ICMR ଟେଷ୍ଟିଂ ରଣନୀତିରେ ପରିବର୍ତ୍ତନ,ଏଣିକି ଦେଶର ସବୁ ଭାଗରେ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କର ହେବ ଟେଷ୍ଟ୍

1 min read

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବାକୁ ଟେଷ୍ଟ, ଟ୍ରାକ୍‌ ଓ ଟ୍ରିଟ୍‌କୁ ଗୁରୁତ୍ୱ । ଟେଷ୍ଟିଂ ବଢାଇବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ଆଇସିଏମ୍‌ଆର ପକ୍ଷରୁ ପରାମର୍ଶ ଦିଆଯାଇଛି । ଆଗରୁ କେବଳ ହସପିଟାଲ, କଣ୍ଟେନମେଣ୍ଟ ଜୋନ୍‌ ଓ ହଟସ୍ପଟ୍‌ର ଲକ୍ଷଣ ଥିବା ବ୍ୟକ୍ତି, କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ ତଥା ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କର ଟେଷ୍ଟିଂ କରାଯାଉଥିଲା । ତେବେ ଆଇସିଏମ୍‌ଆର ଏହାର ଟେଷ୍ଟିଂ ରଣନୀତିରେ ପରିବର୍ତ୍ତନ କରିଛି ।

ଏଣିକି ସଂକ୍ରମଣ ରୋକିବାକୁ ଦେଶର ସମସ୍ତ ଭାଗରେ ଲକ୍ଷଣ ଥିବା ବ୍ୟକ୍ତିଙ୍କର ଟେଷ୍ଟ ପାଇଁ ପରାମର୍ଶ ଦିଆଯାଇଛି । ସେହିପରି କଣ୍ଟେନମେଣ୍ଟ ଅଞ୍ଚଳରେ କଣ୍ଟାକ୍ଟ ଟ୍ରେସିଂକୁ ଆହୁରି ବଢାଇବାକୁ କୁହାଯାଇଛି । ଟେଷ୍ଟିଂ ବଢାଇବା ପାଇଁ ମିଳିତ ଭାବେ ବିଭିନ୍ନ ପରୀକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଇଛି । ରିୟଲ ଟାଇମ୍‌ ଆର୍‌ଟି-ପିସିଆର, ରାପିଡ୍‌ ଆଣ୍ଟିଜେନ୍‌ ଏବଂ ସେରୋସର୍ଭେ ପାଇଁ ଆଣ୍ଟିବଡି ପରୀକ୍ଷଣ କରାଯାଇପାରିବ। ଦେଶରେ ଜୁନ୍‌ରେ ବଢିଛି କରୋନା ସଂକ୍ରମଣ ।

ଆକ୍ରାନ୍ତ ସଂଖ୍ୟା ୪ଲକ୍ଷ ୫୦ ହଜାର ପାର ହୋଇଥିବା ବେଳେ ଭୂତାଣୁ ନେଲାଣି ୧୪ ହଜାରରୁ ଅଧିକ ଜୀବନ। ମୁମ୍ବାଇ ପରେ ଦିଲ୍ଲୀ ପାଲଟୁଛି କୋଭିଡ୍‌ ହଟସ୍ପଟ୍‌ । ଗତକାଲି ଗୋଟିଏ ଦିନରେ ସର୍ବାଧିକ ୩ହଜାର ୯୪୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬୮ ଜଣଙ୍କ ମୃତ୍ୟୁ ହୋଇଛି ।

Leave a Reply