ଅହମ୍ମଦାବାଦରେ ପାଳନ ହେଲା ପ୍ରତୀକାତ୍ମକ ରଥଯାତ୍ରା

ଅହମ୍ମଦାବାଦ : ମହାପ୍ରଭୁ ନିରଳାଦ୍ରୀ ନାଥ ଜଗନ୍ନାଥଙ୍କ ଆଜି ହେଉଛି ରଥଯାତ୍ରା । ବିଶ୍ୱର ବିଭିନ୍ନ ସ୍ଥାନରେ ଆଜିର ଦିନରେ ରଥଯାତ୍ରା ପାଳନ କରାଯାଇଥାଏ । ଗୁଜୁରାଟର ଅହମ୍ମଦାବାଦରେ ଆଜି ରଥଯାତ୍ରା ପାଳନ କରାଯାଇଛି । ତିନି ଠାକୁରଙ୍କୁ ରଥାରୂଢ଼ କରାଯାଇ ମାଉସୀ ଘରକୁ ନିଆଯାଇଥିଲା ।

ଆଜି ଅହମ୍ମଦାବାଦରେ ଥିବା ପ୍ରଭୁ ଜଗନ୍ନାଥ ମନ୍ଦିର ପରିସରରେ ଏକ ପ୍ରତୀକାତ୍ମକ ରଥଯାତ୍ରା ଆୟୋଜିତ ହୋଇଥିଲା । ୧୪୩ ବର୍ଷରେ ପ୍ରଥମ ଥର ପାଇଁ କରୋନା ଭାଇରସ୍ କାରଣରୁ ଜନସାଧାରଣଙ୍କ ଯୋଗଦାନ ବିନା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବିଧି ମୁତାବକ ପ୍ରଭୁ ଜଗନ୍ନାଥ, ତାଙ୍କ ଭଉଣୀ ସୁଭଦ୍ରା ଏବଂ ଭାଇ ବଳଭଦ୍ରଙ୍କ ରଥଯାତ୍ରା ପାଇଁ ପହଣ୍ଡି କାର୍ଯ୍ୟ ସମ୍ପାଦାନ କରିଥିଲେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି  । ସୁନା ଝାଡ଼ୁରେ ସେ ଛେରାପହଁରା ନିତୀ ସମ୍ପାଦନ କରିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ରଥ ଟଣା ନିତୀ । ଅହମ୍ମଦାବାଦର ଜମାଲପୁର ଅଞ୍ଚଳରେ ପ୍ରଭୁ ଜଗନ୍ନାଥ ମନ୍ଦିର ପରିସରରେ ଭକ୍ତଙ୍କ ବିନା ଟଣାଯାଇଥିଲା ରଥ । ସେପଟେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ସରକାର ରଥଯାତ୍ରାକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି ।

Leave a Reply