ଆମେ ହାତୀ ମାରିଛୁ, ଦାନ୍ତ କିଏ ନେଲା ଜାଣିନୁ

କେନ୍ଦୁଝର: ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୬ ଜଣଙ୍କୁ ଗିରଫ କଲା କେନ୍ଦୁଝର ବନ ବିଭାଗ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନାଞ୍ଚଳର ବୈତରଣୀ ସଂରକ୍ଷିତ ଜଙ୍ଗଲ ଗୁରୁବେଡ଼ାରେ ୨ହାତୀ ମୃତ୍ୟୁ ଘଟଣାରେ ୩ ଶିକାରୀ ଗିରଫ ସହ ତେଲକୋଇ ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ଘଟଣାରେ ମଧ୍ୟ ୩ଜଣଙ୍କୁ ଗିରଫ କଲା ବନ ବିଭାଗ । ଏମାନଙ୍କଠାରୁ ଦେଶୀ ବନ୍ଧୁକ ସହ ବହୁ ହାତୀ ଶିକାର ସାମଗ୍ରୀ ଜବତ କରାଯାଇଛି ।

ଜଙ୍ଗଲ ଭିତରେ ଶୀକାର କରିବାର ପାଇଁ ବାନ୍ଧି ଥିଲେ କରେଣ୍ଟର ଫାସ । ଯେଉଁଥିରେ ଦୁଇଟି ହାତୀଙ୍କର ମୃତ୍ୟୁ ହୋଇଥିଲା । ତେବେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବନବିଭାଗର ପକ୍ଷରୁ ୨ଦିନ ତଳେ କାର୍ଯାନୁଷ୍ଠାନ ଆରମ୍ଭ କରାଯାଇଥିଲା । ୬ ଦିନ ପରେ ଶୁକ୍ରବାର ଦିନ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନବିଭାଗ ।  ଗିରଫ୍ ୩ ଅଭିଯୁକ୍ତ ହେଲେ  ଭୋଳବେଡ଼ା ଗାଁର ଶ୍ରୀଧର ମୁଣ୍ଡା, ବିନ୍ଦରାଇ ମୁଣ୍ଡା, ମାତଲୁ ମୁଣ୍ଡା ।

ସେପଟେ କିନ୍ତୁ ହାତୀ ଦାନ୍ତ ସେମାନେ ନେଇ ନାହାନ୍ତି ବୋଲି କହିଛନ୍ତି । ସେମାନେ ବାରହା ଶିକାର ପାଇଁ ତାର ଲଗାଇଥିଲେ କିନ୍ତୁ ସକାଳୁ ଦେଖିଲା ବେଳକୁ ହାତୀ ମରିଯାଛି  । ଏହା ଦେଖି ସେମାନେ ଦଉଡ଼ି ପଳାଇଥିଲେ ବୋଲି ବୟାନରେ କହିଛନ୍ତି । ଅନ୍ୟପଟେ ବନବିଭାଗ ସେମାନଙ୍କୁ ରଖି ଅଧିକ ପଚରାଉଚରା କରୁଛି ।

Leave a Reply