ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫୪୭୦କୁ ଏବଂ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କିଛିଦିନ ହେବ ରାଜ୍ୟରେ ଲାଗାତାର ଭାବେ ସାମ୍ନାକୁ ଆସୁଛି ଶତାଧିକ କରୋନା ମାମଲା । ଗତକାଲି ୧୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୧୬୭ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଥିସହ ରାଜ୍ୟରେ ସଂକ୍ରମିତ ସଂଖ୍ୟା ସାଢେ ୫ ହଜାର ପାଖରେ ପହଞ୍ଚିଛି । ତେବେ ଆଜି ୧୮ଟି ଜିଲ୍ଲାରୁ ୧୭୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।

ସମୁଦାୟ ୧୭୪ ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୧୫୦ ଥିବା ବେଳେ ୧୭ଜଣ ସ୍ଥାନୀୟ ଲୋକ ସଂକ୍ରମିତ ହୋଇଛନ୍ତି । ଗଜପତିରୁ ସର୍ବାଧିକ ୪୧ ସଂକ୍ରମିତ ହୋଇଛନ୍ତି । ସେହିପରି ଜଗତସିଂହପୁରରୁ ୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡା ୫, ଯାଜପୁର ୫, ଖୋର୍ଦ୍ଧା ୮, ନୟୟାଗଡ଼ରୁ ୨, ବଲେଶ୍ୱର ୧୩ , କଟକ ୩ ଢେଙ୍କାନାଳ ୯, ଗଞ୍ଜାମରୁ ୩୦, ସୁନ୍ଦର ଗଡ଼ରୁ ୪, ମୟୁରଭଙଞ୍ଜ ୧୪, ଝାରସୁଗୁଡ଼ା ୩, କେନ୍ଦ୍ରାପଡ଼ାରୁ ୭, ଏବଂ କୋରାପୁଟ, ବରଗଡ଼, ପୁରୀ, ଓ ବଲାଙ୍ଗିରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୪ଶହ ୭୦ରେ ପହଞ୍ଚିଛି । ୩ହଜାର ୮ଶହ ୬୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେହି ଭଳି ରାଜ୍ୟରେ ଆଉ ୧୪୩ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ଆଉ ୨ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଦୁଇଜଣ କଟକ ଅଞ୍ଚଳର ବୋଲି ସୂଚନା ଦେଇଛି  । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ୧୫୮୩ଜଣ କରୋନା ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି ।

Leave a Reply