ଜାଣନ୍ତୁ, ଝାଓ ଜାଙ୍ଗୋକି କିଏ ? କାହିଁକି ତାଙ୍କୁ ଗଲବାନର ସଂଘର୍ଷ ପଛର ଖଳନାୟକ ବୋଲି କୁହାଯାଉଛି ?

1 min read

ଚୀନ୍ ସେନା ଓ ସରକାରଙ୍କ ଅନୁମତି କ୍ରମେ ହିଁ ଗଲୱାନା ଘାଟିରେ ଭାରତୀୟ ସୈନିକଙ୍କ ଉପରେ ଆକ୍ରମଣ ହୋଇଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ପ୍ରକାଶ କରିଛି । ଭାରତ କ୍ରମାଗତ ଭାବେ ଚୀନ ବିରୋଧୀ ଶକ୍ତି ଭାବେ ଉଭା ହେବା ଓ ଆମେରିକା ସହ ସୁସମ୍ପର୍କ ରଖୁଥିବା ହେତୁ ଚୀନ ଭାରତକୁ ଆକ୍ରମଣ କରି ଚେତାବନୀ ଦେବା ଉଦ୍ଦେଶ୍ୟରେ ଏଭଳି କରିଛି ବୋଲି ଆମେରିକା ଗୁଇନ୍ଦା ସଂସ୍ଥା କହିଛି ।

 

ଚୀନ୍ ସେନାର ପ୍ରମୁଖ ଓ ବରିଷ୍ଠ ଜେନେରାଲ ଝାଓ ଜାଙ୍ଗୋକିଙ୍କ ଅନୁମତି ପରେ ହିଁ ଭାରତୀୟ ସେନା ଉପରେ ଆକ୍ରମଣ ହୋଇଥିଲା । ଜେନେରାଲ ଝାଓଙ୍କ ବୁଝିବା ଏହା ଥିଲା ଯେ ଭାରତର ଚୀନ ବିରୋଧୀ ଆଭିମୁଖ୍ୟକୁ ବଦଳାଇବାକୁ ହେଲେ ସୀମା ବିବାଦକୁ ଉସକାଇ ଆକ୍ରମଣ କରିବା ହିଁ ଏକମାତ୍ର ବାଟ । ତେବେ ସୀମାରେ ଭାରତୀୟ ରେଜିମେଣ୍ଟ ଉପରେ ଆକ୍ରମଣ ଖବର ଚୀନ୍ ଶାସକ ଜିଙ୍ଗ ପିଙ୍ଗ ପାଖରେ ଥିଲା ବୋଲି ଆମେରିକାର ଗୁଇନ୍ଦା ରିପୋର୍ଟରେ ପ୍ରକାଶ ପାଇଛି । ନିଜ ଦେଶବାସୀଙ୍କ ସାମ୍ନାରେ ଦୁର୍ବଳ ଦେଖାନଯିବା ପାଇଁ ଚୀନ ସରକାର ଏଭଳି ଆକ୍ରମଣ କରିବା ପାଇଁ ରାଜି ହୋଇଥିଲେ । ସେହିଭଳି ଚୀନ୍ ଭାରତ ଉପରେ ପ୍ରଥମେ ଆକ୍ରମଣ କରି ଯୁଦ୍ଧ ଉସକାଇଥିବେ ହେତୁ ଚୀନ ଭାରତ ଉପରେ ଲଗାଉଥିବା ଆରୋପକୁ ଆମେରିକା ଖାରଜ କରିଛି ।

ଅନ୍ୟପକ୍ଷରେ ଚୀନ୍ ଭାରତ ଉପରେ ଆକ୍ରମଣ କରି ମନୋବଳ ସ୍ତରରେ ଯେଉଁ ବିଜୟ ଆଶା କରୁଥିଲା ତାହା ମଧ୍ୟ ମିଳିବା ସମ୍ଭବ ହୋଇନାହିଁ । ଆମେରିକା ଦୀର୍ଘ ଦିନ ହେଲ ଚୀନର ହୁୱାଇ କମ୍ପାନୀକୁ ଭାରତ ୫-ଜିର ଠିକା ନଦେଉ ବୋଲି ଚାହୁଁଥିଲା ଓ ଭାରତ ଉପରେ କ୍ରମାଗତ ଭାବେ ଏପରି ନକରିବା ପାଇଁ ଚାପ ପକାଉଥିଲା  । ଏବେ ଭାରତ  ୫-ଜି ପ୍ରୋଜେକ୍ଟରୁ ଚୀନ୍ କମ୍ପାନୀଙ୍କୁ ବିଦାକରି ଚୀନର ଉଦ୍ଦେଶ୍ୟକୁ ବିଫଳ କରିଛି । ଅନ୍ୟପକ୍ଷରେ ଟିକଟକ୍ ଭଳି ଆପକୁ ଭାରତୀୟମାନେ ବ୍ୟାନ୍ କରିବା ଦ୍ୱାରା ଚୀନ ନିଜ ଉଦ୍ଦେଶ୍ୟରେ ଫେଲ୍ ହେଉଛି ବୋଲି ଆମେରିକା କହିଛି । ଏହାବ୍ୟତୀତ ପୂର୍ବ ରେକର୍ଡକୁ ଦେଖିଲେ ଜେନେରାଲ ଝାଓ ଜଣେ ବିଫଳ ଓ ସଂଘର୍ଷପ୍ରିୟ ସେନାଧ୍ୟକ୍ଷ ବୋଲି ରିପୋର୍ଟରେ ଦର୍ଶାଯାଇଛି । ୧୯୭୯ର ଭିଏତନାମ ଯୁଦ୍ଧ ଓ ୨୦୧୭ର ଡୋକଲାମ୍ ବିବାଦରେ ଜେନେରାଲ ଝାଓଙ୍କ ଯୋଗୁଁ ହିଁ ଚୀନର ସମସ୍ୟା ବଢିଥିଲା ବୋଲି ଆମେରିକାର ଗୁଇନ୍ଦା ରିପୋର୍ଟରେ ଦର୍ଶାଯାଇଛି ।

Leave a Reply