spot_img
Home Blog Page 6933

ଏସ୍‌ବିଆଇ ଫାଉଣ୍ଡେସନ୍ ପକ୍ଷରୁ ଦିଆଯିବ ୪୪ଟି ଭେଣ୍ଟିଲେଟର

ଭୁବନେଶ୍ୱର: ଷ୍ଟେଟ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଫାଉଣ୍ଡେସନ୍‌ର କର୍ମଚାରୀମାନଙ୍କ ପରିବାର ରାଜ୍ୟର କୋଭିଡ ମୁକାବିଲାରେ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । କର୍ମଚାରୀମାନେ ସେମାନଙ୍କ ପରିବାର ପକ୍ଷରୁ ସଂଗୃହୀତ ଅର୍ଥ ତଥା ଏସ୍‌ବିଆଇ ଫାଉଣ୍ଡେସନ୍‌ ପାଣ୍ଠିରୁ ମିଳିତ ଭାବରେ ରାଜ୍ୟ ସରକାରଙ୍କୁ କୋଭିଡ ମୁକାବିଲା ପାଇଁ ୪୪ଟି ପୋର୍ଟେବଲ ଭେଣ୍ଟିଲେଟର ଯୋଗାଇ ଦିଆଯି ବୋଲି ଷ୍ଟେଟ୍ ବ୍ୟାଙ୍କର ଚିପ୍‌ ଜେନେରାଲ ମ୍ୟାନେଜଣ ପ୍ରବୀଣା କାଲା ଜଣାଇଛନ୍ତି । ଏଥିମଧ୍ୟରୁ ୧୧ଟି ଭେଣ୍ଟିଲେଟର ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନକୁ ଚଳିତ ମାସରେ ପ୍ରଦାନ କରାଯିବ । ବାକ ୩୩ଯି ସଂଗ୍ରହ କରାଯାଇ ଜୁନ୍‌ ମାସରେ ଦିଆଯିବ ବୋଲି ଶ୍ରୀମତି କାଲା କହିଛନ୍ତି ।

ଲ୍ୟାଣ୍ଡଫଲ୍ ବେଳକୁ ପବନର ବେଗ ହୋଇପାରେ ସର୍ବାଧିକ ଘଣ୍ଟା ପ୍ରତି ୧୯୦ କି.ମି

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ବାତ୍ୟା ଅମ୍ପାନ ନେଇ ସତର୍କ ସୂଚନା ଜାରି କରିଛି । ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଆଗାମୀ ୨ ଦିନ ମଧ୍ୟରେ ଏହା ସାମୁଦ୍ରିକ ଝଡ଼ର ରୂପ ନେବା । ତେବେ ଏଯାଏଁ ଏହାର ଗତି କେଉଁ ଆଡ଼କୁ ରହିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଆସନ୍ତୁ ଜାଣିବା ସମ୍ଭାବ୍ୟ ବାତ୍ୟା ଅମ୍ପାନ ନେଇ ୧୦ ବଡ଼ କଥା ।

୧. ସକାଳ ସାଢ଼େ ୮ଟାରେ ପାଣିପାଗ ବିଭାଗ ପକ୍ଷରୁ ଅପଡେଟ୍ ସୂଚନା ଜାରି ହୋଇଥିଲା । ଏହା ଅନୁଯାୟୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପାରାଦୀପ ଠାରୁ ୧୦୬୦ କିଲୋମିଟ ଏବଂ ପଶ୍ଚିମବଙ୍ଗର ଦୀଘା ଠାରୁ ୧୩୧୦ କିଲୋମିଟର ଦୂରରେ ରହିଛି ।

୨.ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ସାମୁଦ୍ରିକ ଝଡ଼ର ରୂପ ନେବ । ଏହାପରେ ଆସନ୍ତା ୨୪ ଘଣ୍ଟାରେ ଭୟଙ୍କର ବାତ୍ୟାରେ ପରିବର୍ତ୍ତନ ହେବ । ବର୍ତ୍ତମାନର ଅନୁମାନ ଅନୁଯାୟୀ ୨୦ ତାରିଖ ବେଳକୁ ପଶ୍ଚିମବଙ୍ଗ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ ।

୩. ୧୯୦ କିମି ପ୍ରତି ଘଣ୍ଟାର ବେଗରେ ପବନ ବହିପାରେ । ୧୯ ମଇ ବେଳକୁ ଓଡ଼ିଶାରେ ୬୫ କିଲୋମିଟର ପ୍ରତି ଘଣ୍ଟାର ସ୍ପିଡ୍‌ରେ ପବନ ବହିପାରେ । ଏହାପରେ ପବନର ବେଗ ଲଗାତାର ଭାବେ ବଢ଼ିପାରେ । ଏବଂ ଲ୍ୟାଣ୍ଡଫଲ୍‌ ବେଳକୁ ୧୯୦ କି.ମି ବେଗରେ ପବନ ବହିପାରେ ।
୪.  ଦକ୍ଷିଣ-ପୂର୍ବ ବଙ୍ଗୋସାଗରରେ ସୃଷ୍ଟ ଲଘୁଚାପ ଫଳେରେ ଆଣ୍ଡାମାନ ଓ ନିକୋବରର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି । ସୋମବାର ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା । ପଶ୍ଚିମବଙ୍ଗରେ ରବିବାର ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ।

୫. ଏହାର ପ୍ରଭାବରେ ଆଗାମୀ ୫ରୁ ୬ ଦିନ ଯାଏଁ ପାଣିପାଗ ମେଘୁଆ ରହିବ । ଆଣ୍ଡାମାନ ସାଗର ଏବଂ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଆସନ୍ତା ୫ରୁ ୬ ଦିନ ପର୍ଯ୍ୟ ପାଗ ମେଘୁଆ ରହିବ । ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ ସମୁହ ଓଡ଼ିଶା, ପଶ୍ଚିମବଙ୍ଗ ଅଞ୍ଚଳରେ ମଧ୍ୟମ ବର୍ଷା ହେବ ।

୬. ଓଡ଼ିଶାର ୧୨ ଜିଲ୍ଲାକୁ ଆଲର୍ଟ : ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ରାଜ୍ୟର ୧୨ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ୧୨ ଉପକୂଳବର୍ତ୍ତୀ ଜିଲ୍ଲାକୁ ଏ ନେଇ ସତର୍କ କରାଯାଇଛି ।

୭. ସ୍ୱତନ୍ତ୍ର ରିଲିଫ କମିଶନର ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ସହ ବାତ୍ୟାର ସ୍ଥିତି ନେଇ ଆଲୋଚନା କରିଛନ୍ତି । ରାଜ୍ୟ ପ୍ରତି ଏହାର ବିପଦ ନେଇ  ସମୀକ୍ଷା କରିଛନ୍ତି ।

୮. ପାଣିପାଗ ବିଭାଗର ସୂଚନା ମୁତାବକ ଘୂର୍ଣିଝଡ଼ ନିଜ ଦିଗ ବଦଳାଇ ଉତ୍ତର ଉତ୍ତର ପୂର୍ବ ଦିଗକୁ ଗତି କରିବ ଏବଂ ପୁଣି ବଙ୍ଗୋପସାଗର ଆଡ଼କୁ ମୁହାଇବ ।

୯. ଏନ୍‌ଡିଆରଏଫ୍ ଏବଂ ଫାୟାର ବ୍ରିଗେଡକୁ ଆର୍ଲଟ ରହିବାକୁ କୁହାଯାଇଛି  । ଅଗ୍ନିଶମ ସେବା ସମେତ ଅନ୍ୟ ବାହିନୀଙ୍କୁ ନିୟୋଜିତ କରାଯାଇପାରେ । ଏହା ସହିତ ଅନ୍ୟମାନଙ୍କୁ ଆଲର୍ଟରେ ରଖାଯାଇଛି ।

୧୦. ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଗତ ୨ରୁ ୩ ଦିନ ମଧ୍ୟରେ ସମୁଦ୍ରକ ଯାଇଥିବା ବୋଟ, ଟ୍ରଲରକୁ ଫେରାଇଅଣାଯାଇଛି । ଏବଂ ଅନ୍ୟ କାହାକୁ ସମୁଦ୍ରକୁ ଯିବାକୁ ଦିଆଯାଉନାହିଁ ।

ସମ୍ଭାବ୍ୟ ବାତ୍ୟା ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାରଙ୍କ ସହ ସହଯୋଗ କରନ୍ତୁ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅମ୍ପାନ’ ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଭାବିତ ହେବାକୁ ଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ଏହାକୁ ଦୃଷ୍ଟିରେ ରଖି ମୁକାବିଲା ଯୋଜାନା ପ୍ରସ୍ତୁତ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଓଡ଼ିଶାବାସୀ ମହାବାତ୍ୟା ଠାରୁ ଆରମ୍ଭ କରି ଫୋନି, ତିତିଲି, ବୁଲବୁଲ, ଫାଇଲିନ୍‌, ହୁଡହୁଡ ଆଦି ଅନେକ ବାତ୍ୟାର ସପଳତାର ସହ ମୁକାବିଲା କରିଆସିଛନ୍ତି । ତେଣୁ ଆତଙ୍କିତ ନହୋଇ ଅମ୍ପାନର ମୁକାବିଲା କରିବା ପାଇଁ ସରକାରଙ୍କ ସହ ସହଯୋଗ କରବାକ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏନ୍‌ଡିଆରଏଫ୍ ଓ ଓଡିଆରଏଏଫ୍‌ ଓ ଅଗ୍ନିଶମ ବାହିନୀ ସଜାଗ ରଖିବା ସହ ବିପଦସଂକୁଳ ଅଞ୍ଚଳର ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ପ୍ରସ୍ତୁତି ସହ ବାତ୍ୟା ପରେ ପରେ ରାସ୍ତା, ବିଜୁଳି ଓ ପାନୀୟଜଳ ଯୋଗାଣ ସ୍ୱାଭାବକି କରିବା ପାଇଁ ବିକଳ୍ପ ବ୍ୟବସ୍ଥା ରାସ୍ତା, ବିଜୁଳି ଓ ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବା ପାଇଁ ବିକଳ୍ପ  ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପୂର୍ତ୍ତ, ଶକ୍ତି, ପଞ୍ଚାୟତିରାଜ  ଓ ପାନୀୟ ଜଳ ଯୋଗାଣ ଏବଂ ନଗର ଉନ୍ନୟନ ବିଭାଗ ସମନ୍ୱୟ ରଖି କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ସମୟରେ ମାଛ ଧରା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ବାତ୍ୟା ଯୋଗୁଁ ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଥିବା ୪ ଜିଲ୍ଲାରେ ଏକ ଲକ୍ଷ ହେକ୍ଟର ରବି ଫସଲ ଓ ପନିପରିବା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ତେଣୁ ଚାଷୀମାନଙ୍କୁ ଏ ସମ୍ପର୍କରେ ବ୍ୟାପକଭାବେ ସଚେତନ କରାଯିବା ଉପରେ ବୈଠକରେ ଗୁରୁତ୍ୱରୋପ  କରାଯାଇଥିଲା ।

ବାତ୍ୟା ‘ଅମ୍ପାନ’ର ମୁକାବିଲା ପାଇଁ ୧୧ ଲକ୍ଷ ଲୋକ ରହିପାରିବା ଭଳି ୫୬୭ ବାତ୍ୟା ଅସ୍ଥାୟୀସ୍ଥଳ ଏବଂ ୭ହଜାର ପକ୍କା ଘର ପ୍ରସ୍ତୁତ ରଖାଯାଇଛି । ଏହାସହିତ ୩ଟି ଏନଡିଆରଏଫ୍‌ ଓ ୧୨ଟି ଓଡିଆରଏଏଫ୍‌ ଟିମ୍‌ ଏବଂ ୩୫୫ ୟୁନିଟ ଅଗ୍ନିଶମସେବା ବାହିନୀ ମୁତୟନ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଥିଲା ଯେ, ଅମ୍ପାନ ପ୍ରଭାବରେ ମଇ ୧୮ରୁ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବା ସହିତ ୧୯ ଓ ୨୦ ଦୁଇ ଦିନ ଧରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଏହାସହିତ ପବନର ବେଗ ଘଣ୍ଟାକୁ ୯୫ କିମି ଏବଂ ସ୍ଥଳ ବିଶେଷରେ ଏହାଠାରୁ ଅଧିକ ହୋଇପାରେ ବୋଲି ସୂଚନା ଦିଆଯାଇଥିଲା । ଏହି ବାତ୍ୟାରେ ରାଜ୍ୟର ୧୨ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି  ।

ଅନ୍ୟାନ୍ୟ ବିଷୟମାନଙ୍କ ମଧ୍ୟରେ ଡାକ୍ତରଖାନା ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ମାନଙ୍କରେ ବିଦ୍ୟୁତ ସରବରାହ ଜାର ରଖାଯିବ, ସହରାଞ୍ଚଳମାନଙ୍କରେ ଜଳ ଆବଦ୍ଧ ଭଳି ସମସ୍ୟାର ଦୂରୀକରଣ ଆଦି ବିଷୟରେ ଆଲୋଚନା କରାଯାଇଥିଲା ।

ଏହି ଭିଡ଼ିଓ କନ୍‌ଫରେନ୍ସିଂରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ, ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ସଚିବ , ଶାସନ ସଚିବ ଏବଂ ପ୍ରଭାବିତ ଜିଲ୍ଲାମାନଙ୍କର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।

ରାଜ୍ୟରେ ଆଉ ୩୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ୍‌ ମୁକାବିଲା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ଏହି ସୂଚନା ଦେଇଛନ୍ତି । ତେବେ ଏହି ୩୦ ନୂଆ ସୁସ୍ଥଙ୍କୁ ମିଶାଇ ଏବେ ରାଜରେ ମୋଟ ୧୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହିତ ମୋଟ ୫୩୮ଟି ମାମଲା ସକ୍ରିୟ ରହିଛି ।

ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୭୩୭ରେ ପହଞ୍ଚିଲାଣି । ସେଥିମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଗଞ୍ଜାମରେ ସବୁଠାରୁ ଅଧିକ ୨୭୭ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଦ୍ୱିତୀୟରେ ଯାଜପୁରରେ ୧୨୧ ଆକ୍ରାନ୍ତ ରହିଥିବା ବେଳେ ତୃତୀୟରେ ବାଲେଶ୍ୱରରେ ୧୦୨ ଆକ୍ରାନ୍ତ ଓ ଚତୁର୍ଥରେ ଭଦ୍ରକରେ ୫୬ ଆକ୍ରାନ୍ତ ରହିଛନ୍ତି ।

ଆମେରିକା କମ୍ପାନୀର ଦାବି: ଆମ ପାଖରେ ଅଛି କରୋନା ଔଷଧ,ଦରକାର ନାହିଁ ସାମାଜିକ ଦୂରତା !

ନ୍ୟୁୟର୍କ: ଆମେରିକାର ଏକ କମ୍ପାନୀ ଦାବି କରିଛି ଯେ, ସେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରି ସାରିଛି । ଆଉ ସେହି ଔଷଧ ଅନେକାଂଶରେ ସଫଳ ମଧ୍ୟ ହୋଇଛି । ଫକ୍ସ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, କାଲିଫର୍ଣ୍ଣିଆର ବାୟୋଟେକ୍ କମ୍ପାନୀ ସୋରେଣ୍ଟୋ ଥେରାପିଟିସ୍ କହିଛି ଯେ, ସେମାନେ STI-1499 ନାମକ ଏକ ଆଣ୍ଟିବଡି ପ୍ରସ୍ତୁତ କରିଛନ୍ତି । ଯାହା କରୋନାକୁ ନିପାତ କରିବାରେ ସଫଳ ହେବ ।

କମ୍ପାନୀ କହିଛି ପେଟ୍ରି ଡିସ୍ ପରୀକ୍ଷଣରେ ଏହା ଜଣାପଡିଛି ଯେ, STI-1499 ଆଣ୍ଟିବଡି କରୋନା ଜୀବାଣୁକୁ ମାନୁଷ୍ୟ କୋଷରେ ବିସ୍ତାର କରିବାରେ ଶତପ୍ରତିଶତ ରୋକିଥାଏ ।

ସୋରେଣ୍ଟୋ କମ୍ପାନୀ ନ୍ୟୁୟର୍କର ମାଉଣ୍ଟ ସାଇନା ସ୍କୁଲ ଅଫ୍ ମେଡିସିନ୍ ସହିତ ଅନେକ ଆଣ୍ଟିବଡି ଉତ୍ପାଦନ ପାଇଁ କାର୍ଯ୍ୟ କରୁଛି । ଯୋଜନା ହେଉଛି ଅନେକ ଆଣ୍ଟିବଡି ମିଶ୍ରଣ କରି ଔଷଧର କକ୍‌ଟେଲ ସୃଷ୍ଟି କରି ହେବ ।

ଡେଲି ମେଲ୍‌ ରିପୋର୍ଟ ଅନୁଯାୟୀ, ସୋରେଣ୍ଟୋ କମ୍ପାନୀ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛି ଯେ ଏକ ମାସ ମଧ୍ୟରେ ଏହା ୨ ଲକ୍ଷ ଡୋଜ୍‌ ଆଣ୍ଟିବଡି ଉତ୍ପାଦନ କରିପାରିବ । STI-1499 ଆଣ୍ଟିବଡି ବ୍ୟବହାର କରିବାକୁ ଅନୁମୋଦନ ପାଇଁ କମ୍ପାନୀ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) କୁ  ଆବେଦନ କରିଛି । ଜରୁରୀକାଳୀନ ଭିତ୍ତିରେ କମ୍ପାନୀ ଅନୁମୋଦନ ଲୋଡ଼ିଛି ।

ଏହି ଖବର ପରେ ପ୍ରଚାରିତ ପରେ କମ୍ପାନୀର ଷ୍ଟକ୍ ମୂଲ୍ୟରେ ୨୨୦ ପ୍ରତିଶତ ବୃଦ୍ଧି ପାଇଛି । ସୋରେଣ୍ଟୋ ସିଇଓ ଡକ୍ଟର ହେନେରୀ ଜି ଫକ୍ସ ନ୍ୟୁଜ୍‌କୁ କହିଛନ୍ତି  ଯେ, ଏହାର ଉପଶମ ଅଛି ଏବଂ ଏହି ଚିକିତ୍ସା ଶତପ୍ରତିଶତ ପ୍ରଭାବଶାଳୀ ଅଟେ |

ସିଇଓ ଡକ୍ଟର ହେନେରୀ କହିଛନ୍ତି ଯେ, ଯଦି ଆପଣଙ୍କ ଶରୀରରେ କରୋନା ଜୀବାଣୁକୁ ନିଷ୍କ୍ରିୟ କରିବା ପାଇଁ ଆଣ୍ଟି ବଡିଜ୍‌ ରହିବ ତେବେ ସାମାଜିକ ଦୂରତା ନିୟମ ମଧ୍ୟ ଅବଲମ୍ବନ କରିବାକୁ ପଡ଼ିବ ନାହିଁ । ବିନା ଭୟରେ ପ୍ରତିବନ୍ଧକ ହଟାଯାଇପାରିବ ।

ଅବଶ୍ୟ, ଏହି ଆଣ୍ଟିବଡି ଲ୍ୟାବ୍‌ରେ ଥିବା ମନୁଷ୍ୟ କୋଷ ଉପରେ ପରୀକ୍ଷା କରାଯାଇଛି । ହେଲେ ଏହା ସିଧାସଳଖ ମଣିଷ ଉପରେ ପରୀକ୍ଷା କରାଯାଇ ନାହିଁ । ଆଣ୍ଟିବଡିଗୁଡିକର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ବର୍ତ୍ତମାନ ସୁଦ୍ଧା ଜଣା ନାହିଁ । ଏହା ମାନବ ଶରୀରରେ କିପରି ଆଚରଣ କରିବ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ।

Coronavirus Testing Lab

ସରକାର ସାହୁକାରଙ୍କ ଭଳି ବ୍ୟବହାର କରୁଛନ୍ତି, ଲୋକଙ୍କ କରଜ ନୁହେଁ ଟଙ୍କା ଆବଶ୍ୟକ

ନୂଆଦିଲ୍ଲୀ: କରୋନା ମୁକାବିଲା ବିଶେଷକରି ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ବୋଲି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି କହିଛନ୍ତି । ଶନିବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ରାହୁଲ ଲକଡାଉନ୍ କାରଣରୁ ଦେଶର ସୃଷ୍ଟି ହୋଇଥିବା ପରିସ୍ଥିତି ବାବଦରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦ ଲକ୍ଷ କୋଟିର ପ୍ୟାକେଜ୍ ଘୋଷଣା ଉପରେ ପ୍ରତିକ୍ରିୟା ରଖି ରାହୁଲ କହିଥିଲେ ଯେ, ଯେତେବେଳେ ପିଲା କାନ୍ଦେ ସେତେବେଳେ ମା’ ତାକୁ କରଜ ଦିଏ ନାହିଁ, ଟ୍ରିଟ୍ ଦିଏ । ସେମିତି ସଡ଼କ ଉପରେ ଚାଲୁଥିବା ପ୍ରବାସୀ ଶ୍ରମିକ କରଜ ନୁହେଁ ଟଙ୍କା ଆବଶ୍ୟକ କରନ୍ତି । ସେଥିପାଇଁ ସରକାର ସାହୁକାରଙ୍କ ଭଳି କାମ କରନ୍ତୁ ନାହିଁ  ।

ଆପଣ ପ୍ରଧାନମନ୍ତ୍ରୀ ହୋଇଥିଲେ କ’ଣ କରିଥାନ୍ତେ ?

ଏହି ସମୟରେ ଜଣେ ସାମ୍ବାଦିକ ରାହୁଲ ଗାନ୍ଧିଙ୍କୁ ପଚାରିଥିଲେ ଯେ, ଆପଣ ଯଦି ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ କଣ କରିଥାନ୍ତେ ? ଉତ୍ତରରେ ରାହୁଲ ଗାନ୍ଧି ହସି କରି କହିଥିଲେ ଯେ, ମୁଁ ପ୍ରଧାନମନ୍ତ୍ରୀ ନୁହେଁ । ତେଣୁ ଏଭଳି କାଳ୍ପନିକ ସ୍ଥିତିକୁ ନେଇ ମୁଁ କଥା ହୋଇ ପାରିବି ନାହିଁ । କିନ୍ତୁ ବିରୋଧୀ ଦଳ ନେତା ହିସାବରେ ମୁଁ କହିବି ଯେ, କୌଣସି ବ୍ୟକ୍ତି କାମ ତଲାସରେ ହିଁ ନିଜ ଘର ଛାଡି ଅନ୍ୟ ରାଜ୍ୟକୁ ଯାଇଥାଏ । ଏଥିପାଇଁ ସରକାରଙ୍କୁ ରୋଜଗାର ପ୍ରସଙ୍ଗରେ ରାଷ୍ଟ୍ରୀୟ ରଣନୀତି ତିଆରି କରିବାକୁ ପଡିବ ।

ରାହୁଲ କହିଥିଲେ ଯେ, ମୋ ହିସାବରେ ସରକାରଙ୍କୁ ତିନି ଟର୍ମ-ସର୍ଟ, ମିଡ୍ ଓ ଲଙ୍ଗ ଟର୍ମରେ କାମ କରିବାକୁ ପଡିବ । ସର୍ଟ ଟର୍ମରେ ଡିମାଣ୍ଡ୍ ବଢାନ୍ତୁ । ଏହି କ୍ରମରେ ଆପଣ ଭାରତର ଛୋଟ ଓ ମଧ୍ୟମ ବ୍ୟବସାୟୀଙ୍କୁ ବଂଚାଇବେ । ସେମାନଙ୍କୁ ରୋଜଗାର ଦିଅନ୍ତୁ । ଆର୍ଥିକ ସହାୟତା ଦିଅନ୍ତୁ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଯେଉଁମାନଙ୍କୁ ଅଧିକ ବିପଦ ଅଛି ସେମାନଙ୍କ ଅଧିକ ଧ୍ୟାନ ରଖନ୍ତୁ । ସେହିଭଳି ମିଡ୍ ଟର୍ମରେ ଛୋଟ ଓ ମଧ୍ୟମ ବ୍ୟବସାୟୀଙ୍କୁ ସାହାଯ୍ୟ କରନ୍ତୁ । ଭାରତର ୪୦ ପ୍ରତିଶତ ରୋଜଗାର ଏହି ଲୋକଙ୍କ ଜରିଆରେ ମିଳିଥାଏ । ତେଣୁ ଏମାନଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ପଡିବ ।

ସରକାର ସାହୁକାର ଭଳି ବ୍ୟବହାର କରନ୍ତୁ ନାହିଁ

ଏହାପୂର୍ବରୁ ରାହୁଲ ଗାନ୍ଧି ସରକାରଙ୍କ ସାହାଯ୍ୟ ଯଥେଷ୍ଟ ନୁହେଁ ବୋଲି କହିଥିଲେ । ସେ କହିଥିଲେ ଯେ, କରଜ ଦ୍ୱାରା ସେମାନଙ୍କୁ ସାହାଯ୍ୟ କରି ହେବ ନାହିଁ । କୃଷକ,ପ୍ରବାସୀ ଓ ଶ୍ରମିକଙ୍କ ପକେଟକୁ ସିଧାସଳଖ ଟଙ୍କା ଯିବା ଆବଶ୍ୟକ । ସେ କହିଥିଲେ ଯେ, ସଡକରେ ଚାଲୁଥିବା ପ୍ରବାସୀ ଶ୍ରମିକ କରଜ ନୁହେଁ ଟଙ୍କା ଆବଶ୍ୟକ କରନ୍ତି । ପିଲା ଯେତେବେଳେ କାନ୍ଦେ ସେତେବେଳେ ମା’ ତାକୁ ଲୋନ୍ ଦିଏନା, ତାକୁ ଚୁପ୍ କରାଇବା ଉପାୟ ଖୋଜେ ।  ତାକୁ ଟ୍ରିଟ୍ ଦିଏ । ସରକାରଙ୍କୁ ସାହୁକାର ନୁହେଁ ମା’ ଭଳି ବ୍ୟବହାର କରିବାକୁ ହେବ ।

୭ ମାସର ଗର୍ଭବତୀ, ତଥାପି କରୋନା ବିରୋଧରେ ଛିଡା ହୋଇଛନ୍ତି ଆଦିବାସୀ ଅଞ୍ଚଳର ଏହି ସରପଞ୍ଚ

ପାରଳାଖେମୁଣ୍ଡି: କୋରନାକୁ ମୁକାବିଲା କରିବା ପାଇଁ ଜାରି ରହିଛି ଲଢେଇ । ଏହି ଲଢେଇରେ ସାମିଲ ହୋଇ କାର୍ଯ୍ୟ କରୁଥିବା  ଡାକ୍ତର, ପୋଲିସ , ସରକାରୀ କର୍ମଚାରୀ ଓ ପଞ୍ଚାୟତ ସ୍ତରରେ ମୁଖ୍ୟ ପୁରୋଧା ସାଜିଥିବା ସରପଞ୍ଚ ସମସ୍ତେ ହେଉଛନ୍ତି ଜଣେ ଜଣେ ଆଗଧାଡ଼ିର ଯୋଦ୍ଧା । ତେବେ ଆସନ୍ତୁ ଜାଣିବା ସେହିଭଳି ଜଣେ ଯୋଦ୍ଧାଙ୍କ ସମ୍ପର୍କରେ ।

ଜଣେ ଆଦିବାସୀ ମହିଳା ହୋଇ ମଧ୍ୟ ଜନପ୍ରତିନିଧି ଭାବରେ ନିର୍ବାଚିତ ହେବାଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରି ଆସୁଛନ୍ତି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ଗୁମ୍ମା ବ୍ଳକର ରାଗିଡି ପଞ୍ଚାୟତର ସରପଞ୍ଚ ପବିତା ଗମାଙ୍ଗ ।  କୋରନା ମହାମାରୀ ସମୟରେ ଭୂତାଣୁ ସହ ମୁକାବିଲା କରିବା ପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି ସରକାର । ସେଥିପାଇଁ ସେ ୭ ମାସର ଗର୍ଭବତୀ ଥିବା ସତ୍ତ୍ୱେ ଲୋକଙ୍କ ପାଇଁ କାମ କରୁଛନ୍ତି । ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହ ଗରିବ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି । ଅନ୍ୟ ପକ୍ଷରେ ଗର୍ଭବତୀ ପବିତା ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହି କ୍ୱାରାଣ୍ଟାଇନ କେନ୍ଦ୍ରକୁ ମଧ୍ୟ ପରିଚାଳନା କରୁଛନ୍ତି । ସେ ଏଭଳି ସମୟରେ ଲୋକଙ୍କ ସେବା କରି ଖୁସି ଅନୁଭବ କରୁଥିବା କହିଛନ୍ତି ।

ଜଣେ ଉଚ୍ଚ ଶିକ୍ଷିତା ମହିଳା ହୋଇ ସରପଞ୍ଚ ହେବାଠାରୁ ଆରମ୍ଭ କରି ପଞ୍ଚାୟତର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରିଆସୁଛନ୍ତି ପବିତା । ମହାମାରୀ କରୋନା ବିପଦ ସମୟରେ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି ଗର୍ଭବତୀ ଥାଇ ସୁଦ୍ଧା ପ୍ରତ୍ୟେକ କ୍ଷେତ୍ରରେ ନିଜେ ସାମିଲ ହୋଇ କାର୍ଯ୍ୟ କରୁଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ପଞ୍ଚାୟତବାସୀ । ଲୋକଙ୍କ ସେବା ସହିତ ନିଜ ପ୍ରତି ଯତ୍ନବାନ ହେବା ପାଇଁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

ତେବେ କୋରନାକୁ ପ୍ରତିରୋଧ କରିବା ପାଇଁ ବିଭିନ୍ନ ସ୍ତରରେ ଜାରି ରହିଛି ଲଢେଇ ଏହି ଲଢେଇରେ ସାମିଲ ହୋଇ ନିଜ ଜୀବନକୁ  ବାଜି ଲଗେଇ କାର୍ଯ୍ୟ କରୁଥିବା ସମସ୍ତ ଯୋଦ୍ଧା ଧନ୍ୟବାଦର ପାତ୍ର ନିଶ୍ଚୟ ।

ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ସଂସ୍କାର,ଏଫଡିଆଇ ସୀମା ୪୯%ରୁ ୭୪ ପ୍ରତିଶତ ହେବ

ନୂଆଦିଲ୍ଲୀ: କରୋନା ବିରୋଧରେ ଯୁଦ୍ଧ ମଧ୍ୟରେ ଆଜି ଅର୍ଥମନ୍ତ୍ରୀ ଆର୍ମନିର୍ଭର ଭାରତ ପ୍ୟାକେଜର ଚତୁର୍ଥ କିସ୍ତି ବାବଦରେ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି । କୋଇଲା କ୍ଷେତ୍ରରେ ଘରୋଇ କଂପାନୀଙ୍କ ପ୍ରବେଶ ଅନୁମତି ସହ ଆଜି ଭାରତ ସରକାର ପ୍ରତିରକ୍ଷା ଶିଳ୍ପକ୍ଷେତ୍ରରେ ବ୍ୟାପକ ସଂସ୍କାର ବାବଦରେ ଘୋଷଣା କରିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ପ୍ରତ୍ୟକ୍ଷ ବୈଦେଶିକ ପୁଂଜି ନିବେଶ(ଏଫଡିଆଇ)ର ସୀମାକୁ ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବୃଦ୍ଧି କରିଛନ୍ତି ସରକାର ।

FDI in Defence: Navigating the Twists and Turns | Bharat Shakti

ପ୍ରତିରକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର କଥା ଘୋଷଣା କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସୁରକ୍ଷା ବାହିନୀଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ରହିଛି । ଡିପାର୍ଟମେଣ୍ଟ୍ ଅଫ୍ ମିଲିଟାରି ଆଫାୟର୍ସ ପରାମର୍ଶ ଅନୁଯାୟୀ ଧିରେ ଧିରେ କିଛି ଅସ୍ତ୍ରଶସ୍ତ୍ରର ଆମଦାନୀ ଉପରେ ପ୍ରତିବନ୍ଧକ ଲାଗୁ କରାଯିବ । ଗୁଣବତ୍ତାକୁ ଦୃଷ୍ଟିରେ ରଖି ଏହାର ଘରୋଇ ଉତ୍ପାଦନ ବୃଦ୍ଧି କରାଯିବ ।

Creation of New Department of Military Affairs | The South Asian ...

ପ୍ରତିରକ୍ଷା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଂଜି ନିବେଶ ସର୍ବାଧିକ ସୀମକୁ ୪୯ ପ୍ରତିଶତରୁ ବଢାଇ ୭୪ ପ୍ରତିଶତ କରାଯିବ । ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବୋର୍ଡକୁ କର୍ପୋରେଟ୍ ରୂପ ଦିଆଯିବ । ଷ୍ଟକ ଏକ୍ସଚେଂଜରେ ପ୍ରତିରକ୍ଷା କମ୍ପାନୀ ସୂଚିବଦ୍ଧ ହେବେ । ମୋଟାମୋଟି ଭାବେ ପ୍ରତିରକ୍ଷାର ସ୍ୱେଦେଶୀକରଣ ସହ ନୂଆ ରୋଜଗାର ସୃଷ୍ଟିର ଲକ୍ଷ୍ୟ ରଖାଯାଇଛି ।

Foreign Investment In The Education Sector Regulatory Roadblocks ...

ପ୍ରତିରକ୍ଷା ଓ କୋଇଲା କ୍ଷେତ୍ରରେ ସଂସ୍କାର ସହ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପିପିପି ମଡେଲରେ ଏୟାରପୋର୍ଟ ବିକାଶ କଥା ମଧ୍ୟ କହିଛନ୍ତି । ପିପିପି ଆଧାରରେ ୬ ଏୟାରପୋର୍ଟର ନିଲାମୀ ହେବ ବୋଲି ସେ ଘୋଷଣା କରିଛନ୍ତି ।

Airspace Management

ଏୟାରସ୍ପେସ୍ ମ୍ୟାନେଜମେଣ୍ଟ୍

  • ଏୟାରସ୍ପେସର ଅଧିକରୁ ଅଧିକ ବ୍ୟବହାର କରାଯିବ । ଏହାଦ୍ୱାରା ଏୟାରଲାଇନ୍ସ ଇନ୍ଧନ ଓ ସମୟ ବଂଚାଇ ପାରିବେ ।
  • ପିପିପି ଆଧାରରେ ୬ ଏୟାରପୋର୍ଟ ନିଲାମ ହେବ
  • ଦେଶରେ ଏୟାରପୋର୍ଟ ସୁବିଧା ବଢିବ । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆକୁ ଏଥିପାଇଁ ୨୩୦୦ କୋଟି ଟଙ୍କାର ଡାଉନପେମେଣ୍ଟ୍ ହେବ ।
  • ଏୟାରସ୍ପେସ୍ ବଢିବା ଦ୍ୱାରା ଏୟାରଲାଇନ୍ସ କମ୍ପାନୀଙ୍କୁ ୧ ହଜାର କୋଟି ଟଙ୍କା ବାର୍ଷିକ ସଂଚୟ କରିପାରିବେ ।

ଏୟାରପୋର୍ଟ ଘରୋଇ କରଣର ପ୍ରଥମ ପର୍ଯ୍ୟାୟରେ ୧୨ ବିମାନବନ୍ଦରରେ ୧୩ ହଜାର କୋଟି ଟଙ୍କା ନିବେଶ ଆସିବ ।

ଗ୍ରାହକଙ୍କ ଅନୁରୋଧ କ୍ରମେ ଲକଡାଉନ ମଧ୍ୟରେ ଆରମ୍ଭ ହେବ ‘ମୋ ସାଇକେଲ’ ସେବା

ଭୁବନେଶ୍ୱର: ଲକ୍‌ଡାଉନ୍‌ କଟକଣା ଯୋଗୁଁ ପ୍ରଭାବିତ ହୋଇଛି ‘ମୋ ସାଇକେଲ’ ଭଳି ସେବା । କ୍ରୁଟ୍‌ ପକ୍ଷରୁ ସ୍ମାର୍ଟ ସିଟିରେ ଚାଲିଥିବା ଏହି ସେବା ଦିର୍ଘ ଦୁଇ ମାସ ଧରି ବାଧାପ୍ରାପ୍ତ ହୋଇଛି । ରାଜଧାନୀବାସୀଙ୍କ ଦ୍ଵାରା ବେଶ୍‌ ଆଦୃତ ହୋଇଥିବା ଏହି ସେବାପୁଣି ଆରମ୍ଭ କରିବାକୁ ଯାଉଛି କ୍ରୁଟ୍‌ । ଏନେଇ ସରକାରୀ ଅନୁମତି ମିଳିସାରିଛି। ୟୁଲୁ ଓ ୟୁନା ଭଳି ଦୁଇଟି ଅପରେଟରଙ୍କ ସହଯୋଗରେ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରଥମ ପର୍ଯ୍ୟାୟରେ ୧୮ଟି ଜୋନ୍‌ରେ ୫୦ଟି ପବ୍ଲିକ୍‌ ବାଇକ୍‌ ଷ୍ଟେସନ୍‌ରୁ ଗଡିବ ୩ଶହ ମୋ ସାଇକେଲ ।

ଲକ୍‌ଡାଉନ୍‌ ପାଇଁ ଦୁଇ ମାସ ଧରି ବନ୍ଦ ରହିଥିବା ‘ମୋ ସାଇକେଲ ସେବା’ ପୁଣି ଆରମ୍ଭ ହୋଇଛି । ସରକାରୀ ଅନୁମତି ମିଳିବା ପରେ କ୍ରୁଟ୍‌ ପକ୍ଷରୁ ପୁଣି ଆରମ୍ଭ ହେବାକୁ ଯାଉଛି ଏହି ସେବା । ଆସନ୍ତା ୧୮ ତାରିଖ ସୋମବାର ଠାରୁ ଏହି ସେବା ରାଜଧାନୀରେ ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ୩ଶହ ସାଇକେଲ ଗଡିବାକୁ ଥିବା ବେଳେ ଜୁନ୍‌ ଶେଷ ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ କ୍ରୁଟ୍‌ ପକ୍ଷରୁ ରହିଛି ଆକର୍ଷଣୀୟ ଅଫ୍‌ର ।

ଦୀର୍ଘ ଦିନ ଧରି କାର୍ଯ୍ୟକ୍ଷମ ନହୋଇ ରାସ୍ତାଡ଼ରେ ପଡିରହିଥିଲା ପ୍ରାୟ ୨ହଜାର ମୋ ସାଇକେଲ । ନିୟମିତ ତଦାରଖ ଓ ମରାମତିର ଅଭାବ ଯୋଗୁଁ ଅନେକ ଖରାପ ମଧ୍ୟ ହୋଇଯାଇଛି। ସେସବୁକୁ ସଜାଡିବା କାର୍ଯ୍ୟ ଆରମ୍ଭ ହୋଇଛି । ସେପଟେ ସାନିଟାଇଜେସନ୍‌ ଉପରେ ଗୁରୁତ୍ୱ ଦିଆଯାଉଛି । ଆପ୍‌ ଜରିଆରେ ମଧ୍ୟ ସାଇକେଲ ଚଲାଇବା ପୂର୍ବରୁ ଉକ୍ତ ସାଇକେଲର ବ୍ୟବହାର ଏବଂ ସାନିଟାଇଜେସନ୍‌ ସମ୍ପର୍କରେ ମିଳିବ ସୂଚନା। ଲକ୍‌ଡାଉନ୍‌ ଅବଧି ବଢିବାକୁ ଥିବାବେଳେ ଲୋକଙ୍କ ପାଇଁ ଏହି ସେବା ବେଶ୍‌ ସହାୟକ ହେବ ବୋଲି ଆଶା କରାଯାଉଛି ।

 

କୋଲ୍ ସେକ୍ଟରରେ ବଡ଼ ସୁଧାର, କମର୍ସିଆଲ ମାଇନିଂ ପାଇଁ ଅନୁମତି ଦେବେ ମୋଦି ସରକାର  

ନୂଆଦିଲ୍ଲୀ:  କରୋନା ସଂକଟ ମଧ୍ୟରେ ଆସିଥିବା ଆର୍ଥିକ ସଂକଟରୁ ଦେଶକୁ ମୁକୁଳାଇବା ପାଇଁ ଭାରତ ସରକାର ୨୦ ଲକ୍ଷ କୋଟି ଟଙ୍କାରେ ପ୍ୟାକେଜ୍ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ପ୍ୟାକେଜର ଚତୁର୍ଥ କିସ୍ତି ବାବଦରେ ସୂଚନା ଦେଇଛନ୍ତି ।

ଏହି କ୍ରମରେ  କୋଇଲା କ୍ଷେତ୍ରରେ କମର୍ସିଆଲ ମାଇନିଂ ପାଇଁ ସରକାର ଅନୁମତି ଦେବେ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଏହା ଦ୍ୱାରା କୋଇଲା ଖନନ କ୍ଷେତ୍ରରେ ସରକାରଙ୍କ ଏକାଧିକାର ଶେଷ ହେବ । ଫଳରେ ମାଇନିଂ ସେକ୍ଟରରେ ଘରୋଇ ନିବେଶ ବୃଦ୍ଧି ପାଇବ ।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, ଆମକୁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ପାଇଁ ପ୍ରସ୍ତୁତ ରହିବାକୁ ପଡିବ । ଖଣିଜ ସେକ୍ଟରରେ ବିକାଶର ସୁଯୋଗ ରହିଛି ।  ୫୦୦ ମାଇନିଂ ବ୍ଲକର ନିଲାମି କରାଯିବ । ଏହାସହ ମାଇନିଂ ଲିଜର ମଧ୍ୟ ଟ୍ରାନ୍ସଫର ହେବ । ନୂଆ ଚମ୍ପିଆନ୍ ସେକ୍ଟରକୁ ବୁଷ୍ଟ କରିବା ପାଇଁ କାର୍ଯ୍ୟକ୍ରମର ଆରମ୍ଭ ହେବ । କୋଲ ଇଣ୍ଡିଆ ଲିମିଟେଡର ଖଣିକୁ ମଧ୍ୟ ଘରୋଇ ସେକ୍ଟରକୁ ଦିଆଯିବ  । ଯେମିତିକି ଅଧିକରୁ ଅଧିକ ଖନନ ହୋଇପାରିବ । ୫୦ ନୂଆ ବ୍ଲକ୍ ନିଲାମ ପାଇଁ ଉପଲବ୍ଧ ହେବ ।

Max Mining Operators Underground Coal Mine site Australia - iMINCO

ନିର୍ମଳା ସୀତାରମଣ କହିଛନ୍ତି ଯେ, ଏଥିପାଇଁ ଯୋଗ୍ୟତାର କୌଣସି ବଡ ସର୍ତ୍ତ ରହିବ ନାହିଁ । କୋଇଲା କ୍ଷେତ୍ରରେ କେମିତି ଆତ୍ମନିର୍ଭରତା ବଢିବ ଓ କେମିତି ଅତି କମ ଆମଦାନି କରିବାକୁ ପଡିବ ତାହା ଉପରେ ଆମକୁ କାମ କରିବାକୁ ପଡିବ ।

ବିଶ୍ୱରେ ସବୁଠୁ ଅଧିକ କୋଇଲା ଗଛିତ ଥିବା ତିନି ରାଷ୍ଟ୍ରଙ୍କ ମଧ୍ୟରୁ ଭାରତ ଗୋଟିଏ । କୋଇଲା ମାଇନିଂ ଭିତ୍ତିଭୂମି ବିକାଶ ପାଇଁ ସରକାର ୫୦ ହଜାର କୋଟି ଟଙ୍କା ଦେବେ ।