ସଂଘ ରାଜି ନହେବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଗାଡ଼ି ଚାଲିବ ।

ଅନ୍ୟପକ୍ଷରେ ଘରୋଇ  ବସ ମାଲିକଙ୍କ କ୍ଷତିପୂରଣ ପାଇଁ ବ୍ୟବସ୍ଥା ହୋଇଛି । ବସ୍‌ ମାଲିକଙ୍କ ଅଧିକାଂଶ ଦାବି ରାଜ୍ୟ ସରକାରଙ୍କ ବିଚାରଧୀନ ଅଛି । ରାଜ୍ୟ ସରକାର ସେମାନଙ୍କ ଦାବି ଉପରେ ବିଚାର କରୁଛନ୍ତି । ବସ୍‌ ମାଲିକ ମାନେ ଏକମତ ହୋଇ ଗାଡ଼ି ଚଲାନ୍ତୁ ଏବଂ ସରକାରଙ୍କ ଆର୍ଥିକ ସ୍ଥିତକୁ ବୁଝନ୍ତୁ ବୋଲି ଅପିଲ କରିଛନ୍ତି ପରିବହନ ମନ୍ତ୍ରୀ । ସରକାରୀ କର୍ମଚାରୀଙ୍କ ପାଇଁ ଗୋଟିଏ ବସ୍‌ ଚାଲିଛି । ଆଗକୁ ଅଧିକ ବସ ଚାଲିବ। ତେବେ  ରେଡ୍‌ ଜୋନ୍‌ ଦେଇ ବସ ଯିବନି ବୋଲି ମନ୍ତ୍ରୀ କହିଛନ୍ତି। ଓଏସଆରଟିସି ବସ୍‌ ସମସ୍ତ ଗ୍ରୀନଜୋନରେ ଚାଲିବା ସହ ଯାତ୍ରୀଙ୍କୁ ଦୁଇ ଗୁଣା ଭଡ଼ା ଦେବାକୁ ପଡିବ ।

ସେପଟେ କିନ୍ତୁ ବସ୍‌ ଭଡ଼ା ଦୁଇଗୁଣା ହେବା ପ୍ରସଙ୍ଗକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଭଡ଼ା ବୃଦ୍ଧିକୁ ବିରୋଧୀ ଦଳ ସମାଲୋଚନା କରିଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି, ବସ୍‌ ଭଡ଼ା ପୂର୍ବରୁ ଯେତିକି ଥିଲା ସେତିକି ରହୁ । ବର୍ତ୍ତମାନ ଅସୁବିଧା ସମୟ ଲୋକଙ୍କ ପାଖରେ ପଇସା ନାହିଁ । ତେଣୁ ରାଜ୍ୟ ସରକାର ଭଡ଼ା ବୃଦ୍ଧି ପ୍ରସ୍ତାବକୁ ପୁନଃବିଚାର କରନ୍ତୁ ବୋଲି କହିଛନ୍ତି ପ୍ରଦୀପ୍ତ । ପ୍ରତିକ୍ରିୟାରେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ବସ୍‌ ଚାଲିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।ଅଧା ପଇସା ସରକାର ସବସିଡ୍‌ ଆକାରରେ ଦିଅନ୍ତୁ । କିନ୍ତୁ ବସ୍‌ ଭଡ଼ା ବୃଦ୍ଧି କରିବା ଠିକ ନୁହେଁ ।

ସେପଟେ ବସ୍‌ ଭଡ଼ା ଦୁଇ ଗୁଣା ପ୍ରସଙ୍ଗରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବସ୍‌ ଭଡ଼ା ବୃଦ୍ଧି ନେଇ ବିରୋଧୀ ଭାବିବା ଦରକାର । ଭଡ଼ା ବାଧିବ ନାହିଁ, ଆବଶ୍ୟକ ଥିଲେ ଲୋକେ ଯାତ୍ରା କରିବେ । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଗାଡ଼ି ଚାଲିବ । ସେଥିପାଇଁ ବସ ମାଲିକଙ୍କ କ୍ଷତିପୂରଣ ପାଇଁ ଏପରି ବ୍ୟବସ୍ଥା ହୋଇଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ପାକିସ୍ତାନ ବଜେଟ ଯେତିକି ତା’ଠାରୁ ୬ ଗୁଣ ବଡ ମୋଦିଙ୍କ ‘ଆତ୍ମନିର୍ଭର ଭାରତ’ ପ୍ୟାକେଜ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ସଙ୍କଟ ସମୟରେ ଦେଶରେ ଲକଡାଉନ୍ ୪୯ଦିନରେ ପହଞ୍ଚିଛି । ଏହି ମଧ୍ୟରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରି ଆର୍ଥିକ ପ୍ୟାକେଜର ଘୋଷଣା କରିଥିଲେ । କରୋନା ସଙ୍କଟ ସମୟରେ ହୋଇଥିଲବା କ୍ଷତିର ଭରଣ ଏବଂ ଦେଶକୁ ପୁଣି ଶକ୍ତିଶାଳୀ କରିବାକୁ ପ୍ରଧାନମନ୍ତ୍ରୀ ୨୦ଲକ୍ଷ କୋଟିର ରିହାତି ପ୍ୟାକେଜ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ୟାକେଜ୍ ନାଁ ଦେଇଛନ୍ତି ‘ଆତ୍ମନିର୍ଭର ଭାରତ’ । ସେ କହିଛନ୍ତି  ଯେ, ଏହି ପ୍ୟାକେଜରେ ଅର୍ଥବ୍ୟବସ୍ଥାକୁ ସକ୍ରିୟ କରିବାରେ ସାହାଯ୍ୟ କରିବ । ଏହାସହ ଏହି ପ୍ୟାକେଜ ଦ୍ୱାରା ଦେଶର ଚିତ୍ର ବଦଳିବ । ଏବଂ କରୋନା ସଙ୍କଟରୁ ମୁକ୍ତି ପାଇବାକୁ ସାହାଯ୍ୟ କରିବ । ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ଆର୍ଥିକ ପ୍ୟାକେଜରେ କୁଟୀର ଶିଳ୍ପ, କ୍ଷୁଦ୍ର ଶିଳ୍ପ, ଶ୍ରମିକ, କୃଷକ ଏବଂ ମଧ୍ୟବିତ୍ତଙ୍କୁ ଉପକୃତ କରିବ ।  ଆସନ୍ତୁ ଜାଣିବା ଏହି ପ୍ୟାକେଜରେ ଥିବା କିଛି ରୋଚକ ତଥ୍ୟ ।

ପ୍ରଥମ ଉଦାହରଣ

ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଛି ଯେ, ୨୦ ଲକ୍ଷ କୋଟି ଟଙ୍କା କେଉଁ କେଉଁ କ୍ଷେତ୍ରରେ ଘୋଷଣା କରାଯିବ । ଏବଂ ଏଥିରେ କେମିତି ବଦଳିବ ଦେଶର ଚିତ୍ର । ତେବେ ଆମେ ଆପଣଙ୍କୁ ଏବିଷୟରେ ବିସ୍ତୃତ ଭାବେ ଜଣାଇବୁ ।

୨୦ଲକ୍ଷ କୋଟିର ଏହି ପ୍ୟାକେଜ ଦେଶର ଜିଡିପର ୧୦ ପ୍ରତିଶତ । ଅର୍ଥାତ ଭାରତର ଅର୍ଥବ୍ୟବସ୍ତା ୨୦୦ଲକ୍ଷ କୋଟି ଟଙ୍କା । ଭାରତ ୨୦୨୦-୨୧ ବଜେଟରେ ପ୍ରାୟ ୩୦ଲକ୍ଷ କୋଟି ଟଙ୍କା ନିର୍ଦ୍ଧାରିତ କରିଛି ।

୨ୟ ଉଦାହରଣ

ଭାରତର ପ୍ରତ୍ୟେକ ଜିନିଷ ପାକିସ୍ତାନ ସହ ତୁଳନା କରାଯାଏ, ଯଦି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ପ୍ୟାକେଜର ତୁଳନା ପାକିସ୍ତାନ ଅର୍ଥବ୍ୟବସ୍ଥା ସହ କରାଯାଏ ତେବେ ୨୦୧୯ରେ ପାକିସ୍ତାନ ସରକାର ୭୦୨୨ବିଲିୟନ ପାକିସ୍ତାନୀ ବଜେଟ୍ ଉପସ୍ଥାପନା କରିଥିଲେ । ଭାରତୀୟ ଟଙ୍କାରେ ଏହା ପାଖାପାଖି ୩.୩୦ଲକ୍ଷ କୋଟି ପାଖାପାଖି । ଭାରତର ରିହାତି ପ୍ୟାକେଜ ପାକିସ୍ତାନର ବଜେଟର ୬ଗୁଣା ଅଧିକ ।

୩ୟ ଉଦାହରଣ

ମହାରାଷ୍ଟ୍ର ସରକାର ୨୦୨୦-୨୧ବର୍ଷ ପାଇଁ ୪.୩୪ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନା କରିଥିଲେ ଯଦି ଏହି ପ୍ୟାକେଜର ତୁଳନା ମହାରାଷ୍ଟ୍ର ବଜେଟ୍ ସହ କରାଯାଏ ତେବେ ଜଣାପଡ଼ିବ ଯେ, ମହାରାଷ୍ଟ୍ରର ସମ୍ପୂର୍ଣ୍ଣ ବଜେଟର ୪ଗୁଣା ଅଧିକ ହେବ ଏହି ପ୍ୟାକେଜର ମୁଲ୍ୟ ।

୪ର୍ଥ ଉଦାହରଣ

ଭାରତର ରକ୍ଷା ବଜେଟ ୨୦୧୯-୨୦ରେ ସମୁଦାୟ ୩,୦୫,୨୯୬ କୋଟି ଟଙ୍କା ଥିଲା । ଏହା ତୁଳନାରେ ଏହି ପ୍ୟାକେଜର ମୁଲ୍ୟ ୨୦ଲକ୍ଷ କୋଟି ଅର୍ଥାତ୍ ୬ଗୁଣା ଅଧିକ ହେବ । ସ୍ୱାସ୍ଥ୍ୟ ବଜେଟର କଥା କୁହାଯାଏ ତ ଭାରତ ୨୦୨୦-୨୧ବର୍ଷ ପାଇଁ ସମୁଦାୟ ୬୯ହଜାର କୋଟି ଟଙ୍କା ନିର୍ଦ୍ଧାରିତ କରାଯାଇଛି । ଅର୍ଥାତ୍ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରାୟ ୩୦ଗୁଣା ଅଧିକ ହେଉଛି ଏହି ପ୍ୟାକେଜ୍ ।

ପଞ୍ଚମ ଉଦାହରଣ

ଭାରତ ସରକାର ୨୦୨୦-୨୧ବର୍ଷ ଶିକ୍ଷାବ୍ୟବସ୍ଥା ଉପରେ ୯୯୩୦୦କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା ରହିଛି । ଯାହା  ପ୍ୟାକେଜର ପରିମାଣର ପ୍ରାୟ ୨୦ ପ୍ରତିଶତ ହୋଇଥିବାବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତ ସରକାରଙ୍କ ମୋଟ ଖର୍ଚ୍ଚ ୨୬.୯୯ ଲକ୍ଷ କୋଟି ଟଙ୍କା ଥିଲା । ଯାହା ରିଲିଫ୍ ପ୍ୟାକେଜ୍ ଠାରୁ ପ୍ରାୟ ୩୦ ପ୍ରତିଶତ ଅଧିକ ।

ଆପଣଙ୍କୁ କହି ରଖୁଛୁ ଯେ, ମଙ୍ଗଳବାର ରାତି ୮ଟାରେ ରାଷ୍ଟ୍ରକୁ ସମ୍ବୋଧିତ କରି ଏକ ପ୍ୟାକେଜର ଘୋଷଣା କରିଛନ୍ତି । କରୋନା ସଙ୍କଟ ପାଇଁ ସବୁ କାର୍ଯ୍ୟ ବନ୍ଦ ହୋଇଯାଇଛି । ଅର୍ଥବ୍ୟବସ୍ଥାକୁ ଠିକ୍ କରିବାକୁ ଯାଇ ଏହି ପ୍ୟାକେଜର ଘୋଷଣା କରାଯାଇଛି ।

ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କର ହେଲା ସ୍ୱାବ୍‌ ଟେଷ୍ଟ

ପୁରୀ: ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କ କୋଭିଡ୍‌ ଟେଷ୍ଟ ହୋଇଛି । ପ୍ରାୟ ୫୦ରୁ ୬୦ ଜଣ ସେବାୟତଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଛି । ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଥ ନିର୍ମାଣରେ ନିୟୋଜିତ ସମସ୍ତ ସେବାୟତ ଓ କାରିଗରଙ୍କ ଟେଷ୍ଟ ନେଇ ସୂଚନା ଦେଇଥିଲେ। ଆଜି ସ୍ୱତନ୍ତ୍ର ଡାକ୍ତରୀ ଦଳ ସେବାୟତଙ୍କ ସ୍ୱାବ ନମୁନା ସଂଗ୍ରହ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଗୋଟିଏ ରୁମକୁ ସାନିଟାଇଜ୍‌  କରାଯାଇଥିବା ବେଳେ ନମୁନା ସଂଗ୍ରହ ଆରମ୍ଭ ହୋଇଛି । ସମସ୍ତ କାରିଗରଙ୍କ ସମେତ ଦଇତାପତି ସେବକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଦୁଇଦିନ ପର୍ଯ୍ୟନ୍ତ ସ୍ୱାବ ଟେଷ୍ଟ ଚାଲିବ ।

ଏବେ କେବଳ ରଥ ନିର୍ମାରଣେ ନିୟୋଜିତ ଥିବା ସେବକ ମାନଙ୍କର ସ୍ୱାବ ସଂଗ୍ରହ କରାଯାଇ କୋଭିଡ ଟେଷ୍ଟ ପାଇଁ ପଠାଯିବ । ଏହାପରେ ରଥଯାତ୍ରାରେ ନିୟୋଜିନ ଥିବା ଦଇତାପତି ସେବକ ଏବଂ ତାଙ୍କ ପରିବାର ସଦସ୍ୟଙ୍କର ସ୍ୱାବ ସଂଗ୍ରହ କରାଯାଇ କୋଭିଡ ଟେଷ୍ଟ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

୨୦ ବର୍ଷରେ ଚୀନରୁ ୫ ମହାମାରୀ, ଚୀନକୁ ବ୍ୟାନ୍ କରିବା ପାଇଁ ଆମେରିକା ସିନେଟରେ ପ୍ରସ୍ତାବ

ୱାସିଂଟନ: କରୋନା ଭାଇରସ ମହାମାରୀକୁ ନେଇ ଆମେରିକା ଚୀନ ଉପରେ ଲଗାତର ଆକ୍ରମଣ କରୁଛି । ଆମେରିକା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତ୍ତା ରବର୍ଟ ଓବ୍ରାୟାନ କହିଛନ୍ତି ଯେ, ଗତ ୨୦ ବର୍ଷ ମଧ୍ୟରେ ଚୀନରୁ ୫ ମହାମାରୀ ଜନ୍ମ ନେଇଛି । ଏହି ଧାରାକୁ ଅଟକାଇବାକୁ ହେବ । ଓବ୍ରାୟନ କହିଛନ୍ତି ଯେ, ସାର୍ସ,ଏଭିଆନ୍ ଫ୍ଲୁ,ସ୍ୱାଇନ୍ ଫ୍ଲୁ ଓ କରୋନା ଭାଇରସ ଚୀନରୁ ଉତ୍ପନ ହୋଇଛି । ତେବେ ସେ ପଂଚମ ସଂକଟ ବାବଦରେ କିଛି ମଧ୍ୟ କହି ନାହାନ୍ତି ।

ସମଗ୍ର ବିଶ୍ୱ ଚୀନଠାରୁ ଯବାବ ମାଗିବ

ଆମେରିକା ଏନଏସଏ କହିଛନ୍ତି ଯେ, ଆମେ ଜାଣିଛୁ କରୋନା ଭାଇରସ ଚୀନର ବୁହାନ ସହରରୁ ଜନ୍ମ ନେଇଛି । ଏହାର ପ୍ରମାଣ ମଧ୍ୟ ରହିଛି । ତେଣିକି ଭାଇରସ ବୁହାନ ମିଟ୍ ମାର୍କେଟରୁ ଆସୁ କି ଲାବରୁ କିନ୍ତୁ ଏହି ମାମଲାରେ ଚୀନର ନାମ ଉଠିବା ଭଲ କଥା ନୁହେଁ ।  ଏବେ ପୁରା ଦୁନିଆ ଚୀନ ସରକାରଙ୍କୁ କହିବ ଯେ,ବାରମ୍ବାର ଏଭଳି ସଂକଟରେ ତୁମେ ଆମକୁ ପକାଇ ପାରିବ ନାହିଁ ।

ସାହାଯ୍ୟ ପ୍ରସ୍ତାବକୁ ଚୀନ ଅଗ୍ରାହ୍ୟ କରିଥିଲା

ଓବ୍ରାୟନ କହିଛନ୍ତି ଯେ, ଚୀନ ଚାହିଁଥିଲେ କରୋନା ଭାଇରସକୁ ରୋକି ପାରିଥାନ୍ତା । ଆମେରିକା ସ୍ପାସ୍ଥ୍ୟ ବିଶେଷଜ୍ଞ ପଠାଇବାକୁ ପ୍ରସ୍ତାବ ଦେଇଥିଲା  କିନ୍ତୁ ଚୀନ ପ୍ରତ୍ୟାଖାନ କରିଥିଲା । ଆମେରିକ ଏବେ ମଧ୍ୟ କଣ କରୋନା ଭାଇରସର ଉତ୍ପତି ଖୋଜୁଛି କି ? ଏହି ପ୍ରଶ୍ନର ଉତ୍ତରରେ ଓବ୍ରାୟନ କହଛନ୍ତି ଯେ, ଏସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ସମୟସୀମା ଦିଆଯାଇ ପାରିବ ନାହିଁ କିନ୍ତୁ ଆମେ ପ୍ରତିଦିନ ସମୀକ୍ଷା କରୁଛୁ । ଏହା ଏକ ଗମ୍ଭୀର ପ୍ରସଙ୍ଗ

ଚୀନକୁ ଭବିଷ୍ୟତରେ ଏଭଳି ସଂକଟକୁ ରୋକିବାକୁ ହେବ

କରୋନା ଭାଇରସ କାରଣରୁ ଦୁନିଆର ଅର୍ଥବ୍ୟବସ୍ଥା ଠପ ହୋଇ ପଡିଛି । ଗତ ୨୦ ବର୍ଷ ଭିତରେ ୫ମ ଥର ପାଇଁ ଏଭଳି ହୋଇଛି । ଚୀନକୁ ଏହାକୁ ରୋକିବାର ଥିଲା । ଚୀନକୁ ବାକି ଦୁନିଆଠାରୁ ସାହାଯ୍ୟ ଆବଶ୍ୟକ ।

ଆମେରିକା ସିନେଟରେ ଚୀନ୍ ଉପରେ ବ୍ୟାନ୍ ପାଇଁ ପ୍ରସ୍ତାବ

ଆମେରିକା ଓ ଚୀନ ମଧ୍ୟରେ ସଂଘର୍ଷ ଆଗକୁ ଅଧିକ ବଢିପାରେ । ବିବିସି ରିପୋର୍ଟ ଅନୁସାରେ ସିନେଟରେ ଚୀନ ଉପରେ ବ୍ୟାନ୍ ଲଗାଇବା ପାଇଁ ପ୍ରସ୍ତାବ ଆସିଛି । ରିପବ୍ଲିକାନ୍ ପାର୍ଟିର ସାଂସଦଙ୍କ ତରଫରୁ ଏହି ପ୍ରସ୍ତାବ ଆସିଛି । ପ୍ରସ୍ତାବରେ ଏମିତି ଆଇନର ପ୍ରାବଧାନ ରହିଛି ଯାହା ଆମେରିକା ରାଷ୍ଟ୍ରପତିଙ୍କୁ ଚୀନ ଉପରେ ବ୍ୟାନ୍ ଲଗାଇବା କ୍ଷମତା ଦେବ । ରିପବ୍ଲିକାନ୍ ପାର୍ଟିର କହିବା ହେଉଛି ଚୀନ ବାକି ଦୁନିଆଠାରୁ କରୋନା ଭାଇରସକୁ ନେଇ ତଥ୍ୟ ଲୁଚାଉଛି ତେଣୁ ତା’ଉପରେ ବ୍ୟାନ୍ ଲାଗୁ କରିବା ଉଚିତ

 

ବାହୁବଳୀ ଫେମ୍ ଭଲାଲଦେବ ଖୁବ ଶୀଘ୍ର କରିବେ ବିବାହ ! ନିର୍ବନ୍ଧ ପରେ ଚର୍ଚ୍ଚାରେ କପଲ୍

ମୁମ୍ବାଇ: ବାହୁବଳୀ ଫେମ୍ ତଥା ସାଉଥ ଜଗତର ହିଟ୍ ଅଭିନେତା ରାଣା ଦଗ୍ଗୁବତୀ (Rana Daggubati) ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଲକଡାଉନ୍ ରେ ମିହୀକା ବଜାଜ (Miheeka bajaj) ନାମକ ଜଣେ ଯୁବତୀଙ୍କ ସହ ରାଣାଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଛି । ଉଭୟଙ୍କ ଫଟୋ ରାଣା ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତାଙ୍କର ଏହି ଖାସ ମୁହୂର୍ତ୍ତ ସେୟାର କରି ସେ ନିଜ ଖୁସି ପ୍ରକାଶ କରିଛନ୍ତି । ସମଗ୍ର ସାଉଥ ଇଣ୍ଡଷ୍ଟ୍ରି ସହ ଅନ୍ୟାନ୍ୟ ଷ୍ଟାର୍ସମାନେ ମଧ୍ୟ ତାଙ୍କୁ ଶୁଭକାମନା ଜମାଇଛନ୍ତି । ଫଟୋରେ ମିହିକାଙ୍କୁ ଟ୍ୟାଗ କରି ସେ ହାର୍ଟ ଇମୋଜି ଦେବା ସହ ସୋସିଆଲ ମିଡିଆରେ ନିଜ ନିର୍ବନ୍ଧ ବିଷୟରେ ସୂଚନା ଦେଇଛନ୍ତି ।

ରାଣା ଟଲିଉଡ ସହ ବଲିଉଡରେ ମଧ୍ୟ କିଛି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଦଗ୍ଗୁବତୀ ତାଙ୍କ ବଡି ତଥା ଫିଜିକ୍ ପାଇଁ ବେଶ ପପୁଲାର । ସେ ଜଣେ ଫିଟନେସ୍ ଫ୍ରିକ୍ । ବାହୁବଳୀ ପରେ ସେ ବହୁତ ପ୍ରସିଦ୍ଧ ହୋଇଥିଲେ । କିନ୍ତୁ ଏହି ଫିଲ୍ମ ପୂର୍ବରୁ ମଧ୍ୟ ସେ ସାଉଥରେ ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । ତେବେ ରାଣାଙ୍କର ଏକ ବିଶେଷ ଗୁଣ ଏହା ଯେ, ଦର୍ଶକ ତାଙ୍କୁ ଉଭୟ ନାୟକ ଓ ଖଳନାୟକ ଭୂମିକାର ପସନ୍ଦ କରନ୍ତି । ସେ ସବୁ ଚରିତ୍ରରେ ଲୋକପ୍ରିୟତା ହାସଲ କରିଛନ୍ତି ।

ବଲିଉଡ ଜଗତର ମଧ୍ୟ ଅନେକ କଳାକାରମାନେ ତାଙ୍କୁ ଶୁଭକାମନା ଜମାଇଛନ୍ତି । ବଲିଉଡର ଏଭରଗ୍ରୀନ ଅଭିନେତା ଅନୀଲ କପୁର କମେଣ୍ଟରେ ଲେଖିଛନ୍ତି ଯେ, “ମେରେ ହାଇଦ୍ରାବାଦି ବଚ୍ଚେ ମୈଁ ବହତ ଖୁସ ହୁଁ” । ଅନୀଲ କପୁର ରାଣାଙ୍କ ନିର୍ବନ୍ଧ ପାଇଁ ନିଜ ଖୁସି ଜାହିର କରିଛନ୍ତି । ଏହା ସହ ଉଭୟଙ୍କ ଉଜ୍ଜ୍ୱଳ ଭବିଷ୍ୟ ପାଇଁ ଆଶୀର୍ବାଦ ଦେଇଛନ୍ତି । ଅପରପକ୍ଷରେ ଅଭିନେତା ସମନ୍ଥା ଅକିନେନୀ ରାଣାଙ୍କ ପୋଷ୍ଟରେ କମେଣ୍ଟ ଦେଇଛନ୍ତି “ମର ଗଇ ମୈ ତ” ।  ଅଭିନେତା ସୁଶାନ୍ତ ମଧ୍ୟ ଶୁଭକାମନା ଜଣାଇଛନ୍ତି । ବଲିଉଢ ଅଭିନେତ୍ରୀ କୃତୀ ସାନନ୍ ମଧ୍ୟ ଉଭୟଙ୍କ ପାଇଁ ବହୁତ ଖୁସି ବୋଲି ଲେଖିଛନ୍ତି ।

ତେବେ ରାଣାଙ୍କ ସହ ନିର୍ବନ୍ଧ କରିଥିବା ମିହୀକା ବଜାଜ ଜଣେ ଇଭେଣ୍ଟ ପ୍ଲାନର । ମୁମ୍ବାଇ ସ୍ଥିତ ରଚନା ସଂସଦ ସଂସ୍ଥାରୁ ସେ ଇଣ୍ଟେରିଅର ଡିଜାଇନ୍ ରେ ଡିପ୍ଲୋମା କରିଛନ୍ତି । ମିହୀକାଙ୍କ ଜନ୍ମ ହାଇଦ୍ରାବାଦରେ ହେବା ସହ ସେ ସେଠାରେ ବଡ ହୋଇଛନ୍ତି । ପୂର୍ବରୁ ରାଣାଙ୍କ ନାଁ ଅଭିନେତ୍ରୀ ତ୍ରିଷା କୃଷ୍ଣନନ ଓ ଅନୁଷ୍କା ଶେଟ୍ଟୀଙ୍କ ସହ ଯୋଡାଯାଇଥିଲା । ରାଣାଙ୍କ ସହ ଏହି ଅଭିନେତ୍ରୀଙ୍କ ରିଲେସନଶିପ ଖବର ଖୁବ ଚର୍ଚ୍ଚାରେ ଥିଲା । ରାଣାଙ୍କ ଅପକମିଂ ପ୍ରୋଯେକ୍ଟ ହେଉଛି “ହାତୀ ମେରେ ସାଥୀ” । ହେଲେ କରୋନା ପାଇଁ ଏବେ ଏହାର ରିଲିଜ ଡେଟ୍ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚାଇଦିଆଯାଇଛି । ଏହି ଫିଲ୍ମରେ ରାଣାଙ୍କ ସହ ବଲିଉଡ ଅଭିନେତା ପୁଲକିତ୍ ସମ୍ରାଟ ମଧ୍ୟ ନଜର ଆସିବେ ।

ମୋଦିଙ୍କ ପ୍ୟାକେଜ୍: ୨୦ ଲକ୍ଷ କୋଟି ନୁହେଁ ୧୩ ଲକ୍ଷ କୋଟିର ଅର୍ଥନୈତିକ ବୁଷ୍ଟର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶକୁ ସମ୍ବୋଧିତ କରିବାବେଳେ ୨୦ ଲକ୍ଷ କୋଟି ଟଙ୍କାର ଏକ ବୃହତ ଅର୍ଥନୈତିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି । ପିଏମ୍‌ ମୋଦି ଏହାକୁ ଆତ୍ମନିର୍ଭରଶୀଳ ଭାରତ ପ୍ୟାକେଜ୍‌ ନାଁ ଦେଇଛନ୍ତି । ମୋଦିଙ୍କ ଏହି ପ୍ୟାକେଜ୍‌ ଏଥିପାଇଁ ଐତିହାସିକ ଯେ, ଏହା ହେଉଛି ୨୦ ଲକ୍ଷ କୋଟି ଟଙ୍କାର ସବୁଠାରୁ ବଡ ଅର୍ଥନୈତିକ ପ୍ୟାକେଜ୍‌ । ମଙ୍ଗଳବାର ରାତି ୮ଟାରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ୟାକେଜ ଘୋଷଣା କରିଛନ୍ତି । କିନ୍ତୁ ସେ କହିଛନ୍ତି ଯେ, ଏହି ପ୍ୟାକେଜରେ ଅର୍ଥମନ୍ତ୍ରୀ ଏବଂ ଆରବିଆଇ ପୂର୍ବରୁ ଦେଇଥିବା ପ୍ୟାକେଜ୍‌ ମଧ୍ୟ ସାମିଲ ରହିଛି । ଏନେଇ ଲୋକଙ୍କ ଆଗ୍ରହ ବୃଦ୍ଧି ପାଇଛି ।

ସବୁଠାରୁ ବଡ଼ କଥା ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୪.୭୪ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ରିଲିଫ୍ ପ୍ୟାକେଜ୍ ଘୋଷଣା କରିସାରିଛି । ପ୍ରଥମେ, ମାର୍ଚ୍ଚ ୨୭ ରେ, ରିଜର୍ଭ ବ୍ୟାଙ୍କ ନଗଦ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ଘୋଷଣା କରିଥିଲା ​​ଏବଂ ରେପୋ ହାରରେ ୭୫ ବେସିସ୍‌ ପଏଣ୍ଟ ହ୍ରାସ କରିବାକୁ ଘୋଷଣା କରିଥିଲା । ସିଆର୍‌ଆର୍‌କୁ ୪ ରୁ ୩ ପ୍ରତିଶତକୁ ଖସାଯାଇଛି ।

ପ୍ରଥମ ଟାର୍ଗେଟେଡ୍ ଲଙ୍ଗ୍ ଟର୍ମ ରେପୋ ଅପରେସନ୍‌ରେ ୧ ଲକ୍ଷ କୋଟି ଟଙ୍କାର ନଗଦ ପ୍ରବାହ ପାଇଁ କୁହାଯାଇଥିଲା । ଏହି ବ୍ୟବସ୍ଥା ଦ୍ୱାରା ପ୍ରାୟ ୩.୭୪ ଲକ୍ଷ କୋଟି ଟଙ୍କା ନଗଦ ଆସିବ ବୋଲି କୁହାଯାଇଛି । ପରେ ଏପ୍ରିଲ ୧୭ରେ ରିଜର୍ଭ ବ୍ୟାଙ୍କ ପୁଣିଥରେ ନଗଦ ପ୍ରବାହକୁ ୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ପଦକ୍ଷେପ ନେଇଛି । ସେହିଭଳି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧.୭ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଥିଲେ । ଯେଉଁଥିରେ ଗରିବ କଲ୍ୟାଣ ଯୋଜନା ଅଧୀନରେ ଗରିବ ଲୋକଙ୍କୁ ସାହାଯ୍ୟ କରାଯିବ ବୋଲି କୁହାଯାଇଥିଲା । ଗରିବ କଲ୍ୟାଣ ଯୋଜନା ଅଧୀନରେ ଏହି ୧.୭ ଲକ୍ଷ କୋଟି ଟଙ୍କା ସିଧାସଳଖ ଗରିବଙ୍କ ଆକାଉଣ୍ଟକୁ ପଠାଯାଉଛି ।

ଏହି ପରିପ୍ରେକ୍ଷିରେ ପ୍ରାୟ ୬.୪୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ପୂର୍ବରୁ ଘୋଷଣା ହୋଇସାରିଛି । ତେଣୁ ଏଥିରୁ ସ୍ପଷ୍ଟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୨୦ ଲକ୍ଷ କୋଟି ଟଙ୍କାର ସମ୍ପୂର୍ଣ୍ଣ ନୂଆ ପ୍ୟାକେଜ୍‌ ଘୋଷଣା କରିନାହାନ୍ତି । ସେ ୧୩.୫୬ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି । ୬.୪୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ କେଉଁ କେଉଁ ଆଧାରରେ ଖର୍ଚ୍ଚ କରାଯିବ ସେନେଇ ପୂର୍ବରୁ ଘୋଷଣା ହୋଇସାରିଛି ।

ଆଜି ଅପରାହ୍ନ ୪ଟା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କା କେଉଁ ଦିଗରେ କେତେ ଖର୍ଚ୍ଚ ହେବ ସେନେଇ ବିସ୍ତୃତ ବିବରଣି ଦେବେ ।

କେଉଁଠୁ ଆଣିବେ ସରକାର ୨୦ ଲକ୍ଷ କୋଟି, କ’ଣ ରହିଛି ଗଣିତ…

ନୂଆଦିଲ୍ଲୀ: ଦେଶର ଅର୍ଥନୀତିରେ ଗତି ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି ।

ମଙ୍ଗଳବାର ଦେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଏବଂ ରିଜର୍ଭ ବ୍ୟାଙ୍କର ଘୋଷଣାକୁ ମିଶାଇ ଏହି ପ୍ୟାକେଜ୍ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର । ଏହା ଦେଶର ଜିଡିପିର ପ୍ରାୟ ୧୦ ପ୍ରତିଶତ ଅଟେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ୟାକେଜ୍‌ ବିଷୟରେ ବିସ୍ତୃତ ବିବରଣୀ ଦେବେ । କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଏହି ଅର୍ଥନୈତିକ ପ୍ୟାକେଜ୍ ପାଇଁ ସରକାର କେଉଁଠୁ ଏତେ ପରିମାଣର ଟଙ୍କା ଆଣିବେ । ତେବେ ଏହା ପଛରେ ଏକ ଗଣିତ ରହିଛି ? ଆସନ୍ତୁ ଜାଣିବା…

ସରକାର ଋଣ ନେଉଛନ୍ତି

ବାସ୍ତବରେ ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ବଜାରରୁ ୧୨ ଲକ୍ଷ କୋଟି ଟଙ୍କାର ଋଣ ନେବାକୁ ଯୋଜନା କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାଧାରଣ ବଜେଟରେ ଏହାର ଲକ୍ଷ୍ୟ ୭.୮ ଲକ୍ଷ କୋଟି ଟଙ୍କା ରହିଥାଏ । ତେଣୁ ଏହାର ଅର୍ଥ ହେଉଛି ଚଳିତ ବର୍ଷ ସରକାର ଅତିରିକ୍ତ ୪.୨ ଲକ୍ଷ କୋଟି ଟଙ୍କାର ଋଣ ନେବେ । ନିକଟରେ ସରକାର ଏହା କହିଥିଲେ ଯେ କରୋନା ସଙ୍କଟ ଯୋଗୁଁ ଋଣ ଲକ୍ଷ୍ୟ ବୃଦ୍ଧି କରିବା ଆବଶ୍ୟକ ଥିଲା । ପ୍ରଥମ ୬ମାସ ମଧ୍ୟରେ ମାର୍କେଟରୁ ବଣ୍ଡ ମାଧ୍ୟମରେ ୬ ଲକ୍ଷ କୋଟି ଟଙ୍କା ସଂଗ୍ରହ କରାଯିବ । ଏହି ଅର୍ଥ କରୋନାରୁ ଅର୍ଥନୀତିକୁ ବଞ୍ଚାଇବା ପାଇଁ ଖର୍ଚ୍ଚ ହେବ ।

ଏହାର ପ୍ରଭାବ କ’ଣ ହେବ ?

ନିକଟରେ ଜାପାନର ବ୍ରୋକ୍‌ରେଜ୍‌ ସଂସ୍ଥା ନୋମୁରା କହିଥିଲା ଯେ, ସରକାର ଯଦି ବଜାରରୁ ୧୨ ଲକ୍ଷ କୋଟି ଟଙ୍କାର ଋଣ ନେଉଛନ୍ତି, ତେବେ ସରକାରୀ ରାଜ କୋଷରେ ୫.୫୬ ପ୍ରତିଶତ ଘାଟା ହେବ । ଯେଉଁ ସମୟରେ କି ସରକାର ୩.୫ ପ୍ରତିଶତ ରହିବା କଥା ଚିନ୍ତା କରିଛନ୍ତି । ଏହି ଆର୍ଥିକ ନିଅଣ୍ଟ ହ୍ରାସ କରିବା ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ୍‌ ।

ତେବେ ଏଥିପାଇଁ ବିଭିନ୍ନ ପଦକ୍ଷେପ ମଧ୍ୟ ନିଆଯାଉଛି । ଉଦାହରଣ ସ୍ୱରୂପ, ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ବୃଦ୍ଧି କରିବା ଦ୍ୱାରା ୧.୪ ଲକ୍ଷ କୋଟି ଟଙ୍କା ସରକାରୀ ରାଜକୋଷ ବଢ଼ିବ । ବିଶେଷଜ୍ଞଙ୍କ ଅନୁଯାୟୀ ବଜାରରେ ଅଶୋଧିତ ତୈଳ ଦରରେ ଐତିହାସିକ ହ୍ରାସ ଘଟିଛି, ଏଭଳି ପରିସ୍ଥିତିରେ ସରକାରଙ୍କୁ ଟିକସ ବଢ଼ାଇବା ସହଜ ହୋଇଛି ।

ରିଜର୍ଭ ବ୍ୟାଙ୍କ ମଧ୍ୟ ସହଯୋଗ କରିବ 

କରୋନା ସଙ୍କଟରେ ରିଜର୍ଭ ବ୍ୟାଙ୍କ ମଧ୍ୟ ସରକାରଙ୍କୁ ସାହାଯ୍ୟ କରିବ। ଅତୀତରେ, ନ୍ୟୁଜ୍ ଏଜେନ୍ସି ରଏଟର୍ସ ପକ୍ଷରୁ କୁହାଯାଇଥିଲା ​​ଯେ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କଠାରୁ ୪୫ ହଜାର କୋଟି ଟଙ୍କା ସହାୟତା ମାଗିବାକୁ ପ୍ରସ୍ତୁତ ହେଉଛନ୍ତି । ରଏଟର୍ସ ଖବର ଅନୁଯାୟୀ ରାଜସ୍ୱ ବୃଦ୍ଧି ପାଇଁ ସରକାର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି ।

ଆରବିଆଇ ମୁଖ୍ୟତଃ ମୁଦ୍ରା ଏବଂ ସରକାରୀ ବଣ୍ଡା ଟ୍ରେଡିଂ କରି ଫାଇଦା ପାଇଥାଏ । ଆରବିଆଇ ଏହି ରୋଜଗାରର ଏକ ଅଂଶକୁ ଏହାର ଅପରେଟିଂ ଏବଂ ଜରୁରୀକାଳୀନ ପାଣ୍ଠି ଭାବରେ ପରିଚାଳନା କରିଥାଏ । ଏହା ପରେ ଅବଶିଷ୍ଟ ରାଶି ଡିଭିଡେଣ୍ଡ ଭାବରେ ସରକାରଙ୍କ ନିକଟକୁ ଯାଇଥାଏ ।

 ଆଜି ଅପରାହ୍ନରେ ଖୋଲିବ ୨୦ଲକ୍ଷ କୋଟି ଟଙ୍କାର ପେଡ଼ି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ ଆଜି ଅପରାହ୍ନ ୪ଟାରେ ସାମ୍ବାଦିକ ସମ୍ମିଳନୀ କରିବେ । ଏହି ସମୟରେ ୨୦ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ସମ୍ବନ୍ଧୀୟ ତଥ୍ୟ ଦେବେ । ଏହି ଆର୍ଥିକ ପ୍ୟାକେଜର ଘୋଷଣା ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିବା ସମୟରେ କରିଥିଲେ ।

ଆର୍ଥିକ ପ୍ୟାକେଜ ସହ ଜଡ଼ିତ ବସ୍ତୃତ ତଥ୍ୟ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେବେ । ଯଦିଓ ଏକ ଗଣମାଧ୍ୟମ ସହ କଥା ହେବା ସମୟରେ ଅର୍ଥମନ୍ତ୍ରାଳୟର ମୁଖ୍ୟ ପରାମର୍ଶଦାତା ସଞ୍ଜୀବ ସାନ୍ୟାଲ କହିଛନ୍ତି ଯେ, ଏହି ପ୍ୟାକେଜ ଦୁଇ କିମ୍ବା ତିନୋଟି ପର୍ଯ୍ୟାୟରେ ଏହାର ସମ୍ପୂର୍ଣ୍ଣ ସୂଚନା ପ୍ରକାଶ ପାଇବ। ଏହି ପ୍ୟାକେଜ୍ ସମାଜର ପ୍ରତ୍ୟେକ ବର୍ଗକୁ ସାହାଯ୍ୟ କରିବ ବୋଲି ସେ ଭରସା ଦେଇଛନ୍ତି ।

କରୋନା ଭାଇରସ୍ ମହାମାରୀ ସଙ୍କଟ ସମୟରେ ଦେଶରେ ଲକଡାଉନ୍ ୪୯ଦିନରେ ପହଞ୍ଚିଛି । ଏହି ମଧ୍ୟରେ ଗତକାଲି ପ୍ରଧାନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ବୋଧିତ କରି ଆର୍ଥିକ ପ୍ୟାକେଜର ଘୋଷଣା କରିଥିଲେ । କରୋନା ସଙ୍କଟ ସମୟରେ ହୋଇଥିଲବା କ୍ଷତିର ଭରଣ ଏବଂ ଦେଶକୁ ପୁଣି ଶକ୍ତିଶାଳୀ କରିବାକୁ ପ୍ରଧାନମନ୍ତ୍ରୀ ୨୦ଲକ୍ଷ କୋଟିର ରିହାତି ପ୍ୟାକେଜ ଘୋଷଣା କରିଛନ୍ତି ।

MSME ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା

୨୦ଲକ୍ଷ କୋଟିର ଏହି ପ୍ୟାକେଜ ଦେଶର ଜିଡିପର ୧୦ ପ୍ରତିଶତ । ଏହା ୨୦୨୦-୨୧ର ସିକୃତ ବଜେଟ୍ ଅର୍ଥାତ ୩୦ଲକ୍ଷ କୋଟିରୁ ପ୍ରାୟ ୧୦ଲକ୍ଷ କୋଟି କମ । ପ୍ରଧାନମନ୍ତ୍ରୀ ସ୍ପଷ୍ଟ କିରଛନ୍ତଚି ଏହି ଆର୍ଥିକ ପ୍ୟାକେଜରେ କୁଟୀର ଶିଳ୍ପ, କ୍ଷୁଦ୍ର ଶିଳ୍ପ, ଶ୍ରମିକ, କୃଷକ ଏବଂ ମଧ୍ୟବିତ୍ତଙ୍କୁ ଉପକୃତ କରିବ । ଏହା ସହିତ ଭାରତୀୟ ଶିଳ୍ପକୁ ମଧ୍ୟ ନୂଆ ଶକ୍ତି ଦିଆଯିବ ।