ଟି- ସିରିଜର ମାଲିକ ଭୂଷଣ କୁମାରଙ୍କୁ ସୋନୁ ନିଗମଙ୍କ ୱାର୍ଣ୍ଣିଂ… କହିଲେ ଭୁଲ ଲୋକ ସହ ପଙ୍ଗା ନେଇଛ

1 min read

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅକସ୍ମାତ ମୃତ୍ୟୁରେ ସାରା ଦେଶ ସ୍ତବ୍ଧ । ତାଙ୍କ ମୃତ୍ୟୁ ପରେ ଚଳଚ୍ଚିତ୍ର ଜଗତରେ ନେପୋଟିସମକୁ ନେଇ ଏକ ପ୍ରକାର ଝଡ଼ ସୃଷ୍ଟି ହୋଇଛି । । ବଲିଉଡର ମୁଭି ମାଫିଆ ଏବଂ ନେପୋଟିଜମକୁ ନେଇ ଖୁବ ସମାଲୋଚନା ଚାଲିଛି । ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ସିଙ୍ଗର ସୋନୁ ନିଗମ ମ୍ୟୁଜିକ ଇଣ୍ଡଷ୍ଟ୍ରିରୁ ଆତ୍ମହତ୍ୟା ଖବର ଆସିବା ସମସ୍ତଙ୍କୁ ଚକିତ କରିଥିଲା । ବର୍ତ୍ତମାନ ସୋନୁ ନିଗମ ଆଉ ଏକ ଭିଡିଓ ସେୟାର କରି ସଙ୍ଗୀତ ଜଗତର ବାଦଶାହ କୁହାଯାଉଥିବା ଟି-ସିରିଜର ଚେୟାରମାନ ଭୂଷଣ କୁମାରଙ୍କୁ ଧମକ ଦେଇଛନ୍ତି । ସେ କହିଛନ୍ତି, ଯଦି ତାଙ୍କ ସହ ପଙ୍ଗା ନିଅନ୍ତି ତାହେଲେ ମରିନାଙ୍କ ଭିଡିଓ ନିଜ ୟୁଟ୍ୟୁବ ଚାନେଲରେ ସେୟାର କରିଦେବେ ।

https://www.instagram.com/tv/CBuhzliheli/?utm_source=ig_embed

 

 

ସୋନୁ ନିଗମ ନିଜ ପ୍ରଥମ ଭିଡିଓରେ କହିଥିଲେ ଯେ ମ୍ୟୁଜିକ ଇଣ୍ଡଷ୍ଟ୍ରି ଦୁଇଟି ମ୍ୟୁଜିକ କମ୍ପାନୀ ଇସାରାରେ ଚାଲୁଛି ଏବଂ ଏଥିରେ ମ୍ୟୁଜିକ ମାଫିଆ ମାନେ ନିଜ ଅକତିଆର ଜମାଇଛନ୍ତି । ଅନ୍ୟପଟେ ସୋନୁ ନିଜର ନୂଆ ଭିଡିଓରେ କହିଛନ୍ତି ଯେ, ‘ ଲାତୋଁ କେ ଭୁତ ବାତୋଁ ସେ ନେହିଁ ମାନତେ । ମୁଁ କାହା ନାଆ ନନେଇ ଭଲ ଭାବରେ କହିଥିଲି ଯେ ଇଣ୍ଡଷ୍ଟ୍ରିକୁ ଆସୁଥିବା ନୂଆ ଲୋକମାନଙ୍କ ପ୍ରତି ଭଲ ବ୍ୟବହାର କରନ୍ତୁ । ଜଣେ ଆତ୍ମହତ୍ୟା କରିବା ପରେ କୁମ୍ଭୀର କାନ୍ଦଣା କାନ୍ଦିବାଠୁ ଭଲ ପୂର୍ବରୁ ହିଁ ପରିସ୍ଥିତିକୁ ସୁଧାରିନେବା । କିନ୍ତୁ ମାଫିଆ ତ ମାଫିଆ ଭଳି କାମ କରିବେ । ମୁଁ କାହା ନାଆ ନେଇନଥିବା ସତ୍ତ୍ୱେ ମୋ ବିରୋଧରେ ଇଣ୍ଡଷ୍ଟ୍ରିର ୬ ଜଣ ଲୋକ ଇଣ୍ଟରଭ୍ୟୁ ଦେଇଛନ୍ତି ।

ନିଜର ଏହି ଭିଡିଓରେ ପ୍ରଥମଥର ପାଇଁ ସୋନୁ ନିଗମ ଭୂଷଣ କୁମାରର ନାଆ ନେଇ କଣ କହିଛନ୍ତି ଶୁଣନ୍ତୁ । ଏଠାରେ ପ୍ରଶ୍ନ ଉଠୁଛି କିଏ ଏହି ମାରିଆ କୋଭର ଏବଂ ତାଙ୍କୁ ଭୂଷଣ କୁମାରଙ୍କ ସହ କାହିଁକି ଯୋଡ଼ାଯାଉଛି । ସୂଚନା ଅନୁଯାୟୀ ମାରିଆ କୋଭର ହେଉଛନ୍ତି ଜଣେ ଟେଲିଭିଜନ ଅଭିନେତ୍ରୀ ଯିଏ ୨୦୧୮ ମସିହାରେ ଯୋର ଧରିଥିବା ମି- ଠୁ ମୁଭମେଣ୍ଟରେ ଭୂଷଣ କୁମାରଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ ।

ତେବେ ସୋନୁଙ୍କ ଏହି ଭିଡିଓରେ ଭୂଷଣ କୁମାରଙ୍କ ସ୍ତ୍ରୀ ଦିବ୍ୟା ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସୋନୁ ନିଗମ ଜଣେ ଥାଙ୍କଲେସ୍ ମଣିଷ । ସୋନୁ ନିଗମଙ୍କୁ ଟି- ସିରିଜ ପ୍ରଥମେ ସୁଯୋଗ ଦେଇଥିଲା । କିନ୍ତୁ ସୋନୁ ତାର ମାନ୍ ରଖିପାରିଲେ ନାହିଁ । ସେ କହିଛନ୍ତି, ଆଜିକାଲି ଲୋକମାନେ ଦୃଢ଼ ଅଭିଯାନ ସହିତ ମିଥ୍ୟା ଏବଂ ପ୍ରତାରଣା ବିକ୍ରି କରିବାରେ ଲାଗିଛନ୍ତି । ଭଗବାନ ଆମ ପୃଥିବୀକୁ ରକ୍ଷା କରନ୍ତୁ ।

 

Leave a Reply