spot_img
Home Blog Page 6934

ମଶା କାହିଁକି ମଣିଷ ମାନଙ୍କର ରକ୍ତ ପିଅନ୍ତି, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ମଶା ଆପଣଙ୍କ ରକ୍ତକୁ କାହିଁକି ଶୋଷନ୍ତି ? ସେମାନେ କିପରି ରକ୍ତ ପିଇବାର ଅଭ୍ୟାସରେ ପଡ଼ିଲେ ? ବୈଜ୍ଞାନିକମାନେ ଏହାର ଉତ୍ତର ପାଇଛନ୍ତି । ବୈଜ୍ଞାନିକମାନେ ଏହା କାରଣ ଖୋଜିଛନ୍ତି, ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ବିଶ୍ୱ ଆରମ୍ଭରେ ମଶା ରକ୍ତ ପିଇବାରେ ଅଭ୍ୟସ୍ତ ନଥିଲେ । ମଶା ମାନଙ୍କର ପ୍ରକୃତି ଧୀରେ ଧୀରେ ବଦଳି ଯାଇଛି । ମଶାମାନେ ଶୁଖିଲା ଅଞ୍ଚଳରେ ରହୁଥିବାରୁ ମଣିଷ ଏବଂ ଅନ୍ୟ ପ୍ରାଣୀମାନଙ୍କର ରକ୍ତ ପିଇବା ଆରମ୍ଭ କରିଥିଲେ । ଯେତେବେଳେ ବି ପାଗ ଶୁଖିଲା ଥାଏ ଏବଂ ମଶାମାନେ ସେମାନଙ୍କର ପ୍ରଜନନ ପାଇଁ ପାଣି ପାଆନ୍ତି ନାହିଁ, ସେତେବେଳେ ସେମାନେ ମଣିଷ କିମ୍ବା ପଶୁମାନଙ୍କର ରକ୍ତ ଶୋଷିବା ଆରମ୍ଭ କରନ୍ତି ।

ନ୍ୟୁ ଜର୍ସିର ପ୍ରିନ୍ସଟନ୍ ୟୁନିଭରସିଟିର ବୈଜ୍ଞାନିକମାନେ ଆଫ୍ରିକାର ଏଡିସ୍ ଏଜିପ୍ଟିର ମଶା ମାନଙ୍କ ଉପରେ ଅଧ୍ୟୟନ କରିଥିଲେ । ଏମାନେ ହେଉଛନ୍ତି ସେହି ମଶା ଯେଉଁ ମାନଙ୍କ ଦ୍ୱାରା ଜିକା ଭାଇରସର ବିସ୍ତାର ହୁଏ । ଯେଉଁଥିପାଇଁ ଡେଙ୍ଗୁ ଏବଂ ହଳଦିଆ ଜ୍ୱର ହୁଏ । ନ୍ୟୁ ସାଇଣ୍ଟିଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆଫ୍ରିକାର ମଶାମାନଙ୍କରେ ଅନେକ ପ୍ରଜାତିର ଏଡିସ୍ ଏଜିପ୍ଟି ମଶା ଅଛନ୍ତି । ସମସ୍ତ ପ୍ରଜାତିର ମଶାମାନେ ରକ୍ତ ପିଅନ୍ତି ନାହିଁ । ସେମାନେ ଅନ୍ୟାନ୍ୟ ଜିନିଷ ଖାଇବା ଏବଂ ପିଇ ବଞ୍ଚନ୍ତି । ପ୍ରିନ୍ସଟନ୍ ୟୁନିଭରସିଟିର ଗବେଷକ ନୌହା ରୋଜ କହିଛନ୍ତି ଯେ ଏପର୍ଯ୍ୟନ୍ତି ବିଭିନ୍ନ ପ୍ରଜାତିର ମଶା ମାନଙ୍କର ଖାଦ୍ୟ ଏପର୍ଯ୍ୟନ୍ତ କେହି ଅଧ୍ୟୟନ କରିନାହାଁନ୍ତି । ଆଫ୍ରିକାର ୨୭ ଟି ସ୍ଥାନରୁ ଏଡିସ୍ ଏଜିପ୍ଟି ମଶା ମାନଙ୍କର ଅଣ୍ଡାରେ ପରୀକ୍ଷା କରାଯାଇଥିଲା ।

ଅଣ୍ଡାରୁ ମଶା ମାନଙ୍କୁ ବାହାର କରାଯାଏ । ତା’ପରେ ମଣିଷ, ଅନ୍ୟ ଜୀବ, ଗିନି ଘୁଷୁରୀ ପରି ସେମାନଙ୍କୁ ଲ୍ୟାବରେ ବନ୍ଦ କୋଠରୀରେ ଛାଡି ଦିଆଯାଇଥିଲା ।  ଯାହା ଦ୍ୱାରା ପରୀକ୍ଷାରୁ ଜଣା ପଡ଼ିଥିଲା କି ମଶାର ରକ୍ତ ପିଇବାର ପଦ୍ଧତି । ଏହା ପରେ ବିଭିନ୍ନ ପ୍ରଜାତିର ଏଡ୍ସ ଏଜିପ୍ଟି ମଶାର ଖାଦ୍ୟ ସମ୍ପୂର୍ଣ୍ଣ ଭିନ୍ନ ହୋଇଗଲା । ନେହା କହିଛନ୍ତି ଯେ ଭୁଲ ପ୍ରମାଣିତ ହୋଇଛି ଯେ ସମସ୍ତ ମଶା ରକ୍ତ ପିଉଛନ୍ତି ।

ରକ୍ତ ସେହି ଅଞ୍ଚଳ ମାନଙ୍କର ପିଉଛନ୍ତି ଯେଉଁ ସ୍ଥାନରେ ମରୁଥି, ଗରମ, କିମ୍ବା ପାଣିର ମାତ୍ରା ବହୁତ କମ ରହିଛି । ଏବଂ ସେହି ସମୟରେ ମଶା ମାନେ ପ୍ରଜନନ କରିବା ପାଇଁ  ଏହା ଆର୍ଦ୍ରତା ଆବଶ୍ୟକ କରନ୍ତି । ଯେଉଁଥି ପାଇଁ ଜଳର ଅଭାବକୁ ପୂରଣ କରିବା ପାଇଁ ମଶାମାନେ ମଣିଷ ଏବଂ ଅନ୍ୟ ଜୀବମାନଙ୍କର ରକ୍ତ ପିଇବା ଆରମ୍ଭ କରନ୍ତି ।

ଏହି ପରିବର୍ତ୍ତନ ଅନେକ ହଜାର ବର୍ଷ ମଧ୍ୟରେ ମଶା ମାନଙ୍କ ଭିତରେ ଆସିଛି । ଏଡିସ୍ ଏଜିପ୍ଟି ମଶାମାନଙ୍କ ବିଷୟରେ ବିଶେଷ କଥା ହଉଛି ସହର ବଢ଼ୁଥିବା କାରଣରୁ ଜଳ ଅଭାବ ସହିତ ଲଢ଼ିବା ଆରମ୍ଭ କଲେ । ତା’ପରେ ସେମାନେ ମାଣିଷ ରକ୍ତ ଏକ ଉପଯୁକ୍ତ ପନ୍ଥା ଆପଣେଇଥିଲେ ।

ଅନଲାଇନ୍‌ କ୍ଲାସ ପାଇଁ ଗାଁରେ ନେଟ୍‌ୱର୍କ ନାହିଁ, ସେଥିପାଇଁ ପାହାଡ଼ ଉପରେ ଚାଲିଛି ପାଠପଢ଼ା

ରାଜସ୍ଥାନ: ପାହାଡ଼ ଉପରେ ଚାଲିଛି ଭବିଷ୍ୟତ ଗଢ଼ା । ଶିଖର ଉପରେ ବସି ଗ୍ରହଣ କରୁଛନ୍ତି ଶିକ୍ଷାର ପ୍ରକୃତ ମୂଲ୍ୟ ବୋଧକୁ । ଅନଲାଇନରେ ପ୍ରତ୍ୟେକ ଦିନ ଚାଲିଛି ଅଙ୍କ କସା ।  ପ୍ରତ୍ୟେକ ଦିନ ବସ୍ତାନିକୁ କାନ୍ଧରେ କାନ୍ଧେଇ ପାହାଡ଼ର ଶିଖରରୁ ଶିକ୍ଷାକୁ ଛୁଇଁବାର ଚାଲିଛି ପ୍ରୟାସ । ଏଭଳି ସଂଘର୍ଷ କେବଳ ନହାରିବା ପାଇଁ । କରୋନାକୁ ପଛରେ ପକାଇ ଆଗକୁ ବଢ଼ିବା ପାଇଁ । ଏବେ କରୋନା ପାଇଁ ଚାଲିଛି ଅନଲାଇନ୍ କ୍ଲାସ୍‌ । ଜଣେ ଛାତ୍ର ୨ କିଲୋମିଟର ଦୂରରେ ଥିବା ପର୍ବତକୁ ଯାଇ ସକାଳ ୮ ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ପଢ଼ୁଛନ୍ତି ପାଠ । ପାହାଡ଼ ଉପରେ ଘର ଭଳି ପଡ଼ିଛି ଚେୟାର ଏବଂ ଟେବୁଲ । ଟେବୁଲ ଉପରେ ରହିଛି ପାଠ ବହି ଆଉ ଚାଲିଛି ପାଠ ପଢ଼ା ।

କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଶ୍ୱ ଦେଶ ରାଜ୍ୟ ଏଥିରେ କବଳିତ ହୋଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରକାରର ପ୍ରତିଷେଧକ ବାହାରି ନାହିଁ । କରୋନା ସଂକ୍ରମଣ ଏଭଳି ଏକ ରୋଗ ଯାହା ଦେହରୁ ଦେହକୁ ବ୍ୟାପିଥାଏ । ଯଦି ଏହି ରୋଗରୁ ବଞ୍ଚିବାର ଅଛି ତେବେ କେବଳ ସାମାଜିକ ଦୂରତା ହିଁ ଏହାର ଏକମାତ୍ର ପ୍ରତିଷେଧକ । ଏଥିପାଇଁ ସାରା ଦେଶରେ ଏବେ ସ୍କୁଲ କଲେଜ ସବୁ ବନ୍ଦ ରହିଛି । କେବଳ ଅନଲାଇନରେ ହିଁ ଚାଲିଛି ପାଠ ପଢ଼ା । ସେଥିପାଇଁ ପୁରା ଦେଶରେ ଛାତ୍ରଛାତ୍ରୀ ଏବେ ନେଟ ଉପରେ ନିର୍ଭର କରିଛନ୍ତି । କାରଣ ଇଣ୍ଟରନେଟ ଦୁର୍ବଳ ହେଲେ ପାଠ ପଢ଼ା ହୋଇପାରିବ ନାହିଁ ।

ସୂଚନା ଅନୁଯାୟୀ, କୋଭିଡ -୧୯ କ୍ରମାଗତ ୪ ମାସ ଧରି ଦେଶରେ ହଇଚଇ ସୃଷ୍ଟି କରିଛି । ଏହି ସମୟରେ ଦେଶରେ ଅନଲାଇନ୍ ଶିକ୍ଷା ଆରମ୍ଭ ହୋଇଛି । କିନ୍ତୁ ଅନଲାଇନ ପାଠପଢ଼ା ଦେଶରେ କେତେକ ଗ୍ରାମାଞ୍ଚଳ ପାଇଁ ଏକ ବଡ଼ ଆହ୍ୱାନ । କାରଣ ସେଠାରେ ଦିନ ଦିନ ଧରି କରେଣ୍ଟ ଆସେ ନାହିଁ ତ ମୋବାଇଲରେ ଭଲ ନେଟଓ୍ୱର୍କ ଆସିବ କେମିତି । ଏ ଘଟଣା ହେଉଛି ରାଜସ୍ଥାନର ବାରମର୍ ଜିଲ୍ଲାର ଦାରୁଦା ଗାଁର ।

ଯେଉଁଠାରେ କେବଳ ଅନଲାଇନ୍‌ କ୍ଲାସ ପାଇଁ ପ୍ରତିଦିନ ହରିଶଙ୍କୁ ପାହାଡ଼ ଉପରକୁ ଯିବାକୁ ପଡ଼େ । ଏବେ ଅନଲାଇନ୍ କ୍ଲାସ୍ ଚାଲିଛି କିନ୍ତୁ ଗାଁରେ କୌଣସି ମୋବାଇଲ୍ ନେଟୱାର୍କ ଉପଲବ୍ଧ ନାହିଁ । ତେଣୁ, ପ୍ରତିଦିନ ୨ କିଲୋମିଟର ଦୂରରେ ପର୍ବତ ଉପରକୁ ଚଢ଼ି ସକାଳ ୮ ରୁ ୧ଟା ପର୍ଯ୍ୟନ୍ତ ପାଟ ପଢ଼ିଥାନ୍ତି ହରିଶ । ଦାରୁଦା ଗାଁର ଜବାହର ନବୋଦୟ ବିଦ୍ୟାଲୟାରେ ସପ୍ତମ ଶ୍ରେଣୀରେ ପାଠ ପଢ଼ନ୍ତି ହରିଶ ।

ରାଜ୍ୟରେ ପୁଣି ଜଣେ ବିଧାୟକଙ୍କୁ କରୋନା…

ଗଞ୍ଜାମ: ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଦିନକୁଦିନ ଏଥିରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ ୨୨ ହଜାର ୬ଶହ ୯୩କୁ ବୃଦ୍ଧି ପାଇଛି ମୋଟ ସଂକ୍ରମିତଙ୍କ ସଂଖ୍ୟା । ଏଥିରେ ଦିନକୁ ଦିନ କରୋନା ଯୋଦ୍ଧାଙ୍କ ସହ ବିଭିନ୍ନ ରାଜନେତା ମାନେ ମଧ୍ୟ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ତେବେ ରାଜ୍ୟରେ ଆଉଜଣେ ବିଧାୟକ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଖାଲି ସେତିକି ନୁହେଁ ବିଧାୟକଙ୍କ ପରେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ କରୋନା ସଂକ୍ରମିତ ଭାବେ ଚିହ୍ନଟ କରାଯାଇଛି । ଦୁଇଦିନ ଜ୍ୱର ହେବା ପରେ ବିଧାୟକ ଭୁବନେଶ୍ଵରର ଏକ ଘରୋଇ ମେଡ଼ିକାଲରେ ନିଜର କରୋନା ପରୀକ୍ଷା କରାଇଥିଲେ । ତେବେ ବିଧାୟକଙ୍କର ପଜିଯିଭ ବାହାରିବା ପରେ ତାଙ୍କ ସ୍ତ୍ରୀଙ୍କ କରୋନା ପରୀକ୍ଷା ପରେ ପଜିଟିଭ ରିପୋର୍ଟ ଆସିଥିଲା । ସେ ଦୁହେଁ ଏବେ ଭୁବନେଶ୍ୱର କ୍ୱାଟରରେ ରହି ଚିକିତ୍ସିତ ହେଉଛନ୍ତି ।

ଦୀର୍ଘ ପ୍ରତୀକ୍ଷାର ଅବସାନ: ୟୁଏଇରେ ସେପ୍ଟେମ୍ବର ୧୯ରୁ ଖେଳାଯିବ IPL, ନଭେମ୍ବର ୮ରେ ଫାଇନାଲ

ନୂଆଦିଲ୍ଲୀ: କରୋନା ମହାମାରୀରେ କ୍ରୀଡା ଜଗତ ଘରେ ବାନ୍ଧି ହୋଇରହିଥିବାବେଳେ ଭାରତୀୟ ଫ୍ୟାନଙ୍କ ଲାଗି ଆସିଛି ଖୁସି ଖବର  । ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ ଆରମ୍ଭ ହେବାକୁ ଯାଉଛି  । ୟୁଏଇରେ ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବାବେଳେ ନଭେମ୍ବର ୮ ତାରିଖରେ ଫାଇନାଲ ଖେଳାଯିବ ବୋଲି କହିଛନ୍ତି ଏହାର ଅଧ୍ୟକ୍ଷ ବ୍ରିଜେଶ ପଟେଲ  ।

ତେବେ ଆସନ୍ତା ସପ୍ତାହରେ ଗଭର୍ଣ୍ଣିଂ କାଉନସିଲର ବୈଠକରେ ରୂପରେଖ ଓ କାର୍ଯ୍ୟସୂଚୀ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ  । ଏ ନେଇ ବିସିସିଆଇ ସମସ୍ତ ଫ୍ରାଞ୍ଚାଇଜକୁ ଅଣଆନୁଷ୍ଠାନିକ ଭାବେ ଜଣାଇଦେଇଛି  । ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱ କପ୍ ସ୍ଥଗିତ ହେବା ପରେ ଆଇପିଏଲ ହେବା ନେଇ ଆଶା ବଢିଯାଇଥିଲା  ।

ଯାହା ଏବେ ଭାରତରେ ନୁହେଁ ୟୁଏଇରେ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଛି  । କରୋନା କଟକଣା ମଧ୍ୟରେ କିପରି ଗାଇଡଲାଇନ ପାଳନ କରାଯାଇ ମ୍ୟାଚ ଅନୁଷ୍ଠିତ ତାହା ଉପରେ ମଧ୍ୟ ଏକ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଡ୍ୟୁଅର ପ୍ରସ୍ତୁତ କରାଯିବ । ତେବେ ପଡିଆରେ ଦର୍ଶକ ରହିବେ ନା ନାହିଁ ତାର ନିଷ୍ପତ୍ତି ୟୁଏଇ ସରକାର ନେବେ ବୋଲି କହିଛନ୍ତି ବ୍ରିଜେଶ ପଟେଲ ।

‘କାଳିଆ’ ଯୋଜନାରେ ଟଙ୍କା ଫେରାଉଛନ୍ତି ଅଯୋଗ୍ୟ ହିତାଧିକାରୀ: କୃଷି ସଚିବ ସୌରଭ ଗର୍ଗଙ୍କ ସୂଚନା

ଭୁବନେଶ୍ୱର: ( ପ୍ରିୟ ପ୍ରୀତମ ମହାନ୍ତି )- ‘କାଳିଆ’ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ବହୁ ଅଯୋଗ୍ୟ ହିତାଧିକାରୀ ନିଜଆଡୁ ଟଙ୍କା ଫେରାଇ ସାରିଲେଣି । ଅନ୍ୟମାନଙ୍କଠାରୁ ଟଙ୍କା ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଥିବା କୃଷି ସଚିବ ସୌରଭ ଗର୍ଗ କହିଛନ୍ତି  ।

 

‘କାଳିଆ’ ଯୋଜନାର ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୯୮ ପ୍ରତିଶତ ଯୋଗ୍ୟ। କେବଳ ୫୦ହଜାର ପାଖାପାଖି ଅଯୋଗ୍ୟ ଥିଲେ । ସେମାନଙ୍କୁ ଟଙ୍କା ଫେରାଇବା ପାଇଁ ଚିଠି ଲେଖାଯାଇଛି । ବ୍ୟାଙ୍କ ଆକାଉଣ୍ଟ ବି ସେମାନଙ୍କୁ ଦିଆଯାଇଛି । ଯେଉଁଥିରେ ସେମାନେ ଟଙ୍କା ଫେରସ୍ତ କରିବେ ବୋଲି କୃଷି ସଚିବ ସୌରଭ ଗର୍ଗ କହିଛନ୍ତି ।

‘କାଳିଆ’ ଯୋଜନାରେ ହେଲା ସଂଶୋଧନ; କିଏ ପାଇବେ, କିଏ ନ ପାଇବେ ପୂରା ପଢ଼ନ୍ତୁ…

Rajasthan Political Crisis : କରୋନା କାରଣରୁ ବିଧାନସଭା ଅଧିବେଶନ ଡାକିବାକୁ ମନା କଲେ ରାଜ୍ୟପାଳ !

ଜୟପୁର: ରାଜସ୍ଥାନ ରାଜନୈତିକ ସଂକଟ ଭିତରେ ଏବେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ରାଜନୈତିକ ଯୁଦ୍ଧ ଆରମ୍ଭ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ବିଧାନସଭା ଅଧିବେଶନ ଡାକିବା ପାଇଁ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଗହଲୋତ ପତ୍ର ଲେଖିଥିଲେ  । ଏନେଇ ସେ ଆଜି ରାଜ୍ୟପାଳଙ୍କୁ ସାକ୍ଷାତ ମଧ୍ୟ କରିବାକୁ ଯାଇଥିଲେ । କିନ୍ତୁ ଯାହା ଖବର ଆସୁଛି ତାହା ଅନୁସାରେ ରାଜ୍ୟପାଳ କଲରାଜ ମିଶ୍ର ବିଧାନସଭା ଅଧିବେଶନ ଡାକିବାକୁ ମନା କରିଦେଇଛନ୍ତି । ଏଥିପାଇଁ ରାଜ୍ୟପାଳ କରୋନା ସଂକଟକୁ କାରଣ ଭାବେ ଦର୍ଶାଇଛନ୍ତି ବୋଲି କୁହାଯାଉଛି ।

ମିଳୁଥିବା ସୂଚନା ଅନୁସାରେ ରାଜ୍ୟପାଳ କହିଛନ୍ତି ଯେ, ବିଜେପି ଓ କଂଗ୍ରେସ ବିଧାୟକ ଏବେ କରୋନା ଦ୍ୱାରା ପୀଡିତ ଅଛନ୍ତି । ଏମିତିରେ ବିଧାନସଭା ଅଧିବେଶନ ଡାକିବା ଠିକ୍ ହେବ ନାହିଁ । ଏହାର ଅର୍ଥ ହେଉଛି ହାଇକୋର୍ଟରୁ ଝଟକା ପାଇଥିବା ଗହଲୋତଙ୍କୁ ଏବେ ରାଜ୍ୟପାଳ ମଧ୍ୟ ଝଟକା ଦେଇଛନ୍ତି ।

ଏଭଳି ପରିସ୍ଥିତିରେ ଅଶୋକ ଗହଲୋତ ସରକାର ସୁପ୍ରିମକୋର୍ଟର ଶରଣ ପସିବା ସମ୍ଭାବନା ରହିଛି । ଯେଉଁଥିରେ ତତ୍କାଳ ବିଧାନସଭା ଅଧିବେଶନ ଡାକିବା ଓ ଫ୍ଲୋରଟେଷ୍ଟ୍ କଥା କୁହାଯାଇପାରେ । ଏବେ ଅଶୋକ ଗହଲୋତଙ୍କ ସାମ୍ନାରେ ସ୍ଥିତି ମୁସ୍କିଲ ହେବାରେ ଲାଗିଛି । କାରଣ ତାଙ୍କ ନିଜ ସମର୍ଥକ ମଧ୍ୟ ତୁରନ୍ତ ଶକ୍ତିପରୀକ୍ଷଣ ଦାବି କରୁଛନ୍ତି । ହୋଟେଲରେ ଅଧିକ ଦିନ ରହିବାକୁ ଏହି ବିଧାୟକ ମାନେ ରାଜି ନାହାନ୍ତି ।

rajasthan governor

ରାଜ୍ୟପାଳଙ୍କୁ ଧମକ

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ରାଜନୈତିକ ଟଣା ଓଟରା ଆରମ୍ଭ ହେବାର ସଂକେତ ରାଜଭବନକୁ ଯିବା ଆଗରୁ ମୁଖ୍ୟମନ୍ତ୍ରୀ ଦେଇଥିଲେ । ଯେଉଁ ହୋଟେଲରେ ଗହଲୋତ ସମର୍ଥକ ବିଧାୟକ ରହୁଛନ୍ତି ତାହାରି ଆଗରେ ସାମ୍ବାଦିକଙ୍କୁ ଦେଇଥିବା ସାକ୍ଷାତକାରରେ ସେ ରାଜଭବନ ଘେରାଉ କଥା କହିଥିଲେ । ସେ କହିଥିଲେ ଯେ, ‘‘ଆମେ ମାନନୀୟ ରାଜ୍ୟପାଳଙ୍କୁ ଚିଠି ଲେଖି ବିଧାନସଭା ଅଧିବେଶନ ଡକାଇବାକୁ ଅନୁରୋଧ କରିଥିଲୁ । ସେ ରାତିରେ ହିଁ ଆଦେଶ ଦେବେ ବୋଲି ଆମେ ଆଶା କରିଥିଲୁ । କିନ୍ତୁ ଏପର୍ଯ୍ୟନ୍ତ ସେ ସେମିତି କିଛି ଆଦେଶ ଦେଇ ନାହାନ୍ତି । ଆମକୁ ଲାଗୁଛି ଉପରୁ ତାଙ୍କ ଉପରେ ଚାପ ପଡୁଛି । ଜନତା ଯଦି ରାଜଭବନକୁ ଘେରାଉ କରେ ତେବେ ଆମେ ସେଥିପାଇଁ ଦାୟୀ ରହିବୁ ନାହିଁ’’

Rajasthan Political Crisis : ରାଜଭବନ ଘେରିବାକୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ

ଜୟପୁର: ବିଦ୍ରୋହୀ ବିଧାୟକଙ୍କୁ ରାଜସ୍ଥାନ ବାଚସ୍ପତିଙ୍କ ନୋଟିସ ଶୁଣାଣି ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ ପରେ ରାଜ୍ୟ ରାଜନୀତିରେ ଜୋରଦାର ହଟଚମଟ ଆରମ୍ଭ ହୋଇଗଲାଣି । ବିରୋଧୀ ସଚିନ ପାଇଲଟଙ୍କ ଗୋଷ୍ଟୀ ହାଇକୋର୍ଟଙ୍କ ରାୟ ପରେ ଖୁସୀ ମନାଉଥିବା ବେଳେ ଅଶୋକ ଗହଲୋତ ନିଜ ସମର୍ଥକଙ୍କୁ ଏକାଠି ରଖିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ହୋଟେଲରେ ଅନେକ ଦିନ ଧରି ରହି ଆସୁଥିବା ବିଧାୟକ ମାନେ ତୁରନ୍ତ କୌଣସି ନିଷ୍ପତି ନିଆଯାଉ ବୋଲି ଚାହୁଁଛନ୍ତି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । କେନ୍ଦ୍ର ସରକାରଙ୍କୁ ଇସାରା କରି ସେ କହିଛନ୍ତି ଯେ, ରାଜ୍ୟପାଳ ଚାପରେ ପଡି ବିଧାନସଭା ଅଧିବେଶନ ଡାକୁ ନାହାନ୍ତି । ଜୟପୁରର ହୋଟେଲ ଫାୟର ମାଉଣ୍ଟ୍ ବାହାରେ ସାମ୍ବାଦିକଙ୍କ ସହ କଥା ହୋଇ ସେ ଏଭଳି କହିଥିଲେ । ବିଧାୟକଙ୍କ ସହ ରାଜଭବନକୁ ଯିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମତି ମାଗିଥିଲେ । ତାଙ୍କୁ ଦିନ ୧୨.୩୦ରେ ରାଜଭବନ ତରଫରୁ ସମୟ ଦିଆଯାଇଥିଲା ।

ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଅଶୋକ ଗହଲୋତ କହିଥିଲେ ଯେ, ‘‘ଆମେ ମାନନୀୟ ରାଜ୍ୟପାଳଙ୍କୁ ଚିଠି ଲେଖି ବିଧାନସଭା ଅଧିବେଶନ ଡକାଇବାକୁ ଅନୁରୋଧ କରିଥିଲୁ । ସେ ରାତିରେ ହିଁ ଆଦେଶ ଦେବେ ବୋଲି ଆମେ ଆଶା କରିଥିଲୁ । କିନ୍ତୁ ଏପର୍ଯ୍ୟନ୍ତ ସେ ସେମିତି କିଛି ଆଦେଶ ଦେଇ ନାହାନ୍ତି । ଆମକୁ ଲାଗୁଛି ଉପରୁ ତାଙ୍କ ଉପରେ ଚାପ ପଡୁଛି । ଜନତା ଯଦି ରାଜଭବନକୁ ଘେରାଉ କରେ ତେବେ ଆମେ ସେଥିପାଇଁ ଦାୟୀ ରହିବୁ ନାହିଁ’’

ରାଜ୍ୟପାଳଙ୍କ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଗତକାଲି ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ଥାନୀୟ ଘରୋଇ ହସ୍‌ପିଟାଲରେ ରାଜ୍ୟପାଳଙ୍କ ରୁଟିନ୍‌ ଚେକଅପ୍ ଚାଲିଥିବା ସୂଚନା ରହିଛି। ଗତକାଲି ମଧ୍ୟ ରାଜ୍ୟପାଳ ସଂପୃକ୍ତ ହସ୍ପିଟାଲକୁ ଚେକ୍‌ଅପ୍ ପାଇଁ ଯାଇଥିଲେ।

ରାଜ୍ୟପାଳଙ୍କ ଅସୁସ୍ଥତା ଖବର ପାଇ ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଆଶୁ ଆରୋଗ୍ୟ କାମନା କରିଛନ୍ତି । ତେବେ ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି ।

 

ବିଧାନସଭାର ୫ କର୍ମଚାରୀ କରୋନା ଆକ୍ରାନ୍ତ: ପଜିଟିଭ ଚିହ୍ନଟ ପରେ ବିଧାନସଭାକୁ ୨ଥର ସାନିଟାଇଜ, ପ୍ରବେଶ ନିଶେଧ

ଭୁବନେଶ୍ୱର: (ଚିନ୍ମୟ କୁମାର ମହାପାତ୍ର ) ବିଧାନସଭାର ୫ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନେ କରୋନା ସଂକ୍ରମିତ ହେବା ପରେ ସେମାନଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଜିଟିଭ ଚିହ୍ନଟ ପରେ ବିଧାନସଭାକୁ ୨ଥର ସାନିଟାଇଜ କରାଯିବ ।

ଏଥିସହ କାହାକୁ ବିଧାନସଭାରେ ପ୍ରବେଶ ଅନୁମତି ମିଳିବ ନାହିଁ । କରୋନା ନେଗେଟିଭ ସାର୍ଟିଫିକେଟ ଦେଖାଇଲେ ପ୍ରବେଶ ଅନୁମତି ମିଳିବ ବୋଲି ସୂଚନା ଦିଆଯାଇଛି । ୩୦ ତାରିଖ ପର୍ଯ୍ୟନ୍ତ ବିଧାନସଭା ବନ୍ଦ ଅଛି । ଏସଂପର୍କରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ଏକ କମିଟି ବୈଠକରେ ନୀଳଗିରି ବିଧାୟକ ଉପସ୍ଥିତ ଥିଲେ । ତାପରେ ତାଙ୍କ କରୋନା ପଜିଟିଭ ରିପୋର୍ଟ ଆସିଥିଲା । ଏହା ସହ ସାଲେପୁର ବିଧାୟକଙ୍କର ମଧ୍ୟ କରୋନା ରିପୋର୍ଟ ପଜିଟିଭ ବାହାରିଥିଲା । ପଜିଟିଭ ଚିହ୍ନଟ ହେବାପରେ ସରକାରୀ ଅଧିକାରୀଙ୍କ ସମେତ ଯେଉଁମାନେ ସେହି କମିଟି ବୈଠକରେ ଉପସ୍ଥିତ ଥିଲେ ସେମାନେ ନିଜର କୋଭିଡ ଟେଷ୍ଟ କରାଇବା ପାଇଁ ବିଧାନସଭା ପକ୍ଷରୁ କୁହାଯାଇଥିଲା । ସେମାନେ ସମସ୍ତେ କ୍ୟାପିଟାଲ ହସ୍ପିଟାଲରେ ନିଜ କୋଭିଡ ଟେଷ୍ଟ କରାଇଥିଲେ । ସର୍ବମୋଟ ୧୨ ଜଣଙ୍କର କୋଭିଡ ଟେଷ୍ଟ ହୋଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ସୂଚନା ଦେଇଥିଲେ ।

କୋଭିଡ ଟେଷ୍ଟ କରାଇଥିବା ୧୨ ଜଣଙ୍କ ମଧ୍ୟରୁ ୫ ଜଣ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଖବର ଆସିବା ପରେ ସମସ୍ତ ୫ ଜଣଙ୍କୁ କୋଭିଡ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ହୋମ ଆଇସୋଲେସନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା, ମୃତକଙ୍କ ସଂଖ୍ୟା ୧୨୦କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ସହ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି ।ଗତ ୨୪ଘଣ୍ଟାରେ ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬ଜଣ କରୋନା ସଂକ୍ରମିତ । ଯଦିଓ ରାଜ୍ୟରେ ସୁସ୍ଥହାର ବଢୁଛି କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ଅନିୟନ୍ତ୍ରିତ ହେଉଛି । ତେବେ ଗତ ଗୁରୁବାରରେ କରୋନା ୬ ଜଣଙ୍କର ମୁଣ୍ଡ ନେଇଥିବା ବେଳେ ଶୁକ୍ରବାର ଆଉ ୬ଜଣ ପ୍ରାଣ ହରାଇଛନ୍ତି । ଏହା ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୨୦ରେ ପହଂଚିଛି ।

ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩ , ଗଜପତି ଓ ଭଦ୍ରକରୁ ଜଣେ ଲେଖାଏଁ ଅଛନ୍ତି । ତେବେ ଏମାନଙ୍କ ମଧ୍ୟରେ ସମସ୍ତେ କରୋନା ବ୍ୟତୀତ କିଛି ନା କିଛି ରୋଗରେ ଆକ୍ରାନ୍ତ ଥିଲେ । ଗୁରୁବାରର କରୋନା ଯୋଗୁଁ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଗଞ୍ଜାମରୁ ଜଣେ ୪୪ ବର୍ଷୀୟ, ୫୯ ବର୍ଷୀୟ ଓ ୫୦ ବର୍ଷୀୟ ପୁରୁଷ କରୋନାରେ ମୃତ୍ୟୁ ବରଣ କରିଛନ୍ତି  । ଏହାସହ ଗଜପତିରୁ  ଜଣେ ୫୩ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ଭଦ୍ରକରୁ ୬୦ ବର୍ଷିୟ ପୁରୁଷ ଯିଏ ପୂର୍ବରୁ ମଧୂମେହ ଏବଂ ଉଚ୍ଚ ରକ୍ତଚାପରେ ପିଡ଼ିତ ଥିଲେ ତାଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଛି ।

ସେହିପରି ରାଜ୍ୟର ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କର ଜିଲ୍ଲାୱାରୀ ତାଲିକା ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ସାରା ରାଜ୍ୟରେ ଜୁଲାଇ ୨୩ ତାରିଖରେ ୧୫୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ରାଜ୍ୟରେ ହୋଇଥିବା ଏପର୍ଯ୍ୟନ୍ତର ସର୍ବାଧିକ ସଂକ୍ରମଣ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୦୬୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୫୨୭ ।

ରାଜ୍ୟରେ ରେକର୍ଡ ଭାଙ୍ଗୁଛି କରୋନା, ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨୬୯୩କୁ ବୃଦ୍ଧି