ରେସଲିଂ ରିଙ୍ଗରେ ଆଉ ଦେଖାଯିବେନି ଦି ଅଣ୍ଡରଟେକର, ଫ୍ରିରେସଲିଂକୁ କହିଲେ ଅଲବିଦା

ରେସଲିଂ ରିଙ୍ଗରେ ଆଉ ଦେଖାଯିବେନି ଦି ଅଣ୍ଡରଟେକର୍  । ଡବ୍ଲୁ ଡବ୍ଲୁ ଇ ସ୍ପୋଟସରୁ ସ୍ଥାୟୀ ଭାବେ ଅବସର ନେବା ନେଇ  ପରୋକ୍ଷ ଭାବେ ସୂଚନା ଦେଇଛନ୍ତି ଅଣ୍ଡରଟେକର । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ ଜଣାଇଛନ୍ତି ଏବେ ରିଙ୍ଗକୁ ଓହ୍ଲାଇବା ପାଇଁ ମୋର ଆଗ୍ରହ ନାହିଁ । ଏଣୁ  ଡବ୍ଲୁ ଡବ୍ଲୁ ଇ ଜଗତରୁ ସେ ଖୁବ୍ ଶୀଘ୍ର ଅବସର ନେବେ । ୫୫ ବର୍ଷୀୟ ମାର୍କ କାଲାବେ ରେସିଲିଂ ଜଗତରେ ଅଣ୍ଡରଟେକର ଭାବେ ଦର୍ଶକଙ୍କ ଗହଣରେ ବେଶ ଆଦୃତ । ତାଙ୍କ ଉପରେ ସଦ୍ୟ ନିର୍ମିତ ଡକୁମେଣ୍ଟାରୀରେ ସେ କହିଥିଲେ ଯେ ରେସିଲିଂ ଜଗତରେ ସେ ଜିତିବା ଭଳି ଅନ୍ୟ କୌଣସି ଟାଇଟେଲ୍ ବାକି ନାହିଁ ।

ସେହିଭଳି ସେ କହିଛନ୍ତି ଯ କ୍ୟାରିୟର ଶେଷ କରିବା ପାଇଁ ଏହା ଶ୍ରେଷ୍ଠ ସମୟ । ଏଣୁ ଯଥାଶୀଘ୍ର ଅବସର ନେବା ଆବଶ୍ୟକ । ତେବେ ଜୀବନର ଶେଷ ମ୍ୟାଚ କେବେ ଖେଳିବେ ସେ ନେଇ କୌଣସି ବିଦ୍ଧିବଦ୍ଧ ଘୋଷଣା ଅଣ୍ଡରଟେକର୍ କରିନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଣଣ୍ଡରଟେକର୍ ଉଭୟ ରୟଲ ରମ୍ୱଲ୍ସ ଓ ଟ୍ୟାଗ୍ ଟିମ୍ ଟାଇଟଲ୍ ହାତେଇ ସାରିଛନ୍ତି ।

undrtaker

୧୯୯୦ ଦଶକରେ କ୍ୟାରିୟର ଆରମ୍ଭ କରିଥିବା ଅଣ୍ଡରଟେକରଙ୍କର ପୁରା ଦୁନିଆରେ ଅନେକ ଫ୍ୟାନ୍ ରହିଛନ୍ତି । ବିଶେଷକରି ସେ ଭାରତରେ ବେସ ଲୋକପ୍ରିୟ । ଭାରତୀୟ ସିନେମାରେ ମଧ୍ୟ ସେ ଅଭିନୟ କରିଛନ୍ତି । ୧୯୯୬ ମସିହାରେ ଆସିଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ଖିଲାଡିଓଁ କା ଖିଲାଡିରେ ଅଣ୍ଡରଟେକର ଅଭିନୟ କରିଥିଲେ । ଏହି ଫିଲ୍ମରେ ଅକ୍ଷୟଙ୍କୁ ଅଣ୍ଡରଟେକରଙ୍କ ସହ ରିଂଗ୍ ଭିତରେ ଫାଇଟ୍ କରିବାର ଦେଖିବାକୁ ମିଳିଥିଲା ।

Leave a Reply