spot_img
Home Blog Page 6932

୩୧ ମେ’ ପର୍ଯ୍ୟନ୍ତ ବଢିପାରେ ଲକଡାଉନ୍ ୪.୦,ଜାଣନ୍ତୁ କେଉଁଠି କେମିତି ମିଳିବ ରିହାତି

ନୂଆଦିଲ୍ଲୀ: କରୋନା ଭାଇରସ ମହାରମାରି ପାଇଁ ଜାରି ହୋଇଥିବା ଲକଡାଉନ୍ ୩.୦ର ମିଆଦ ରବିବାର ଦିନ ଶେଷ ହେଉଛି । ବର୍ତ୍ତମାନ ଭାଇରସ ଯେଉଁଭଳି ଭାବେ ଦେଶବ୍ୟାପି ତାର କାୟା ବିସ୍ତାର କରୁଛି ସେଥିରୁ ଅନୁମାନ କରାଯାଉଛି ଯେ, ଲକଡାଉନ୍ ଅବଧି ପୁଣିଥରେ ବଢିପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧନ କରି ଏହାର ସଂକେତ ମଧ୍ୟ ଦେଇଛନ୍ତି ।  ତେବେ ଲକଡାଉନ୍ ୪.୦ରେ କେଉଁଭି ରିହାତି ମିଳିବ ସେନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ । ଆଜି କିମ୍ବା ଆସନ୍ତାକାଲି ଏନେଇ ଘୋଷଣା ହୋଇପାରେ । ଆସନ୍ତୁ ଜାଣିବା କେଉଁ କ୍ଷେତ୍ରକୁ ଲକଡାଉନ୍ ୪.୦ରେ କେଉଁଭଳି ରିହାତି ମିଳିବା ସମ୍ଭାବନା ରହିଛି ।

  • ପବ୍ଲିକ୍ ଟ୍ରାନ୍ସପୋର୍ଟକୁ ସର୍ତ୍ତ ସହ ଅନୁମତି ମିଳିପାରେ

ଅଟୋ ରିକ୍ସା ଓ କ୍ୟାବ୍ ଏଗ୍ରିଗେଟରଙ୍କୁ ସର୍ତ୍ତମୁଳକ ଅନୁମତି ମିଳିବା ସମ୍ଭାବନା । ସେମାନଙ୍କୁ ସର୍ବାଧିକ ୨ ଜଣ ଯାତ୍ରୀ ନେଇ ଯିବା ଅନୁମତି ମିଳିପାରେ । ଘରୋଇ ବିମାନ ଉଡାଣକୁ ଅନୁମତି ମିଳିପାରେ । ତେବେ ଏଥିପାଇଁ ଫ୍ଲାଇଟ୍ ଉଡିବା ରାଜ୍ୟ ଓ ଫ୍ଲାଇଟ୍ ପହଂଚିବା ରାଜ୍ୟର ଅନୁମତି ଆବଶ୍ୟକ । କେନ୍ଦ୍ର ସମସ୍ତ ଘରୋଇ ଉଡାଣ ଉପରୁ ପ୍ରତିବନ୍ଧକ ହଟାଇବା ପକ୍ଷରେ ଅଛି  କିନ୍ତୁ ରାଜ୍ୟକୁ ଏହାକୁ ବିରୋଧ କରୁଛନ୍ତି ।  ରେଡ୍ ଜୋନ୍ସରେ ମେଟ୍ରୋ ସର୍ଭିସ ପୂର୍ବଭଳି ବନ୍ଦ ରହିବ ।

  • ରେସ୍ତୋରାଁ ଓ ମଲ୍

ରେସ୍ତୋରାଁ ଓ ସପିଂ ମଲକୁ କିଛି ସର୍ତ୍ତ ସହ ଖୋଲିବା ଅନୁମତି ମିଳିବ । ତେବେ ସୋସିଆଲ ଡିଷ୍ଟାନ୍ସ ମାନିବାକୁ ପଡିବ ।

  • କଣ୍ଟେନମେଣ୍ଟ୍ ଜୋନ

କଣ୍ଟେନମେଣ୍ଟ ଜୋନରେ କଟକଣା ଅଧିକ ହେବ । କେଉଁ ଜୋନରେ କେଉଁ ଗତିବିଧିକୁ ଅନୁମତି ମିଳିବ ତାହା ନିର୍ଣ୍ଣୟ କରିବା ଅଧିକାର ରାଜ୍ୟ ସରକାରଙ୍କୁ ମିଳିବ ।

  • ଜୋନ୍ ଚିହ୍ନଟ

ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ଜୋନ୍ ଚିହ୍ନଟ କରୁଥିଲେ । ଲକଡାଉନ୍ ୪.୦ରେ ଜୋନ୍ ଚିହ୍ନଟ ଅଧିକାର ରାଜ୍ୟଙ୍କୁ ମିଳିପାରେ । ତିନି ପର୍ଯ୍ୟାୟ ଲକଡାଉନରେ କେନ୍ଦ୍ର ଗ୍ରୀନ,ଅରେଞ୍ଜ ଓ ରେଡ୍ ଜୋନ ଚିହ୍ନଟ କରିବା ସହ ସେଥିରେ ପରିବର୍ତ୍ତନ କରୁଥିଲା । ଏବେ କିନ୍ତୁ ରାଜ୍ୟ ଚାହୁଁଛନ୍ତି ଯେ, ସେହି ଅଧିକାର ସେମାନଙ୍କୁ ମିଳୁ । କେନ୍ଦ୍ର ଗୃହମନ୍ତ୍ରଣାଳୟ ରାଜ୍ୟଙ୍କ ଏହି ଦାବିକୁ ମାନି ନେବାର ସମ୍ଭାବନା ରହିଛି ।

  • ପ୍ରବାସୀ ଶ୍ରମିକ

ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦୂର ପାଇଁ ରାଜ୍ୟଙ୍କ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡ୍ ଲାଇନ୍ ଜାରି କରିପାରନ୍ତି । ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ କେନ୍ଦ୍ର ରାଜ୍ୟଙ୍କୁ ୧୧ ହଜାର କୋଟି ଦେବା ବୋଲି ସମ୍ଭାବନା ବ୍ୟକ୍ତ କରାଯାଉଛି ।

MSME ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ NDRF ସଜାଗ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ’ର ମୁକାବିଲା ପାଇଁ NDRF ସଜାଗ ରହିଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ସାମୁଦ୍ରିକ ଝଡ଼ରେ ପରିଣତ ହେବ । ବାତ୍ୟା ହେଲେ ଓଡ଼ିଶା ଓ ପଶ୍ଚିମବଙ୍ଗ ପ୍ରଭାବିତ ହେବେ । ସେଥିପାଇଁ NDRF ବା ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ ପ୍ରସ୍ତୁତ ରହିଛି ।

ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ NDRF ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ଡିଜି ସତ୍ୟ ନାରାୟଣ ପ୍ରଧାନ । NDRFର ୪ଟି ଲେଖାଏଁ ଟିମ୍ ଓଡ଼ିଶା ଓ ପଶ୍ଚିମବଙ୍ଗରେ ମୁତୟନ ଅଛନ୍ତି । ତତସହିତ ୨୦ଟି ଟିମ୍ ଷ୍ଟାଡବାଏରେ ଥିବା ସୂଚନା ଦେଇଛନ୍ତି ଏନଡିଆରଏଫ ଡିଜି ।

ଅବପାତ ଏବେ ପାରାଦୀପ ଠାରୁ ୧୧୦୦ କିମି ଦୂରରେ ରହିଛି । ଆସନ୍ତା ୨୪ ଘଣ୍ଟାରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ମେ ୧୭ରେ ରିକର୍ଭ ହେବ । ତାପରେ ବଙ୍ଗୋପସାଗରରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି ୧୮ରୁ ୨୦ ତାରିଖ ମଧ୍ୟରେ ପଶ୍ଚିମବଙ୍ଗ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।

ଜାଣନ୍ତୁ ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ…

ପାରାଦୀପଠାରୁ ୧୧ଶହ କିମି ଦୂରରେ ଅବପାତ, ସନ୍ଧ୍ୟାରେ ନେଇପାରେ ବାତ୍ୟା ରୂପ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଏହା ଏବେ ପାରାଦୀପ ଠାରୁ ୧୧୦୦ କିମି ଦୂରରେ ରହିଛି । ପଶ୍ଚିମବଙ୍ଗର ଦୀଘା ଠାରୁ ୧୨୫୦ କିମି ଦୂରରେ ଥିବା ବେଳେ ବାଂଲାଦେଶ ଖପୁରିଆ ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୧୩୩୦ କିମି ଦୂରରେ ଅବପାତ ରହିଛି ।

ଏହା ଆଜି ସନ୍ଧ୍ୟାରେ ବାତ୍ୟାରେ ପରିଣତ ହୋଇପାରେ । ଆସନ୍ତା ୨୪ ଘଣ୍ଟାରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ମେ ୧୭ରେ ରିକର୍ଭ ହେବ । ତାପରେ ବଙ୍ଗୋପସାଗରରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି ୧୮ରୁ ୨୦ ତାରିଖ ମଧ୍ୟରେ ପଶ୍ଚିମବଙ୍ଗ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।

ଜାଣନ୍ତୁ ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ…

୭୦୦ ଡେଇଁଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୬୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୩୭ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ଏନେଇ ସୂଚନା ଦିଆଯାଇଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୩୭ରେ ପହଞ୍ଚିଥିବା ବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି । ୫୬୮ଟି ସକ୍ରିୟ ସଂକ୍ରମିତ ମାମଲା ରହିଥିବା ବେଳେ ୧୬୬ଜଣ ସୁସ୍ଥ ହୋଇ ଫେରିଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୩୧, ଗଞ୍ଜାମରୁ ୧୩, କେନ୍ଦ୍ରାପଡ଼ାରୁ ୪, ମୟୂରଭଞ୍ଜରୁ ୨, କଟକରୁ ୬, ପୁରୀରୁ ୪, ନୟାଗଡ଼ରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ରାପଡ଼ାରୁ ଚିହ୍ନଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ମାର୍ଶାଘାଇ ବ୍ଲକର ହୋଇଥିବା ବେଳେ ଜଣେ ମହାକାଳପଡ଼ା ବ୍ଲକର । ସମସ୍ତେ ସୁରତରୁ ଫେରିବା ପରେ କ୍ୱାରେଣ୍ଟାଇନରେ ଥିଲେ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ୩ କରୋନା ପଜିଟିଭ୍ କେସରୁ ଜଣେ ଖୋର୍ଦ୍ଧା ପୌରାଞ୍ଚଳର ହୋଇଥିବା ବେଳେ ଅନ୍ୟ ୨ ଜଣ ବାଣପୁର ଅଞ୍ଚଳର ବୋଲି ସୂଚନା ମିଳିଛି ।

ବ୍ୟାଗରେ ଛୁଆ ଶୋଇବା ଘଟଣାକୁ ନେଇ ଏନ୍‌ଏଚଆରସିଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ: ଲକଡାଉନ୍ ଯୋଗୁଁ ଅନେକ ଶ୍ରମିକଙ୍କ ଦୁଃଖଦ ଦୃଶ୍ୟ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ନିକଟରେ ପାଦ ଚଲା ଶ୍ରମିକଙ୍କ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ଖୁବ ଭାଇରାଲ ହୋଇଛି । ଭିଡିଓରେ ଗୋଟିଏ ପରିବାର ପଞ୍ଜାବରୁ ଝାନ୍ସି ପାଦରେ ଚାଲି ଚାଲି ଯାତ୍ରା କରୁଥିଲେ । ସେମାନଙ୍କ ସହିତ ଛୋଟ ଛୁଆଟିଏ ମଧ୍ୟ ଚାଲିଚାଲି ଯାଉଥିବାର ଦେଖିବାକୁ ମିଳିଛି । ଯିଏ ବହୁ କିଲୋମିଟର ଚାଲିବା ପରେ ଥକି ଯାଇଛି । ଥକି ଯାଇଥିବାରୁ ସେ ଟ୍ରୋଲି ବ୍ୟାଗ୍‌ ଉପରେ ଶୋଇପଡ଼ିଛି । ହେଲେ ଏଥିପାଇଁ କେହି ଅଟକି ଯାଇନଥିଲେ। ଛୋଟ ଛୁଆଟି ସେମିତି ବ୍ୟାଗ୍‌ ଉପରେ ଶୋଇଥିବା ବେଳେ ଟ୍ରୋଲି ବ୍ୟାଗ୍‌କୁ ତା’ ମାଆ ଟାଣି ଟାଣି ନେଉଥିବାର ନଜର ଆସିଛି ।

ତେବେ ଏନେଇ ଜାତୀୟ ମାନବାଧିକାର କମିଶନ ଉଦବେଗ ପ୍ରକାଶ କରିଛନ୍ତି । ବ୍ୟାଗରେ ଛୁଆ ଶୋଇବା ଘଟଣାକୁ ନେଇ ଏନ୍‌ଏଚଆରସିଙ୍କ ରିପୋର୍ଟ ତଲବ । ପଞ୍ଜାବ ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଜାତୀୟ ମାନବାଧିକାର କମିଶନ । ୪ ସପ୍ତାହ ମଧ୍ୟରେ ବିସ୍ତୁତ ରିପୋର୍ଟ ପ୍ରଦାନ କରିବାକୁ ଏନଏଚଆରସି ଜଣାଇଛନ୍ତି । ଆୟୋଗ କହିଛନ୍ତି ଯେ, ଲକଡାଉନ ପାଇଁ ଉପୁଜିଥିବା ସ୍ଥିତିକୁ ସୁଧାରିବାକୁ କେନ୍ଦ୍ର ସରକାର ଯଥାସମ୍ଭବ ଚେଷ୍ଟ କରୁଛନ୍ତି ।

ବିଶ୍ରାମ ନେବାକୁ ସମୟ ନାହିଁ: ଟ୍ରୋଲି ବ୍ୟାଗ୍‌ରେ ଶୋଇଥିବା ପୁଅକୁ ଟାଣି ଟାଣି ନେଲା ମାଆ

ତେବେ ଚିନ୍ତାର ବିଷୟ ଯେ ରାସ୍ତାରେ ହୋଇଥିବା ଏମିତି ଘଟଣାକୁ ସମସ୍ତେ ନଜର ଅନ୍ଦାଜ କରିଦେଉଛନ୍ତି । ଏପରିକି ସ୍ଥାନୀୟ ପ୍ରଶାସନ ମଧ୍ୟ କୈାଣସି ପଦକ୍ଷେପ ନେଉନାହାଁନ୍ତି । ସେ ଆହୁରି କହିଛନ୍ତି ଯଦି ସ୍ଥାନୀୟ ପ୍ରଶାସନ ସଚେତନ ହୋଇଥାନ୍ତେ ତେବେ ଏପରି ହୋଇନଥାନ୍ତା । ପଞ୍ଜାବରୁ ଚାଲି ଚାଲି ଯାଉଥିବା ବେଳେ କୁନି ପାଦ ଥକି ଯିବାରୁ ମା ନିଜର ଛୁଆକୁ ବ୍ୟାଗରେ ଶୁଆଇ ଦେଇ ଟାଣି ଟାଣି ନେଉଥିଲା । ଯାହା ବେଶ ଦୟନୀୟ ଘଟଣା ।

ଜାତୀୟ ରାଜପଥ-୧୬ ଅବରୋଧ କଲେ ତାମିଲନାଡ଼ୁ ଫେରନ୍ତା

ଭଦ୍ରକ: ରାଜ୍ୟକୁ ଫେରିବା ପରେ ଅମାନିଆ ହେଉଛନ୍ତି ପ୍ରବାସୀ । କେତେବେଳେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଖାଇବା ଫିଙ୍ଗୁଛନ୍ତି ତ କେବେ ଗେଟ୍ ଭାଙ୍ଗି ପଳାଉଛନ୍ତି । ଏବେ ପୁଣି ରାସ୍ତା ଅବରୋଧ କରିଛନ୍ତି ତାମିଲନାଡ଼ୁ ଫେରନ୍ତା ପ୍ରବାସୀ । ଗତକାଲି ତାମିଲନାଡ଼ୁ କୋଏମ୍ବଟୁରରେ ଫସିଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭଦ୍ରକରେ ପହଞ୍ଚିଥିଲେ ।

ପ୍ରଶାସନ ପକ୍ଷରୁ ସେମାନଙ୍କୁ ୧୬ ନମ୍ବର ଜାତୀୟ ରାଜପଥର ରିଲିଆନ୍ସ ପେଟ୍ରୋଲ ପମ୍ପ ନିକଟରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ସକାଳେ ଖାଇବାକୁ ଦିଆଯାଇ ନଥିବା ଅଭିଯୋଗ କରି ଫେରନ୍ତାମାନେ ରାସ୍ତା ଅବରୋଧ କରିଥିଲେ । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଛି ।

ଆସନ୍ତାକାଲି ସରିବ ଲକଡାଉନ୍‌ ୩.୦… ଆଜି କେନ୍ଦ୍ର ଗୃହ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲି ସରିବ ଲକଡାଉନ ୩.୦ । ୧୮ ରୁ ଆରମ୍ଭ ହେବ ଲକଡାଉନ ୪.୦ । ଏନେଇ ପୂର୍ବରୁ ଦେଶକୁ ସମ୍ବୋଧନ କଲାବେଳେ ସୂଚନା ଦେଇସାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ପୂର୍ବ ପର୍ଯ୍ୟାୟ ଲକଡାଉନ ଭଳି ନୁହେଁ ବରଂ ନୂଆ ରୂପରେ ନୂଆ ଢଙ୍ଗରେ ଆସିବ ଲକଡାଉନ ୪.୦ । ତେବେ ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ କାଲି ଗୃହ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।

MSME ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା

 

ଲକଡାଉନ ୪.୦ ର ରୂପରେଖ କଣ ରହିବ ଏନେଇ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ବସିବାକୁ ଥିବା ବୈଠକରେ ଗୃହ ଓ ବିଭିନ୍ନ ବିଭାଗ ସଚିବ ମାନେ ଉପସ୍ଥିତ ରହିବେ । ସେପଟେ ଲକଡାଉନ ୪.୦ ପୂର୍ବରୁ ମିଜୋରାମ ପ୍ରଥମ ରାଜ୍ୟ ଭାବେ ୩୧ ମେ’ ଯାଏ ବଢାଇଛି ଲକଡାଉନ୍‌ । ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲକଡାଉନ ବଢାଇବାକୁ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି ।

୨ ଛୁଆଙ୍କୁ ପୋଡ଼ିବା ସହ ନିଜେ ଜଳିଗଲା ମାଆ

ରାଜନଗର: ଲକଡାଉନ୍ ଭିତରେ ବୃଦ୍ଧି ପାଉଛି ଘରୋଇ କଳି । କାମଧନ୍ଦା ବନ୍ଦ ଥିବାରୁ ଗରିବ ଲୋକ ଚଳିବା ମୁସ୍କିଲ୍ ହୋଇ ଗଲାଣି । ଏହାରି ଭିତରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଭୋପାଳ ଗାଁରେ ଏକ ଏଭାବନୀୟ ଘଟଣା ଘଟିଛି । ପାରିବାରିକ କଳହରୁ ଚରମ ନିଷ୍ପତ୍ତି ନେଇଛି ମାଆ ।

ଜନ୍ମ କଲା ୨ ନାବାଳକ ପୁଅଙ୍କୁ କିରୋସିନି ଢ଼ାଳି ନିଆଁ ଲଗାଇବା ପରେ ସେହି ନିଆଁରେ ପୋଡ଼ି ହୋଇ ଆତ୍ମହତ୍ୟା ଉଦ୍ୟମ କରିଛି ମାଆ । ଗାଁ ଲୋକ ଚିତ୍କାର ଶୁଣି କବାଟ ଭାଙ୍ଗି ୨ ପୁଅ ଓ ମାଆଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛନ୍ତି । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଜଣ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ଗୁରୁତର ରହିଛି ।

ସାନ ପୁଅ ଓ ମାଆର ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ, କେଉଁ କାରଣରୁ ମହିଳା ଜଣଙ୍କ ଏଭଳି ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନାହିଁ । ଆର୍ଥିକ ସଂକଟ ଯୋଗୁଁ ସମୁହ ଆତ୍ମହତ୍ୟା ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି ।

ଭାରତରେ ୮୩ ହଜାର ଟପିଲା ସଂକ୍ରମିତ ସଂଖ୍ୟା, ଦୁଇ ହଜାରରୁ ଅଧିକ ମୃତ…ଆକ୍ରାନ୍ତଙ୍କ ସଂଖ୍ୟାରେ ପଛରେ ପଡିଲା ଚୀନ

ନୂଆଦିଲ୍ଲୀ: କରୋନା ସଂକ୍ରମିତ ସଂଖ୍ୟାରେ ଚୀନକୁ ଟପିଲା ଭାରତ । ଭାରତରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୮୩ ହଜାର ପାର । ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୧୦୩ ରହିଛି  । ଭାରତରେ ମୃତ୍ୟୁ ସଂଖ୍ୟା ୨ ହଜାର ୬୪୯ ରହିଛି । ଚୀନର ମୃତ୍ୟୁ ସଂଖ୍ୟା ୪ ହଜାର ୬୩୩ ରହିଛି । ନୂଆ ଆକ୍ରାନ୍ତ ତାଲିକାରେ ଭାରତ ବର୍ତ୍ତମାନ ୧୧ ନମ୍ବର ତାଲିକାକୁ ଚାଲି ଆସିଛି । ପୂର୍ବରୁ ଚୀନ ୧୧ ନମ୍ବରରେ ରହିଥିବା ବେଳେ ଭାରତ ୧୨ ନମ୍ବରରେ ରହିଥିଲା । ଭାରତରେ ଏବେ ୫୧ ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି । ଏପଟେ ମହାରାଷ୍ଟ୍ରରେ କରୋନାର ତାଣ୍ଡବ ଜାରି ରହିଛି । ରାଜ୍ୟରେ ୨୭ ହଜାର ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୧୦୧୯ ଟପିଛି । ବଡ କଥା ହେଲା ୬୦୦ରୁ ଅଧିକ ଲୋକଙ୍କର କେବଳ ମେ ମାସରେ ହିଁ ମୃତ୍ୟୁ ହୋଇଛି ।

ସେହିଭଳି ଗୁଜୁରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୫୮୬ ପାର ହୋଇଛି । ତାମିଲନାଡୁରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢିବାରେ ଲାଗିଛି । ରାଜ୍ୟରେ ୧୦ ହଜାର ପାଖାପାଖି ପହଁଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଏଥିସହ ୬୬ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଦିଲ୍ଲୀରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ଟପିଥିବା ବେଳେ ୧୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି । ସେହିଭଳି ରାଜସ୍ଥାନରେ ୪୫୩୫ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୨୫ ଜଣଙ୍କର ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶରେ ୪ ହଜାର ୪୨୬ ଜଣ କରୋନା ସଂକ୍ରମଣ ହୋଇଥିବା ବେଳେ ୨୩୭ ଜଣଙ୍କର ମୃତ୍ୟୁ ହୋଇଛି ।  ସେପଟେ ବିଶ୍ୱରେ ୪୫ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି । ୩ ଲକ୍ଷରୁ ଅଧିକ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।  ୧୭ ଲକ୍ଷରୁ ଅଧିକ ସୁସ୍ଥ ହୋଇଥିବା ସୂଚନା ରହିଛି ।

 

କାମରେ ଆସିଲା ବନ୍ଧୁତା, ଆମେରିକାରୁ ଭାରତ ଆସୁଛି ୨୦୦ ଭେଣ୍ଟିଲେଟର

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୮୩ ହଜାର ପାର କରିଛି । ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୧୦୩ ରହିଛି । ଭାରତରେ ମୃତ୍ୟୁ ସଂଖ୍ୟା ୨ ହଜାର ୬୪୯ ରହିଛି । ଚୀନର ମୃତ୍ୟୁ ସଂଖ୍ୟା ୪ ହଜାର ୬୩୩ ରହିଛି । ଭାରତରେ ଏବେ ୫୨ ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି । ତେବେ ଏଭଳି ସମୟରେ ଏକ ଆଶ୍ୱସ୍ତିର ଖବର ଆସିଛି । ଭାରତୀୟ ସମୟ ଅନୁଯାୟୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଟ୍ୱିଟ୍ କରିଛନ୍ତି । ଏହି ଟ୍ୱିଟରେ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ଆମେରିକା ଭାରତକୁ ଭେଣ୍ଟିଲେଟର ଦାନ କରିବ । ଏହା ପୂର୍ବରୁ ଭାରତ, ଟ୍ରମ୍ପଙ୍କ ଅନୁପରୋଧ କ୍ରମେ ଆମେରିକାକୁ ହାଇଡ୍ରୋକ୍ଲୋରୋକୁଇନ୍ ଟାବଲେଟ ଦେଇଥିଲା । ଭାରତକୁ ସହଯୋଗର ହାତ ବଢାଇଛନ୍ତି ଆମେରିକାର ରାଷ୍ଟ୍ରପତି ।

ଏହି ମହାମାରୀ ସମୟରେ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି ଟ୍ରମ୍ପ । ତେବେ ଏହି ଘୋଣଣା ପରେ ଟ୍ରମ୍ପଙ୍କୁ ଅନେକ ପ୍ରଶ୍ନ ମଧ୍ୟ ସାମ୍ନା କରିବାକୁ ପଡିଛି । ଏହି ଟ୍ୱିଟ୍ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ୟୁଜର୍ସମାନେ ଅନେକ ପ୍ରଶ୍ନ କରିଛନ୍ତି । ବିଷ୍ଣୁଜୀ ନାମକ ଜଣେ ଟ୍ୱିଟର ୟୁଜର ଟ୍ରମ୍ପଙ୍କୁ କରୋନା ଭାଇରସ ଯୋଗୁଁ ମୃତ୍ୟୁବରଣ କରିଥିବା ୮୮ ହଜାର ୨୮୦ ଆମେରିକୀୟଙ୍କ ଜୀବନ ଫେରାଇ ଆଣିବାକୁ କହିଛନ୍ତି । ଅପରପକ୍ଷରେ ଆଉ ଜଣେ ଲେଖିଛନ୍ତି ଯେ, ଏବେ ଆମେରିକାର ଅର୍ଥନୀତି ଦୁର୍ବଳ ହୋଇପଡିଛି  ।

ଏହା ସହ ଚଳିତ ମାସରେ ୧ ଲକ୍ଷ ଲୋକଙ୍କ ମୃତ୍ୟୁ ସଂଖ୍ୟା ଆଡକୁ ଆମେରିକା ଗତି କରୁଛି। ଏଭଳିକି ଡୋନାଲ୍ଡ ଟ୍ରମ୍ପଙ୍କୁ ଟ୍ୱିଟରେ ଜଣେ ତାଙ୍କୁ ମହାନ ବୋଲି ଲେଖିଛନ୍ତି । କିନ୍ତୁ ଭାଇରସ ଯୋଗୁଁ ୮୫୦୦୦ ଆମେରିକୀୟଙ୍କ ହତ୍ୟା ମାମଲାରେ ଟ୍ରମ୍ପ କୌଣସି ପଦକ୍ଷେପ ନେଇ ନାହାଁନ୍ତି । ସୂଚନାଯୋଗ୍ୟ ଯେ, ଆମେରିକାରେ କରୋନା ଭୂତାଣୁ ଯୋଗୁଁ ଏପର୍ଯ୍ୟନ୍ତ ୮୮ ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି। ଏଥି ସହିତ ୧୪ ଲକ୍ଷ ୭୦,୦୦୦ ରୁ ଅଧିକ ଲୋକେ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହା ବ୍ୟତୀତ ୨ ଲକ୍ଷ ୫୯ ହଜାର ଲୋକେ ମଧ୍ୟ ଆରୋଗ୍ୟ ହୋଇଛନ୍ତି ।

କରୋନା ଯୁଦ୍ଧରେ ଖୁସି ଖବର, ସଂକ୍ରମିତଙ୍କ ଉପରେ କାମ କରୁଛି ରେମଡେସିବିର !