ଦକ୍ଷିଣ କାଶ୍ମୀରରେ ସେନାକୁ ବଡ଼ ସଫଳତା, ୨୪ ଘଣ୍ଟାରେ ଟଳିଲେ ୮ ଆତଙ୍କବାଦୀ

ସେପଟେ ଚୀନ୍‌ ଆଉ ଏପଟେ ଆତଙ୍କୀ । ସୀମାରେ ଭାତର ଉପରେ ବାରମ୍ବାର ହାମଲା କରିବାରେ ବ୍ୟସ୍ତ । କିନ୍ତୁ ସୀମାରେ ଶକ୍ତ ଭାବରେ ଛିଡ଼ା ହୋଇଛି ଭାରତୀୟ ସେନା । ଭାରତ ଉପରକୁ ତିଳେ ମାତ୍ରବି ଆଞ୍ଚ ଆସିବାକୁ ଦେଉନାହିଁ । ତେବେ ପୁଣି ଜମ୍ମୁ କାଶ୍ମୀରରେ ଫୁଟିଲା ଗୁଳି  । ୨୪ ଘଣ୍ଟାରେ ଟଳିଲେ ୮ ଆତଙ୍କବାଦୀ । ଦକ୍ଷିଣ କାଶ୍ମୀରରେ ସେନାକୁ ବଡ଼ ସଫଳତା ।

ଆତଙ୍କୀ ଲୁଚିଥିବା ସୂଚନା ପାଇ ସୁରକ୍ଷାକର୍ମୀ ପୁରା ଅଞ୍ଚଳକୁ ଘେରି ଯାଇଥିଲେ। ପରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସୋପିଆଁରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବାବେଳେ ପାମ୍ପୋରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।

ଲଗାତାର ଭାବେ ସୀମାରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବାବେଳେ ଭାରତୀୟ ସେନା ଦେଉଛନ୍ତି ଉଚିତ ଜବାବ । ଗତ କିଛି ଦିନ ଧରି ସୀମାରେ ଆତଙ୍କବାଦୀମାନେ ଏଭଳି ହରକତ୍‌ କରୁଛନ୍ତି ।

Leave a Reply