ପତଞ୍ଜଳି ଲଂଚ୍ କଲା କୋରୋନିଲ,ବାବା ରାମଦେବଙ୍କ ଦାବି କରୋନା ଉପରେ ଶହେ ପ୍ରତିଶତ ପ୍ରଭାବୀ

Patanjali. Ramdev’s Patanjali claims to have Covid-19 medicine, 100% recovery in 7 days.

ପତଞ୍ଜଳିର ବାବା ରାମଦେବ କୋରନା ଔଷଧ ପ୍ରସ୍ତୁତ ହୋଇଥିବା ନେଇ ଦାବି କରିଛନ୍ତି । ମଙ୍ଗଳବାର ବାବା ରାମଦେବ ହରିଦ୍ୱାରରେ କୋରୋନିଲ ଔଷଧ ଲଞ୍ଚ କରିଛନ୍ତି । ଏହି ଅବସରରେ ବାବା ରାମଦେବ କହିଛନ୍ତି ଯେ, ଔଷଧର ଦୁଇଥର ପରୀକ୍ଷଣ ହୋଇସାରିଛି । ପ୍ରଥମଟି ହେଉଛି କ୍ଲିନିକାଲ କଣ୍ଟ୍ରୋଲ ଷ୍ଟଡ଼ି ଏବଂ ଅନ୍ୟଟି ହେଉଛି କ୍ଲିନିକାଲ କଣ୍ଟ୍ରୋଲ ପରୀକ୍ଷଣ ।

ବାବା ରାମଦେବ କହିଛନ୍ତି ଯେ, ଦିଲ୍ଲୀଠାରୁ ଆରମ୍ଭ କରି ବହୁ ସହରରେ ସେ ଏହାକୁ ନେଇ କ୍ଲିନିକାଲ କଣ୍ଟ୍ରୋଲ ଷ୍ଟଡ଼ି କରିଛନ୍ତି । ୨୮୦ ରୋଗୀଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଥିବା ସେ ଦାବି କରିଛନ୍ତି । ବାବା ରାମଦେବଙ୍କ ଦାବି ଯେ, ଏହି ଔଷଧ ସେବନ ଦ୍ୱାରା ଶହେ ପ୍ରତିଶତ ରୋଗୀ ଆରୋଗ୍ୟ ହେବା ସହ ଜଣକର ବି ମୃତ୍ୟୁ ହୋଇନାହିଁ । କରୋନାର ପ୍ରତ୍ୟେକ ପର୍ଯ୍ୟାୟରେ ଔଷଧ କାମ କରୁଛି ବୋଲି ବାବା ରାମଦେବ ଦାବି କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ କ୍ଲିନିକାଲ କଣ୍ଟ୍ରୋଲ ଟ୍ରାଏଲ କରାଯାଇଥିଲା ।

ଏହାସହ ୧୦୦ ଜଣଙ୍କୁ ନେଇ ହୋଇଥିବା କ୍ଲିନିକାଲ କଣ୍ଟ୍ରୋଲ ଟ୍ରାଏଲ ଅଧ୍ୟୟନ କରାଯାଇଥିଲା । ଏବଂ ୩ଦିନ ଭିତରେ ୬୯ ରୋଗୀ ଆରୋଗ୍ୟ ହେବା ସହ ୭ ଦିନରେ ଶହେ ପ୍ରତିଶତ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଏହା ସହ ସେ କହିଛନ୍ତି ଯେ, ତାଙ୍କର ଏହି ଔଷଧରେ ଶହେ ପ୍ରତିଶତ ଲୋକ ଆରୋଗ୍ୟ ହେବା ସହ ମୃତ୍ୟୁର କୌଣସି ସ୍ଥାନ ନାହିଁ ।

Swami Ram Dev and Acharya Balkrishna

ବାବା ରାମଦେବ ଆହୁରି କହିଛନ୍ତି ଯେ, କ୍ଲିନିକାଲ କଣ୍ଟ୍ରୋଲ ଟ୍ରାଏଲକୁ ନେଇ ବହୁତ ଅଧିକ ଅନୁମତି ନେବାକୁ ପଡ଼ିଥାଏ । ପ୍ରଥମେ ଏଥିକାଲ ଆପ୍ରୁଭାଲ୍‌ ପରେ ସିଟିଆଇଆର ଆପ୍ରୁଭାଲ୍‌ ଏବଂ ପରେ ପଞ୍ଜିକରଣ କରିବା ଜରୁରୀ ହୋଇଥାଏ । ଯଦି ଲୋକମାନେ ଏହାକୁ ନେଇ କୌଣସି ପ୍ରଶ୍ନ କରନ୍ତି ତେବେ ଆମ ପାଖରେ ଏହାକୁ ନେଇ ସମସ୍ତ ଉତ୍ତର ଆମ ପାଖରେ ଅଛି । ଏବଂ ଆମେ ସବୁ ବୈଜ୍ଞାନିକ ନିୟମକୁ ପାଳନ କରିଛନ୍ତି ।

ବାବା ରାମଦେବ କହିଛନ୍ତି ଯେ, ଏହି ଔଷଧ ପ୍ରସ୍ତୁତ କରିବା ପାଇଁ କେବଳ ଦେଶୀ ଜିନିଷର ଆବଶ୍ୟକତା ରହିଛି ଯେଉଁଥିରେ ମୁଲେଠି,କାଢା ସହ ଅନ୍ୟ ଦେଶି ଜିନଷର ବ୍ୟବହାର କରିଛନ୍ତି । ଯେଉଁଥିରେ ଗିଲୋୟ, ଅଶ୍ୱଗନ୍ଧା, ତୁସୀର ବ୍ୟବହାର କରାଯାଇଛି । ଆୟୁର୍ବେଦରେ ପ୍ରସ୍ତୁତ ହୋଇଥିବା ଏହି ଔଷଧ ୭ଦିନ ଭିତରେ ପତଞ୍ଜଳି ଷ୍ଟୋରରେ ଉପଲବ୍ଧ ହେବ । ଏହାସହ ସୋମବାର ଦିନ ଏହାକୁ ନେଇ ଏକ ଆପ୍ ଲଞ୍ଚ କରାଯାଇଛି ।

ANI

ତେବେ ସବୁଠାରୁ ବଡ଼ କଥା ହେଲା ଏପଟେ ବାବା ରାମ୍‌ଦେବ କରୋନା ଔଷଧ ପ୍ରସ୍ତୁତ କରିବା ନେଇ ଦାବି କରୁଥିବା ବେଳେ ସେପଟେ କେନ୍ଦ୍ର ସ୍ୱସ୍ଥ୍ୟ ବିଭାଗର ଆୟୁସ ମନ୍ତ୍ରାଳୟ ପକ୍ଷରୁ ଏହା ଉପରେ ରୋକ ଲଗାଯାଇଛି । ଆୟୁଷ ପକ୍ଷରୁ କୁହାଯାଇଛି ଯେ, ସରକାରଙ୍କ ଦ୍ୱାରା ପରୀକ୍ଷା କରାଯାଇ ଅନୁମତି ଦିଆନଯିବା ପର୍ଯ୍ୟନ୍ତ ପତଞ୍ଜଳି ଏହି ଔଷଧର ପ୍ରଚାର ପ୍ରସାର କରି ପାରିବ ନାହିଁ କିମ୍ବା ଏହାକୁ ବିକ୍ରି କରି ପାରିବ ନାହିଁ । ଆୟୁଷ ମନ୍ତ୍ରାଳୟ ପକ୍ଷରୁ ପତଞ୍ଜଳି ଔଷଧର ସମ୍ପୂର୍ଣ୍ଣ ତଥ୍ୟ ମଗାଯାଇଛି, ତଥ୍ୟ ମିଳିବା ପରେ ବିଶେଷଜ୍ଞଙ୍କ ଦ୍ୱାରା ଏହାର ପରୀକ୍ଷା କରାଯିବ ଏବଂ ପରେ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେବ । ଏନେଇ ଏକ ବିଜ୍ଞପ୍ତି ମଧ୍ୟ ଜାରି କରିଛି ଆୟୁଷ ବିଭାଗ ।

Leave a Reply