ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୩ ଜଣ କରୋନା ରୋଗୀ, ୩୨୦୦ ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର: ରଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ କରୋନାରୁ ସୁସ୍ଥ ହାର ମଧ୍ୟ ବଢ଼ିବାରେ ଲାଗିଛି । ଶୁକ୍ରବାର ରାଜ୍ୟରେ ଆଉ ୧୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୧୫୩ ଜଣ କରୋନା ସୁସ୍ଥଙ୍କ ମଧ୍ୟରୁ ସର୍ବାଧିକ ୪୩ ଜଣ କଟକରୁ ସୁସ୍ଥ ହୋଇଛନ୍ତି ଏହା ସହ ଜଗତସିଂହପୁରରୁ ୨୧ ଜଣ ସୁସ୍ଥ ହୋଇଛନ୍ତି । ସପଟେ କନ୍ଧମାଳରୁ ୧୮ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୨, ଭଦ୍ରକରୁ ୧୧, ଗଜପତିରୁ ୯ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି କଳାହାଣ୍ଡିରୁ ୭ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର, ଦେଓଗଡ଼, ଗଞ୍ଜାମ, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ରୁ ୫ ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । କୋରାପୁଟରୁ ଜଣେ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ସହ ରାଜ୍ୟରେ ୩୨୦୦ରେ ପହଞ୍ଚିଛି କରୋନା ସୁସ୍ଥଙ୍କ ସଂଖ୍ୟା ।

Leave a Reply