ରାଜ୍ୟରେ ପୁଣି ୨୮୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତି ଦିନ ୧୦୦ ପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି ପୁଣି ୨୮୨ଟି ପଜିଟିଭ ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୨୫୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ମାତ୍ର ୨୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହି ୨୮୨ ଟି ପଜିଟିଭ୍ କେସ ମଧ୍ୟରେ ୧୭ଟି ଜିଲ୍ଲା ସହ ଏନ୍‌ଡିଆରଏଫ୍‌ ମଧ୍ୟ ଯବାନ ରହିଛନ୍ତି ।

ତେବେ ସର୍ବାଧିକ ଗଜପତି ଏବ ଗଞ୍ଜାମରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୭୫ ଜଣ ଚିହ୍ନଟ ହୋଇଥିବା ବେଳେ ଗଜପତିରୁ ୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ୨୬, ଝାରସୁଗୁଡ଼ା ୨୩, ବାଲେଶ୍ୱର ୩, କଟକ ୪, ଯାଜପୁରରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଜଗତସିଂହପୁର ୧୧, କନ୍ଧମାଳ ୧୭, ସମ୍ବଲପରୁ ୧୩, ମୟୂରଭଞ୍ଜରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଅନୁଗୁଳ, ସୁନ୍ଦରଗଡ଼, ବଲାଙ୍ଗିର, ନୟାଗଡ଼ରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନ୍‌ଡିଆର୍‌ଏଫ ଯବାନଙ୍କ ମଧ୍ୟରୁ ୮  ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ୫୭୫୨ ଜଣ ମୋଟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୯୮୮ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ୧୭୪୦ ଜଣ ସକ୍ରିୟ ରହିଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଏବେ ୧୭ରେ ପହଞ୍ଚିଛି ।

Leave a Reply