ନାବାଳିକାକୁ ବିଭିନ୍ନ ସମୟରେ ଦୁଷ୍କର୍ମ କରୁଥିଲେ, ଗର୍ଭବତୀ ହେବା ଜାଣି ଗର୍ଭପାତ କରାଇଲେ ଥାନାବାବୁ !

ସୁନ୍ଦରଗଡ଼: ନାବାଳିକାକୁ ଦୁଷ୍କର୍ମ ଏବଂ ପରେ ଗର୍ଭପାତର ବିରାଟ ଅଭିଯୋଗ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବିରମିତ୍ରପୁର ଥାନା ବାବୁଙ୍କ ନାମରେ । ବିଭିନ୍ନ ସମୟରେ ଦୁଷ୍କର୍ମ କରୁଥିଲେ ଏବଂ ନାବାଳିକା ଗର୍ଭବତୀ ଥିବା ଜାଣି ଗର୍ଭପାତ କରାଇଲେ । ଏନେଇ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ବଡ଼ବାବୁଙ୍କ ସହ ୬ ଜଣଙ୍କ ନାଁରେ ଗତକାଲି ରାତିରେ ଥାନାରେ ମାମଲା ରୁଜୁ ହୋଇଛି । ତେବେ ମାମଲାର ତଦନ୍ତ କରିବା ପାଇଁ ଆଜି ସୁନ୍ଦରଗଡ଼ ଏସ୍‌ପି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବେ ।

ପ୍ରଥମେ ନାବାଲିକାକୁ ୫ଜଣ ଦୁଷ୍କର୍ମ କରିଥିବା ରାଏବୋଗା ଥାନାରେ ଏତଲା ଦିଆଯାଇଥିଲା । ପରେ ୧୫ତାରିଖରେ ସିଡବ୍ଲୁସିଙ୍କୁ ନଜଣାଇ ଡାକ୍ତର ନାବାଳିକାଙ୍କ ଗର୍ଭପାତ କରିଥିବାରୁ ତାଙ୍କ ନାଁରେ ମଧ୍ୟ ଏତଲା ହୋଇଛି । ଗତକାଲି ଘଟଣାର ତଦନ୍ତ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁନ୍ଦରଗଡ଼ ଏସ୍‌ପିଙ୍କୁ ଚିଠି ଲେଖିଥିଲେ ସିଡବ୍ଲୁ ସି । ଏବେ ଏସପି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁଯାୟୀ ଥାନା ବଡ଼ବାବୁଙ୍କ ସହ ୫ଜଣ ମିଶି ନାବାଳିକାକୁ ବିଭିନ୍ନ ସମୟରେ ଦୁଷ୍କର୍ମ କରିଆସୁଥିଲେ ।

ତେବେ ନାବାଳିକା ଜଣକ ଗର୍ଭବତୀ ଥିବା ଖବର ପାଇବା ପରେ ତାଙ୍କୁ ଏକ ଡାକ୍ତରଖାନାରେ କାହାକୁ ନଜଣାଇ ତାଙ୍କର ଗର୍ବପାତ କରାଇଥିଲେ । ତେବେ ଏନେଇ ନାବାଳିକା ଜଣକ ପୂର୍ବରୁ ଡ଼ରରେ କାହା ପାଖରେ ଅଭିଯୋଗ କରିନଥିଲେ । ଯେତେବେଳେ ସହିବା ଶକ୍ତି ଅସୟ ହୋଇଥିଲା ସେତେବଳେ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ।

Leave a Reply