ଦେଶହିତ ନିଷ୍ପତ୍ତି ସହ ବିଜେଡି ଦୃଢ଼ ଭାବେ ଛିଡା ହେବ : ପିନାକୀ ମିଶ୍ର

1 min read

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାରେ ଆମ ଓଡ଼ିଶାର ୨ଜଣ ଯବାନଙ୍କୁ ମିଶାଇ ମୋଟ ୨୦ଜଣ ସୈନିକ ସହିଦ୍ ହୋଇଛନ୍ତି । ଦେଶ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି  । ଏଥିପାଇଁ କେନ୍ଦ୍ର ସରକାରକୁ ଦୃଢ଼ ନିଷ୍ପତ୍ତି ନେବାକୁ  ପଡ଼ିବ । ଏନେଇ କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେବେ ତାକୁ ବିଜୁ ଜନତା ଦଳ ଦୃଢ଼ ସମର୍ଥନ କରିବ । ସୀମା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡ଼ାକିଥିବା ସର୍ବଦଳୀୟ ବୈଠକ ପୂର୍ବରୁ ବିଜେଡ଼ିର ପ୍ରତିନିଧି ପିନାକୀ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି  । ପିନାକୀ ମିଶ୍ର କହିଛନ୍ତି, କେନ୍ଦ୍ର ରାଜନୈତିକ, ସାମରିକ ଓ ଅର୍ଥନୈତିକ ଦୃଷ୍ଟିରୁ ଯେଉଁ ନିଷ୍ପତ୍ତି ନେବ, ବିଜୁ ଜନତା ଦଳ ସମର୍ଥନ କରିବ  । ଏ ସମୟ, ସରକାରଙ୍କ ଉପରେ ଅଭିଯୋଗ ନ ଆଣି ସମସ୍ତ ବିରୋଧି ଦଳ ଏକଜୁଟ୍ ହୋଇ ଚାଲିବା  । ଆମେ ଏକାଧିକ ପରିସ୍ଥିତିରେ  ଫସିଯାଇଛେ  । ତେଣୁ ଏବେ ଏକମତ ହୋଇ କଥା ହୋଇ ନିଷ୍ପତ୍ତି ନେବା ଆବଶ୍ୟକ ଏବଂ ଏହା ହିଁ ବିଜୁ ଜନତା ଦଳର ମତ  ।

all party meeting

ସାଂସଦ ମିଶ୍ର ସହିଦ୍ ହୋଇଥିବା ୨୦ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି  । ପିନାକୀ କହିଛନ୍ତି, ୨ ଓଡ଼ିଆଙ୍କୁ ମିଶାଇ ଦେଶର ୨୦ଜଣ ସୁପୁତ୍ର ସହିଦ୍ ହୋଇଛନ୍ତି  । ସେମାନଙ୍କ ପାଖରେ ଆମେ ନତମସ୍ତକ  । କଠିନ ପରିସ୍ଥିତିରେ ଯେଉଁମାନେ ସୀମାକୁ ସୁରକ୍ଷା ଦେଉଛନ୍ତି ତାଙ୍କୁ ପିନାକୀ ପ୍ରଣାମ ଜଣାଇଛନ୍ତି  ।

ଚାଇନା ସାମଗ୍ରୀକୁ ବୟକଟ୍ କରିବା ପ୍ରସଙ୍ଗରେ ପିନାକୀ ମିଶ୍ର କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବରେ ଚାଇନା ସାମଗ୍ରୀ ବୟକଟକୁ ସମର୍ଥନ କରେ  । କିନ୍ତୁ ୨ କି ୫ଜଣ ଚାହିଁଲେ ଏହା ହେବ ନାହିଁ  । ଏଥିପାଇଁ ସରକାର ବିଭିନ୍ନ ଦିଗକୁ ଦୃଷ୍ଟି ଦେବାକୁ ପଡିବ  ।

 

Leave a Reply