ଆଜି ଆଡ଼ପମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧା ମୂରତି

ପୁରୀ: ରତ୍ନ ବେଦୀରୁ ଜନ୍ମ ବେଦୀକୁ ସରିଲା ଯାତ୍ରା । ବିନା ଭକ୍ତରେ ହେଲା ରଥ ଟଣା । ଖାଁ ଖାଁ ବଡ଼ଦାଣ୍ଡ ମୁକସାକ୍ଷୀ ରହିଲା ଭକ୍ତ ଭଗବାନଙ୍କ ମଧ୍ୟରେ ପ୍ରତିବନ୍ଧକର । ଏବେ ଶରଧାବାଲିରେ ତିନି ରଥ । ଆଜି ଆଡପମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧା ମୂରତି । ରଥ ଉପରେ ଶ୍ରୀଜିଉଙ୍କ ମଙ୍ଗଳଆଳତି କରାଯାଇଛି। ପରେ ମଇଲମ, ତଡପଲାଗି, ଅବକାଶ ସହ ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ । ରଥ ଉପରେ ଶ୍ରୀଜିଉଙ୍କ ବେଶ କରାଯାଇ ସକାଳ ଧୂପ, ମଧ୍ୟାନ୍ନ ଧୂପ ଓ ସଂଧ୍ୟା ଧୂପ ନୀତି ପରେ ତିନି ରଥରୁ ଘୋଡା ଖୋଲାଯିବ ।

ଚାରମାଳ ବନ୍ଧାଯିବା ସହ ଆଡପମଣ୍ଡପକୁ ଶ୍ରୀଜିଉଙ୍କୁ ବିଜେ କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ କରାଯିବ । ଚାରି ବିଗ୍ରହଙ୍କ ସହ ମଦନ ମୋହନଙ୍କୁ ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରାଯିବ । ଗତକାଲି ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଥିଲା ରଥ ଟଣା । ଭକ୍ତ ବିନା ତିନି ରଥକୁ ଟାଣି ସଂଧ୍ୟା ୫ଟା ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ ସୀମିତ ସେବାୟତ। ସଂଧ୍ୟାରେ ରଥ ଉପରେ ସମାପନ ହୋଇଥିଲା ତିନି ଠାକୁରଙ୍କ ନୀତିକାନ୍ତି ।

Leave a Reply