ଭାରତରେ ଥିବା ପାକିସ୍ତାନ ଦୂତାବାସରୁ ଖାଲି ହେବା ୫୦ ପ୍ରତିଶତ କର୍ମଚାରୀ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବଢିବ କୁଟନୈତିକ ଦୂରତା । ଗୁଇନ୍ଦାଗିରି ଓ ଆତଙ୍କବାଦୀ ଗତିବିଧିକୁ ଆଖିରେ ରଖି ଭାରତର ବଡ଼ ନିଷ୍ପତ୍ତି । ଭାରତରେ ଅବସ୍ଥାପିତ ପାକିସ୍ତାନ ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ହ୍ର।ସ କରିବାକୁ ନୂଆଦିଲ୍ଲୀ ପକ୍ଷରୁ ଇସଲାମାବାଦକୁ କୁହାଯାଇଛି । ଏଥିସହ ଭାରତ ମଧ୍ୟ ଇସଲାମାବାଦରେ ଅବସ୍ଥାପିତ ଦୂତାବାସରୁ କର୍ମଚାରୀ ହ୍ର।ସ କରିବ ବୋଲି କହିଛି । ଆସନ୍ତା ୭ଦିନ ମଧ୍ୟରେ କର୍ମଚାରୀ ହ୍ର।ସ କରାଯିବ । ବୈଦେଶିକ ବ୍ୟାପାର ମନ୍ତ୍ର।ଳୟ ପକ୍ଷରୁ ପାକିସ୍ତାନର ଡି ଚାର୍ଜ ବ୍ୟାପାର ଅଧିକାରୀଙ୍କୁ ଏନେଇ ଅବଗତ କରାଯାଇଛି ।

ପାକିସ୍ତାନ କୁଟନୈତିକ ସଂପର୍କରେ ବାରମ୍ବାର ଭିଏନା କନ୍‌ଭେନ୍‌ସନର ଉଲ୍ଲଂଘନ କରୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନ ଦୂତାବାସରେ ଆବଶ୍ୟକଠାରୁ ଅଧିକ କର୍ମଚାରୀ ରହିଛନ୍ତି ଓ ସେମାନଙ୍କ କାର୍ଯ୍ୟକଳାପରେ ଭାରତ ସରକାର ସନ୍ତୁଷ୍ଟ ନୁହନ୍ତି । ତେଣୁ ପାକିସ୍ତାନ ତାର ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ୫୦ ପ୍ରତିଶତ ହ୍ର।ସ କରିବା ପାଇଁ ଭାରତ ସରକାର କହିଛନ୍ତି। ନିକଟରେ ପାକିସ୍ତାନ ଦୂତାବାସର ୨ କର୍ମଚାରୀ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଥିଲା। ସେହିପରି ଗତ ସପ୍ତାହରେ ଭାରତୀୟ ଦୂତାବାସର ୨ କର୍ମଚାରୀ ଇସଲାମାବାଦରେ ନିଖୋଜ ହେବା ପରେ ପୁଣି ଫେରିଥିଲେ । ତେବେ ଘଟଣାକୁ ନେଇ ନୂଆଦିଲ୍ଲୀ ପକ୍ଷରୁ କଡା  ଆଭିମୁଖ୍ୟ ପ୍ରଦର୍ଶନ କରାଯାଇଥିଲା ।

Leave a Reply