ଡୁମୁଡୁମା କଣ୍ଟେନମେଣ୍ଟ ଜୋନ୍‌ରେ ଆବଶ୍ୟକ ସୁବିଧା ମିଳୁନଥିବା ଯୋଗୁଁ ଉତ୍ତେଜନା

ଭୁବନେଶ୍ୱର: ଡୁମୁଡୁମା ସୁବାସନଗର ବସ୍ତିବାସିନ୍ଦାଙ୍କ ଅସନ୍ତୋଷ । ଅସନ୍ତୋଷକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି ।  କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ପରେ ଆବଶ୍ୟକ ସୁବିଧା ମିଳୁନଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।କଣ୍ଟେନମେଣ୍ଟ ଜୋନ୍‌ରେ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ସେଭଳି କୌଣସି ପ୍ରକାର ସୁବିଧା ମିଳିପାରୁନାହିଁ ।

ସୂଚନା ଅନୁଯାୟୀ, ଗଲା ୧୯ରେ ସୁବାସନଗର ବସ୍ତିରେ ଏକାଧିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ସେଥିପାଇଁ କୋଭିଡ ନିୟମ ଅନୁଯାୟୀ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା । ତେବେ କଣ୍ଟେନମେଣ୍ଟ୍ ଜୋନରେ ରହୁଥିବା ଲୋକଙ୍କ ଅଭିଯୋଗ ହେଉଛି ସେମାନଙ୍କୁ କୌଣସି ପ୍ରକାରର ସୁବିଧା ସୁଯୋଗ ମିଳୁନାହିଁ । ବହୁବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ସେମାନଙ୍କ କଥା ଶୁଣୁନାହିଁ ବୋଲି ଅଭିଯୋଗ ହେଉଛି । କିଛିଦିନ ଧରି ପୁଞ୍ଜିଭୂତ ଅସନ୍ତୋଷ ଆଜି ପ୍ରକାଶିତ ହୋଇଛି ।

ଆଜି ସକାଳୁ ଆବଶ୍ୟକ ଜିନିସ ମିଳୁନଥିବାରୁ ଅସନ୍ତୋଷ ଜାହିର କରିଥିଲେ ସ୍ଥାନିୟ ଲୋକେ । କଣ୍ଟେନମେଣ୍ଟ୍ ଏରିଆର ଲୋକ ସକାଳୁ ସକାଳୁ ଏକତ୍ରୀତ ହେବା ଆରମ୍ଭ କରିଥିଲେ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।  ଉତ୍ତେଜନାକୁ ନଜରରେ ରଖି ଖଣ୍ଡଗିରି ପୋଲିସ ଓ ବିଏମସି କର୍ତ୍ତୁପକ୍ଷ ପହଞ୍ଚି ଲୋକଙ୍କ ସହ ଆଲୋଚନା କରୁଛନ୍ତି।

Leave a Reply