spot_img
Home Blog Page 6936

ରେସଲିଂ ରିଙ୍ଗରେ ଆଉ ଦେଖାଯିବେନି ଦି ଅଣ୍ଡରଟେକର, ଫ୍ରିରେସଲିଂକୁ କହିଲେ ଅଲବିଦା

0

ରେସଲିଂ ରିଙ୍ଗରେ ଆଉ ଦେଖାଯିବେନି ଦି ଅଣ୍ଡରଟେକର୍  । ଡବ୍ଲୁ ଡବ୍ଲୁ ଇ ସ୍ପୋଟସରୁ ସ୍ଥାୟୀ ଭାବେ ଅବସର ନେବା ନେଇ  ପରୋକ୍ଷ ଭାବେ ସୂଚନା ଦେଇଛନ୍ତି ଅଣ୍ଡରଟେକର । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ ଜଣାଇଛନ୍ତି ଏବେ ରିଙ୍ଗକୁ ଓହ୍ଲାଇବା ପାଇଁ ମୋର ଆଗ୍ରହ ନାହିଁ । ଏଣୁ  ଡବ୍ଲୁ ଡବ୍ଲୁ ଇ ଜଗତରୁ ସେ ଖୁବ୍ ଶୀଘ୍ର ଅବସର ନେବେ । ୫୫ ବର୍ଷୀୟ ମାର୍କ କାଲାବେ ରେସିଲିଂ ଜଗତରେ ଅଣ୍ଡରଟେକର ଭାବେ ଦର୍ଶକଙ୍କ ଗହଣରେ ବେଶ ଆଦୃତ । ତାଙ୍କ ଉପରେ ସଦ୍ୟ ନିର୍ମିତ ଡକୁମେଣ୍ଟାରୀରେ ସେ କହିଥିଲେ ଯେ ରେସିଲିଂ ଜଗତରେ ସେ ଜିତିବା ଭଳି ଅନ୍ୟ କୌଣସି ଟାଇଟେଲ୍ ବାକି ନାହିଁ ।

ସେହିଭଳି ସେ କହିଛନ୍ତି ଯ କ୍ୟାରିୟର ଶେଷ କରିବା ପାଇଁ ଏହା ଶ୍ରେଷ୍ଠ ସମୟ । ଏଣୁ ଯଥାଶୀଘ୍ର ଅବସର ନେବା ଆବଶ୍ୟକ । ତେବେ ଜୀବନର ଶେଷ ମ୍ୟାଚ କେବେ ଖେଳିବେ ସେ ନେଇ କୌଣସି ବିଦ୍ଧିବଦ୍ଧ ଘୋଷଣା ଅଣ୍ଡରଟେକର୍ କରିନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଣଣ୍ଡରଟେକର୍ ଉଭୟ ରୟଲ ରମ୍ୱଲ୍ସ ଓ ଟ୍ୟାଗ୍ ଟିମ୍ ଟାଇଟଲ୍ ହାତେଇ ସାରିଛନ୍ତି ।

undrtaker

୧୯୯୦ ଦଶକରେ କ୍ୟାରିୟର ଆରମ୍ଭ କରିଥିବା ଅଣ୍ଡରଟେକରଙ୍କର ପୁରା ଦୁନିଆରେ ଅନେକ ଫ୍ୟାନ୍ ରହିଛନ୍ତି । ବିଶେଷକରି ସେ ଭାରତରେ ବେସ ଲୋକପ୍ରିୟ । ଭାରତୀୟ ସିନେମାରେ ମଧ୍ୟ ସେ ଅଭିନୟ କରିଛନ୍ତି । ୧୯୯୬ ମସିହାରେ ଆସିଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ଖିଲାଡିଓଁ କା ଖିଲାଡିରେ ଅଣ୍ଡରଟେକର ଅଭିନୟ କରିଥିଲେ । ଏହି ଫିଲ୍ମରେ ଅକ୍ଷୟଙ୍କୁ ଅଣ୍ଡରଟେକରଙ୍କ ସହ ରିଂଗ୍ ଭିତରେ ଫାଇଟ୍ କରିବାର ଦେଖିବାକୁ ମିଳିଥିଲା ।

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୫ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୨୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩୩ ଜଣ ଖୋର୍ଦ୍ଧା, ୧୭ ଜଣ ପୁରୀ, ୧୪ ଜଣ କଟକ, ୧୩ ଜଣ ମୟୂରଭଞ୍ଜ, ୧୦ ଜଣ ଗଞ୍ଜାମ, ୯ଜଣ କେନ୍ଦୁଝର, ୮ ଜଣ ଯାଜପୁର, ୬ ନୂଆପଡ଼ା, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରୁ ୪ଜଣ ଲେଖାଏଁ, ୩ ଜଣ ସୁନ୍ଦରଗଡ଼, ୨ ବଲାଙ୍ଗୀର, କନ୍ଧମାଳ ଓ ମାଲକାନଗିରିର ଜଣେ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।  ଏଥିସହିତ ରାଜ୍ୟରେ ମୋଟ ୩୯୮୮ ଜଣ ରୋଗୀ ସୁସ୍ଥ ହେଲେଣି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫୪୭୦କୁ ଏବଂ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି

 

ରାଜଧାନୀରେ ସୁସ୍ଥ ହେଲେ ଆଉ ୫ କରୋନା ଆକ୍ରାନ୍ତ: ଜାଣନ୍ତୁ ଆଉ କେତେ ଜଣ ହେଉଛନ୍ତି ଚିକିତ୍ସିତ

ଭୁବନେଶ୍ୱର: ରାଜଧାନୀରୁ ୨ କରୋନା ଆକ୍ରାନ୍ତ ସୁସ୍ଥ ଓ ୩ ସଂକ୍ରମିତ ଚିହ୍ନଟ । ଜୟଦେବ ବିହାରର ଜଣେ ୩୦ ବର୍ଷୀୟ ମୁମ୍ୱାଇ ଫେରନ୍ତା ପୁରୁଷ ଓ ୨୬ ନମ୍ୱର ଓ୍ୱାର୍ଡର ୩୦ ବର୍ଷୀୟ ଜଣେ ଯୁବକ ସଂକ୍ରମିତ ଚହ୍ନଟ ହୋଇଥିବା ବେଳେ ୫ ଜଣ ନୂଆ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୩୬ ବର୍ଷୀୟ ପୁରୁଷ ରେଳଓ୍ୱାଇ କର୍ମଚାରୀ, ୩୭ ବର୍ଷୀୟ ଡୁମଡୁମା ଏଚ୍‌ବି କଲୋନୀ ବାସିନ୍ଦା, ୨୨ ବର୍ଷୀୟ ନିରାକର ନଗର ସାଲିଆ ସାହି ଜଣେ ଯୁବକ, ନୂଆପଲ୍ଲୀ ଅଞ୍ଚଳର ୩୦ ବର୍ଷୀୟ ଜଣେ ଯୁବକ, ଏୟାରପୋର୍ଟ ଅଞ୍ଚଳର ୨୭ ବର୍ଷୀୟ ଜଣେ ଯୁବକ ମଧ୍ୟ ସୁସ୍ଥ ହୋଇଛନ୍ତି ।

ଏମାନଙ୍କୁ ମିଶାଇ ରାଜଧାନୀରେ ମୋଟ ୧୯୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ  ୯୮ ଜଣ ସୁସ୍ଥ ହୋଇଛନ୍ତି । ଏବଂ ୩ ଜଣ ଦେହାନ୍ତ ହୋଇଥିବା ବେଳେ ୯୬ ଜଣ ରୋଗୀ ରାଜଧାନୀର ବିଭିନ୍ନ କୋଭିଡ ୧୯ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫୪୭୦କୁ ଏବଂ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି

ଅହମ୍ମଦାବାଦରେ ପାଳନ ହେଲା ପ୍ରତୀକାତ୍ମକ ରଥଯାତ୍ରା

ଅହମ୍ମଦାବାଦ : ମହାପ୍ରଭୁ ନିରଳାଦ୍ରୀ ନାଥ ଜଗନ୍ନାଥଙ୍କ ଆଜି ହେଉଛି ରଥଯାତ୍ରା । ବିଶ୍ୱର ବିଭିନ୍ନ ସ୍ଥାନରେ ଆଜିର ଦିନରେ ରଥଯାତ୍ରା ପାଳନ କରାଯାଇଥାଏ । ଗୁଜୁରାଟର ଅହମ୍ମଦାବାଦରେ ଆଜି ରଥଯାତ୍ରା ପାଳନ କରାଯାଇଛି । ତିନି ଠାକୁରଙ୍କୁ ରଥାରୂଢ଼ କରାଯାଇ ମାଉସୀ ଘରକୁ ନିଆଯାଇଥିଲା ।

ଆଜି ଅହମ୍ମଦାବାଦରେ ଥିବା ପ୍ରଭୁ ଜଗନ୍ନାଥ ମନ୍ଦିର ପରିସରରେ ଏକ ପ୍ରତୀକାତ୍ମକ ରଥଯାତ୍ରା ଆୟୋଜିତ ହୋଇଥିଲା । ୧୪୩ ବର୍ଷରେ ପ୍ରଥମ ଥର ପାଇଁ କରୋନା ଭାଇରସ୍ କାରଣରୁ ଜନସାଧାରଣଙ୍କ ଯୋଗଦାନ ବିନା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବିଧି ମୁତାବକ ପ୍ରଭୁ ଜଗନ୍ନାଥ, ତାଙ୍କ ଭଉଣୀ ସୁଭଦ୍ରା ଏବଂ ଭାଇ ବଳଭଦ୍ରଙ୍କ ରଥଯାତ୍ରା ପାଇଁ ପହଣ୍ଡି କାର୍ଯ୍ୟ ସମ୍ପାଦାନ କରିଥିଲେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି  । ସୁନା ଝାଡ଼ୁରେ ସେ ଛେରାପହଁରା ନିତୀ ସମ୍ପାଦନ କରିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ରଥ ଟଣା ନିତୀ । ଅହମ୍ମଦାବାଦର ଜମାଲପୁର ଅଞ୍ଚଳରେ ପ୍ରଭୁ ଜଗନ୍ନାଥ ମନ୍ଦିର ପରିସରରେ ଭକ୍ତଙ୍କ ବିନା ଟଣାଯାଇଥିଲା ରଥ । ସେପଟେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ସରକାର ରଥଯାତ୍ରାକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି ।

ଜାଣନ୍ତୁ, ଝାଓ ଜାଙ୍ଗୋକି କିଏ ? କାହିଁକି ତାଙ୍କୁ ଗଲବାନର ସଂଘର୍ଷ ପଛର ଖଳନାୟକ ବୋଲି କୁହାଯାଉଛି ?

ଚୀନ୍ ସେନା ଓ ସରକାରଙ୍କ ଅନୁମତି କ୍ରମେ ହିଁ ଗଲୱାନା ଘାଟିରେ ଭାରତୀୟ ସୈନିକଙ୍କ ଉପରେ ଆକ୍ରମଣ ହୋଇଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ପ୍ରକାଶ କରିଛି । ଭାରତ କ୍ରମାଗତ ଭାବେ ଚୀନ ବିରୋଧୀ ଶକ୍ତି ଭାବେ ଉଭା ହେବା ଓ ଆମେରିକା ସହ ସୁସମ୍ପର୍କ ରଖୁଥିବା ହେତୁ ଚୀନ ଭାରତକୁ ଆକ୍ରମଣ କରି ଚେତାବନୀ ଦେବା ଉଦ୍ଦେଶ୍ୟରେ ଏଭଳି କରିଛି ବୋଲି ଆମେରିକା ଗୁଇନ୍ଦା ସଂସ୍ଥା କହିଛି ।

 

ଚୀନ୍ ସେନାର ପ୍ରମୁଖ ଓ ବରିଷ୍ଠ ଜେନେରାଲ ଝାଓ ଜାଙ୍ଗୋକିଙ୍କ ଅନୁମତି ପରେ ହିଁ ଭାରତୀୟ ସେନା ଉପରେ ଆକ୍ରମଣ ହୋଇଥିଲା । ଜେନେରାଲ ଝାଓଙ୍କ ବୁଝିବା ଏହା ଥିଲା ଯେ ଭାରତର ଚୀନ ବିରୋଧୀ ଆଭିମୁଖ୍ୟକୁ ବଦଳାଇବାକୁ ହେଲେ ସୀମା ବିବାଦକୁ ଉସକାଇ ଆକ୍ରମଣ କରିବା ହିଁ ଏକମାତ୍ର ବାଟ । ତେବେ ସୀମାରେ ଭାରତୀୟ ରେଜିମେଣ୍ଟ ଉପରେ ଆକ୍ରମଣ ଖବର ଚୀନ୍ ଶାସକ ଜିଙ୍ଗ ପିଙ୍ଗ ପାଖରେ ଥିଲା ବୋଲି ଆମେରିକାର ଗୁଇନ୍ଦା ରିପୋର୍ଟରେ ପ୍ରକାଶ ପାଇଛି । ନିଜ ଦେଶବାସୀଙ୍କ ସାମ୍ନାରେ ଦୁର୍ବଳ ଦେଖାନଯିବା ପାଇଁ ଚୀନ ସରକାର ଏଭଳି ଆକ୍ରମଣ କରିବା ପାଇଁ ରାଜି ହୋଇଥିଲେ । ସେହିଭଳି ଚୀନ୍ ଭାରତ ଉପରେ ପ୍ରଥମେ ଆକ୍ରମଣ କରି ଯୁଦ୍ଧ ଉସକାଇଥିବେ ହେତୁ ଚୀନ ଭାରତ ଉପରେ ଲଗାଉଥିବା ଆରୋପକୁ ଆମେରିକା ଖାରଜ କରିଛି ।

ଅନ୍ୟପକ୍ଷରେ ଚୀନ୍ ଭାରତ ଉପରେ ଆକ୍ରମଣ କରି ମନୋବଳ ସ୍ତରରେ ଯେଉଁ ବିଜୟ ଆଶା କରୁଥିଲା ତାହା ମଧ୍ୟ ମିଳିବା ସମ୍ଭବ ହୋଇନାହିଁ । ଆମେରିକା ଦୀର୍ଘ ଦିନ ହେଲ ଚୀନର ହୁୱାଇ କମ୍ପାନୀକୁ ଭାରତ ୫-ଜିର ଠିକା ନଦେଉ ବୋଲି ଚାହୁଁଥିଲା ଓ ଭାରତ ଉପରେ କ୍ରମାଗତ ଭାବେ ଏପରି ନକରିବା ପାଇଁ ଚାପ ପକାଉଥିଲା  । ଏବେ ଭାରତ  ୫-ଜି ପ୍ରୋଜେକ୍ଟରୁ ଚୀନ୍ କମ୍ପାନୀଙ୍କୁ ବିଦାକରି ଚୀନର ଉଦ୍ଦେଶ୍ୟକୁ ବିଫଳ କରିଛି । ଅନ୍ୟପକ୍ଷରେ ଟିକଟକ୍ ଭଳି ଆପକୁ ଭାରତୀୟମାନେ ବ୍ୟାନ୍ କରିବା ଦ୍ୱାରା ଚୀନ ନିଜ ଉଦ୍ଦେଶ୍ୟରେ ଫେଲ୍ ହେଉଛି ବୋଲି ଆମେରିକା କହିଛି । ଏହାବ୍ୟତୀତ ପୂର୍ବ ରେକର୍ଡକୁ ଦେଖିଲେ ଜେନେରାଲ ଝାଓ ଜଣେ ବିଫଳ ଓ ସଂଘର୍ଷପ୍ରିୟ ସେନାଧ୍ୟକ୍ଷ ବୋଲି ରିପୋର୍ଟରେ ଦର୍ଶାଯାଇଛି । ୧୯୭୯ର ଭିଏତନାମ ଯୁଦ୍ଧ ଓ ୨୦୧୭ର ଡୋକଲାମ୍ ବିବାଦରେ ଜେନେରାଲ ଝାଓଙ୍କ ଯୋଗୁଁ ହିଁ ଚୀନର ସମସ୍ୟା ବଢିଥିଲା ବୋଲି ଆମେରିକାର ଗୁଇନ୍ଦା ରିପୋର୍ଟରେ ଦର୍ଶାଯାଇଛି ।

ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ଏମିତି କ’ଣ ପାଇଁ କହିଲେ ଦିଲ୍ଲୀପ ତାହିଲ !

ସୁଶାନ୍ତ ସିଂ ରାଜପୁତ ଅକାଳ ମୃତ୍ୟୁ ପରେ ବଲିଉଡ଼ରେ ଆରମମ୍ଭ ହୋଇଥିବା ଚର୍ଚ୍ଚା ଏପର୍ଯ୍ୟନ୍ତ ସରିନାହିଁ । ତାଙ୍କ ନିଧନ ପରେ ସେଲିବ୍ରିଟିମାନେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଶୋକ ପ୍ରକାଶ କରିଛନ୍ତି । ଏବଂ କିଛି କାଳାକାରମାନେ ସାର୍ବଜନିକ ଭାବେ କହିଛନ୍ତି ଯେ, ଯେତେବେଳେ କିଛି ବି ସାହାଯ୍ୟ ଦରକାର ପଡ଼ୁଥିଲା ବଲିଉଡ଼ର କୌଣସି ବି କଳାକାର ତାଙ୍କୁ ସାହାଯ୍ୟ କରି ନଥିଲେ ।

ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ବିଭିନ୍ନ ମହଲ ଚର୍ଚ୍ଚା ବଢିବାରେ ଲାଗିଛି । ତାଙ୍କଠାରୁ ୬ରୁ ୭ଟି ଫିଲ୍ମ ଛଡ଼ାଇ ନେଇ ଯାଇଥିଲେ ଏବଂ ତାଙ୍କ ଉପରେ ବହୁତ ଚାପ ପକାଇଯାଇଥିଲା । ଏବଂ ବଲିଉଡ଼ି ନେପୋଟିଜିମ୍ ଭଳି କଥା ମଧ୍ୟ ସମ୍ନାକୁ ଆସିଥିଲା ।

ନିକଟରେ ଏକ ସାକ୍ଷାତକାରରେ ବରିଷ୍ଠ ଅଭିନେତା ଦଲିପ ତାହିଲ ସୁଶାନ୍ତଙ୍କ ମୃତ୍ୟୁ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ବଲିଉଡରେ ବକ୍ସ ଅଫିସ୍ ନମ୍ବର ସବୁକିଛି ସ୍ଥିର କରିଥାଏ ଏବଂ ସୁଶାନ୍ତ ଜଣେ ଯୋଗ୍ୟ ଅଭିନେତା ଥିଲେ। ତାହିଲ ଆହୁରି କହିଛନ୍ତି ଯେ, ବକ୍ସ ଅଫିସରେ ଭଲ ସ୍କୋର କରିଥିବା ଅଭିନେତ୍ରୀମାନଙ୍କୁ କେହି ବହିଷ୍କାର କରିପାରିବେ ନାହିଁ, ତେଣୁ ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗରେ କ୍ୟାରିୟର ସମସ୍ୟା ଏକମାତ୍ର କାରଣ ହୋଇ ନପାରେ । ସେ କହିଥିଲେ ଯେ ଏହା ଅନେକ କାରଣର ରହିଥାଇପାରେ ତାଙ୍କ ଆତ୍ମହତ୍ୟାର କେବଳ କ୍ୟାରିୟର ଏକ ସମସ୍ୟା ତାହା କେବେ ନୁହେଁ ।

ସୁଶାନ୍ତଙ୍କୁ ବହିଷ୍କାର କରିଥିବା ଲୋକଙ୍କ ବିଷୟରେ କଥାବାର୍ତ୍ତା କରି ସେ କହିଛନ୍ତି ଯେ ନିର୍ମାତାମାନଙ୍କ ସହିତ ତାଙ୍କର ମତଭେଦ ଥାଇପାରେ, ବେଳେବେଳେ କଣ୍ଟ୍ରାକ୍ଟ ପାଇଁ କିଛି କଳାକାର ବିରକ୍ତ ହୁଅନ୍ତି । ତଥାପି, ଜଣେ ସେଲିବ୍ରିଟି ଅଭିନେତା ଯିଏ କି ଦର୍ଶକଙ୍କୁ ଥିଏଟରକୁ ଆଣିଥାଏ,ତାକୁ କେବେ କାମର ଅଭାବ ହେବନାହିଁ ।

ମୁମ୍ବାଇ ପୋଲିସ ବର୍ତ୍ତମାନ ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରୁଛି । ୧୪ ଜୁନ୍ ଦିନ ସୁଶାନ୍ତଙ୍କ ବାନ୍ଦ୍ରା ନିବାସରେ ମୃତ୍ୟୁ ହୋଇଥିଲା । ଖବର ଅନୁଯାୟୀ, ସୁଶାନ୍ତ ଡିପ୍ରେସନ ପାଇଁ ଚିକିତ୍ସିତ ହେଉଥିଲେ ପରେ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି ।

ରଥଯାତ୍ରା ଦିନ ଗୁଣ୍ଡିଚା ମନ୍ଦିରରେ ରଥ ପହଞ୍ଚି ନପାରିଲେ କ’ଣ ହୁଏ ?

ସନ୍ଧ୍ୟା ହୋଇଗଲେ ସାଧାରଣତଃ  ରଥଟଣା ବନ୍ଦ ରଖାଯାଏ । ରଥମାନ ଗୁଣ୍ଡିଚା ଦାଣ୍ଡ ( ଗୁଣ୍ଡିଚା ମନ୍ଦିର ସାମ୍ନା ନିଦ୍ଧାରିତ ସ୍ଥାନ)ରେ ପହଞ୍ଚିବା ପରେ କିମ୍ବା ବାଟରେ ଯେଉଁଠି ରୁହନ୍ତି ସେଠାରେ ଠାକୁରମାନେ ମହାସ୍ନାନ ହୋଇ ନୂଆ ବୋଇରାଣୀ ଲୁଗାଲାଗି ହୋଇ ସର୍ବାଙ୍ଗ ଓ ବେଶ ହୁଅନ୍ତି । ବେଶ ପରେ ମଧ୍ୟାହ୍ନ ଧୂପଠାରୁ ଆରମ୍ଭ କରି ଅନ୍ୟାନ୍ୟ ନୀତି ହୁଏ । ରଥ ଉପରେ କେବଳ ଶୁଖିଲା ଭୋଗ ହୁଏ । ପହୁଡ଼ ଆଳତି ହୋଇ ଶ୍ରୀମୁଖ ଖଣ୍ଡୁଆ ପକାଇ ପାଳିଆ ପୁଷ୍ପାଳକମାନେ ଚାଲିଯାଆନ୍ତି । ରଥ ସାମ୍ନାରେ ପରଦା ବନ୍ଧାଯାଏ । ତିନିରଥ ନିର୍ଦ୍ଧାରିତ ସ୍ଥାନରେ ଲାଗିବାର ପରବର୍ତ୍ତୀ ଦିନ ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବିଜେ ଆରମ୍ଭ ହୁଏ । ସନ୍ଧ୍ୟା ଧୂପ ପରେ ଗୋଟି ପହଣ୍ଡିରେ ବିଜେ କରାଯାଏ ।

ବିଜେ କାହାଳି ବାଜିବା ପରେ ଡୋର ଲାଗି ଓ ପୁଷ୍ପାଞ୍ଜଳି କରାଯାଏ । ମହାଜନ ମାନେ ଆଗରେ ମଦନମୋହନ ଓ ରାମକୃଷ୍ଣଙ୍କୁ ହାତରେ ବିଜେ କରାଇ ନେଇ ଗୁଣ୍ଡିଚା ଘର ଭଣ୍ଡାର ଘର ସିଂହାସନ ଉପରେ ବିଜେ କରାନ୍ତି । ଏହାପରେ ଦଇତାମାନେ ସୁଦର୍ଶନଙ୍କୁ ବିଜେ କରାଇ ଆଣି ରତ୍ନ ସିଂହାସନ ଚାରତଳେ ବିଜେ କରାନ୍ତି । ଚାର ଉପରେ ରାଘବ ଦାସ ମଠ ଯୋଗାଇଥିବା ଟାହିଆ ଲାଗି କରାଯାଏ । ପତିମହାପାତ୍ର ଗରାବଡ଼ୁଠାରେ ଗାତୁଆଣି ନେଇ ଧଣ୍ଡି ଓ ଚନ୍ଦନ ଲାଗି କରନ୍ତି । କର୍ପୂର ଆରତି, ଦୂର୍ବାକ୍ଷତ, ସାତବତି, ସଞ୍ଜକାହାଳୀ ବନ୍ଦାପନା କରନ୍ତି ଓ ବିଡ଼ିଆ ମଣୋହି କରନ୍ତି । ଛାମୁଖୁଣ୍ଟିଆଙ୍କୁ ମଣିମା ଡାକ ଭିତରେ ଘଣ୍ଟ କାହାଳୀ ବାଜି ଗୁଣ୍ଡିଚା ଘରକୁ ପହଣ୍ଡି ବିଜେ କରାଯାଏ । ଯିବା ବାଟରେ ପନ୍ତି ଭୋଗ ହୁଏ ।

ହ୍ୟାକର୍ସଙ୍କ ନୂଆ ତରିକା, କୌଣସି ବି ୱେବସାଇଟ୍ ଖୋଲିଲେ ହ୍ୟାକ୍ କରିନେବେ ଫୋନ୍

ନୂଆଦିଲ୍ଲୀ: ଟେକ୍ନୋଲୋଜି ବିକଶିତ ହେବା ସହ ସ୍ମାର୍ଟ ହେଉଛନ୍ତି ହ୍ୟାକର୍ସ । ହ୍ୟାକିଂ ପାଇଁ ଆପଣାଉଛନ୍ତି ନୂଆ ନୂଆ ତରିକା । ପୂର୍ବରୁ କୁହାଯାଉଥିଲା କୌଣସି ଅଜଣା ଲିଙ୍କ୍ କ୍ଲିକ୍ କଲେ ହ୍ୟାକିଂ ହେଉଛି । ଏବେ କିନ୍ତୁ ଏମିତି ମାମଲା ସାମନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । କୌଣସି ବି ୱେବସାଇଟ୍ ଖୋଲିଲେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଯିବ । ମୋରକ୍କୋର ଜଣେ ସାମ୍ବାଦିକ ଉମର ରାଦି ଚିପ୍ ଲାଗିଥିବା ହ୍ୱାଇଟ୍ କଲର ଏକ ଆଇଫୋନ୍ ବ୍ୟବହାର କରୁଥିଲେ । ସେ ଭାବିଥିଲେ ସରକାର ତାଙ୍କ ଉପରେ ନଜର ରଖିପାରିବେ ନାହିଁ ।

ତଥାପି ସରକାର ତାଙ୍କ ଇମେଲ, ଟେକ୍ସଟ ଓ ବ୍ରାଉଜିଂ କରୁଥିବା ୱେବସାଇଟ୍ ଉପରେ ନଜର ରଖିଥିଲେ । ଚିପ୍ ଲଗାଇବାର ଉଦ୍ଦେଶ୍ୟ ଥିଲା ସାମ୍ବାଦିକ ଜଣଙ୍କର ଫୋନ୍ କଲ୍ ଶୁଣିବା ଓ ଭିଡିଓ କନଫରେନ୍ସିଂକୁ ଦେଖିବା । କ୍ୟାଲେଣ୍ଡର ଏଣ୍ଟିଂଜ୍, ଜିପିଏସ୍ ବ୍ୟବହାର କରି ଫୋନ୍ କେଉଁଠାରେ ଅଛି ଜାଣି ପାରୁଥିଲେ । କ୍ୟାମେରା ଓ ମାଇକ୍ରୋ ଫୋନ୍ ମଧ୍ୟ ଚାଲୁ କରି ପାରୁଥିଲେ ।

ସାମ୍ବାଦିକଙ୍କ ଫୋନ୍ର ଏଙ୍କ୍ରି୍ପ୍ସନ ଓ ସାଇବର ସୁରକ୍ଷାକୁ ହ୍ୟାକ୍ କରାଯାଇିଥଲା । ସେ କୌଣସି ବି ସନ୍ଦିଗ୍ଧ ଲିଙ୍କ କ୍ଲିକ୍ କରିବା ମାତ୍ରେ ହ୍ୱାଟ୍ସ ଆପରେ କେତକ ମିସ୍ଡ କଲ୍ ଆସୁଥିଲା । ଅର୍ଥାତ୍ ଏହି ୨ ପ୍ରକାରେ ହ୍ୟାକିଂର ଆଶଙ୍କା ବଢ଼ି ଯାଇଥାଏ । ସେହିପରି ରାଦି ଯେ କୌଣସି ୱେବସାଇଟକୁ ଗଲେ ଜାଣି ହେଉଥିଲା ।

ଏକ ସଂସ୍ଥା ଦ୍ୱାରା ତାଙ୍କ ଫୋନର ଫରେନ୍ସିକ ଏଭିଡେନ୍ସ ଯାଞ୍ଚ ପରେ ଜଣା ପଡ଼ିଥିଲା ଫୋନଟିରେ ନେଟୱର୍କ ଇଞ୍ଜେକ୍ସନ୍ କରାଯାଇଛି । ନେଟୱର୍କ ଇଞ୍ଜେକ୍ସନ୍ ଏକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ପ୍ରକ୍ରିୟା । ଯେଉଁଥିରେ ହ୍ୟାକର୍ସ ସିମର ସିଗନାଲକୁ ଇଣ୍ଟରକେପ୍ଟ କରିନିଏ । ଏବଂ କୌଣସି ୱେବସାଇଟ ଖୋଲିବାକୁ ପପ୍ ଆସେ ।

ଗୋଟିଏ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ୱେବ୍ ବ୍ରାଉଜର ହ୍ୟାକର୍ସଙ୍କ ୱେବସାଇଟକୁ ନେଇ ସ୍ପାଏୱେୟାର କୋଡ୍ ଡାଉନଲୋଡ୍ ହୁଏ । ଯାହାକି ଫୋନରେ ରିମୋର୍ଟ ଆକ୍ସେସ ପାଇଁ ଅନୁମତି ଦିଏ । ପରେ ଇଚ୍ଛା ଅନୁସାରେ ୱେବସାଇଟକୁ ଫେରାଇ ଦେଇ ବ୍ୟବହାରକାରୀଙ୍କୁ ଭ୍ରମିତ କରେ ।

ସାବଧାନ ! କାଲିଠୁ ଭାରତ ଉପରେ ସାଇବର ଆଟାକ୍ କରିପାରେ ଚୀନ, ଆସିପାରେ ଏହି ନାମରେ ମେଲ୍

ପତଞ୍ଜଳି ଲଂଚ୍ କଲା କୋରୋନିଲ,ବାବା ରାମଦେବଙ୍କ ଦାବି କରୋନା ଉପରେ ଶହେ ପ୍ରତିଶତ ପ୍ରଭାବୀ

ପତଞ୍ଜଳିର ବାବା ରାମଦେବ କୋରନା ଔଷଧ ପ୍ରସ୍ତୁତ ହୋଇଥିବା ନେଇ ଦାବି କରିଛନ୍ତି । ମଙ୍ଗଳବାର ବାବା ରାମଦେବ ହରିଦ୍ୱାରରେ କୋରୋନିଲ ଔଷଧ ଲଞ୍ଚ କରିଛନ୍ତି । ଏହି ଅବସରରେ ବାବା ରାମଦେବ କହିଛନ୍ତି ଯେ, ଔଷଧର ଦୁଇଥର ପରୀକ୍ଷଣ ହୋଇସାରିଛି । ପ୍ରଥମଟି ହେଉଛି କ୍ଲିନିକାଲ କଣ୍ଟ୍ରୋଲ ଷ୍ଟଡ଼ି ଏବଂ ଅନ୍ୟଟି ହେଉଛି କ୍ଲିନିକାଲ କଣ୍ଟ୍ରୋଲ ପରୀକ୍ଷଣ ।

ବାବା ରାମଦେବ କହିଛନ୍ତି ଯେ, ଦିଲ୍ଲୀଠାରୁ ଆରମ୍ଭ କରି ବହୁ ସହରରେ ସେ ଏହାକୁ ନେଇ କ୍ଲିନିକାଲ କଣ୍ଟ୍ରୋଲ ଷ୍ଟଡ଼ି କରିଛନ୍ତି । ୨୮୦ ରୋଗୀଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଥିବା ସେ ଦାବି କରିଛନ୍ତି । ବାବା ରାମଦେବଙ୍କ ଦାବି ଯେ, ଏହି ଔଷଧ ସେବନ ଦ୍ୱାରା ଶହେ ପ୍ରତିଶତ ରୋଗୀ ଆରୋଗ୍ୟ ହେବା ସହ ଜଣକର ବି ମୃତ୍ୟୁ ହୋଇନାହିଁ । କରୋନାର ପ୍ରତ୍ୟେକ ପର୍ଯ୍ୟାୟରେ ଔଷଧ କାମ କରୁଛି ବୋଲି ବାବା ରାମଦେବ ଦାବି କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ କ୍ଲିନିକାଲ କଣ୍ଟ୍ରୋଲ ଟ୍ରାଏଲ କରାଯାଇଥିଲା ।

ଏହାସହ ୧୦୦ ଜଣଙ୍କୁ ନେଇ ହୋଇଥିବା କ୍ଲିନିକାଲ କଣ୍ଟ୍ରୋଲ ଟ୍ରାଏଲ ଅଧ୍ୟୟନ କରାଯାଇଥିଲା । ଏବଂ ୩ଦିନ ଭିତରେ ୬୯ ରୋଗୀ ଆରୋଗ୍ୟ ହେବା ସହ ୭ ଦିନରେ ଶହେ ପ୍ରତିଶତ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଏହା ସହ ସେ କହିଛନ୍ତି ଯେ, ତାଙ୍କର ଏହି ଔଷଧରେ ଶହେ ପ୍ରତିଶତ ଲୋକ ଆରୋଗ୍ୟ ହେବା ସହ ମୃତ୍ୟୁର କୌଣସି ସ୍ଥାନ ନାହିଁ ।

Swami Ram Dev and Acharya Balkrishna

ବାବା ରାମଦେବ ଆହୁରି କହିଛନ୍ତି ଯେ, କ୍ଲିନିକାଲ କଣ୍ଟ୍ରୋଲ ଟ୍ରାଏଲକୁ ନେଇ ବହୁତ ଅଧିକ ଅନୁମତି ନେବାକୁ ପଡ଼ିଥାଏ । ପ୍ରଥମେ ଏଥିକାଲ ଆପ୍ରୁଭାଲ୍‌ ପରେ ସିଟିଆଇଆର ଆପ୍ରୁଭାଲ୍‌ ଏବଂ ପରେ ପଞ୍ଜିକରଣ କରିବା ଜରୁରୀ ହୋଇଥାଏ । ଯଦି ଲୋକମାନେ ଏହାକୁ ନେଇ କୌଣସି ପ୍ରଶ୍ନ କରନ୍ତି ତେବେ ଆମ ପାଖରେ ଏହାକୁ ନେଇ ସମସ୍ତ ଉତ୍ତର ଆମ ପାଖରେ ଅଛି । ଏବଂ ଆମେ ସବୁ ବୈଜ୍ଞାନିକ ନିୟମକୁ ପାଳନ କରିଛନ୍ତି ।

ବାବା ରାମଦେବ କହିଛନ୍ତି ଯେ, ଏହି ଔଷଧ ପ୍ରସ୍ତୁତ କରିବା ପାଇଁ କେବଳ ଦେଶୀ ଜିନିଷର ଆବଶ୍ୟକତା ରହିଛି ଯେଉଁଥିରେ ମୁଲେଠି,କାଢା ସହ ଅନ୍ୟ ଦେଶି ଜିନଷର ବ୍ୟବହାର କରିଛନ୍ତି । ଯେଉଁଥିରେ ଗିଲୋୟ, ଅଶ୍ୱଗନ୍ଧା, ତୁସୀର ବ୍ୟବହାର କରାଯାଇଛି । ଆୟୁର୍ବେଦରେ ପ୍ରସ୍ତୁତ ହୋଇଥିବା ଏହି ଔଷଧ ୭ଦିନ ଭିତରେ ପତଞ୍ଜଳି ଷ୍ଟୋରରେ ଉପଲବ୍ଧ ହେବ । ଏହାସହ ସୋମବାର ଦିନ ଏହାକୁ ନେଇ ଏକ ଆପ୍ ଲଞ୍ଚ କରାଯାଇଛି ।

ANI

ତେବେ ସବୁଠାରୁ ବଡ଼ କଥା ହେଲା ଏପଟେ ବାବା ରାମ୍‌ଦେବ କରୋନା ଔଷଧ ପ୍ରସ୍ତୁତ କରିବା ନେଇ ଦାବି କରୁଥିବା ବେଳେ ସେପଟେ କେନ୍ଦ୍ର ସ୍ୱସ୍ଥ୍ୟ ବିଭାଗର ଆୟୁସ ମନ୍ତ୍ରାଳୟ ପକ୍ଷରୁ ଏହା ଉପରେ ରୋକ ଲଗାଯାଇଛି । ଆୟୁଷ ପକ୍ଷରୁ କୁହାଯାଇଛି ଯେ, ସରକାରଙ୍କ ଦ୍ୱାରା ପରୀକ୍ଷା କରାଯାଇ ଅନୁମତି ଦିଆନଯିବା ପର୍ଯ୍ୟନ୍ତ ପତଞ୍ଜଳି ଏହି ଔଷଧର ପ୍ରଚାର ପ୍ରସାର କରି ପାରିବ ନାହିଁ କିମ୍ବା ଏହାକୁ ବିକ୍ରି କରି ପାରିବ ନାହିଁ । ଆୟୁଷ ମନ୍ତ୍ରାଳୟ ପକ୍ଷରୁ ପତଞ୍ଜଳି ଔଷଧର ସମ୍ପୂର୍ଣ୍ଣ ତଥ୍ୟ ମଗାଯାଇଛି, ତଥ୍ୟ ମିଳିବା ପରେ ବିଶେଷଜ୍ଞଙ୍କ ଦ୍ୱାରା ଏହାର ପରୀକ୍ଷା କରାଯିବ ଏବଂ ପରେ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେବ । ଏନେଇ ଏକ ବିଜ୍ଞପ୍ତି ମଧ୍ୟ ଜାରି କରିଛି ଆୟୁଷ ବିଭାଗ ।