ଯେତେବେଳେ ଧୋନି ଚରିତ୍ରରେ ନିଜକୁ ଦେଖି ଚିୟର କରୁଥିଲେ ସୁଶାନ୍ତ, ଭିଡ଼ିଓ ଭାଇରାଲ

1 min read

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କର ଗୋଟିଏ ପରେ ଗୋଟିଏ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।  ପ୍ରଶଂସକମାନେ ସୁଶାନ୍ତଙ୍କ ପୁରୁଣା ସ୍ମୃତିକୁ ମନପକାଇ ବିଭିନ୍ନ ଭିଡ଼ିଓ ଶେୟାର ମଧ୍ୟ କରୁଛନ୍ତି । ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପୁରୁଣା ଭିଡିଓ ଏବଂ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି । ସେହିଭଳି ସୁଶାନ୍ତଙ୍କ ଏକ ପୁରୁଣା ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି ଯେଉଁଥିରେ ସୁଶାନ୍ତ ଟିଭିରେ ଧୋନିଙ୍କ ଚରିତ୍ରରେ ନିଜକୁ ଦେଖୁଛନ୍ତି ।

ପ୍ରଶଂସକମାନେ ସୁଶାନ୍ତ ସିଂ ରାଜପୁତଙ୍କ ଏହି ଭିଡିଓକୁ ଖୁବ୍ ସେୟାର କରୁଛନ୍ତି । ଭିଡିଓରେ ସୁଶାନ୍ତ ଏକ ପେନ ଓ ଖାତା ସହ ବସିଥିବାର ନଜର ଆସିଛନ୍ତି । ଏବଂ ସାମ୍ନାରେ ଚାଲିଛି ଫିଲ୍ମ ଏମଏସ ଧୋନି ଦ ଅନଟୋଲ୍ଡ ଷ୍ଟୋରୀ । ସୁଶାନ୍ତ ଅନ୍ୟ କୌଣସି ଜିନିଶ ଉପରେ ଧ୍ୟାନ ନଦେଇ ଏହି ଚଳଚ୍ଚିତ୍ରକୁ ଅତି ଯତ୍ନର ସହ ଦେଖୁଛନ୍ତି ଏବଂ ପ୍ରତ୍ୟେକ ଦୃଶ୍ୟକୁ ସେ ଖୁବ୍ ଉପଭୋଗ କରୁଛନ୍ତି ।

https://www.instagram.com/p/BtaWJeaHCEn/?utm_source=ig_embed

ଏବଂ କିଛି ସମୟ ପରେ, ଯେତେବେଳେ ସୁଶାନ୍ତ କ୍ୟାମେରା ଆଡ଼କୁ ଚାହୁଁଛନ୍ତି ସେତେବେଳେ ସେ ସାମ୍ନାରେ ଲାଗିଥିବା ଟିଭି ଆଡ଼କୁ ଆଙ୍ଗୁଳୀ ନିର୍ଦ୍ଦେଶ କରୁଛନ୍ତି । ଏହା ପରେ, ଧୋନିଙ୍କ ଫିଲ୍ମରେ ହେଉଥିବା ସେ ସମସ୍ତ ସିନରେ ନିଜକୁ ଦେଖି ସେ ବେଶ୍ ଖୁସି ହେଉଥିବାର ନଜର ଆସୁଛି । ସୁଶାନ୍ତ ସିଂ ରାଜପୁତଙ୍କ ଏହି ଭିଡିଓକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ଏହା ସମସ୍ତଙ୍କୁ ଜଣା  ଯେ ସୁଶାନ୍ତ ଏହି ଚଳଚ୍ଚିତ୍ର ପାଇଁ କଠିନ ପରିଶ୍ରମ କରିଥିଲେ ଏବଂ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଜବରଦସ୍ତ ହିଟ୍ ମଧ୍ୟ ହୋଇଥିଲା ।

ସୁଶାନ୍ତଙ୍କର ଏହାଥିଲା ବକ୍ସ ଅଫିସର ପ୍ରଥମ ୧୦୦କୋଟି ରୋଜଗାର କରିଥିବା ଫିଲ୍ମ । ଏମଏସ ଧୋନି ଦ ଅନଟୋଲ୍ଡ ଷ୍ଟୋରୀ ନିର୍ଦ୍ଦେଶନା ଦେଇଛନ୍ତି ନୀରଜ ପାଣ୍ଡେ ଏବଂ ୧୦୪ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ୨୧୬ କୋଟି ଟଙ୍କା ବ୍ୟବସାୟ କରିଛି । ଅନୁପମ ଖେର ଏହି ଚଳଚ୍ଚିତ୍ରରେ ମହେନ୍ଦ୍ର ସିଂ ଧୋନିଙ୍କ ପିତା ଏବଂ କିଆରା ଆଡଭାନୀ, ଦିଶା ପାଟନୀ, ଭୁମିକା ଆଦି ନଜର ଆସିଥିଲେ ।

Leave a Reply